ପିଲାଟା ବିଗିଡ଼ିଗଲା

୨୦୧୫ର କଥାଚିତ୍ର

ପିଲାଟ ବିଗିଡ଼ିଗଲା, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପୂଜା ଭରାଲାୱାଲା । ବସନ୍ତ ସାହୁ ଏହି କଥାଚିତ୍ରଟିର କାହଣୀ ଲେଖିଥିଲେ ଏବଂ ରଜନୀ ରଞ୍ଜନ ଚଳଚ୍ଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ବସନ୍ତ ସାହୁ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଚଳଚ୍ଚିତ୍ରର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିର ପଟ୍ଟକଥା ଏକ ପଞ୍ଜାବୀ ଚଳଚ୍ଚିତ୍ର କ୍ୟାରି ଅନ ଯାତ୍ରା ଉପରେ ଆଧାରିତ ।

ପିଲାଟା ବିଗିଡ଼ିଗଲା
ନିର୍ଦ୍ଦେଶକବସନ୍ତ ସାହୁ
ପ୍ରଯୋଜକପୂଜା ଭରାଲାୱାଲା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟବସନ୍ତ ସାହୁ
କାହାଣୀବସନ୍ତ ସାହୁ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ପପୁ ପମ ପମ
ଲିପ୍ସା ମିଶ୍ର
ବିଜୟ ମହାନ୍ତି
କୁନା ତ୍ରିପାଠୀ
ଜୀବନ ପଣ୍ଡା
ବିରେନ ମିଶ୍ର
ସୁରେଶ ବଳ
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୧୪ ଅଗଷ୍ଟ ୨୦୧୫[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ ଏବଂ ଲିପ୍ସା ମିଶ୍ର । ବିଜୟ ମହାନ୍ତି, କୁନା ତ୍ରିପାଠୀ, ଜୀବନ ପଣ୍ଡା, ବିରେନ ମିଶ୍ର, ସୁରେଶ ବଳ, ବି.କେ. ଯୋଶୀ, ରୋଜୀ ତ୍ରୀପାଠୀ, ଆଶିଷ ମିଶ୍ର, ଶକ୍ତି ବରାଳ, ଉମେଶ ଦାସ, ସେଲି ମିଶ୍ର, କୁସୁମ ତ୍ରିପାଠୀ, ରାଧେଶ୍ୟାମ ପାତ୍ର, ମହମଦ ଅଫଜଲ୍, ଶିନାରାୟଣ ପୂଜା ପଣ୍ଡା, ସୁଜାତା, ତନୁ, ସଂଦୀପ୍, ଦେବ୍, କମଳ, ପ୍ରିୟଙ୍କା, ରଶ୍ମୀ ମିଲି, କଣ୍ଢେଇ, ଚିଣ୍ଟୁ, ଲିପୁ, ନୀଳ, ଜ୍ୟୋତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଓଡ଼ିଆ ଚଳଚ୍ଚିତ୍ର ପିଲାଟା ବିଗିଡ଼ିଗଲାରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ[୪] [୧] :

କାହାଣୀ ସମ୍ପାଦନା

ବୁଗୀ (ସବ୍ୟସାଚୀ) ଗୋଟିଏ ବାହାଘରରେ ନିଶା (ଅର୍ଚ୍ଚିତା) ସ‌ହ ପ୍ରେମରେ ପଡ଼ିଯାଏ । ବୁଗୀ ତା ପଛରେ ପଡ଼ିଥାଏ ଆଉ ଏହି ସମୟରେ ତା'ର ସାଙ୍ଗ ଟୁଇଟର (ପ‌ପୁ) ତାକୁ ସାହାଯ୍ୟ କରେ ।

ଦୁର୍ଘଟଣା ବସତଃ ସେମାନେ ଦୁଇଜଣ ବିବାହ କରିଯାଆନ୍ତି ଏବଂ ଗୋଟିଏ ଭଡ଼ା ଘରେ ରହିବାର ନିଷ୍ପତ୍ତି ନିୟନ୍ତି । ଦିନେ ନିଶା ଖବରକାଗଜରେ ଦିଆଯାଇଥିବା ଗୋଟିଏ ବିଜ୍ଞାପନ ଦେଖି ରହିବା ପାଇଁ ଭଡ଼ାଘରଟିଏ ଠିକ କଲା ଏବଂ ଦୁର୍ଘଟଣା ବସତଃ ସେହି ଘରଟି ବୁଗୀଋ ନିଜ ଘର ଥିଲା ।

ଏହା ବୁଗୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଗଲା ଏବଂ ନିଶାର ସ୍ୱାମୀ ରୂପେ ସେ ତା'ର ସାଙ୍ଗ ଟୁଇଟରକୁ ଅନୁରୋଧ କଲା । ଏବେ ବୁଗୀର ପରିବାର ଲୋକ ଜାଣିଲେ ଯେ ଟୁଇଟର ହେଉଛି ନିଶାର ଅସଲ ସ୍ୱାମୀ କିନ୍ତୁ ନିଶା ଏହି ସବୁ ବିଷୟରେ କିଛି ବି ଜାଣି ନ ଥିଲା ।

କିଛିଦିନ ପରେ ଟୁଇଟର ମଧ୍ୟ ତା'ର ପ୍ରମିକା ମିତା(ଲିପ୍ସା)କୁ ବାହାହୋଇଗଲା । କିନ୍ତୁ କିଛି ଅପ୍ରିତିକର ପରିସ୍ଥିତି ପାଇଁ ମିତା ବୁଗୀର ପତ୍ନୀ ରୂପରେ ତା'ର ଘରେ ରହିଲା ।

ପରେ ପରେ ସେମାନଙ୍କର ଚାଲିଚଳନ ପାଇଁ ବୁଗିର ଘରଲୋକ ତ‌ଥା ନିଶାକୁ ମଧ୍ୟ ସନ୍ଦେହ ହେଲା ।[୧]

ଗୀତ ଓ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରରେ ସର୍ବମୋଟ ପାଞ୍ଚଟି ଗୀତ ଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ପ୍ରେମ ଆନନ୍ଦ । ୬ ଅଗଷ୍ଟ ୨୦୧୫ରେ ଏହାର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୭] ନିଜାମବସନ୍ତରାଜ ସାମଲ ଗୀତଗୁଡ଼ିକୁ ରଚନା କରିଥିବା ବେଳେ ସୋହାନୀ ମିଶ୍ର, ସଞ୍ଜୁ, ବିଭୁ କିଶୋର, ହ୍ୟୁମାନ ସାଗର, ଶ୍ରୀଚରଣ ମହାନ୍ତି ଏବଂ ସସ୍ମିତା ମିଶ୍ର ଏଥିରେ କଣ୍ଠଦାନ କରିଥିଲେ ।[୭]

ଗୀତ ରଚନା କଣ୍ଠଦାନ
ନିଶା ନିଶା
ପିଲାଟା ବିଗିଡ଼ିଗଲା
ବୋମାଟା ଫୁଟି ଗଲାରେ
ହାତର ମେହେନ୍ଦି
ନଟି ନଟି


ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Pilata Bigidigala Movie Review by ENews Team". ENews ଓଡ଼ିଆ. Retrieved 22 July 2016.
  2. "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  3. "ଏହି ବରିଷ୍ଠ ନିର୍ଦ୍ଦେଶକଙ୍କ ସହ ଏଯାଏ କାମ କରିନାହାନ୍ତି ଅମ୍ଳାନ". ସମ୍ବାଦ. ଭୁବନେଶ୍ୱର: sambad.in. 5 June 2022. Archived from the original on 5 June 2022. Retrieved 5 June 2022.
  4. ପ୍ରସାଦ, ଭବାନୀ. "Ollywood- Pilata Bigidigala 2015 Official Trailor+Cast, Crew Deatails". ଓଡ଼ିଆପୋର୍ଟଲ୍. Retrieved 22 July 2016.
  5. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.{{cite news}}: CS1 maint: unrecognized language (link)
  6. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  7. ୭.୦ ୭.୧ Pati, Ashok. "Odisha: Audio of Odia film Pilata Bigidigala released". orissadiary. Archived from the original on 4 March 2016. Retrieved 22 July 2016.

ବାହାର ଆଧାର ସମ୍ପାଦନା