ହ୍ୟୁମାନ ସାଗର

ଓଡ଼ିଆ ସିନେମା ଗାୟକ

ହ୍ୟୁମାନ ସାଗର ହେଉଛନ୍ତି ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଚ୍ଛଦପଟ୍ଟ ଗାୟକ । ତାଙ୍କୁ ସ୍ଥାନୀୟ ଅଧିବାସୀ ଓଡ଼ିଶାର ଅରିଜିତ ସିଂ କହି ମଧ୍ୟ ସମ୍ବୋଧନ କରିଥାନ୍ତି । ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିୟଲିଟି ସୋ "ଭଏସ ଅଫ ଓଡ଼ିଶା ସିଜନ-୨"ରେ ଜିତିକରି ସେ ଲୋକଲୋଚନକୁ ଆସିଥିଲେ । ସଂଗୀତ ପ୍ରତି ତାଙ୍କର ନିଶା ଯୋଗୁଁ ସେ ଡାକ୍ତରୀ ପାଠପଢ଼ା ଅଧାରୁ ଛାଡିଦେଇଥିଲେ ।[୧]

ହ୍ୟୁମାନ ସାଗର
ଜନ୍ମଟିଟିଲାଗଡ଼, ବଲାଙ୍ଗିର ଜିଲ୍ଲା
ଜନ୍ମସ୍ଥାନଓଡ଼ିଶା
ପେଷାକଣ୍ଠଶିଳ୍ପୀ
କାର୍ଯ୍ୟକାଳ୨୦୧୫–ବର୍ତ୍ତମାନ

ଜୀବନୀ ସମ୍ପାଦନା

ହ୍ୟୁମାନ ତୃତୀୟ ଶ୍ରେଣୀର ଛାତ୍ର ଥିବା ଅବସ୍ଥାରୁ ହିଁ ଗୁରୁ ଶ୍ରୀ ଶୁଭ୍ରାଂଶୁ ମିଶ୍ରଙ୍କର ସହାୟତାରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ତାଙ୍କ ନିଜ ଘର ବଲାଙ୍ଗୀରର ଜିଲ୍ଲାର ଟିଟଲାଗଡ ସହରରେ । [୧]ପିଲାଟିବେଳୁ ସେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପୁରସ୍କାର ଜିତୁଥିଲେ । ତାଙ୍କର ଜେଜେବାପା ବିଭିନ୍ନ ସମ୍ବଲପୁରୀ ଲୋକଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।[୨] ହ୍ୟୁମାନ ତାଙ୍କ ବାନ୍ଧବୀ ଶ୍ରୀୟାଙ୍କ ସହ ବିବାହ କରିଥିଲେ ।[୨][୩] ତାଙ୍କର ବାପା ଜଣେ ଅଲ ଇଣ୍ଡିଆ ରେଡ଼ିଓ 'ବି' ଗ୍ରେଡ଼ ଗାୟକ, ତାଙ୍କ ମାତା ଜଣେ ସଂଗୀତକାର ।[୪]

ସେ ଡାକ୍ତର ହେବା ପାଇଁ ମେଡିକାଲ କଲେଜରେ ଯୋଗ ଦେଇଥିଲେ, ମାତ୍ର ସଂଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଏବଂ ନିଶା ଯୋଗୁଁ ପ୍ରଥମ ବର୍ଷରୁହିଁ ସେ ଡାକ୍ତରୀ ପାଠପଢ଼ା ଛାଡିଦେଇ ଚାଲିଆସିଥିଲେ ସଙ୍ଗୀତର ଦୁନିଆକୁ ।[୪]

ସଂଗୀତ ଜୀବନ ସମ୍ପାଦନା

ଅଭିଜିତ ମଜୁମଦାରଙ୍କର ନିର୍ଦ୍ଦେଶନାରେ ଇସ୍କ ତୁ ହି ତୁ ଚଳଚ୍ଚିତ୍ରର ମୁଖ୍ୟ ଗୀତଟି ଗାଇଥିଲେ ଯାହା ତାଙ୍କୁ ଶ୍ରୋତାଗଣରେ ଲୋକପ୍ରିୟ କରାଇପାରିଥିଲା ।[୨] ସେ ୨୦୧୭ ମସିହାରେ ଗଜଲ ଗଜଲ ଗୀତ ନିମିତ୍ତ ସେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଚକୋଲେଟ ପୁରସ୍କାର ଜିତିଥିଲେ ।[୫] ସେ ଏକ ହିନ୍ଦୀ ଆଲବମ "ମେରା ୟେ ଜହାଁ "ରେ ମଧ୍ୟ କଣ୍ଠଦାନ କରିଛନ୍ତି ।[୬]

ଗାଇଥିବା ଗୀତର ତାଲିକା ସମ୍ପାଦନା

ଗାଇଥିବା ଚଳଚ୍ଚିତ୍ର ସମ୍ପାଦନା

ରିଲିଜ ବର୍ଷ ଚଳଚ୍ଚିତ୍ର
୨୦୧୫ ଇସ୍କ ତୁ ହି ତୁ
୨୦୧୫ ଗପ ହେଲେ ବି ସତ
୨୦୧୫ ରକ ଷ୍ଟାର
୨୦୧୫ ଲଭ ୟୁ ହମେଶା
୨୦୧୫ ପିଲାଟା ବିଗିଡ଼ିଗଲା
୨୦୧୫ ଆଶିକ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର
୨୦୧୬ ଗୋଟେ ଶୁଆ ଗୋଟେ ଶାରୀ
୨୦୧୬ ଜବରଦସ୍ତ ପ୍ରେମିକ
୨୦୧୬ ଅଗସ୍ତ୍ୟ
୨୦୧୬ ଝିଅଟା ବିଗିଡ଼ିଗଲା
୨୦୧୬ ବେବି
୨୦୧୬ ମୁଁ ଗାନ୍ଧୀ ନୁହେଁ
୨୦୧୬ ପ୍ରେମର ନିଶା ନିଆରା ନିଆରା
୨୦୧୭ ନିଝୁମ ରାତିର ସାଥୀ
୨୦୧୭ ଦିଲ୍ ଦିୱାନା ହେଇଗଲା
୨୦୧୭ ସୀତାରାମଙ୍କ ବାହାଘର କଳିଯୁଗରେ
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ
୨୦୧୭ ଟିକେ ଖରା ଟିକେ ଛାଇ
୨୦୧୭ ମିଠା ମିଠା
୨୦୧୭ ଅଭୟ
୨୦୧୭ ରୋମିଓ ଜୁଲିଏଟ
୨୦୧୭ ମୁଁ ଖାଣ୍ଟି ଓଡ଼ିଆ ଝିଅ
୨୦୧୭ ହିରୋ ନଂ ୱାନ୍
୨୦୧୭ ଟିକେ ଅନାଡ଼ି ପୂରା ଖିଲାଡ଼ି
୨୦୧୭ ତୋ ପ୍ରେମରେ ପଡ଼ିଲା ପରେ
୨୦୧୭ ଲୈଲା ଓ ଲୈଲା
୨୦୧୮ ଓନ୍‌ଲି ପ୍ୟାର
୨୦୧୮ ହାପି ଲକି
୨୦୧୮ ମନର ମାନସୀ
୨୦୧୮ ଯୋଗୀ (ଓଡ଼ିଆ କଥାଚିତ୍ର)
୨୦୧୮ ଶକ୍ତି (ଓଡ଼ିଆ କଥାଚିତ୍ର)
୨୦୧୮ ଲଭ୍ ପ୍ରମିଜ୍
୨୦୧୮ ସୁନ୍ଦରଗଡ଼ର ସଲମାନ୍ ଖାନ୍
୨୦୧୮ ୪ ଇଡିଅଟସ୍
୨୦୧୮ ଟୋକାଟା ଫସିଗଲା
୨୦୧୮ ଲୋକାଲ ଟୋକା ଲଭ୍ ଚୋଖା
୨୦୧୮ ବ୍ଲାକ୍‌ମେଲ୍
୨୦୧୮ ଇସ୍କ ପୁଣିଥରେ
୨୦୧୮ ପ୍ରେମ୍ କୁମାର

ଗାଇଥିବା କିଛି ପ୍ରସିଦ୍ଧ ଗୀତ ସମ୍ପାଦନା

ପ୍ଲେ-ଲିଷ୍ଟ ସମ୍ପାଦନା

ଆଧାର ସମ୍ପାଦନା

ବାହାର ଆଧାର ସମ୍ପାଦନା

Lua error in package.lua at line 80: module 'Module:Authority control/config' not found.