ସୂର୍ଯ୍ୟ ନାରାୟଣ ପାତ୍ର

ଓଡ଼ିଆ ରାଜନୀତିଜ୍ଞ

ସୂର୍ଯ୍ୟ ନାରାୟଣ ପାତ୍ର ([surd͡ʒjɔ narajɔɳɔ pat̪ɾɔ] (listen); ୨୪ ଡିସେମ୍ବର ୧୯୪୮ – ୨ ସେପ୍ଟେମ୍ବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୭ ଥର ନିର୍ବାଚିତ ହୋଇଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନାଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୂର୍ଯ୍ୟ ନାରାୟଣ ପାତ୍ର
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨ ସେପ୍ଟେମ୍ବର ୨୦୨୩
ନିର୍ବାଚନ ମଣ୍ଡଳୀଦିଗପହଣ୍ଡି
ବିଧାୟକ: ୧୦ମ, ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୯
ପୂର୍ବ ଅଧିକାରୀଶରତ କୁମାର ଜେନା
ପର ଅଧିକାରୀଚକ୍ରଧର ପାଇକ
ନିର୍ବାଚନ ମଣ୍ଡଳୀମୋହନା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-12-24)୨୪ ଡିସେମ୍ବର ୧୯୪୮
ମୃତ୍ୟୁ୨ ସେପ୍ଟେମ୍ବର ୨୦୨୩(2023-09-02) (ବୟସ ୭୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀରାଜଶ୍ରୀ ପାତ୍ର
ବାପା/ବୋଉପୋଲକି କାଶି ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ ପରିବାର ଓ ଶିକ୍ଷା ସମ୍ପାଦନା

ସୂର୍ଯ୍ୟ ୧୯୪୮ ମସିହାର ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୋଲକି କାଶି ପାତ୍ର ।[୧] ସେ ରାଜଶ୍ରୀ ପାତ୍ରଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଜଣେ ଝିଅ ଓ ୨ ଜଣ ପୁଅ ଅଛନ୍ତି।[୨]

ରାଜନୈତିକ ଜୀବନ ସମ୍ପାଦନା

ସୂର୍ଯ୍ୟ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟକ ଭାବରେ ୭ ଥର ନିର୍ବାଚିତ ହୋଇଥିଲେ[୩] ଏବଂ ଜଣେ ମନ୍ତ୍ରୀ ତଥା ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧]

୧୯୭୭ ମସିହାରେ ସେ ବ୍ରହ୍ମପୁର ମୁନିସିପାଲିଟିକୁ ଜଣେ କାଉନସିଲର୍ ଭାବରେ ନିର୍ବାଚିତ ହୋଇଥିଲେ ।[୧]

୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୭,୩୩୪ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶରତ କୁମାର ଜେନାଙ୍କୁ ୨୭,୩୬୬ ଖଣ୍ଡ ଭୋଟରେ ପରାସ୍ତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୯୦ରୁ ୧୯୯୫ ମସିହା ଯାଏଁ କାମ କରିଥିଲେ । ୨୪ ଜୁଲାଇ ୧୯୯୦ରୁ ୨ ଜାନୁଆରୀ ୧୯୯୧ ଯାଏଁ ସେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ରାଜ୍ୟ, ଜଙ୍ଗଲ, ମତ୍ସ୍ୟଚାଷ ଓ ପଶୁପାଳନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୫]

୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନତା ଦଳର ପ୍ରାର୍ଥୀ ଭାବରେ ମୋହନା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୪,୧୬୦ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଉଦୟ ନାରାୟଣ ଦେବଙ୍କୁ ୧,୩୫୪ ଖଣ୍ଡ ଭୋଟରେ ପରାସ୍ତ କରି ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୬] ଏହି ବିଧାନ ସଭାରେ ସେ ୧୯୯୫ରୁ ୨୦୦୦ ମସିହାରେ କାର୍ଯ୍ୟକାଳ ଶେଷ ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୮୦୪ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପ୍ରଶାନ୍ତ ଚନ୍ଦ୍ର ସ୍ୱାଇଁଙ୍କୁ ୧୯,୬୯୮ ଖଣ୍ଡ ଭୋଟରେ ପରାସ୍ତ କରି ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୭] ଏହି ବିଧାନ ସଭାରେ ସେ ୨୦୦୦ରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ଭାଙ୍ଗିବାଯାଏଁ କାର୍ଯ୍ୟ କରିଥିଲେ । ୬ ଅଗଷ୍ଟ ୨୦୦୨ରୁ ୧୬ ମଇ ୨୦୦୪ ଯାଏଁ ଏହି ବିଧାନ ସଭାରେ ସେ ପରିବେଶ ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ ଶକ୍ତି ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ମୋହନା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୨,୬୩୨ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଉଦୟ ନାରାୟନ ଦେବଙ୍କୁ ୯୩୦ ଖଣ୍ଡ ଭୋଟରେ ପରାସ୍ତ କରି ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮] ଏହି ବିଧାନ ସଭାରେ ସେ ୨୦୦୪ରୁ ୨୦୦୯ ମସିହାରେ କାର୍ଯ୍ୟକାଳ ଶେଷ ଯାଏଁ କାର୍ଯ୍ୟ କରିଥିଲେ ।

୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୫,୨୦୧୯ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ରବି ନାରାୟଣ ରାଜୁଙ୍କୁ ୩୨,୭୬୩ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୯] ଏହି ବିଧାନ ସଭାରେ ସେ ୨୦୦୯ରୁ ୨୦୧୪ ମସିହାରେ କାର୍ଯ୍ୟକାଳ ଶେଷ ଯାଏଁ କାର୍ଯ୍ୟ କରିଥିଲେ ।

୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୮,୯୪୯ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସକ ସୁଜିତ କୁମାରଙ୍କୁ ୪୫,୮୯୭ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୦] ଏହି ବିଧାନ ସଭାରେ ସେ ୨୦୧୪ରୁ ୨୦୧୯ ମସିହାରେ କାର୍ଯ୍ୟକାଳ ଶେଷ ଯାଏଁ କାର୍ଯ୍ୟ କରିଥିଲେ ।

୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଦିଗପହଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୭୫,୦୧୬ ଖଣ୍ଡ ଭୋଟ ପାଇଥିଲେ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପିଙ୍କି ପ୍ରଧାନଙ୍କୁ ୪୦,୪୫୨ ଖଣ୍ଡ ଭୋଟରେ ପରାସ୍ତ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧୧] ଏହି ବିଧାନ ସଭାରେ ସେ ୨୦୧୯ରୁ ୨ ସେପ୍ଟେମର ୨୦୨୩ରେ ତାଙ୍କ ମୃତ୍ୟୁ ଯାଏଁ କାର୍ଯ୍ୟ କରିଥିଲେ ।[୫]

୧ ଜୁନ ୨୦୧୯ରୁ ୪ ଜୁନ ୨୦୨୨ ଯାଏଁ ସେ ୧୬ଶ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ।[୧୨]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ମୋହନା ଜନତା ଦଳ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ମୋହନା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ମୋହନା ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ମୋହନା ବିଜୁ ଜନତା ଦଳ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଦିଗପହଣ୍ଡି ବିଜୁ ଜନତା ଦଳ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା ଦିଗପହଣ୍ଡି ବିଜୁ ଜନତା ଦଳ
୨୦୧୯ ୨ ସେପ୍ଟେମ୍ବର ୨୦୨୩ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ଦିଗପହଣ୍ଡି ବିଜୁ ଜନତା ଦଳ

ମନ୍ତ୍ରୀପଦ ବିବରଣୀ ସମ୍ପାଦନା

ପଦବୀ ବିଧାନ ସଭା ମୁଖ୍ୟମନ୍ତ୍ରୀ ଆରମ୍ଭ ସମୟ ଶେଷ ସମୟ
ରାଜ୍ୟ, ଜଙ୍ଗଲ, ମତ୍ସ୍ୟଚାଷ ଓ ପଶୁପାଳନ ମନ୍ତ୍ରୀ ୧୦ମ ଓଡ଼ିଶା ବିଧାନ ସଭା ବିଜୁ ପଟ୍ଟନାୟକ ୨୪ ଜୁଲାଇ ୧୯୯୦ ୨ ଜାନୁଆରୀ ୧୯୯୧
ଶକ୍ତି ମନ୍ତ୍ରୀ ୧୨ଶ ଓଡ଼ିଶା ବିଧାନ ସଭା ନବୀନ ପଟ୍ଟନାୟକ ୬ ଅଗଷ୍ଟ ୨୦୦୨ ୧୬ ମଇ ୨୦୦୪
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
ପରିବେଶ ମନ୍ତ୍ରୀ
ଶକ୍ତି ମନ୍ତ୍ରୀ ୧୩ଶ ଓଡ଼ିଶା ବିଧାନ ସଭା ୧୮ ମଇ ୨୦୦୪ ୨୧ ମଇ ୨୦୦୯
ପର୍ଯ୍ୟଟନ ମନ୍ତ୍ରୀ ୧୬ ମଇ ୨୦୦୯
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ୨୧ ମଇ ୨୦୦୯
ସଂସ୍କୃତି ମନ୍ତ୍ରୀ ୧୭ ମଇ ୨୦୦୬
ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ୧୪ଶ ଓଡ଼ିଶା ବିଧାନ ସଭା ୨୨ ମଇ ୨୦୦୯ ୨୧ ମଇ ୨୦୧୪
ସୂଚନା ଓ ଜନ ସମ୍ପର୍କ ମନ୍ତ୍ରୀ ୧୦ ମଇ ୨୦୧୧ ୨ ଅଗଷ୍ଟ ୨୦୧୨
ସମବାୟ ମନ୍ତ୍ରୀ ୧୫ଶ ଓଡ଼ିଶା ବିଧାନ ସଭା ୭ ମଇ ୨୦୧୭ ୨୮ ମଇ ୨୦୧୯
ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଓଡ଼ିଶା ବିଧାନ ସଭାର ବାଚସ୍ପତି ୧୬ଶ ଓଡ଼ିଶା ବିଧାନ ସଭା ୧ ଜୁନ ୨୦୧୯[୧୩] ୪ ଜୁନ ୨୦୨୨

ମୃତ୍ୟୁ ସମ୍ପାଦନା

୨୦୨୩ ମସିହାର ସେପ୍ଟେମ୍ବର ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୪] ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Surjya Narayana Patro". odishaassembly.nic.in. Odisha Assembly. Retrieved 1 January 2021.
  2. Written at ଦିଗପହଣ୍ଡି. "ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବର୍ଷ ବୟସରେ ଦେହାନ୍ତ". Sambad. ଭୁବନେଶ୍ୱର. 2 September 2023. Archived from the original on 2 September 2023. Retrieved 2 September 2023.
  3. "ଆରପାରିରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ପାତ୍ର । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦିଗପହଣ୍ଡି ବିଧାୟକ ।". Kanak News (in ଆମେରିକୀୟ ଇଂରାଜୀ). 2 September 2023. Archived from the original on 2 September 2023. Retrieved 2 September 2023.
  4. "Orissa 1990". Election Commission of India (in Indian English). Retrieved 2019-06-27.
  5. ୫.୦ ୫.୧ Bisoyi, Sujit (2 September 2023). "Veteran BJD MLA and ex-Odisha Assembly Speaker Surjya Narayan Patro passes away". The Indian Express (in English). Retrieved 2 September 2023.{{cite web}}: CS1 maint: unrecognized language (link)
  6. "Orissa 1995". Election Commission of India (in Indian English). Retrieved 2019-06-27.
  7. "Orissa 2000". Election Commission of India (in Indian English). Retrieved 2019-06-27.
  8. "Orissa 2004". Election Commission of India (in Indian English). Retrieved 2019-06-27.
  9. "Orissa 2009". Election Commission of India (in Indian English). Retrieved 2019-06-27.
  10. "Orissa 2014". Election Commission of India (in Indian English). Retrieved 2019-06-27.
  11. "Odisha Legislative Assembly Election, 2019". Election Commission of India (in Indian English). Retrieved 2020-10-04.
  12. Sahoo, Santosh Kumar (4 June 2022). "ବାଚସ୍ପତି ପଦରୁ ଇସ୍ତଫା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର -" (in ଆମେରିକୀୟ ଇଂରାଜୀ). Archived from the original on 2 September 2023. Retrieved 2 September 2023.
  13. Dharitri (1 June 2019). "ସୂର୍ଯ୍ୟ ନାରାୟଣ ପାତ୍ର ହେଲେ ବାଚସ୍ପତି - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2 September 2023. Retrieved 2 September 2023.
  14. Dash, Mrunal Manmay (2 September 2023). "BJD MLA & former Odisha Assembly Speaker Surjya Narayan Patro passes away". Odisha TV (in English). Archived from the original on 2 September 2023. Retrieved 2 September 2023.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା

  •   ଉଇକିମିଡ଼ିଆ କମନ୍ସରେ Surjya Narayana Patro-ସମ୍ପର୍କିତ ମିଡ଼ିଆ