୧୫ଶ ଲୋକ ସଭା
ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୫ଶ ଲୋକ ସଭାକୁ ୨୦୦୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୨୨ ମଇ ୨୦୦୯ରୁ ୧୮ ମଇ ୨୦୧୪ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୧୮ ମଇ ୨୦୧୪ରେ ଏହି ଲୋକ ସଭାର ଭଙ୍ଗ କରିଥିଲେ ।[୧] ଭାରତୀୟ ଜାତୀୟ କଂଗ୍ରେସ ଏହି ଲୋକ ସଭା ନିର୍ବାଚନରେ ସର୍ବାଧିକ ଆସନ ଜିତିଥିଲା ଏବଂ ପୂର୍ବ ନିର୍ବାଚନଠାରୁ ୪୪ଟି ଅଧିକ ଅସନରେ ବିଜୟୀ ହୋଇଥିଲା । ଏହାର ପରବର୍ତ୍ତୀ ୧୬ଶ ଲୋକ ସଭା, ୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ ଗଠନ ହୋଇଥିଲା ।
୧୫ଶ ଲୋକ ସଭାରେ କଂଗ୍ରେସ ଦଳର ପ୍ରତିନିଧ ମନମୋହନ ସିଂହ ପୁଣିଥରେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ ଏବଂ ଏହି ଲୋକ ସଭାରେ ଅର୍ଥ ଏବଂ ଅନୁମୋଦନ ବିଲ୍କୁ ଛାଡ଼ି ସମୁଦାୟ ୨୨୨ଟି ବିଲ ପାରିତ ହୋଇଥିଲା । ପୂର୍ବ ଲୋକ ସଭାରେ ପାରିତ ହୋଇଥିବା ବିଲ ଭିତରେ ସମୁଦାୟ ୧୬୫ଟି ବିଲ ଗୃହରେ ପାରିତ ହୋଇଥିଲା ।[୨]
୨୦୦୯ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୧୪ ଜଣ ସଭ୍ୟ ୧୫ଶ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[୩]
ଗୁରୁତ୍ୱପୂର୍ଣ୍ଣ ସଦସ୍ୟ
ସମ୍ପାଦନା- ବାଚସ୍ପତି
- ମୀରା କୁମାର, ଭାରତୀୟ ଜାତୀୟ କଂଗ୍ରେସ
- ଉପ-ବାଚସ୍ପତି:
- କରିୟା ମୁଣ୍ଡା, ଭାରତୀୟ ଜନତା ପାର୍ଟି
- ଅଧକ୍ଷ:
- ସୁଶୀଲ କୁମାର ସିନ୍ଧେ, କଂଗ୍ରେସ
- ବିରୋଧୀ ଦଳ ନେତା:
- ସୁଷମା ସ୍ୱରାଜ, ବିଜେପି
- ମହା ସଚିବ:
- ପି.ଡି.ଟି. ଆଚାର୍ଯ୍ୟ
- ଟି.କେ. ବିଶ୍ୱନାଥନ
ଆଧାର
ସମ୍ପାଦନା- ↑ http://economictimes.indiatimes.com/news/politics-and-nation/president-pranab-mukherjee-dissolves-15th-lok-sabha/articleshow/35311247.cms
- ↑ http://www.thehindu.com/news/national/a-legislative-history-of-the-15th-lok-sabha/article5677499.ece
- ↑ "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
ବାହାର ଆଧାର
ସମ୍ପାଦନା- Lok Sabha website
- List of winning candidates published by election commission of india on 17 May 2009.
- Tracking activity of MPs in Parliament