ଅ ଆ ହର୍ଷେଇ
ଅ ଆ ହର୍ଷେଇ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨]ଏହି କଥାଚିତ୍ରଟି ଉଭୟ ବଙ୍ଗଳା ଏବଂ ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିଲା ।[୩] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲ କୃଷ୍ଣଚନ୍ଦ୍ର ମଲ୍ଲିକ । କୁମାର ଚିନ୍ମୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଏନ୍ ପାଢ଼ୀ ଏହି କଥାଚିତ୍ରଟି ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪]
ଅ ଆ ହର୍ଷେଇ | |
---|---|
ନିର୍ଦ୍ଦେଶକ | ଏନ୍. ପାଢ଼ୀ |
ପ୍ରଯୋଜକ | କୃଷ୍ଣଚନ୍ଦ୍ର ମଲ୍ଲିକ |
ସଂଳାପ | ନିର୍ମଳ ନାୟକ |
ଚିତ୍ରନାଟ୍ୟ | ଏନ୍. ପାଢ଼ୀ |
କାହାଣୀ | କୁମାର ଚିନ୍ମୟ |
କଳାକାର | ଅର୍ଦ୍ଧେନ୍ଦୁ ସାହୁ, ବବ୍ଲି, ଶ୍ରୀଜଳା, ପ୍ରତୀରାଜ, ଅଶ୍ରୁମୋଚନ ମହାନ୍ତି, ଜୀବନ |
ସଙ୍ଗୀତ | ଜ୍ଞାନ, ବିଭୂତି |
ମୁକ୍ତିଲାଭ ତାରିଖ | ୬ ଫେବୃୟାରୀ ୨୦୧୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କିରଥିଲେ ଅର୍ଦ୍ଧେନ୍ଦୁ ।[୫] ବବ୍ଲି ଏବଂ ଶ୍ରୀଜଳା, ଦୁଇଜଣ ନାୟିକା ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ । ପ୍ରୀତିରାଜ ଶତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ମୌସୁମୀ ଶାହା, ଶୁଭ, ପ୍ରିୟଙ୍କା, ରୋହନ ଭଟ୍ଟାଚାର୍ଯ୍ୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟରେ
ସମ୍ପାଦନା- ଅର୍ଦ୍ଧେନ୍ଦୁ ସାହୁ
- ବବ୍ଲି
- ଶ୍ରୀଜଳା ଗୁହା
- ପ୍ରୀତିରାଜ
- ଅଶ୍ରୁମୋଚନ ମହାନ୍ତି
- ଜୀବନ ପଣ୍ଡା
- ମୌସୁମୀ ଶାହା
- ଶୁଭ
- ପ୍ରିୟଙ୍କା
- ରୋହନ ଭଟ୍ଟାଚାର୍ଯ୍ୟ
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଜ୍ଞାନ ଏବଂ ବିଭୂତି । କୁମାର ବାପି, ପମି, ଶୈଳଭାମା, ଅରବିନ୍ଦ, ଜୟା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ସାଥିରେ ମୋ କଥା" | |
2. | "ପାଦ ମୋ ଝୁଣ୍ଟୁଛି" | |
3. | "ଚିକି ମିକି ମନ" | |
4. | "ବାହାର" | |
5. | "ଅ ଆ ହର୍ଷେଇ" | |
6. | "ଖୋଲ ଖୋଲ ବୋତଲ ଖୋଲ" | |
7. | "ହାଲଚାଲ ମିଠା ହାଲଚାଲ" | |
8. | "କାଲି ଯାଏ ମନ" |
ଆଧାର
ସମ୍ପାଦନା- ↑ "Year 2015: A Aa Harshei". Odiamoviedatabase. Archived from the original on 20 July 2017. Retrieved 5 February 2015.
- ↑ http://odishareporter.in/ollywood-2015-round-up/
- ↑ "Padhi tries his hand at bilingual film". The Telegraph. Retrieved 20 July 2016.
- ↑ "ଜାଣନ୍ତୁ ଏହି ଓଲିଉଡ ନାୟକ –ନାୟିକା କାହିଁକି କହୁଛନ୍ତି 'ପାଗଳ ମୁଁ ତୋ' ପାଇଁ'". sambad.in. 5 June 2018. Retrieved 6 June 2018.
- ↑ "ଅର୍ଦ୍ଧେନ୍ଦୁଙ୍କ ଆତ୍ମବିଶ୍ୱାସ". ସମାଜ. 11 March 2018. Retrieved 12 March 2018.[permanent dead link]
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଅ ଆ ହର୍ଷେଇ