ବିପ୍ଳବ ରାୟଚୌଧୁରୀ

ଚଳଚ୍ଚିତ୍ର ନିର୍ଦ୍ଦେଶକ

ବିପ୍ଳବ ରାୟଚୌଧୁରୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ ।[୧] ଡାକ୍ତରୀ ପାଠ ଅଧାରୁ ଛାଡି, ସେ ନିଜ ପସନ୍ଦର ବେଉସା, ଚଳଚ୍ଚିତ୍ର ନିର୍ମାଣକୁ ଆବୋରୀ ନେଇଥିଲେ। ଅର୍ଦ୍ଧେନ୍ଦୁ ଚାଟାର୍ଜୀଙ୍କ ଅଧିନରେ ଜଣେ ସହ-ନିର୍ଦ୍ଦେଶକ ଭାବରେ ସେ, ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ ।[୨] ପ୍ରାୟ ୨୦ଟି ଚଳଚ୍ଚିତ୍ରରେ ସହ-ସମ୍ପାଦକ ଭାବରେ କାମ କରିବା ପରେ, ସେ ନିଜେ ମୁଖ୍ୟ ସମ୍ପାଦକ, ଲେଖକ ଓ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ବଙ୍ଗଳା ଚଳଚ୍ଚିତ୍ର ବର୍ଣ ବିବର୍ଣ ୧୯୭୫ ମସିହାରେ ମୁକ୍ତିଲାଭ କରିଥିଲା ।[୩] ତିନି ଦଶନ୍ଧି ବ୍ୟାପି ଚଳଚ୍ଚିତ୍ର ଜୀବନରେ ସେ ପ୍ରାୟ ୧୪-୧୫ଟି କ୍ଷୁଦ୍ର ଚଳଚ୍ଚିତ୍ର ବା ଡକୁମେଣ୍ଟାରୀ ଫିଲ୍ମ ଓ ପ୍ରାୟ ୧୦ଟି ବ୍ୟବସାୟିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ବିପ୍ଳବ ରାୟଚୌଧୁରୀ
ଜନ୍ମ(1942-10-06)୬ ଅକ୍ଟୋବର ୧୯୪୨
ମୃତ୍ୟୁ୧୪ ଅଗଷ୍ଟ ୨୦୧୨(2012-08-14) (ବୟସ ୬୯)
Resting placeକଲିକତା,ପଶ୍ଚିମବଙ୍ଗ
ଜାତୀୟତା ଭାରତୀୟ
ଜଣାଶୁଣାଓଡ଼ିଆ,ହିନ୍ଦୀ,ବଙ୍ଗଳା ଭାଷାର ଚଳଚ୍ଚିତ୍ର ନିର୍ଦ୍ଦେଶକ
ପୁରସ୍କାର(ଗୁଡ଼ିକ)ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ବିପ୍ଳବ ରାୟଚୌଧୁରୀ, ନିଜ ମାତୃଭାଷା ବଙ୍ଗଳା ଅପେକ୍ଷା ଓଡ଼ିଆରେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚିଲିକା ତୀରେ ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଚିଲିକାର ମତ୍ସଜୀବିମାନଙ୍କର ଜୀବନ ଓ ସଂଘର୍ଷକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟି ସର୍ବଭାରତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲା ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅଧିନରେ ସ୍ୱର୍ଣକମଳ ପୁରସ୍କାର ହାସଲ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କର ଆଉ ଦୁଇଟି ଓଡ଼ିଆ ଚଳଚ୍ଚିତ୍ର, ଅରଣ୍ୟ ରୋଦନନିର୍ବାଚନ ମଧ୍ୟ ୧୯୯୪ ଓ ୧୯୯୫ ମସିହାରେ ସ୍ୱର୍ଣକମଳ ପୁରସ୍କାର ହାସଲ କରିଥିଲା ।[୪]

ବିପ୍ଳବ ରାୟଚୌଧୁରୀ, ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ନିର୍ଦ୍ଦେଶନା ଓ ସମ୍ପାଦନା ବିଭାଗର ମୁଖ୍ୟ ରୂପେ କାର୍ଯ୍ୟନିର୍ବାହ କରିଛନ୍ତି । ୧୯୮୯ ମସିହାରେ ତାଙ୍କୁ ବିଜୁ ପଟ୍ଟନାୟକ ଫିଲ୍ମ୍ ଓ ଟେଲିଭିଜନ ଅନୁଷ୍ଠାନର ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । କଳିଙ୍ଗ ଷ୍ଟୁଡିଓର ଡାଇରେକ୍ଟର ରୂପରେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କଦ୍ୱାରା ନିମନ୍ତ୍ରିତ ହୋଇ, ସେ ସେଠାକାର ବିଭିନ୍ନ ଷ୍ଟୁଡିଓ, ବିଶ୍ୱବିଦ୍ୟାଳୟ ତଥା ଚଳଚ୍ଚିତ୍ର ନିର୍ମାଣ ସହ ସଂଶ୍ଳିଷ୍ଠ ଅନ୍ୟାନ୍ୟ ସଂସ୍ଥା ପରିଦର୍ଶନ କରିବାର ସୁଯୋଗ ପାଇଥିଲେ ।[୫][୬]

ଚଳଚ୍ଚିତ୍ରରେ ଭୂମିକା ସମ୍ପାଦନ କରନ୍ତୁ

ବର୍ଷ ସିନେମାର ନାମ ଭୂମିକା ପୁରସ୍କାର
୧୯୯୪ ନିର୍ବାଚନ କାହାଣୀ,ଚିତ୍ରନାଟ୍ୟ,ନିର୍ଦ୍ଦେଶନା ସ୍ୱର୍ଣ୍ଣ କମଳ (ପରିବେଶ ଉପରେ ଶ୍ରେଷ୍ଠ ସିନେମା)
୧୯୯୨ ଅରଣ୍ୟ ରୋଦନ ଚିତ୍ରନାଟ୍ୟ,ନିର୍ଦ୍ଦେଶନା ସ୍ୱର୍ଣ୍ଣ କମଳ
୧୯୮୫ ଦି ହୁଇସପରିଙ୍ଗ ଉଇଣ୍ଡ ନିର୍ଦ୍ଦେଶନା
୧୯୮୪ ୟହ କାହାଣୀ ନେହି ନିର୍ଦ୍ଦେଶନା
୧୯୮୩ ଆଶ୍ରୟ ନିର୍ଦ୍ଦେଶନା
୧୯୮୨ ହାର୍ଟବିଟ କାହାଣୀ,ସମ୍ପାଦନା,ନିର୍ଦ୍ଦେଶନା
୧୯୮୧ ଶୋଧ୍ ନିର୍ଦ୍ଦେଶନା ସ୍ୱର୍ଣ୍ଣ କମଳ[୭]
୧୯୮୦ ଟ୍ରାଇବାଲସ୍ ଅଫ ସିଂହଭୂମି ନିର୍ଦ୍ଦେଶନା
୧୯୭୭ ଚିଲିକା ତୀରେ ଚିତ୍ରନାଟ୍ୟ,ସମ୍ପାଦନା,ନିର୍ଦ୍ଦେଶନା ସ୍ୱର୍ଣ୍ଣ କମଳ
୧୯୭୫ ବର୍ଣ ବିବର୍ଣ ନିର୍ଦ୍ଦେଶନା
୧୯୭୦ ଲାଟେଣ୍ଟ ନିର୍ଦ୍ଦେଶନା
୧୯୬୪ ବିରେଶ୍ୱର ବିବେକାନନ୍ଦ ସମ୍ପାଦନା
୧୯୬୪ ଲାଲ ପଥର ସମ୍ପାଦନା

ଆଧାର ସମ୍ପାଦନ କରନ୍ତୁ

  1. Nandita C. Puri (1 November 2009). Om Puri: Unlikely Hero. Roli Books Private Limited. pp. 176–. ISBN 978-93-5194-075-3.
  2. Indian Cinema. Directorate of Film Festivals, Ministry of Information and Broadcasting. 1997.
  3. BIBEKANANDA RAY. Conscience of The Race. Publications Division Ministry of Information & Broadcasting. pp. 197–. ISBN 978-81-230-2661-9.
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 68–. ISBN 978-1-136-77284-9.
  5. http://www.upperstall.com/people/biplab-roy-choudhury
  6. http://www.orissadiary.com/ShowEntertainmentNews.asp?id=36085
  7. Gopa Sabharwal (29 August 2017). India Since 1947: The Independent Years. Penguin Random House India Private Limited. pp. 217–. ISBN 978-93-5214-089-3.

ବାହାର ଆଧାର ସମ୍ପାଦନ କରନ୍ତୁ