ହିରୋ ନଂ ୱାନ୍

୨୦୧୭ର ଓଡ଼ିଆ କଥାଚିତ୍ର

ହିରୋ ନଂ ୱାନ୍, ୨୦୧୭ ଦୂର୍ଗାପୂଜା ସମୟରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୩][୪][୫] ଏହି କଥାଚିତ୍ରଟି ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ।[୬][୭] ନିର୍ଦ୍ଦେଶକ ତାପସ ସରଘରିଆ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୮][୯] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧୦][୧୧]

ହିରୋ ନଂ ୱାନ୍
ନିର୍ଦ୍ଦେଶକତାପସ ସରଘରିଆ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟତାପସ ସରଘରିଆ
କାହାଣୀରଣଜିତ ପଟ୍ଟନାୟକ
କଳାକାରବାବୁଶାନ୍
ଭୂମିକା ଦାଶ
ମିହିର ଦାସ
କୁନା ତ୍ରିପାଠୀ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୨୪ ସେପ୍ଟେମ୍ବର ୨୦୧୭[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ବାବୁଶାନ୍ ଏବଂ ନାୟିକା ଭୂମିକା ଦାଶ[୧୨][୧୩][୧୪] ଭୂମିକା ନାୟିକା ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ତୁ ମୋ ଲଭ୍ ଷ୍ଟୋରୀରେ ତରଙ୍ଗ ସିନେ ପ୍ରଡକ୍ସନ ସ‌ହ କାର୍ଯ୍ୟ କରିଥିଲେ ।[୧୫][୧୬][୧୭] ଏହି ଚଳଚ୍ଚିତ୍ରଟି ତାଙ୍କର ୨ୟ ଚଳଚ୍ଚିତ୍ର ଥିଲା । ଏଥିରେ ଭୂମିକା ଜଣେ ସମ୍ବାଦ‌ଦାତାର ଭାବରେ ଅଭିନୟ କରିଥିଲେ ।[୧୮] ଏହି କଥାଚିତ୍ରଟିରେ ମିହିର ଦାସ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଦୀପକ ମିଶ୍ର, ଅସୀତ ପତି, ତ୍ରିଭୁବନ, ଜୟପ୍ରକାଶ, ପୁଷ୍ପା ପଣ୍ଡା, ଶକ୍ତି ବରାଳ, ପ୍ରଦ୍ୟୁମ୍ନ ଲେଙ୍କା ଆଦି କଳାକାରମାନେ ଅଭିନୟ କରିଥିଲେ ।[୧୯][୨୦]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

କାହାଣୀ ଅନୁସାରେ ନାୟକ ସଞ୍ଜୁ ଓଡ଼ିଆ ଅଭିନେତା ବାବୁଶାନ୍ ମହାନ୍ତିଙ୍କର ଜଣେ ପ୍ରଶଂସକ । ସେ ଓଡ଼ିଆ କଥାଚିତ୍ର ଜଗତର ନାୟକ ହେବା ତା'ର ସ୍ୱପ୍ନ । ତା'ର ବାପା ବୃତ୍ତିରେ ଜଣେ ଓକିଲ, ତାଙ୍କର ଇଚ୍ଛା, ତାଙ୍କ ପୁଅ ଜଣେ ଓକିଲ ହେଉ । ସେଇଥିପାଇଁ ସେ ତାକୁ ଏକ ବଡ଼ କଲେଜରେ ପାଠ ପଢ଼ାନ୍ତି, ମାତ୍ର ସେ ଜାଣିଶୁଣି ପରୀକ୍ଷା ନ ଦେଇ ଫେଲ ହେଇଯାଏ ଆଉ ଅଭିନୟରେ ମାତିଯାଏ । ମାତ୍ର ସମାଜର କିଛି ପରିସ୍ଥିତି ତାକୁ ପୁଣିଥରେ ଓକିଲାତିକୁ ଟାଣିନିଏ ଆଉ ସେ ଭଲପାଇବସେ ସେହି ପେଷାକୁ ।[୨୬] ସମାଜରେ ହେଉଥିବା ଅସୁବିଧା ଉପରେ ଆଙ୍ଗୁଳି ଉଠାଇ ସଞ୍ଜୁ ସେ ସବୁ ଉପରେ ଲୋକଙ୍କୁ ନ୍ୟାୟ ଦେବାରେ ଲାଗିଯାଏ ।[୨୭]

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲ ଅଭିଜିତ ମଜୁମଦାର[୨୮][୨୯][୩୦][୧୭] ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ହିରୋ ନଂ ୱାନ୍"ଅଭିଜିତ ମଜୁମଦାର 
2."ଡିଜେ ବାଲା ଡ୍ୟାନ୍ସ"ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
3."କାଞ୍ଚିରେ କାଞ୍ଚିରେ"  
4."ଏ ଜୀବନ ଧୁଆଁ ଧୁଆଁ ଲାଗେରେ"  
5."ତୁ ମୋ ଡାର୍ଲିଙ୍ଗ୍ ଡାର୍ଲିଙ୍ଗ୍‌ରେ"ଦୀପ୍ତିରେଖା ପାଢ଼ୀ[୩୧] 
6."ଛିଟା ଛିଟା ବର୍ଷାରେ"  

ଆଧାର ସମ୍ପାଦନା

  1. "୨୪ରେ ' ହିରୋ ନମ୍ବର ଓ୍ବାନ୍‌' !". ସମ୍ବାଦ. 20 September 2017. Archived from the original on 24 September 2017. Retrieved 21 September 2017.
  2. "ଆଜି ଶୁଭମୁକ୍ତି 'ହିରୋ ନମ୍ବର ଓ୍ବାନ୍‌'". sambad.in. 24 September 2017. Archived from the original on 26 September 2017. Retrieved 24 September 2017.
  3. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  4. "ନାୟକ-ନାୟିକା ଲଢ଼େଇ". ସମାଜ. 15 October 2017. Retrieved 15 October 2017.[permanent dead link]
  5. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  6. "ସାବାସ୍ ସୁରଦାସ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  7. "Babushan and Bhoomika new Odia Film Hero No 1". Best Odisha. Archived from the original on 11 September 2017. Retrieved 8 September 2017.
  8. "ଓଲିଉଡର ପୂଜାବଜାର ଏକଦମ୍‌ ସରଗରମ!". sambad.in. 29 September 2017. Retrieved 1 October 2017.
  9. "Babushan Mohanty And Bhoomika Dash In The Upcoming Movie "Hero No 1"". E News ଓଡ଼ିଆ. 21 July 2017. Retrieved 8 September 2017.
  10. "Odia Film Actor Babushan Mohanty Upcoming Movie Hero No 1". myodia.org. 29 July 2017. Archived from the original on 10 September 2017. Retrieved 8 September 2017.
  11. "ଓଲିଉଡରେ ତାପସ –ଅଭିଜିତ୍‌ଙ୍କ ହାଟ୍ରିକ୍‌". sambad.in. 26 September 2017. Retrieved 27 September 2017.
  12. "ଦଶହରା ସିନେମା ବଜାର: ଏଥର ବି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ !". sambad.in. 20 September 2017. Archived from the original on 21 September 2017. Retrieved 21 September 2017.
  13. "Hero No.1 Babusan Bhoomika Odia New Movie Info, Cast, Crews, Mp3 Songs, HD Videos, Reviews". Odia360.com. 11 August 2017. Retrieved 8 September 2017.
  14. "ନୂଆ ନାୟିକାଙ୍କ ପରୀକ୍ଷାଗାର". ସମାଜ. 3 September 2017. Retrieved 8 September 2017.[permanent dead link]
  15. "ପୂଜା ବଜାରରେ ପ୍ରଥମ ଥର ପାଇଁ ଏହି ଓଲିଉଡ୍‌ କଳାକାର". ସମ୍ବାଦ. 26 September 2017. Retrieved 26 September 2017.[permanent dead link]
  16. Mohapatra, Mrudu M. (20 August 2017). "Ollywood films to release on Durga Puja 2017". Odia Live. Retrieved 22 September 2017.
  17. ୧୭.୦ ୧୭.୧ "ଭୂମିକାଙ୍କ ନୂଆ ଭୂମିକା". samaj live. 7 August 2017. Archived from the original on 9 August 2017. Retrieved 8 September 2017.
  18. "'ହିରୋ ନମ୍ବର ଓ୍ବାନ୍‌'ରେ କେଉଁ ଭୂମିକାରେ ଅଛନ୍ତି ଓଲିଉଡ୍‌ ନାୟିକା ଭୂମିକା?". ସମ୍ବାଦ. 9 September 2017. Archived from the original on 13 September 2017. Retrieved 10 September 2017.
  19. "କାବୁଲା ଶିବା ଦେବେ ହିରୋକୁ ଟକ୍କର". ସମାଜ. 24 September 2017. Retrieved 30 September 2017.[permanent dead link]
  20. "ପୂଜାରେ ତିନି". ସମ୍ବାଦ. 18 September 2017. Archived from the original on 21 September 2017. Retrieved 21 September 2017.
  21. "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍‍ ରୋଲ୍‌". sambad.in. 24 April 2018. Retrieved 6 June 2018.
  22. "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍‌ ନାୟିକା". sambad.in. 26 April 2018. Retrieved 6 June 2018.
  23. "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  24. "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
  25. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  26. "'ହିରୋ'କୁ ନେଇ ଚର୍ଚ୍ଚା". ସମାଜ. 17 September 2017. Retrieved 17 September 2017.[permanent dead link]
  27. "ବାବୁଙ୍କ ଯୁକ୍ତି". ସମାଜ. 8 October 2017. Retrieved 8 October 2017.[permanent dead link]
  28. "ଅଭିଜିତ-ପ୍ରେମ୍ ଆନନ୍ଦ: ସମ୍ପର୍କ ଯୋଡ଼ିଲା ସୋନୁ". ସମାଜ. 24 September 2017. Retrieved 30 September 2017.[permanent dead link]
  29. "ପୂଜା ବଜାରରେ ଧମାଲ କରିବେ ଅନୁଭବ, ବାବୁସାନ ଓ ଅରିନ୍ଦମ". ଖବର ଓଡ଼ିଶା. 7 September 2017. Retrieved 22 September 2017.
  30. "ବାବୁଙ୍କ ନାୟିକା". ସମାଜ. 10 September 2017. Retrieved 10 September 2017.[permanent dead link]
  31. "ଦୀପ୍ତିଙ୍କ 'ହାଏ ତୋ ପ୍ରେମ'". ସମାଜ. 24 September 2017. Retrieved 30 September 2017.[permanent dead link]

ବାହାର ଆଧାର ସମ୍ପାଦନା