ତୁ ମୋ ଲଭ୍ ଷ୍ଟୋରୀ
ତୁ ମୋ ଲଭ୍ ଷ୍ଟୋରୀ, ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ ଏବଂ ପ୍ରଯୋଜନା କରିଥିଲେ ଦୀପକ କୁମାର ମିଶ୍ର । ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ଏବଂ କଣ୍ଠଦାନ କରିଥିଲେ ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ ।[୭]
ତୁ ମୋ ଲଭ୍ ଷ୍ଟୋରୀ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ଦୀପକ କୁମାର ମିଶ୍ର |
ସଂଳାପ | ବାପୁ ଗୋସ୍ୱାମୀ, ସନ୍ତୋଷ ନାରାୟଣ ଦାସ[୧] |
କଳାକାର | ସ୍ୱରାଜ ବାରିକ ଭୂମିକା ଦାଶ ମିହିର ଦାସ ଦେବାଶିଷ ପାତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୭ ଅପ୍ରେଲ ୨୦୧୭[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
କିଶୋର ବୟସର ଦୁଇ ଯୁବକ-ଯୁବତୀଙ୍କ ପ୍ରେମ କାହାଣୀକୁ ନେଇ ନିର୍ମତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ସ୍ୱରାଜ ବାରିକ[୮] ଏବଂ ଭୂମିକା ଦାଶ[୯] ଏହି ଚଳଚ୍ଚିତ୍ରର ନାୟକ ଏବଂ ନାୟିକା ଭାବରେ ଅଭିନୟ କରିଥିଲେ ।[୧୦] ମିହିର ଦାସ, ଦେବାଶିଷ ପାତ୍ର, ମନୋଜ ମିଶ୍ର, ପୃଥିରାଜ, ଚୌଧୁରୀ ବିକାଶ ଦାସ ଭଳି ପ୍ରମୁଖ ଅଭିନେତା ଗଣ ଏହି ଚଳଚ୍ଚିତ୍ରରେ ସହ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଏହି ଚଳଚ୍ଚିତ୍ରର କାହାଣୀ ଅନୁସାରେ ଦୁଇ କିଶୋର ବୟସର ନାୟକ ଏବଂ ନାୟିକାଙ୍କୁ ସ୍ଥାନ ଦିଆଯାଇଥିଲା । ସ୍ୱରାଜ, ଯିଏକି ପୂର୍ବରୁ ଶିଶୁକଳାକାର ଭାବରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେ ପ୍ରଥମ ଥର ପାଇଁ ନାୟକ ରୂପେ ଅଭିନୟ ଆରମ୍ଭ କରିଥିଲେ । ନାୟିକା ଭୂମିକାରେ ଅଭିନୟ କରିଥିଲେ ଭୂମିକା, ଯିଏକି ପୂର୍ବରୁ ରୁମ୍କୁ ଝୁମାନା ଚଳଚ୍ଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୧୧]
ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନେ ହେଲେ:
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୧୬] କଣ୍ଠାଦନ କରିଥିଲେ, ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ବିଶ୍ୱଜିତ ମହାପାତ୍ର । ଏହି ଚଳଚ୍ଚିତ୍ରରେ ସମୁଦାୟ ୫ଟି ଗୀତ ଅଛି ।[୧୭] ଚଳଚ୍ଚିତ୍ରଟି ପାଇଁ ଗୀତ ରଚନା କରିଥିଲେ ସୁବ୍ରତ ସ୍ୱାଇଁ ଏବଂ ଅରୁଣ ମନ୍ତ୍ରୀ ।[୧୧]
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ |
---|---|---|
ତୁ ମୋ ଲଭ୍ ଷ୍ଟୋରୀ | ହ୍ୟୁମାନ ସାଗର, ଅନ୍ୟନ୍ୟା ଶ୍ରୀତମ ନନ୍ଦ | |
ଚାଲ ଆମେ ପାଖାପାଖି ବସିବା | ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ | |
ଯଦି ଏଇ ଜୀବନରେ ଆସିଲୁ ଥରେ | ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ | |
ପ୍ରେମରେ ପାପ କେତେ ପୁଣ୍ୟ କେତେ | ବିଶ୍ୱଜିତ ମହାପତ୍ର, ଅନନ୍ୟା ଶ୍ରୀତମ ନନ୍ଦ | |
ଟିକେ ଟିକେ ଅଚିହ୍ନା | ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ |
ପୁରସ୍କାର
ସମ୍ପାଦନାଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ର ପାଇଁ ସ୍ୱରାଜ ଏବଂ ଭୂମିକାଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତା ଏବଂ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହି ଚଳଚ୍ଚିତ୍ରଟିକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ନିର୍ଦ୍ଦଶକ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଆଦି ସମ୍ମାନ ମଧ୍ୟ ପାଇଥିଲା ।[୧୮]
- ଶ୍ରେଷ୍ଠ ଚଳଚ୍ଚିତ୍ର - ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍-୨୦୧୮[୧୯]
ଆଧାର
ସମ୍ପାଦନା- ↑ "ନୂଆ ଉପାୟ". ସମାଜ. 2 April 2017. Retrieved 6 April 2017.[permanent dead link]
- ↑ "Tu Mo Love Story- Teen Age Love Story Based Odia Movie Releasing on 7th April". E News ଓଡ଼ିଆ. 5 April 2017. Retrieved 6 April 2017.
- ↑ "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 2 November 2017. Retrieved 2 November 2017.
- ↑ "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା ?". sambad.in. 30 September 2017. Retrieved 1 October 2017.
- ↑ "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
- ↑ ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
- ↑ "Tu Mo Love Story Odia Film of Swaraj and Bhumika". OdiaInfo.in. Archived from the original on 10 April 2017. Retrieved 6 April 2017.
- ↑ "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.
{{cite news}}
: CS1 maint: unrecognized language (link) - ↑ "ନୂଆ ନାୟିକାଙ୍କ ପରୀକ୍ଷାଗାର". ସମାଜ. 3 September 2017. Retrieved 8 September 2017.[permanent dead link]
- ↑ "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ ୧୧.୦ ୧୧.୧ "The Audio of Romantic Drama "Tu Mo Love Story" Has Been Released". E News ଓଡ଼ିଆ. 8 March 2017. Retrieved 6 April 2017.
- ↑ "ହାଟ୍ରିକ୍ କଲେ ଓଲିଉଡର ଲୋକପ୍ରିୟ ଯୋଡ଼ି ସ୍ୱରାଜ-ଭୂମିକା". ସମ୍ବାଦ. ଭୁବନେଶ୍ୱର: sambad.in. 11 October 2022. Archived from the original on 12 October 2022. Retrieved 12 October 2022.
- ↑ "ଦେବଦାସଙ୍କ ପ୍ରେମିକା ଭୂମିକାରେ ଓଲିଉଡର ଏହି ଟିନଏଜର୍ ନାୟିକା". sambad.in. 26 April 2018. Retrieved 6 June 2018.
- ↑ "୨୦୨୧ରେ ଏହି ଜଣାଶୁଣା ନାୟକଙ୍କ ସହ ଦୁଇଟି ସିନେମାରେ ନଜର ଆସିବେ ଭୂମିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 1 January 2021. Archived from the original on 13 November 2021. Retrieved 13 November 2021.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "'ତୁ ମୋ ଲଭ୍ ଷ୍ଟୋରୀ'ର ଅଡ଼ିଓ ରିଲିଜ୍". Odisha Reporters. 8 March 2017. Retrieved 6 April 2017.
- ↑ "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.
- ↑ "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018.
{{cite news}}
: Unknown parameter|deadur=
ignored (help)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତୁ ମୋ ଲଭ୍ ଷ୍ଟୋରୀ