ଦିଲ୍ ଦିୱାନା ହେଇଗଲା
ଦିଲ୍ ଦିୱାନା ହେଇଗଲା ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ୨୦୧୭ ନବ ବର୍ଷ ସମୟରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସାର୍ଥକ ମୁଭିଜ୍ର ୨୦ ତମ ଚଳଚ୍ଚିତ୍ର ଥିଲା , ଯାହାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।
ଦିଲ୍ ଦିୱାନା ହେଇଗଲା | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ । |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
କାହାଣୀ | ରଣଜିତ ପଟ୍ଟନାୟକ |
କଳାକାର | ବାବୁଶାନ୍, ଶୀତଲ ପାତ୍ର, ଚିଣ୍ଟୁ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା |
ସଙ୍ଗୀତ | ଏସ୍ କୁମାର |
ମୁକ୍ତିଲାଭ ତାରିଖ | ୧୩ ଜାନୁଆରୀ ୨୦୧୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ନାୟକ ଭୂମିକାରେ ଅଭିନେତା ବାବୁଶାନ୍ ମହାନ୍ତି ଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଭିନେତ୍ରୀ ଶୀତଲ । ବାବୁଶାନ ଏବଂ ଶୀତଲଙ୍କୁ ଛାଡ଼ିଦେଲେ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଜ୍ଞା ଏବଂ ଚିଣ୍ଟୁ ଆଦି କଳାକାରମାନେ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଚଳଚ୍ଚିତ୍ରଟିରେ ବାବୁଶାନ୍ ନାୟକ ଥିବା ବେଳେ ନାୟିକା ଥିଲେ ଅଭିନେତ୍ରୀ ଶୀତଲ । ଶୀତଲ ଏବଂ ବାବୁଶାନଙ୍କର ଏହା ଥିଲା ଏକତ୍ର ଭାବେ ଚତୁର୍ଥ ଚଳଚ୍ଚିତ୍ର । ଏହା ପୂର୍ବରୁ ସେ, ଯିଏ ଯାହା କହୁ ମୋର ଢୋ,ଭଲ ପାଏ ତୋତେ ୧୦୦ରୁ ୧୦୦, ତୁ ଯେ ସେଇ ଆଦି ଚଳଚ୍ଚିତ୍ରରେ ବାବୁଙ୍କ ସହ ଅଭିନୟ କରିସାରିଥିଲେ ।[୫] ଏହି ଚଳଚ୍ଚିତ୍ରରେ ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ମଧ୍ୟ ଅଭିନୟ କରିଥିଲେ । ତାଙ୍କ ସହ ପ୍ରଜ୍ଞା ଖଟୁଆ ମଧ୍ୟ ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ । ଛୋଟ ପରଦାର ଅଭିନେତା ଚିଣ୍ଟୁଙ୍କୁ ଏହି ଚଳଚ୍ଚିତ୍ରରେ ଖଳନାୟକ ଭାବେରେ ନିଆଯାଇଥିଲା । ଓଡ଼ିଆ କଥାଚିତ୍ର ଜଗତରେ ଏହା ଥିଲା ଚିଣ୍ଟୁଙ୍କର ପ୍ରଥମ ଚଳଚ୍ଚିତ୍ର ।
- ବାବୁଶାନ୍[୬]
- ଶୀତଲ ପାତ୍ର-ଶିଖା
- ଚିଣ୍ଟୁ-ଖଳନାୟକ
- ପ୍ରଦ୍ୟୁମ୍ନ ଲେଙ୍କା
- ପ୍ରଜ୍ଞା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍ କୁମାର । ଅରୁଣ ମନ୍ତ୍ରୀ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସମସ୍ତ ଗୀତଗୁଡ଼ିକୁ ରଚନା କରିଥିଲେ । ବାବୁଶାନ, ସଂଗ୍ରାମ ମହାନ୍ତି, ତାରିକ, ହ୍ୟୁମାନ ସାଗର, ଜାଗୃତି, ନିବେଦିତା, ସୌରିନ୍ ଭଟ୍ଟ, ଆଦେଶ କୁମାର, ନମିତା ଅଗ୍ରୱାଲ ପ୍ରମୁଖ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ[୭] |
---|---|---|
ପାଗଳପନ୍ଥୀ ଦିଲ୍ଟା ମୋର | ବାପୁ ଗୋସ୍ୱାମୀ | ସଂଗ୍ରାମ ମହାନ୍ତି |
ତୁ ମୋ ସାରେ ଗା ମା | ହ୍ୟୁମାନ ସାଗର | |
ଏ ଆଖି କୋଉ ପୁଣ୍ୟ କରିଥିଲା | ନିବେଦିତା | |
ଦିଲ୍ ଦିୱାନା ହେଇଗଲା | ବାପୁ ଗୋସ୍ୱାମୀ | ହ୍ୟୁମାନ ସାଗର, ନିବେଦିତା |
ଦିଲ୍ ଦିୱାନା କାଇଁ ହେଲା | ଅରୁଣ ମନ୍ତ୍ରୀ | ହ୍ୟୁମାନ ସାଗର, ନମିତ ଅଗ୍ରୱାଲ |
ଆରେ ତୋର ମୋର ଯୋଡ଼ି | ତାରିକ୍ ଜାଗୃତି | |
ତୋର ମୋର ଯୋଡ଼ି | ||
ତୋ ପାଇଁ ମୋ ଦିଲ୍ ଦିୱାନା | ||
କୋହଲା ପବନ |
ଆଧାର
ସମ୍ପାଦନା- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ ""Suna Pila TIke Screw Dhila" Upcoming Odia Cinema of Babusan & Sheetal". Enews ଓଡ଼ିଆ. 15 February 2017. Retrieved 1 March 2017.
- ↑ "ଏହି ସିନେମାରେ ବାବୁସାନ କରିଥିଲେ ଗେଷ୍ଟ୍ ରୋଲ୍". sambad.in. 24 April 2018. Retrieved 6 June 2018.
- ↑ "Dil Diwana Heigala (2017) Odia Movie Songs". odiapk.in. Retrieved 1 March 2017.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦିଲ୍ ଦିୱାନା ହେଇଗଲା