ଲିପି (ଅଭିନେତ୍ରୀ)

ଓଡ଼ିଆ ଅଭିନେତ୍ରୀ

‌ଲିପି‌ ଜଣେ ଓଡ଼ିଆ ଆଲବମ ଏବଂ କଥାଚିତ୍ର ଅଭିନେତ୍ରୀ । ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ ଆଲବମ୍ ଜରିଆରେ ଆଲବମ୍ ଦୁନିଆରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ସେ ପାଖାପାଖି ୩୦୦୦ଟି ଆଲବମ୍‌ରେ ଅଭିନୟ କରିଥିଲେ । ୨୦୦୫ରେ ଓମ୍ ଶାନ୍ତି ଓମ୍ ଚଳଚ୍ଚିତ୍ରରେ ଲିପି ପ୍ରଥମେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[] ଏହାପରେ ଦୀର୍ଘଦିନର ବ୍ୟବଧାନ ପରେ ୨୦୧୨ରେ ପୁଣିଥରେ ସେ ବ୍ୟାଡ଼୍ ଗାର୍ଲ ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।[] ଲିପି ଅନୁଭବ ମହାନ୍ତି, ଦୀପକ, ଦୁଷ୍ମନ୍ତ, ପ‌ପୁ, ବୁଲୁ, ଦେବାଶିଷ, ଆକାଶ ଆଦି ଅନେକ ନାୟକଙ୍କ ସ‌ହ ଆଲବମ୍‌ରେ ଅଭିନୟ କରିଛନ୍ତି ।

ଲିପି ପରିଡ଼ା
ଜନ୍ମ
ସଙ୍ଗୀତା ପରିଡ଼ା

୨୦ ଜାନୁଆରୀ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ଲିପି ବ୍ରହ୍ମ‌ପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ପୋଲିସ ଆରକ୍ଷୀ ଅଧକ୍ଷ । ସେ ଲିପିଙ୍କୁ ଜଣେ ଆଇ.ପି.ଏସ୍ କରାଇବାର ସ୍ୱପ୍ନ ଦେଖିଥିଲେ । ମାତ୍ର ଲିପି ଛୋଟ ବେଳୁ ଅଭିନୟ ପ୍ରତି ଆକର୍ଷିତ ହେଇଥିଲେ । ଲିପିଙ୍କ ମାଆ ଜଣେ କଥାଚିତ୍ର ଅଭିନେତ୍ରୀ । ଲିପି ବ୍ରହ୍ମ‌ପୁରର ମହାମାୟୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ।[]

ଅଭିନୟ ଜୀବନ

ସମ୍ପାଦନା

ଲିପି ଛୋଟବେଳୁ ନୃତ୍ୟ ଏବଂ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ସେ ଛୋଟବେଳୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ । ଆଲବମ୍ ନିର୍ଦ୍ଦେଶକ ଯତୀନ ନାୟକ ଲିପିଙ୍କୁ ପ୍ରଥମ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଲିପିଙ୍କର ପ୍ରଥମ ଆଲବମ୍ ଥିଲା ‌ମୁଁ ବିନା ଘୁଙ୍ଗୁରରେ ନାଚିବି‌ । ଆଲବମ୍ ମଧ୍ୟରେ ଅଧିକ ଲୋକପ୍ରିୟ ହୋଇଥିବା ଆଲବମ୍ ହେଉଛି ‌ଜାଇ ଫୁଲ‌ । ଲିପି ପାଖାପାଖି ୩୦୦୦ରୁ ଅଧିକ ଆଲବମ୍‌ରେ ଅଭିନୟ କରିଛନ୍ତି । ଲିପିଙ୍କୁ ‌ଆଲବମ୍ କୁଇନ୍‌ ବୋଲି କୁହାଯାଏ ।[] ସେ ସେତେବେଳର ଆଲବମ୍‌ରେ ଅଭିନୟ କରୁଥିବା ପ୍ରାୟ ସବୁ ନାୟକଙ୍କ ସ‌ହ କାମ କରିଥିଲେ ।

ଚଳଚ୍ଚିତ୍ର

ସମ୍ପାଦନା

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଓମ ଶାନ୍ତି ଓମରେ ୨୦୦୫ରେ ଓଡ଼ିଆ କଥାଚିତ୍ରରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଦୀର୍ଘ ଦିନର ବ୍ୟବ‌ଧାନ ପରେ ଲିପି ୨୦୧୨ରେ ବ୍ୟାଡ଼୍ ଗାର୍ଲରେ ପୁଣିଥରେ ଚଳଚ୍ଚିତ୍ରକୁ ଫେରିଥିଲେ । ଏହି ଚଳଚ୍ଚିତ୍ରରେ ମିହିର ଦାସ ଏବଂ ବବ୍‌ଲି ଲିପିଙ୍କ ସ‌ହ ମୁଖ୍ୟ ଭୂମିକାରେ ଥିଲେ । ପରେ ପରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହେଉଛି: ଅରିନ୍ଦମ ରାୟଙ୍କ ସ‌ହ ଡାଡି, ମୀମାଂସା, ଗଳ୍ପ ନୁହେଁ ଅଳ୍ପ ଦିନର[]

ଅଭିନେତା ମନୋଜ ମିଶ୍ରଙ୍କ ସ‌ହ ‌ଆଦିଭୂମି‌ ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ଦୂରଦର୍ଶନ

ସମ୍ପାଦନା

ଲିପି ଇ ଟିଭି ଓଡ଼ିଆରେ ପ୍ରସାରିତ କାର୍ଯ୍ୟକ୍ରମ ‌ଅନନ୍ୟା‌ରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ପୁଣିଥରେ ଇ ଟିଭି ଓଡ଼ିଆରେ ‌ଆପଣଙ୍କ ପସନ୍ଦ‌ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଦୂରଦର୍ଶନରେ ପ୍ରସାରିତ କିଛି କାର୍ଯ୍ୟକ୍ରମରେ ମଧ୍ୟ ଲିପି ବିଚାରିକା ଭାବରେ କାର୍ଯ୍ୟ କରିଥିଲେ ।[] କାହ୍ନୁଚରଣ ମହାନ୍ତିଙ୍କ ଲିଖିତ ଉପନ୍ୟାସ 'କା'ର ନାଟ୍ୟ ରୂପାନ୍ତରରେ ଲିପି ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିଲା ।

ଅଭିନୀତ କଥାଚିତ୍ର

ସମ୍ପାଦନା
ବର୍ଷ ଚଳଚ୍ଚିତ୍ର ଭୂମିକା
୨୦୦୫ ଓମ ଶାନ୍ତି ଓମ
୨୦୧୨ ବ୍ୟାଡ଼୍ ଗାର୍ଲ
୨୦୧୪ ଡାଡି
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ମୀମାଂସା

ବଛା ବଛା ଆଲବମ୍

ସମ୍ପାଦନା
  • ଆଲବମ୍ କୁଇନ୍
  • ଜାଇଫୁଲ
  • ସାଗରେ ତ ରଙ୍ଗ ପରି
  1. "ବୁଦ୍ଧାଦିତ୍ୟ-ଲିପିଙ୍କ ରୋମାନସ୍‌ ପରଦାକୁ ଆସି ପାରିନାହିଁ". sambad.in. 7 November 2017. Retrieved 10 March 2018.
  2. ୨.୦ ୨.୧ "Kathare Kathare - Actress Lipi - Etv News Odia". ଈ ଟିଭି ନ୍ୟୁଜ ଓଡ଼ିଆ. 16 January 2016. Retrieved 10 March 2017.
  3. ୩.୦ ୩.୧ ""Lipi Mohapatra" Odia Album Queen Biography, Career". E News ଓଡ଼ିଆ. 17 September 2016. Retrieved 10 March 2017.
  4. "OTV Gap Sap With Odia Heroine LIPI |". ଓ ଟିଭି. 28 December 2016. Retrieved 10 March 2017. {{cite news}}: Cite has empty unknown parameter: |2= (help); Text "Gungun" ignored (help)

ବାହାର ଆଧାର

ସମ୍ପାଦନା

ଇଣ୍ଟରନେଟ ମୁଭି ଡାଟାବେସରେ ଲିପି