ସୀତାରାମଙ୍କ ବାହାଘର କଳିଯୁଗରେ

୨୦୧୭ର ଓଡ଼ିଆ କଥାଚିତ୍ର

ସୀତାରାମଙ୍କ ବାହାଘର କଳିଯୁଗରେ ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ[୧][୨] ଏବଂ ତେଲୁଗୁ କଥାଚିତ୍ର ।[୩][୪] ଓଡ଼ିଆ କଥାଚିତ୍ର ଜଗତ ଏବଂ ତେଲୁଗୁ କଥାଚିତ୍ର ଜଗତର କଳାକାରଙ୍କ ସମିଶ୍ରଣରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟି ୩୧ ମାର୍ଚ୍ଚ ୨୦୧୭ରେ ମୁକ୍ତିଲାଭ କରିଥିଲା । ତେଲୁଗୁ ନିର୍ଦ୍ଦେଶକ ଜି.ଏନ୍.ଏସ୍. ପ୍ରସାଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି । ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଓଡ଼ିଆ ଗୀତ ପାଇଁ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ ।

ସୀତାରାମଙ୍କ ବାହାଘର କଳିଯୁଗରେ
ନିର୍ଦ୍ଦେଶକଜି.ଏନ୍.ଏସ୍. ପ୍ରସାଦ
ପ୍ରଯୋଜକଏଦୁପୁଗନ୍ତି ଶେଷଗିରି ଏବଂ ମରେଦୀ ପିଚ୍ଚି ରେଡ୍ଡି
ସଂଳାପଡଃ ରଜନୀ ରଞ୍ଜନ
କଳାକାରସବ୍ୟସାଚୀ ମିଶ୍ର, ମନେଶା, ସୁମନ ତଲ‌ୱାର, ବିଜୟ ମହାନ୍ତି, ଅନିତା ଦାସ, ପପୁ ପମ ପମ, ଜୀବନ ପଣ୍ଡା, ନେହା
ସଙ୍ଗୀତକିଷନ୍ କାବାଦିୟା
ଚିତ୍ରଗ୍ରହଣପ୍ରସାଦ ଏଡ଼ରା
ସମ୍ପାଦକଭି.ଏସ୍. ନ‌ଗିରେଡ୍ଡି
ମୁକ୍ତିଲାଭ ତାରିଖ
୩୧ ମାର୍ଚ୍ଚ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଏହି ଚଳଚ୍ଚିତ୍ରରେ ଓଡ଼ିଆ କଳାକାର ସବ୍ୟସାଚୀ ମିଶ୍ର, ବିଜୟ ମହାନ୍ତି, ଅନିତା ଦାସ, ପପୁ ପମ ପମ, ଜୀବନ ପଣ୍ଡା, ମନୀଶା ଚାଟାର୍ଜୀ ଆଦି ଅଭିନୟ କରିଥିଲେ ।[୫] ତେଲୁଗୁ କଳାକାର ମନେଶା, ସୁମନ ତଲ‌ୱାର, ନେହା ଆଦି ଅଭିନୟ କରିଥିଲେ ।[୬]

ଅଭିନୟ ସମ୍ପାଦନ କରନ୍ତୁ

ସୀତାରାମଙ୍କ ବାହାଘର କଳିଯୁଗରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:

କାହାଣୀ ସମ୍ପାଦନ କରନ୍ତୁ

ଗୀତ ଏବଂ ସଙ୍ଗୀତ ସମ୍ପାଦନ କରନ୍ତୁ

ଏହି ଚଳଚ୍ଚିତ୍ରର ଓଡ଼ିଆ ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ରିଷ୍ଣା କାବାଦିୟା । ଗୀତଗୁଡ଼ିକର କଣ୍ଠାଦାନ କରିଥିଲେ ବିଭୁ କିଶୋର, ସତ୍ୟଜିତ ଚରଣ, ହ୍ୟୁମାନ ସାଗର, ସଞ୍ଜୁ ମହାନ୍ତି, ସବ୍ୟସାଚୀ ମିଶ୍ର, ଅସୀମା ।

ଗୀତ ସମ୍ପାଦନ କରନ୍ତୁ

ଗୀତ ରଚନା କଣ୍ଠଦାନ
ସୀତାରାମଙ୍କ ହେବ ବାହାଘର ଅରୁଣ ମନ୍ତ୍ରୀ
ଚୁମ୍ମା ଫୋଟକା ନିର୍ମଳ ନାୟକ ହ୍ୟୁମାନ ସାଗର, ସଞ୍ଜୁ ମହାନ୍ତି
ତୁ ବିଛୁଆତି ମାର୍କା ନିର୍ମଳ ନାୟକ ସବ୍ୟସାଚୀ, ଅସୀମା
କାହିଁକି ମନେପଡ଼ୁ ଏତେ ଅରୁଣ ମନ୍ତ୍ରୀ ହ୍ୟୁମାନ ସାଗର

ପୁରସ୍କାର ସମ୍ପାଦନ କରନ୍ତୁ

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ହାସ୍ୟ ଅଭିନେତା ଜୀବନ ପଣ୍ଡାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।[୯]

ଆଧାର ସମ୍ପାଦନ କରନ୍ତୁ

  1. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  2. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  3. "ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ". ଧରିତ୍ରୀ (in Odia). ଓଡ଼ିଶା. 18 October 2018. p. 8. Archived from the original on 23 October 2018. Retrieved 23 October 2018.{{cite news}}: CS1 maint: unrecognized language (link)
  4. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  5. "odia star sabyasachi mishra's tollywood debut". Tollywood.net. 17 February 2017. Retrieved 13 April 2017.
  6. "SITA RAMA NKA BAHAGHARA (KALI JUGARE) ODIA MOVIE OF SABYASACHI". IncredibleOrissa.com. 11 November 2017. Retrieved 13 April 2017.
  7. "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  8. Nayak, Elina Priyadarshini (26 February 2017). "Meet Sabyasachi Mishra, the 'Half telugu' Odia superstar". Times of India. Retrieved 13 April 2017.
  9. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.

ବାହାର ଆଧାର ସମ୍ପାଦନ କରନ୍ତୁ