ବର୍ଷା ପ୍ରିୟଦର୍ଶିନୀ
ବର୍ଷା ପ୍ରିୟଦର୍ଶିନୀ (ଜନ୍ମ: ୭ ଅଗଷ୍ଟ ୧୯୮୪) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ ଚଳଚ୍ଚିତ୍ର ସହିତ କିଛି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୩ ମସିହାରେ ସେ ଉତ୍ତମ ମହାନ୍ତି ଏବଂ ମିଥୁନ ଚକ୍ରବର୍ତ୍ତୀ ଅଭିନୀତ ଓଡ଼ିଆ କଥାଚିତ୍ର ଏ ଯୁଗର କୃଷ୍ଣ ସୁଦାମା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ସାବତ ମାଆ, ବାଜି, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୁର ଦି ଟୋପା ଲୁହ, ତୋତେ ମୋ ରାଣ, ଥ୍ୟାଙ୍କ୍ ୟୁ ଭଗବାନ ଭଳି ସଫଳ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ ମସିହାରେ ସେ ବଙ୍ଗଳା ଚଳଚ୍ଚିତ୍ର ଜୋର୍ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଗୋଲ୍ମାଲ୍, ଲଭ୍ ଷ୍ଟୋରୀ, ବାଳିକା ବଧୂ, ଟକ୍କର, ହସି ଖୁସି କ୍ଲବ୍, ଟୁପୁରୁ ଟୁପୁର ବ୍ରିଷ୍ଟି ପଡ଼େ, ଅଚେନା ପ୍ରେମ୍ ଭଳି ବଙ୍ଗଳା କଥାଚିତ୍ରରେ ସେ ଅଭିନୟ କରିଛନ୍ତି ।
ବର୍ଷା ପ୍ରିୟଦର୍ଶିନୀ | |
---|---|
![]() | |
ଜନ୍ମ | ବର୍ଷା ପ୍ରିୟଦର୍ଶିନୀ ଅଗଷ୍ଟ ୭, ୧୯୮୪ |
ବୃତ୍ତି | ଓଡ଼ିଆ ଓ ବଙ୍ଗଳା କଥାଚିତ୍ର ଅଭିନେତ୍ରୀ |
Years active | ୨୦୦୭-ଏବେଯାଏଁ |
ଜୀବନସାଥୀ | ଅନୁଭବ ମହାନ୍ତି |
Parent | ଦୀପା ସାହୁ[୧] |
ପରିବାରସମ୍ପାଦନ କରନ୍ତୁ
ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଦୀପା ସାହୁଙ୍କ ଝିଅ ।[୨]
କଥାଚିତ୍ର ଜୀବନସମ୍ପାଦନ କରନ୍ତୁ
୨୦୦୩ ମସିହାରେ ସେ ଏ ଯୁଗର କୃଷ୍ଣ ସୁଦାମା କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ବର୍ଷା ଶିଶୁ କଳାକାର ଭାବରେ ମା ଏବଂ ଗୋଲାମଗିରି ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଇ-ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ । ଏହା ଥିଲା ବର୍ଷାଙ୍କର ପ୍ରଥମ ଦୂରଦର୍ଶନ ଧାରାବାହିକ ।[୩] ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
ମାନସମ୍ମାନସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ http://sambad.in/news/entertainment/ollywood-actress-barsha-was-very-fond-of-chocolate/53810.html
- ↑ incredibleorissa.com: barsha-priyadarshini
- ↑ "ବର୍ଷା ପ୍ରିୟଦର୍ଶିନୀ ଫିଲ୍ମରୁ ନୁହେଁ, ଟେଲିଭିଜନ୍ରୁ କ୍ୟାରିଅର୍ ଆରମ୍ଭ କରିଥିଲେ". sambad.in. 17 January 2018. Retrieved 1 February 2018.
- ↑ "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013.
Release Date – 11th January 2013
ବାହାର ଆଧାରସମ୍ପାଦନ କରନ୍ତୁ
- ବର୍ଷା ପ୍ରିୟଦର୍ଶିନୀ (ଇଣ୍ଟରନେଟ ମୁଭି ଡାଟାବେସରେ)