ମାମା ମିଶ୍ର

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ମାମା ମିଶ୍ର ଜଣେ ଓଡ଼ିଆ ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ କାମ କରିଥାନ୍ତି । ମାମା ୧୯୯୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ୨୦୦୭ ମସିହାଯାଏଁ ଅଭିନୟ ଜଗତରେ ସକ୍ରିୟ ଥିଲେ । ମାମା ଜଣାଶୁଣା ଓଡ଼ିଆ ଅଭିନେତା ଓ ରାଜନୀତିଜ୍ଞ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ।[୧]

ମାମା ମିଶ୍ର
Occupation(ଓଡ଼ିଆ) ଅଭିନେତ୍ରୀ
Years active୧୯୯୫ - ୨୦୦୭
Spouseସିଦ୍ଧାନ୍ତ ମହାପାତ୍ର

ଅଭିନୟ ଜୀବନ ସମ୍ପାଦନା

ମାମା ମିଶ୍ର ୧୯୯୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତି ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ମୋ ମନ ଖାଲି ତୋରି ପାଇଁ, ଯେଉଁଥିରେ ସେ ସ୍ମୃତି ଭୂମିକାରେ ଅଭିନୟ କରିଥିଲେ । ଏହାପରେ ସେ ସୁନା ସଂସାର, ବାପା, କିଏ ପୋଛିବ ମା ଆଖିର ଲୁହ, ତୋ ଆଖି ମୋ ଆଇନା, ବାବୁ ପର୍ଶୁରାମ, ସମୟ ଚକରେ ସଂସାର ରଥ, ସମୟ ଖେଳୁଚି ଚକା ଭଉଁରୀ, ରହିଚି ରହିବି ତୋ'ରି ପାଇଁ, ଏଇଠି ସ୍ୱର୍ଗ ଏଇଠି ନର୍କ, ସାକ୍ଷୀ ରହିଲା ଏ ସିଂହ ଦୁଆର, ନାରୀ ଆଖିରେ ନିଆଁ ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୨]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୫ ମୋ ମନ ଖାଲି ତୋରି ପାଇଁ ସ୍ମୃତି ପ୍ରଥମ ଓଡ଼ିଆ କଥାଚିତ୍ର
୧୯୯୭ ବାପା
୧୯୯୯ କିଏ ପୋଛିବ ମା' ଆଖିର ଲୁହ ସୀମା
ତୋ ଆଖି ମୋ ଆଇନା ସୋନାଲି
୨୦୦୦ ବାବୁ ପର୍ଶୁରାମ ବେବି ରାଉତରାୟ
୨୦୦୨ ସମୟ ଚକରେ ସଂସାର ରଥ ସୁମିତ୍ରା ମାନସିଂହ
ସମୟ ଖେଳୁଛି ଚକା ଭଉଁରୀ
ରହିଚି ରହିବି ତୋରି ପାଇଁ ପୂଜା ପଟ୍ଟନାୟକ
୨୦୦୩ ଏଇଠି ସ୍ୱର୍ଗ ଏଇଠି ନର୍କ
ନାରୀ ଆଖିରେ ନିଆଁ
୨୦୦୪ ସାକ୍ଷୀ ରହିଲା ଏ ସିଂହଦୁଆର ରଶ୍ମୀ
୨୦୦୭ ମୁଁ ତତେ ଲଭ୍ କରୁଚି ଅତିଥି କଳାକାର

ବ୍ୟକ୍ତିଗତ ଜୀବନ ସମ୍ପାଦନା

ମାମା ମିଶ୍ର ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ୨୦୦୩ ମସିହାରେ ବିବାହ କରିଥିଲେ ।[୩][୪]

ଆଧାର ସମ୍ପାଦନା

  1. "Siddhant Mohapatra | Kie Daba Takkar Odia Film | OdiaLive". OdiaLive. 26 December 2014. Retrieved 19 September 2020.
  2. Bureau, OdishaLIVE (17 April 2018). "ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି ଓଲିଉଡ ନାୟିକା ପ୍ରିୟା-ଆମେଲି-ମାମା ମିଶ୍ର". OdishaLIVE. Archived from the original on 19 September 2020. Retrieved 19 September 2020.
  3. SAMPAD, SHILPI; MOHANTY, SUBHASHISH (15 December 2012). "'Rachna & I knew each other inside out'". The Telegraph Online. Retrieved 19 September 2020.
  4. "Mohapatra, Shri Sidhant: Age, Biography, Education, Wife, Caste, Net Worth & More - Oneindia". oneindia.com (in ଇଂରାଜୀ). OneIndia. Archived from the original on 19 September 2020. Retrieved 19 September 2020.

ବାହାର ଆଧାର ସମ୍ପାଦନା