ଗପ ହେଲେ ବି ସତ (୨୦୧୫)

୨୦୧୫ର ଓଡ଼ିଆ କଥାଚିତ୍ର

ଗପ ହେଲେ ବି ସତ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ତରଙ୍ଗ ସିନେ ପ୍ରଡକ୍ସନ‌ର ୨ୟ ଚଳଚ୍ଚିତ୍ର ଥିଲା ଗପ ହେଲେ ବି ସତ । ପୂର୍ବରୁ ୧୯୭୬ ମସିହାରେ ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ ଶୀର୍ଷକରେ ନିର୍ମାଣ ହୋଇଥିଲା । ଏହି ଚଳଚ୍ଚିତ୍ରରେ ନାୟକ ସାଜିଥିଲେ ଅନୁଭବ ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବର୍ଷାପ୍ରେମ ଆନନ୍ଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଉଦିତ ନାରାୟଣ କଣ୍ଠଦାନ କରିଥିଲେ ।[୧]

ଗପ ହେଲେ ବି ସତ
ନିର୍ଦ୍ଦେଶକମୂରଲି କ୍ରିଷ୍ଣା
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା
ସଂଳାପନିର୍ମଳ ନାୟକ
କଳାକାରଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଭୂମିକା ଦାଶ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅଭିରାମ ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟସମ୍ପାଦନ କରନ୍ତୁ

ଓଡ଼ିଆ କଥାଚିତ୍ର ଗପ ହେଲେ ବି ସତ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ:

କାହାଣୀସମ୍ପାଦନ କରନ୍ତୁ

ଆକାଶ(ଅନୁଭବ) ଗୋଟିଏ ସଫ୍ଟ‌ୱାର କମ୍ପାନୀର ମାଲିକ । ସ୍କୁଲର ପୁରୁଣା ଛାତ୍ରମାନଙ୍କରେ ଭେଟ ହେବାପାଇଁ ସେ ଗାଁକୁ ଆସିଥିଲା । ସେଠାରେ ତା'ର ସମସ୍ତ ପୁରୁଣା ସାଙ୍ଗମାନଙ୍କ ସ‌ହ ଦେଖାହେଲା । କେବଳ ବର୍ଷା(ବର୍ଷା ପ୍ରିୟଦର୍ଶିନୀ) ସ‌ହ ତା'ର ଦେଖା ହୋଇପାରିଲାନି । ବର୍ଷା ହେଉଛି ତା'ର ପିଲାଦିନରୁ ବଡ଼ ହେବା ଯାଏ ସାଙ୍ଗ ତ‌ଥା ତା'ର ପ୍ରେମ ଯାହାଠାରୁ ସେ ଅନେକ ଦିନ ତଳୁ ଅଲଗା ହୋଇଯାଇଥିଲା ।

ସ୍କୁଲରେ ପଢ଼ିବା ବେଳେ ଆକାଶ ଭଲ ପାଠ ପଢ଼ୁନଥିଲା । ମାତ୍ର ବର୍ଷା ତା' ଜୀବନରେ ଆସିବା ପରେ ତାକୁ ଭଲ ପାଠ ପଢ଼ି ଜୀବନରେ କିଛି ଲକ୍ଷ୍ୟରେ ପ‌ହଞ୍ଚିବା ପାଇଁ ପ୍ରେରଣା ଦେଇଥିଲା । ଧିରେ ଧିରେ ସେମାନଙ୍କର ବନ୍ଧୁତ୍ୱ ଭଲ ପାଇବାରେ ବଦଳିଯାଇଥିଲା । ମାତ୍ର ବର୍ଷା କୌଣସି କାରଣରୁ ତା'ର ଗାଆଁକୁ ଚାଲିଯାଇଥିଲା ଯେ ଆଉ ଫେରି ନଥିଲା ।

ଏହା ପରେ ଆକାଶ ମଧ୍ୟ ବାଙ୍ଗାଲୋରରେ ନିଜର କାମରେ ଲାଗିଯାଇଥିଲା । ବର୍ଷାର କଥା ମୂଳେ ମୂଳେ ସେ ସବୁବେଳେ ଚାଲୁଥିଲା ଏବଂ ଜୀବନରେ ବଡ଼ ମଣିଷଟିଏ ହୋଇସାରିଥିଲା । ହେଲେ ତା' ପାଖରେ ବର୍ଷା ନ ଥିଲା । ସ୍କୁଲର ବନ୍ଧୁମିଳନ ସମାରୋହରେ ସେ ବର୍ଷାକୁ ଭେଟିବାର ଆଶା ନେଇ ଆସିଥିଲା ହେଲେ ସେଠାକୁ ସେ ନ ଆସିବାରୁ, ଆକାଶ ତାକୁ ଖୋଜି ଖୋଜି ଯାଇ ତା'ର ଘରେ ପ‌ହଞ୍ଚିଲା ଏବଂ ସେଠାରେ ଜାଣିଲା କି ବର୍ଷା ଗୋଟିଏ ଦୁର୍ଘଟଣାରେ ତା'ର ଗୋଟିଏ ଗୋଡ଼ ସ‌ହ ନିଜ ମାଆକୁ ହରାଇଥିଲା । ଏହା ପରେ ଆକାଶ ବର୍ଷା ସ‌ହ ଏକ ନୂଆ ଜୀବନ ଆରମ୍ଭ କଲା ।

ଗୀତ ଓ ସଂଗୀତସମ୍ପାଦନ କରନ୍ତୁ

ପ୍ରେମ ଆନନ୍ଦ[୫] ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ଜୟନ୍ତ ଦାସ ପ୍ରମୁଖ ଏହି ଚଳଚ୍ଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ ଏହି ଚଳଚ୍ଚିତ୍ରରରେ କଣ୍ଠଦାନ କରିଥିଲେ । ଟାଇଟେଲ ଗୀତଟି ଉଦିତ ନାରାୟଣ ଏବଂ ଇରା ମହାନ୍ତି ଗାଇଥିଲେ ।[୬] ଅନ୍ୟାନ୍ୟ କଣ୍ଠଶିଳ୍ପୀମାନେ ହେଲେଟି ସୌରୀ, କୁମାର ବାପି, ସସ୍ମିତା ଏବଂ ହ୍ୟୁମାନ ସାଗର ।[୭]

ଗୀତସମ୍ପାଦନ କରନ୍ତୁ

ଗୀତ ରଚନା କଣ୍ଠଦାନ
ଗପ ହେଲେ ବି ସତ ଉଦିତ ନାରାୟଣ, ଇରା ମହାନ୍ତି
ତୋତେ ଗାଇଦେଲେ ତୁ ଗୀତ ହେଇଯାଉ
ବର୍ଷା ବର୍ଷା
ପ୍ରେମ ଚଢ଼େଇର ଇରା ମହାନ୍ତି
ପ୍ରେମ ଚଢ଼େଇର(ପୁରୁଷ)
ପ୍ରେମ ଚଢ଼େଇର ସ୍ମିତା ମହାନ୍ତି
ଗୋଟେ ଶୁଆ ଗୋଟେ ସାରୀ
ହାୟେରେ ମିତ

ଆଧାରସମ୍ପାଦନ କରନ୍ତୁ

  1. "GAPA HELE BI SATA ODIA MOVIE OF TARANG, ANUBHAV, BARSHA". Incredible Orissa. 10 July 2015. Retrieved 10 September 2016.
  2. "ଏଥର ରଜରେ ନଜର ଆସିବେନି ଅନୁଭବ, ଜାଣନ୍ତୁ କାରଣ". sambad.in. 9 June 2018. Retrieved 10 June 2018.
  3. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.
  4. "ଅଟକି ଯାଇଛନ୍ତି ଓଲିଉଡର ଏହି ନାୟିକା ! | Sambad". Sambad. 30 August 2018. Retrieved 31 August 2018.
  5. "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 23 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  6. "Title Song Lyrics from Odia Film Gapa Hele b Sata". Creative Odisha. Retrieved 10 September 2016.
  7. "ରଜ ବଜାରରେ ଧମାଲ୍ ମଚାଇବ' ଗପ ହେଲେ ବି ସତ'ରେ ଅନୁଭବ-ବର୍ଷାଙ୍କ ଯୋଡି". Odisha Reporter. 25 May 2015. Retrieved 10 September 2016.

ଅଧିକ ତଥ୍ୟସମ୍ପାଦନ କରନ୍ତୁ