ଗ୍ଲୋରିଆ ମହାନ୍ତି
ଅଭିନେତ୍ରୀ
ଗ୍ଲୋରିଆ ମହାନ୍ତି (୨୭ ଜୁନ ୧୯୩୨ - ୧୧ ଡିସେମ୍ବର, ୨୦୧୪ ) ଜଣେ ଓଡ଼ିଆ ଅଭିନେତ୍ରୀ, ପ୍ରଶିକ୍ଷିତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଓ ଜାତୀୟ ସ୍ତରର ଭଲିବଲ ଖେଳାଳୀ ଥିଲେ । ଗ୍ଳୋରିଆ ୧୯୫୬ରୁ ୧୯୬୦ ମସିହା ପର୍ଯ୍ୟନ୍ତ, ନ୍ୟାସନାଲ ଭଲିବଲ ଚାମ୍ପିଅନସିପରେ, ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ । [୧]
ଗ୍ଲୋରିଆ ମହାନ୍ତି | |
---|---|
ଜନ୍ମ | ଗ୍ଲୋରିଆ ରାଉତ ୨୭ ଜୁନ ୧୯୩୨ ମଠ ସାହି, ତୁଳସୀପୁର, କଟକ |
ମୃତ୍ୟୁ | ୧୧ ଡିସେମ୍ବର ୨୦୧୪ କଟକ | (ବୟସ ୮୨)
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୫୦-୨୦୧୪ |
ବୈବାହିକ-ସାଥୀ | କମଳା ପ୍ରସାଦ ମହାନ୍ତି |
ସନ୍ତାନ | ସୁସ୍ମିତା, ପୁଷ୍ପିତା, ସୂର୍ଯ୍ୟ, ଦେବବ୍ରତ |
ପିତାମାତା | ରବିନ ରାଉତ ଅନିଲା ରାଉତ |
ଗ୍ଲୋରିଆ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିକଟରୁ ଓଡ଼ିଶୀ ଶିକ୍ଷାଲାଭ କରିଥିଲେ ।[୨] ସେ ୧୯୪୪ ମସିହାରେ ସେ ପ୍ରଥମେ 'ଭାତ' ନାଟକ ଜରିଆରେ ରଙ୍ଗମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ । [୩]
କଥାଚିତ୍ର ଜୀବନ
ସମ୍ପାଦନା୧୯୫୦ ମସିହାରେ ଶ୍ରୀ ଜଗନ୍ନାଥ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଗ୍ଲୋରିଆ,[୪] ୨୨ଟି ଓଡ଼ିଆ କଥାଚିତ୍ର ଓ କେତେକ ଦୂରଦର୍ଶନ ଧାରାବାହିକର (ଯିବାକୁ ଦେବି ନାହିଁ, ଠାକୁର ଘର, ସାରା ଆକାଶ ଓ ପଣନ କାନି) ଅଭିନୟ କରିଥିଲେ ।[୫]
ଅଭିନୀତ କଥାଚିତ୍ର
ସମ୍ପାଦନା- ଦୋସ୍ତି, ୨୦୧୧
- ଆମ ଭିତରେ କିଛି ଅଛି, ୨୦୧୦
- ଆଖି ପଲକରେ ତୁ, ୨୦୧୦
- ଚକା ଚକା ଭଉଁରୀ, ୨୦୦୭
- ମହାନାୟକ, ୨୦୦୭
- ଶାଶୁଘର ଚାଲିଯିବି, ୨୦୦୬
- ଓ ମାଇଁ ଲଭ, ୨୦୦୫
- ପ୍ରଥମ ପ୍ରେମ, ୨୦୦୫
- ମହୁଆ, ୧୯୯୪
- ଆଦି ମିମାଂସା, ୧୯୯୧
- ବସ୍ତ୍ରହରଣ, ୧୯୯୧
- ଜଗା ହାତରେ ପଘା, ୧୯୮୫
- ଶେଷ ପ୍ରତୀକ୍ଷା, ୧୯୮୫
- ନିନାଦ, ୧୯୮୪
- ଉଦୟ ଭାନୁ, ୧୯୮୩
- ଆଦତ ସେ ମଜବୁର, ୧୯୮୨
- ମୁଁ ତୁମେ ଓ ସେ, ୧୯୮୨
- ଶୀତ ରାତି, ୧୯୮୧
- ଉଲ୍କା, ୧୯୮୧
- କେଦାର ଗୌରୀ, ୧୯୫୪
- ଶ୍ରୀ ଜଗନ୍ନାଥ, ୧୯୫୦
ପୁରସ୍କାର ଓ ସମ୍ମାନ
ସମ୍ପାଦନା- ଘୁଙ୍ଗୁର ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର: ୨୦୧୨[୬]
- ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ: ୨୦୧୧[୭][୮]
- ଜୟଦେବ ପୁରସ୍କାର: ୧୯୯୨[୯]
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ୧୯୯୨
- ଶ୍ରେଷ୍ଠ ସହ-ଅଭିନେତ୍ରୀ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (୧୯୮୧, ଉଲ୍କା)
ଆଧାର
ସମ୍ପାଦନା- ↑ "Veteran actress Gloria Mohanty passes away". Pragativadi. Retrieved 31 December 2015.
- ↑ "chalachitra » Gloria Mohanty". chalachitra.in. Retrieved 1 January 2013.
she learnt Odissi under Guru Kelucharan Mohapatra,
- ↑ Chakra, Shyamahari (2013). "The Hindu : FEATURES / FRIDAY REVIEW : Glorious innings". thehindu.com. Retrieved 19 January 2013.
It was Kabichandra Kali Charan Patnaik, a father figure to Odisha's performing arts scenario of that era, who introduced Gloria in theatre in 1944 through the play Bhata .
- ↑ "Gloria Mohanty Oriya Actress Biography". incredibleorissa.com. Retrieved 1 January 2013.
Gloria Mohanty started her filmy career with the path-breaking third odia film "Sri Jagannath" in 1949.
- ↑ "Veteran Odisha actress Gloria Mohanty is dead". OdishaSunTimes.com. Retrieved 31 December 2015.
- ↑ "Annual Awards of Cultural Organisation 'Ghungur' Presented". odisha.360.batoi.com. 2012. Retrieved 1 January 2013.
Gloria Mohanty was honoured with the Life Time Achievement Award
- ↑ expressbuzz.com: Gloria, Kumkum receive Guru Kelucharan award[permanent dead link]
- ↑ "orissadiary.com: Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". Archived from the original on 2011-10-26. Retrieved 2012-02-08.
- ↑ cinemasagar.com: Orissa State Film Award Winners
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଗ୍ଲୋରିଆ ମହାନ୍ତି