ଗଞ୍ଜାମ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ

ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ପାଟ ଶାଢ଼ୀ ତିଆରି ପାଇଁ ପ୍ରସିଦ୍ଧ ।

ଗଞ୍ଜାମ
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାବ୍ରହ୍ମପୁର, ଆସ୍କା, କନ୍ଧମାଳ
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୧୩ଟି ଆସନ
ଜନସଂଖ୍ୟା
 (୨୦୧୧)
 • ଜିଲ୍ଲା୩୫,୨୦,୧୫୧
 • କ୍ରମାଙ୍କଓଡ଼ିଶାରେ ପ୍ରଥମ (୧/୩୦)
 • ଘନତା429/km2 (1,110/sq mi)
 • ସହରାଞ୍ଚଳ
୭,୬୬,୫୬୩
 • ଗ୍ରାମାଞ୍ଚଳ
୨୭,୫୩,୫୮୮
 • ୬ ବର୍ଷରୁ କମ୍ ଶିଶୁ
୩,୯୭,୯୨୦
ସମୟ ମଣ୍ଡଳଭାରତୀୟ ମାନକ ସମୟ (IST) +୫.୩୦
ପିନ କୋଡ଼
୭୬୧ xxx
ଗାଡ଼ି ପଞ୍ଜିକରଣOR/07, OD/07 (ଛତ୍ରପୁର RTO) OD/32 (ଭଞ୍ଜନଗର RTO)
ଜିଲ୍ଲାପାଳଶ୍ରୀ ବିଜୟଅମୃତ କୁଲାଙ୍ଗେ
ୱେବସାଇଟOfficial website

ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁରଭଞ୍ଜନଗର

ଭୂଗୋଳସମ୍ପାଦନ କରନ୍ତୁ

ବିଶେଷ ତଥ୍ୟସମ୍ପାଦନ କରନ୍ତୁ

  • ଆୟତନ: ୮୦୭୦.୬ ବର୍ଗ କି.ମି.[୧]

ଅବସ୍ଥିତିସମ୍ପାଦନ କରନ୍ତୁ

ଦିଗବାରେଣି: 19°13′48″N 82°33′0″E / 19.23000°N 82.55000°E / 19.23000; 82.55000

ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଅକ୍ଷାଂଶ ଓ ୮୨.୩୨ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।

ଜନସଂଖ୍ୟାସମ୍ପାଦନ କରନ୍ତୁ

୨୦୧୧ ଜନଗଣନା[୨] ଅନୁସାରେ, ଗଞ୍ଜାମ ଜିଲ୍ଲାର ମୋଟ ଲୋକସଂଖ୍ୟା ୩୫,୨୦,୧୫୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୭,୫୩,୫୮୮ ଓ ସହରାଞ୍ଚଳରେ ୭,୬୬,୫୬୩ ଲୋକ ବାସ କରନ୍ତି [୩]

  • ପୁରୁଷ: ୧୭,୭୭,୩୨୪
    • ଗ୍ରାମାଞ୍ଚଳ: ୧୩,୮୧,୦୫୧
    • ସହରାଞ୍ଚଳ: ୩,୯୬,୨୭୩
  • ମହିଳା: ୧୭,୪୨,୮୨୭
    • ଗ୍ରାମାଞ୍ଚଳ: ୧୩,୭୨,୫୩୭
    • ସହରାଞ୍ଚଳ: ୩,୭୦,୨୯୦
  • ଛ ବର୍ଷରୁ କମ: ୩,୯୭,୯୨୦
    • ଗ୍ରାମାଞ୍ଚଳ: ୩,୨୫,୩୫୯
    • ସହରାଞ୍ଚଳ: ୭୨,୫୬୧
  • ସାକ୍ଷରତା ହାର: ୭୧.୮୮%
    • ପୁରୁଷ: ୮୧.୫୫%
    • ମହିଳା: ୬୧.୮୪%

ଇତିହାସ ଓ ସଂସ୍କୃତିସମ୍ପାଦନ କରନ୍ତୁ

ଗଞ୍ଜାମ ପ୍ରାଚୀନ ଦକ୍ଷିଣ କଳିଙ୍ଗ ପ୍ରଦେଶର ଏକ ଅଂଶବିଶେଷ ଥିଲା । ଅଶୋକ କଳିଙ୍ଗ ବିଜୟ କରି ଋଷିକୁଲ୍ୟା ନଦୀତଟସ୍ଥ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟବର୍ତ୍ତୀ ଜଉଗଡ଼ଠାରେ ଏକ ଶିଳାଲିପି ଖୋଦନ କରିଥିଲେ । ଏଥିରୁ ଅନୁମିତ ହୁଏ ଯେ, ଗଞ୍ଜାମର ଅଞ୍ଚଳ ସମ୍ରାଟ ଅଶୋକଙ୍କ ଶାସନାଧୀନ ଥିଲା । ଅନେକ କାଳ ପରେ ୧୫୭୨ରେ ଗୋଲକୁଣ୍ଡା ସୁଲତାନ ଇବ୍ରାହୀମ କୁତାବସାହୀ ଚିଲିକା ହ୍ରଦଠାରୁ ଆରମ୍ଭ କରି ଏକ ବିଶାଳ ଭୂଖଣ୍ଡକୁ ଦଖଲ କରିଥିଲେ, ଯାହା ଉତ୍ତର ସରକାର ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ଏ ଅଞ୍ଚଳକୁ ପାରସ୍ୟ ଭାଷାରେ ଗଂଜ୍-ଇ-ଆମ୍ (ସାଧାରଣ ବଜାର ସ୍ଥଳ) ନାମରେ ନାମିତ କରାଯାଇଥିଲା । ସାଧାରଣତଃ 'ଗଂଜ'ରୁ ଏହାର ସୃଷ୍ଟି ବୋଲି କୁହାଯାଏ ; ଗଂଜ ଅର୍ଥାତ୍ କୌଣସି ସ୍ଥାନ ବା ଅଞ୍ଚଳ । ଅନ୍ୟ ମତରେ ଗଂଜା ବା ଗଂଜ ଶବ୍ଦର ଅର୍ଥ ହେଲା ଗୋଦାମ, ଭଣ୍ଡାର ଇତ୍ୟାଦି । ଅନ୍ୟ କେତେକ ଗବେଷକଙ୍କ ମତରେ ସପ୍ତମ ଶତାବ୍ଦୀ ବେଳର କଂଗୋଦ ଶବ୍ଦରୁ ଗଞ୍ଜାମ ହୋଇଛି । କଳିଙ୍ଗ ସୀମାରେ ସମତଳ ସମୁଦ୍ର ଉପକୂଳ ଅଞ୍ଚଳକୁ ନେଇ କଂଗୋଦ ରାଜ୍ୟ ଗଠିତ ହୋଇଥିଲା । ଶବ୍ଦଟି ପରିବର୍ତ୍ତନ କ୍ରମରେ କଂଗୋଦ > ଗଂଗୋଦ > ଗଂଗୋ > ଗଂଜୋ > ଗଂଜା > ଗଂଜାମ > ଗଞ୍ଜାମ ଏଭଳି ରୂପାନ୍ତରିତ ହୋଇଛି ।[୪]

ଶିକ୍ଷାସମ୍ପାଦନ କରନ୍ତୁ

ବିଭାଗସମ୍ପାଦନ କରନ୍ତୁ

  • ଉପଖଣ୍ଡ (ସବ୍ ଡିଭିଜନ): (୦୩): ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର
  • ତହସିଲ: (୧୨):
  • ବ୍ଳକ: (୨୨):
  • ସହର: ୧୮
  • ଗ୍ରାମ ପଞ୍ଚାୟତ: ୪୭୫
  • ଗ୍ରାମ: ୩,୨୨୯

ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ

ଲୋକ ସଭା ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ

  1. ବ୍ରହ୍ମପୁର
  2. ଆସ୍କା
  3. କନ୍ଧମାଳ

ବିଧାନ ସଭା ନିର୍ବାଚନ ମଣ୍ଡଳୀସମ୍ପାଦନ କରନ୍ତୁ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ୧୩ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ଭଞ୍ଜନଗର (୧୨୩)
  2. ପୋଲସରା (୧୨୪)
  3. କବିସୂର୍ଯ୍ୟନଗର (୧୨୫)
  4. ଖଲିକୋଟ (୧୨୬)
  5. ଛତ୍ରପୁର (୧୨୭)
  6. ଆସ୍କା (୧୨୮)
  7. ସୋରଡ଼ା (୧୨୯)
  8. ସାନଖେମୁଣ୍ଡି (୧୩୦)
  9. ହିଞ୍ଜିଳି (୧୩୧)
  10. ଗୋପାଳପୁର (୧୩୨)
  11. ବ୍ରହ୍ମପୁର (୧୩୩)
  12. ଦିଗପହଣ୍ଡି (୧୩୪)
  13. ଚିକିଟି (୧୩୫)

ପର୍ଯ୍ୟଟନ ସ୍ଥଳୀସମ୍ପାଦନ କରନ୍ତୁ

ମହାନ ବ୍ୟକ୍ତିବିଶେଷସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. ଗଞ୍ଜାମ ଜିଲ୍ଲାର ସରକାରୀ ପୃଷ୍ଠା
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution
  4. ଚିକିଟୀର ସାହିତ୍ୟ ଓ ସାହିତ୍ୟିକ, ଡକ୍ଟର ସଞ୍ଜୟ କୁମାର ପଣ୍ଡା । ସାହିତ୍ୟ ଶ୍ୱେତପଦ୍ମା ପ୍ରକାଶନ, ଭୁବନେଶ୍ୱର, ପ୍ରଥମ ସଂସ୍କରଣ : ୨୦୧୪ ।

ଅଧିକ ତଥ୍ୟସମ୍ପାଦନ କରନ୍ତୁ