ବବ୍ଲି
ଅଭିପ୍ସା ପଣ୍ଡା (ଜନ୍ମ: ୮ ଫେବୃଆରୀ ୧୯୯୫) ଜଣେ ଓଡ଼ିଆ ଆଲବମ୍ ଏବଂ କଥାଚିତ୍ର ଅଭିନେତ୍ରୀ, ଯିଏକି ଓଡ଼ିଆ କଥାଚିତ୍ର ଜଗତରେ ବବ୍ଲି ନାମରେ ଜଣାଶୁଣା । ସେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ସେ ଓଡ଼ିଆ ଆଲବମ୍ରେ ଅଭିନୟ ଆରମ୍ଭ କରିଥିଲେ ।[୧] ଏହାପରେ ସେ ୨୦୦୯ରେ ଓଡ଼ିଆ କଥାଚିତ୍ର କେଉଁ ଦୁନିଆରୁ ଆସିଲ ବନ୍ଧୁ କଥାଚିତ୍ରରେ ଏକ ସହକାରୀ ଭୂମିକାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । । ୨୦୧୦ରେ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ବବ୍ଲି ନାୟିକା ଭାବରେ ଅଭିନୟ କରିଥିଲେ ।[୨]
ଅଭିପ୍ସା ପଣ୍ଡା | |
---|---|
ଜନ୍ମ | ଅଭିପ୍ସା ପଣ୍ଡା ୮ ଫେବୃଆରୀ ୧୯୯୫ |
ବୃତ୍ତି | ଅଭିନେତ୍ରୀ (ଓଡ଼ିଆ) |
ସକ୍ରିୟ ବର୍ଷ | ୨୦୦୯ରୁ-ଏବେଯାଏଁ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଅଭିପ୍ସାଙ୍କ ଜନ୍ମ ମୟୂରଭଞ୍ଜର ବାରିପଦାରେ ଫେବୃୟାରୀ ୮ରେ ହୋଇଥିଲା ।[୩] ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ । ଘରେ ସାନ ଥିବାରୁ ତାଙ୍କ ନାମ ତାଙ୍କ ମାଆ ପ୍ରଥମେ ବାର୍ବି ରଖିଥିଲେ ହେଲେ ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କଦ୍ୱାରା ଏହି ନାମ ପରିବର୍ତ୍ତୀତ ହୋଇ ବବ୍ଲିରେ ପରିଣତ ହୋଇଥିଲା ।[୪] ନିଜର ମାଆଙ୍କୁ ନିଜର ଆଦର୍ଶ ଓ ପ୍ରେରଣା ଭାବେ ମାନୁଥିବା ବବ୍ଲି ଛୋଟବେଳୁ ନୃତ୍ୟପ୍ରତି ଆକର୍ଷିତ ଥିଲେ । ୨୦୧୧ମସିହାରେ ବବ୍ଲି ବାରିପଦାର ଏମ୍.କେ.ସି ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍ କରିଥିଲେ । ଏହାପରେ ସେ ୨୦୧୩ରେ ସେ ବାରିପଦାର ଏମ୍.ପି.ସେ ଜୁନିଅର କଲେଜରୁ ଦ୍ୱାଦଶ ପାସ୍ କରିଥିଲେ ।
ବବ୍ଲି ୨୦୧୫ରେ କଥାଚିତ୍ର ପ୍ରଯୋଜକ ରାଜେଶ ମଲ୍ଲିକଙ୍କୁ ବିବାହ କରିଥିଲେ ।[୫][୬]
କଥାଚିତ୍ର ଜୀବନ
ସମ୍ପାଦନାବବ୍ଲି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଜଣେ ଓଡ଼ିଆ ଆଲବମ୍ ନିର୍ଦ୍ଦେଶକଙ୍କ କଥାରେ ଆଲବମ୍ ଜଗତରେ ପ୍ରବେଶ କରିଥିଲେ । ତାଙ୍କ ଅଭିନୀତ ଓଡ଼ିଆ ଅଲବମ୍ 'ସାଧବ ବୋହୁ' ସବୁ ଓଡ଼ିଆଙ୍କ ପାଖରେ ବେଶ୍ ଆଦୃତ ହୋଇଥିଲା ।
୨୦୦୯ ମସିହାରେ ତାଙ୍କୁ କେଉଁ ଦୁନିଆରୁ ଆସିଲ ବନ୍ଧୁ ଚଳଚ୍ଚିତ୍ରରେ ଏକ ସହକାରୀ ଭୂମିକା ମିଳିଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଅଭିନୟ କରିଥିଲେ । ବବ୍ଲି ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବନ୍ଧୁ ଭାବରେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୦ରେ ବବ୍ଲି ନାୟକ ସବ୍ୟସାଚୀ ମିଶ୍ରଙ୍କ ସହ ଆଖି ପଲକରେ ତୁ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ପାଇଁ ବବ୍ଲିଙ୍କୁ ସୁଯୋଗ ଦେଇଥିଲେ ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରଧାନ ।[୧] ଏହି କଥାଚିତ୍ରରେ ହିନ୍ଦୀ ତଥା ଦକ୍ଷିଣ ଭାରତର ପ୍ରତିଷ୍ଠିତ ଅଭିନେତା ମୁକେଶ ଋଷି ଅଭିନୟ କରିଥିଲେ । ବବି ମିଶ୍ର, ମୀନକେତନ, ଅଶ୍ରୁମୋଚନ ମହାନ୍ତି, ମିହିର ଦାସ, ଗ୍ଲୋରିଆ ମହାନ୍ତି, ପ୍ରିୟଙ୍କା, ବିଜୟ ମହାନ୍ତି, ହରିହର ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିଲେ ।
୨୦୧୧ ମସିହାରେ ବବ୍ଲି ଓଡ଼ିଆ କଥାଚିତ୍ର ଆଇନ କାନୁନରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ତାଙ୍କ ସହ ନାୟକ ଭାବରେ ଅଭିନୟ କରିଥିଲେ ତନ୍ମୟ ମିଶ୍ର । ମିହିର ଦାସ, ସମରେଶ ରାଉତରାୟ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୭]
୨୦୧୨ରେ ସେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ କଥାଚିତ୍ର ବ୍ୟାଡ଼୍ ଗାର୍ଲରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟିରେ ଲିପି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବବ୍ଲି ଜଣେ ସହକାରୀ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ମିହିର ଦାସ, ସମ୍ବିତ ଆଚାର୍ଯ୍ୟ, ଦିପନ୍, ଅପରାଜିତା ମହାନ୍ତି, ବିଜୟ ମହାନ୍ତି ଆଦି କଳାକାରମାନେ ଅଭିନୟ କରିଥିଲେ ।
ଏହାପରେ ୨୦୧୫ରେ ବବ୍ଲି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଯୋଜିତ କଥାଚିତ୍ର ଅ ଆ ହର୍ଷେଇରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟିରେ ସେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଶ୍ରୀଜଳା ମଧ୍ୟ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ଅର୍ଦ୍ଧେନ୍ଦୁ, ପ୍ରିତୀରାଜ ସତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା ଆଦି କଳାକାରମାନେ ଅଭିନୟ କରିଥିଲେ ।
୨୦୧୫ରେ ମୁକ୍ତିଲାଭ କରିଥିବା ଅନ୍ୟ ଏକ ଚଳଚ୍ଚିତ୍ର ଗଳ୍ପ ନୁହେଁ ଅଳ୍ପ ଦିନରରେ ବବ୍ଲି ଜଣେ ଖଳନାୟିକା ଭାବରେ ଅଭିନୟ କରିଥିଲେ ।[୧] ଏହି କଥାଚିତ୍ରଟିରେ ଲିପି, ଜିନା ସାମଲ, ଅଜିତ ଦାସ, ଅନିତା ଦାସ, ଅସୀତ ପତି, ଜୟୀରାମ ସାମଲ ଆଦି କଳାକାରମାନେ ଅଭିନୟ କରିଥିଲେ ।[୮]
୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଟିକେ ଅନାଡ଼ି ପୂରା ଖିଲାଡ଼ିରେ ବବ୍ଲି ନାୟିକା ଭାବରେ ଅଭିନୟ କରିଥିଲେ ।[୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଲୋକନାଥ ବାରିକ ଏବଂ ପ୍ରଯୋଜନା କରିଥିଲେ ରବିନ୍ ନନ୍ଦ । କାହଣୀ ଅନୁସାରେ ଏହି ଚଳଚ୍ଚିତ୍ରର ନାୟିକା ଡ. ଶାଲିନୀ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଅନ୍ତି ଏବଂ ତାଙ୍କ ପ୍ରେମରେ ଜଣେ ଖଳନାୟକଙ୍କୁ ମଧ୍ୟ ଦେଖାଯାଇଛି ।[୧] ଏହି କଥାଚିତ୍ରଟିରେ ବବ୍ଲିଙ୍କ ସହ ନାୟକ କରଣ, ରବିନ୍ ନନ୍ଦ ଆଦି ଅଭିନୟ କରିଥିଲେ ।[୯]
ଅଭିନୀତ ଓଡ଼ିଆ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ଭୂମିକା | ମନ୍ତବ୍ୟ |
---|---|---|---|---|
୨୦୦୯ | କେଉଁ ଦୁନିଆରୁ ଆସିଲ ବନ୍ଧୁ | ସଞ୍ଜୟ ନାୟକ | ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ | |
୨୦୧୦ | ଆଖି ପଲକରେ ତୁ | ରବିନ୍ଦ୍ର ପ୍ରଧାନ | ମାମା | ନାୟିକା ଭାବରେ ପ୍ରଥମ ଓଡ଼ିଆ କଥାଚିତ୍ରରେ ଅଭିନୟ |
୨୦୧୧ | ଆଇନ କାନୁନ | ଏସ୍ ଶଙ୍କର | ||
୨୦୧୨ | ବ୍ୟାଡ଼୍ ଗାର୍ଲ | ଜୟ ପ୍ରକାଶ ମହାନ୍ତି | ପ୍ରଗଳ୍ଭା | |
୨୦୧୫ | ଅ ଆ ହର୍ଷେଇ | ଏନ୍. ପାଢ଼ୀ | ||
୨୦୧୫ | ଗଳ୍ପ ନୁହେଁ ଅଳ୍ପ ଦିନର | ରିତେଶ ନାୟକ | ଖଳନାୟିକା | |
୨୦୧୭ | ଟିକେ ଅନାଡ଼ି ପୂରା ଖିଲାଡ଼ି | ଲୋକନାଥ ବାରିକ | ଡ. ଶାଲିନୀ | ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ କଥାଚିତ୍ର |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "ପରଦାରେ କରଣ-ଶାଲିନୀଙ୍କ ପ୍ରେମ କାହାଣୀ". sambad.in. 5 November 2017. Archived from the original on 18 October 2020. Retrieved 3 July 2018.
- ↑ "Babli". Incredible Orissa. Retrieved 20 July 2016.
- ↑ "ODIA FILM ACTRESS BABLI". click2odisha.com(ଆମ ଓଡ଼ିଶା ବିଷୟରେ). Archived from the original on 19 August 2016. Retrieved 20 July 2016.
- ↑ "Intervew with Odia Actress Babli". OdiaSantaBanta.in. Archived from the original on 25 August 2016. Retrieved 20 July 2016.
- ↑ "Odia actress Babli marrige photo". Retrieved 20 July 2016.
- ↑ "Ollywood Celebrity Abhipsa Panda Biography". Ollywood24.com. Archived from the original on 6 July 2015. Retrieved 20 July 2016.
- ↑ Palit, Ashok. "Bubbly Tanmaya starrer Aain Kanoon is set to go on theatre soon". OrissaDiary.com. Archived from the original on 8 April 2015. Retrieved 20 July 2016.
- ↑ "ସୁଶ୍ରୀ ଭୂମିକାରେ ବବ୍ଲି". ଓଡ଼ିଆ ସ୍ପଟ୍ ନ୍ୟୁଜ୍. 17 December 2015. Retrieved 3 July 2018.[permanent dead link]
- ↑ "ବଡ଼ ପରଦାକୁ ଫେରୁଛନ୍ତି ବବଲି!". sambad.in. 8 October 2017. Retrieved 11 October 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବବ୍ଲି