ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ


ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ (କିମ୍ବା NSD ) ହେଉଛି ଭାରତର ନୂଆଦିଲ୍ଲୀରେ ଅବସ୍ଥିତ ଏକ ନାଟ୍ୟ ତାଲିମ ପ୍ରତିଷ୍ଠାନ । ଏହା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂଗଠନ । ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ଏହି ଅନୁଷ୍ଠାନ ୧୯୫୯ ମସିହାରେ ସ୍ଥାପିତ ହୋଇଥିଲା । ୧୯୭୫ ମସିହାରେ ଏହା ଏକ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ଭାବରେ ମାନ୍ୟତା ପାଇଥିଲା ।[୨] ୨୦୦୫ରେ ଏହାକୁ ଡିମଡି ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା ଓ ୨୦୧୧ରେ ଏହି ମାନ୍ୟତା ପ୍ରତ୍ୟାହର କରା ଯାଇଥିଲା ।

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
ପ୍ରତିଷ୍ଠା୧୯୫୯
ପ୍ରକାରଜାତୀୟ
ଅଧକ୍ଷପରେଶ ରାୱଲ (ସେପ୍ଟେମ୍ବର ୨୦୨୦-)[୧]
ନିର୍ଦ୍ଦେଶକସୁରେଶ ଶର୍ମା (ସେପ୍ଟେମ୍ବର ୨୦୧୮ -)
ଅବସ୍ଥାନନୂଆ ଦିଲ୍ଲୀ, ଭାରତ
ଅନୁବନ୍ଧନସଙ୍ଗୀତ ନାଟକ ଏକାଡେମୀ
ୱେବସାଇଟwww.nsd.gov.in

ଇତିହାସସମ୍ପାଦନ କରନ୍ତୁ

୧୯୫୪ ମସିହାରେ ଏକ ଆଲୋଚନାରେ ନାଟ୍ୟ ବିଦ୍ୟାଳୟର ଜନ୍ମ ପାଇଁ ଏକ କେନ୍ଦ୍ରୀୟ ଅନୁଷ୍ଠାନର ପ୍ରସ୍ତାବ ଆସିଥିଲା । ୧୯୫୫ ମସିହାରେ ଏହି ବାବଦରେ ଏକ ଡ୍ରାଫ୍ଟ ସ୍କିମ୍ ପ୍ରସ୍ତୁତ କରାଯାଇଥିଲା ଏବଂ ସଂଗୀତ ନାଟକ ଏକାଡେମୀ, ଏଥି ପାଇଁ ଯୋଜନା ଆରମ୍ଭ କରିଥିଲା । ''ଭାରତୀୟ ନାଟ୍ୟ ସଂଘ'' ୧୯୫୮ ଜାନୁଆରୀ ୨୦ ତାରିଖରେ ୟୁନେସ୍କୋ ସହାୟତାରେ ''ଏସିଆନ ଥିଏଟର ଇନଷ୍ଟିଚୁଟ'' ନାମକ ଅନ୍ୟ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲା । ୧୯୫୮ ଜୁଲାଇ ମାସରେ ସଙ୍ଗୀତ ନାଟକ ଏକାଡେମୀ ଏହି ଅନୁଷ୍ଠାନକୁ ନିଜ ଅକ୍ତିଆରକୁ ନେଇଥିଲା ।[୩] [୪]

୧୯୫୯ ମସିହାରେ ଏହି ଅନୁଷ୍ଠାନଟିର ନୂତନ ଭାବେ ସ୍ଥାପିତ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ସହିତ ବିଲୟ ଘଟିଥିଲା । ପ୍ରାରମ୍ଭରେ ଏହି ଅନୁଷ୍ଠାନଟିର ନାମ ଥିଲା ''ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଏବଂ ଏସୀୟ ନାଟ୍ୟ ଅନୁଷ୍ଠାନ'' ଓ ଏହା ଦକ୍ଷୀଣ ନିଜାମୁଦ୍ଦିନଠାରେ କାର୍ଯ୍ୟକ୍ଷମ ଥିଲା । ଏହି ଅନୁଷ୍ଠାନରୁ ପ୍ରଥମ ବ୍ୟାଚର ପିଲାମାନେ ୧୯୬୧ ମସିହାରେ ଉତ୍ତୀର୍ଣ୍ନ ହୋଇଥିଲେ । ଇବ୍ରାହିମ ଅଲକାଜୀ (୧୯୬୨-୧୯୭୭) ଅଧ୍ୟକ୍ଷ ଥିବା ସମୟରେ ଏହି ଅନୁଷ୍ଠାନର ବ୍ୟାପକ ଉନ୍ନତି ହୋଇଥିଲା । ସିଲାବସ ପରିବର୍ତ୍ତନ, ନିଜସ୍ୱ କାମ୍ପସକୁ ସ୍ଥାନାନ୍ତରଣ ଓ ନୂତନ ପ୍ରେକ୍ଷାଳୟ ପ୍ରତିଷ୍ଠା ଆଦି ତାଙ୍କରି ଅଧ୍ୟକ୍ଷତା ସମୟରେ ହୋଇଥିଲା ।[୫] [୪] [୬]

୧୯୭୫ ମସିହରେ ଏହି ଅନୁଷ୍ଠାନଟି ସ୍ୱପରିଚାଳିତ ହୋଇ କେବଳ ''ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ'' ନାମରେ ନାମିତ ହୋଇଥିଲା । ୧୯୭୫ରେ ଏହା ନିଜସ୍ୱ କାମ୍ପସ ''ମଣ୍ଡି ହାଉସ''କୁ ସ୍ଥାନାନ୍ତରିତ ହୋଇଥିଲା ।[୪] ୧୯୯୯ ମସିହାରେ, ଏହି ବିଦ୍ୟାଳୟ ଏହାର ପ୍ରଥମ ଜାତୀୟ ଥିଏଟର ଫେଷ୍ଟିଭାଲ୍ 'ଭାରତ ରଙ୍ଗ ମହୋତ୍ସବ' ଆୟୋଜନ କରିଥିଲା । ଏହା ଏବ ମଧ୍ୟ ପ୍ରତିବର୍ଷ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହୁଏ । ୨୦୦୮ ମସିହାରେ, ଏହି ଅନୁଷ୍ଠାନ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା ।[୭] [୮]

ଡିମଡ ବିଶ୍ୱବିଦ୍ୟାଳୟ ମାନ୍ୟତାସମ୍ପାଦନ କରନ୍ତୁ

୨୦୦୫ ମସିହା ମାର୍ଚ୍ଚ ୧୬ ତାରିଖରେ ଭାରତ ସରକାର ଏହି ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । [୯] [୧୦] କିନ୍ତୁ ୨୦୧୦ରେ ଏହି ଅନୁଷ୍ଠାନ ନିଜର ସ୍ୱେଚ୍ଛାଚାରୀତା, ନମନିୟତା ଓ ବୈଷୟିକ ପ୍ରଶିକ୍ଷଣ ଆଦି କ୍ଷୁର୍ଣ୍ଣ ନକରିବା ପାଇଁ ନିଜର ଡିମଡ ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରିଥିଲା । ୨୦୧୧ ଅକ୍ଟୋବର ମାସରେ ଅନୁଷ୍ଠାନର ଅନୁରୋଧ କ୍ରମେ ଏହି ଡିମଡ ମାନ୍ୟତା ପ୍ରତ୍ୟାହାର କରା ଯାଇଥିଲା ।

ପ୍ରଦର୍ଶନକାରୀ ବିଭାଗସମ୍ପାଦନ କରନ୍ତୁ

ରେପର୍ଟୋରୀ କମ୍ପାନୀସମ୍ପାଦନ କରନ୍ତୁ

 
ରେପର୍ଟୋରୀଦ୍ୱାରା ୨୦୧୧ରେ ପ୍ରସ୍ତୁତ ଏକ ନାଟକ

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ବୃତ୍ତିଗତ ପ୍ରଦର୍ଶନ ୱିଙ୍ଗ, 'ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା' ରେପର୍ଟୋରୀ କମ୍ପାନୀ ୧୯୬୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହାର ପ୍ରଥମ ଅଧ୍ୟକ୍ଷ ଥିଲେ ଓମ ପୁରୀ ।

ସଂସ୍କାର ରଙ୍ଗ ଟୋଲୀସମ୍ପାଦନ କରନ୍ତୁ

୧୯୮୯ରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, 'ସଂସ୍କାର ରଙ୍ଗ ଟୋଲୀ' ନାମକ 'ଥିଏଟର-ଇନ୍-ଏଜୁକେସନ୍ କମ୍ପାନୀ' (TIE) ପ୍ରତିଷ୍ଠା କରିଥିଲା । ଏହା ୮ରୁ ୧୬ବର୍ଷ ବୟସର ପିଲାମାନଙ୍କୁ ନାଟକ ବାବଦରେ ପ୍ରଶିକ୍ଷଣ ଦେଇଥାଏ | କମ୍ପାନୀ ନିୟମିତ ଭାବରେ ବିଦ୍ୟାଳୟ ଏବଂ ବୟସ୍କ ଦର୍ଶକଙ୍କ ପାଇଁ ନାଟକ ପରିବେଷଣ କରିଥାଏ । 'ଜଶନ୍-ଇ-ବଚପନ' ଏବଂ 'ବାଲ ସଙ୍ଗମ' ନାମରେ ଏହି କମ୍ପାନୀ ନିଜର ବାର୍ଷିକ ନାଟ୍ୟ ଉତ୍ସବ ପରିବେଶଣ କରିଥାଏ ।

ପ୍ରେକ୍ଷାଳୟସମ୍ପାଦନ କରନ୍ତୁ

ବିଦ୍ୟାଳୟ କ୍ୟାମ୍ପସରେ ତିନୋଟି ପ୍ରେକ୍ଷାଳୟ ଅଛି:

  • ଅଭିମଞ୍ଚ ପ୍ରେକ୍ଷାଳୟ
  • ସମ୍ମୁଖ ପ୍ରେକ୍ଷାଳୟ
  • ବହୁମୁଖ ପ୍ରେକ୍ଷାଳୟ

ଆଞ୍ଚଳିକ କେନ୍ଦ୍ରସମ୍ପାଦନ କରନ୍ତୁ

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ବିଭିନ୍ନ ଆଞ୍ଚଳିକ କେନ୍ଦ୍ର ରହିଛି । ପ୍ରଥମ ଆଞ୍ଚଳିକ କେନ୍ଦ୍ର ବେଙ୍ଗାଳୁରୁଠାରେ ପ୍ରତିଷ୍ଠା କରାଯାଇଥିଲା । ୧୯୯୪ରେ ବାରଣାସୀରେ ଏକ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ।[୪]

ଭାରତ ରଙ୍ଗ ମହୋତ୍ସବସମ୍ପାଦନ କରନ୍ତୁ

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ବାର୍ଷିକ ଉତ୍ସବ, ''ଭାରତ ରଙ୍ଗ ମହୋତ୍ସବ'' ୧୯୯୯ରୁ ଆରମ୍ଭ କରାଯାଇଥିଲା । ଏହା ପ୍ରତିବର୍ଷ ନୂଆ ଦିଲ୍ଲୀଠାରେ ପାଳନ କରାଯାଏ । ଏହାକୁ ଏସିଆର ସର୍ବ ବୃହତ ଥିଏଟର ମହୋତ୍ସବ ଭାବରେ ସ୍ୱୀକୃତି ଦିଆଯାଇଛି ।[୧୧]

ଉଲ୍ଲେଖନୀୟ ପ୍ରାକ୍ତନ ଛାତ୍ରସମ୍ପାଦନ କରନ୍ତୁ

ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ନିର୍ଦ୍ଦେଶକସମ୍ପାଦନ କରନ୍ତୁ

୧୯୫୯ରେ ପ୍ରତିଷ୍ଠା ହେବା ପରଠାରୁ ଏହି ବିଦ୍ୟାଳୟର ୧୧ ଜଣ ନିର୍ଦ୍ଦେଶକ ରହିଛନ୍ତି ।[୧୩]

  • ସତୁ ସେନ (୧୯୫୯-୬୧)
  • ଇବ୍ରାହିମ ଅଲକାଜୀ (୧୯୬୨-୭୭)
  • ବି ଭି କାରନ୍ଥ (୧୯୭୭-୮୨)
  • ବି ଏମ ଶାହା (୧୯୮୨-୮୪)
  • ମୋହନ ମହର୍ଷି (୧୯୮୪-୮୬)
  • ରତନ ଥିୟମ (୧୯୮୭-୮୮)
  • କିର୍ତ୍ତୀ ଜୈନ (୧୯୮୮-୯୫)
  • ରାମ ଗୋପାଳ ବଜାଜ (୧୯୯୫- ୨୦୦୧)
  • ଦେବେନ୍ଦ୍ର ରାଜ ଅଙ୍କୁର (୨୦୦୧ - ୨୦୦୭)
  • ଅନୁରାଧା କପୁର (ଜୁଲାଇ ୨୦୦୭- ଜୁଲାଇ ୨୦୧୩)
  • ୱମନ କେନ୍ଦ୍ରେ (ଅଗଷ୍ଟ ୨୦୧୩- ୨୬ ସେପ୍ଟେମ୍ବର ୨୦୧୮)
  • ସୁରେଶ ଶର୍ମା (ସେପ୍ଟେମ୍ବର ୨୦୧୮ - )[୧୪]

ଆଧାରସମ୍ପାଦନ କରନ୍ତୁ

  1. "Paresh Rawal appointed chairperson of National School of Drama". www.indianexpress.com. The New Indian Express. Archived from the original on 11 September 2020. Retrieved 11 September 2020.
  2. Training - National School of DramaThe Columbia encyclopedia of modern drama, by Gabrielle H. Cody, Evert Sprinchorn. Columbia University Press, 2007. ISBN 0-231-14422-9. Page 766.
  3. National School of Drama ..over the past 50 years The Tribune 15 March 2009.
  4. ୪.୦ ୪.୧ ୪.୨ ୪.୩ NSD Genesis Archived 2011-07-18 at the Wayback Machine. NSD website
  5. "Theatre is revelation (Interview)". The Hindu. 24 February 2008.
  6. National School of Drama The World Encyclopedia of Contemporary Theatre: Asia/Pacific, by Don Rubin. Published by Taylor & Francis, 2001. ISBN 0-415-26087-6. Page 168.
  7. National School of Drama celebrates golden jubilee in style The Economic Times, 12 January 2008.
  8. "The Graduates". The Indian Express. 28 December 2007. Archived from the original on 4 October 2012. Retrieved 2 April 2010.
  9. National School of Drama gets Deemed University StatusMinistry of Human Resource Development 16 March 2005."The Government has declared the National School of Drama, New Delhi as Deemed to be University with immediate effect."
  10. NSD declared deemed university Deccan Herald 16 March 2005.
  11. "11th Bharat Rang Mahotsav to begin from Jan 7". Financial Express. 5 January 2009.
  12. "ଭାରତୀୟ ରଙ୍ଗମଞ୍ଚର ପ୍ରବାଦ ପୁରୁଷ ଇବ୍ରାହିମ ଅଲକାଜି ଆଉ ନାହାନ୍ତି". thesamikhsya.com. ସମୀକ୍ଷା. Retrieved 5 August 2020.
  13. Previous Directors Archived 2007-12-27 at the Wayback Machine. National School of Drama, Official website.
  14. https://nsd.gov.in/delhi/index.php/the-director/

ବାହ୍ୟ ଲିଙ୍କସମ୍ପାଦନ କରନ୍ତୁ