ଅଭିଜିତ ମଜୁମଦାର

ଓଡ଼ିଆ ସଙ୍ଗୀତକାର

ଅଭିଜିତ ମଜୁମଦାର (ଜନ୍ମ : ୧୧ ସେପ୍ଟେମ୍ବର ୧୯୭୧) ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ।[୧][୨][୩][୪][୫] ୨୦୦୦ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ୍, ଓଡ଼ିଆ ଧାରାବାହିକ ଆଦିର ଗୀତ ନିର୍ମାଣ କରନ୍ତି । ୧୯୯୧ ମସିହାରେ ଅଭିଜିତ ପ୍ରଥମ କରି ସଙ୍ଗୀତ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସମ୍ବଲପୁରୀ ଆଲବମ୍ ଥିଲା ଦକ୍ସି ଗଲା ।[୬]

ଅଭିଜିତ ମଜୁମଦାର
Born (1971-09-11) ୧୧ ସେପ୍ଟେମ୍ବର ୧୯୭୧ (ବୟସ ୫୨)
Nationalityଭାରତୀୟ
Occupations
  • ସଙ୍ଗୀତ ନିର୍ଦ୍ଦେଶକ
  • କଣ୍ଠଶିଳ୍ପୀ
Years active୧୯୮୯ – ଏବେଯାଏଁ

ବୃତ୍ତି ସମ୍ପାଦନା

ଅଭିଜିତ ମଜୁମଦାର ପ୍ରଥମେ ସମ୍ବଲପୁରୀ ଗୀତରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଏବଂ ସମ୍ବଲପୁରୀ ଇଣ୍ଡଷ୍ଟ୍ରି ପାଇଁ ୭୦୦ରୁ ଅଧିକ ଗୀତ ନିର୍ମାଣ କରିଛନ୍ତି ।[୭]

କଥାଚିତ୍ର ଓ ଆଲବମ୍ ବ୍ୟତୀତ ଅଭିଜିତ କିଛି ଦୂରଦର୍ଶନରେ କାର୍ଯ୍ୟ କରିଛନ୍ତି । ସେ ଏମ୍.ବି.ସି. ଟିଭିରେ ଅନ୍ତାକ୍ଷରୀ କାର୍ଯ୍ୟକ୍ରମର ଉପସ୍ଥାପକ ତଥା ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ତରଙ୍ଗ ଟିଭିରେ ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର, ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ଭଳି କାର୍ଯ୍ୟକ୍ରମର ଉପସ୍ଥାପନା କରିଛନ୍ତି ।

କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ମନ୍ତବ୍ୟ
୨୦୦୦ କାଶିଆ କପିଳା ପ୍ରଥମ କଥାଚିତ୍ର
୨୦୦୪ ରଖିବ ଯଦି ସେ ମାରିବ କିଏ
୨୦୦୭ ମୋ ସୁନା ପୁଅ
୨୦୦୮ ମୁନ୍ନା: ଏ ଲଭ୍ ଷ୍ଟୋରୀ
ତୋ ବିନା ଭଲ ଲାଗେନା
୨୦୧୦ ଶୁଭ ବିବାହ
ଶଶୁର ଘର ଜିନ୍ଦାବାଦ
ଓମ୍ ନମଃ ଶିବାୟ
ତୁ ଥା ମୁଁ ଯାଉଛି ରୁଷି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
୨୦୧୧ ବାଳୁଙ୍ଗା ଟୋକା
କିଛି ଖଟା କିଛି ମିଠା
ଆଇନ କାନୁନ୍
୨୦୧୨ ମାଟ୍ରିକ୍ ଫେଲ୍
ରଙ୍ଗିଲା ଟୋକା
ଲଭ୍ ମାଷ୍ଟର
ଜଗୁ ଅଟୋବାଲା
୨୦୧୩ ଲଭ୍ ହେଲା ଏମିତି
ଚଉକା ଛକା
ଟାର୍ଗେଟ୍
ସଲାମ ସିନେମା
ରୁଦ୍ର
ଅଶୋକ ସମ୍ରାଟ
ହରି ଓମ୍ ହରି
ଡାହା ବାଳୁଙ୍ଗା
ଟଙ୍କା ତତେ ସଲାମ
କେହି ଜଣେ ଭଲ ଲାଗେରେ
୨୦୧୪ ପୁଣି ଦେଖା ହେବ ଆର ଜନମରେ
ସ୍ମାଇଲ୍ ପ୍ଲିଜ୍
ଆମେ ତ ଟୋକା ଷଣ୍ଢ ମାର୍କା
ସମଥିଙ୍ଗ୍ ସମଥିଙ୍ଗ୍ ୨
ଗଞ୍ଜା ଲଢ଼େଇ
୨୦୧୫ ଯିଏ ଯାହା କହୁ ମୋର ଢୋ
ଭଉଁରୀ
ଇସ୍କା ତୁ ହି ତୁ
ନୂଆ ନୂଆ ପ୍ରେମରେ
କିଏ ଦେବ ଟକ୍କର
Aashiq
୨୦୧୬ ସମୟ ବଡ଼ ବଳବାନ
ଜବରଦସ୍ତ ପ୍ରେମିକ
ଲଭ୍ ଷ୍ଟେସନ୍
ଲଭ୍ ପାଇଁ କୁଛ୍ ଭି କରେଗା
୨୦୧୭ ହିରୋ ନଂ ୱାନ୍
ସିଷ୍ଟର ଶ୍ରୀଦେବୀ
କାବୁଲା ବାରବୁଲା କେବଳ କଣ୍ଠଶିଳ୍ପୀ
ସୁନାପିଲା ଟିକେ ସ୍କୃ ଢିଲା
୨୦୧୮ ସୁନ୍ଦରଗଡ଼ର ସଲମାନ୍ ଖାନ୍[୮]
ଓନ୍‌ଲି ପ୍ୟାର୍
ଦିୱାନା ହେଲି ତୋ' ପାଇଁ
ଶକ୍ତି
ଶ୍ରୀମାନ ସୁର୍‌ଦାସ
୨୦୧୯ ଗୋଲ୍‌ମାଲ୍ ଲଭ୍
ବୈଶାଳୀ
ଚାଲ୍ ଟିକେ ଦୁଷ୍ଟ ହେବା
ମିଷ୍ଟର ମଜ୍‌ନୁ
ଜୋର୍‌କା ଝଟ୍‌କା

ଦୂରଦର୍ଶନ ସମ୍ପାଦନା

କାର୍ଯ୍ୟକ୍ରମ ଚେନାଲ୍ ମନ୍ତବ୍ୟ
ଅନ୍ତାକ୍ଷରୀ ଏମ୍.ବି.ସି. ଟିଭି ଉପସ୍ଥାପକ ତଥା ସଂଚାଳକ
ମେଲୋଡି ନାଇଟ୍‌ସ୍ ଉଇଥ୍ ଅଭିଜିତ୍ ମଜୁମଦାର ତରଙ୍ଗ ଟିଭି ଉପସ୍ଥାପକ ତଥା ସଂଚାଳକ
ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ ମଜୁମଦାର ତରଙ୍ଗ ଟିଭି ଉପସ୍ଥାପକ ତଥା ସଂଚାଳକ
ଲକ୍‌ଡାଉନ୍ ଅନ୍ତାକ୍ଷରୀ ତରଙ୍ଗ ଟିଭି ଉପସ୍ଥାପକ ତଥା ସଂଚାଳକ

ଆଧାର ସମ୍ପାଦନା

  1. "ଧରିତ୍ରୀ ଆଳାପ". No. ଧରିତ୍ରୀ ୧୮/୦୮/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. ଧରିତ୍ରୀ. 18 August 2021. Archived from the original on 18 August 2021. Retrieved 18 August 2021.
  2. "Abhijit Majumdar: Movies, Photos, Videos, News, Biography & Birthday". timesofindia.indiatimes.com.
  3. "Sound of music - OrissaPOST". Odisha News, Odisha Latest news, Odisha Daily - OrissaPOST. 28 November 2018.
  4. "'Ja Corona Ja'- A Tribute To Corona Warriors". Mycitylinks- Bhubaneswar | Cuttack | Puri (in ଇଂରାଜୀ).
  5. "Tarang Cine Productions' 'Mr Majnu' opens in theatres to rousing response". Odisha Television Ltd. 4 October 2019.
  6. "About Abhijit Majumdar: Odia music composer". PeoplePill. Retrieved 12 September 2020.
  7. "Abhijit Majumdar - Movies, Biography, News, Age & Photos". BookMyShow.
  8. "ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍‌ ଆନନ୍ଦଙ୍କ ଭିତରେ ଟକ୍‌କର ! | Sambad". ସମ୍ବାଦ. sambad.in. 2 June 2018. Retrieved 12 September 2020.

ବାହାର ଆଧାର ସମ୍ପାଦନା