ହେମନ୍ତ ଦାସ

ଓଡ଼ିଆ ଅଭିନେତା

ହେମନ୍ତ ଦାସ (୧୮ ସେପ୍ଟେମ୍ବର ୧୯୩୩ - ୨୭ ଅପ୍ରେଲ ୨୦୧୦) ଜଣେ ଓଡ଼ିଆ ଅଭିନେତା ଓ ନିର୍ଦ୍ଦେଶକ ଥିଲେ । ଚଳଚ୍ଚିତ୍ର ଅଭିନୟ ପାଇଁ ସେ ୧୯୯୧ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।

ହେମନ୍ତ ଦାସ
ଜନ୍ମ(1933-09-18)୧୮ ସେପ୍ଟେମ୍ବର ୧୯୩୩
ଖମାରଙ୍ଗ, ବାଙ୍କୀ, କଟକ ଜିଲ୍ଲା
ମୃତ୍ୟୁ୨୭ ଅପ୍ରେଲ ୨୦୧୦(2010-04-27) (ବୟସ ୭୬)
ଭୁବନେଶ୍ୱର, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିକଥାଚିତ୍ର ନିର୍ଦ୍ଦେଶକ, ଅଭିନେତା
ସକ୍ରିୟ ବର୍ଷ୧୯୫୬ - ୨୦୦୯
ଜଣାଶୁଣାଓଡ଼ିଆ କଥାଚିତ୍ର ଅଭିନେତା, ନିର୍ଦ୍ଦେଶକ
ପିତାମାତାରାଧେଶ୍ୟାମ ଦାସ, ବୈଦେହୀ

ବ୍ୟକ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ହେମନ୍ତଙ୍କ ଜନ୍ମ ୧୯୩୩ ମସିହାରେ କଟକର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଖମାରଙ୍ଗ, ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ରାଧେଶ୍ୟାମ ଦାସ ଓ ମାତାଙ୍କ ନାମ ବୈଦେହୀ । ତାଙ୍କ ପିତାଙ୍କର ଏକ ରାସଦଳ ଥିଲା । ତେଣୁ ଘରେ ହିଁ ହେମନ୍ତଙ୍କୁ ନୃତ୍ୟ, ଗୀତ ଓ ସଙ୍ଗୀତର ପରିବେଶ ମିଳିଥିଲା । ହେମନ୍ତ ବାଙ୍କୀର ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠରେ ମାଟ୍ରିକ ଓ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ମହାବିଦ୍ୟାଳୟ ସ୍ଥରର ପାଠ ପଢ଼ିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନ କରନ୍ତୁ

ହେମନ୍ତଙ୍କ ଅଭିନୟ ଜୀବନ ରଙ୍ଗମଞ୍ଚରୁ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ର ଜଗତରେ ପାଦ ଦେବା ଆଗରୁ, ସେ ନୂଆ ଦିଲ୍ଲୀରେ ଆକାଶବାଣୀରେ ଓଡ଼ିଆ ସମ୍ବାଦ ପଢୁଥିଲେ । ୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ ଭାଇ ଭାଇ ଚଳଚ୍ଚିତ୍ରରେ ଅଭିନୟ ଆରମ୍ଭ କରି ସେ ପ୍ରାୟ ୪୦ଟି ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୯ରେ ମୁକ୍ତିଲାଭ କରିଥିବା ତୁମେ ହିଁ ସାଥୀ ମୋର ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ଅକ୍ଷୟ ମହାନ୍ତିବିଜୟ ମିଶ୍ରଙ୍କ ସହ ମିଶି ତ୍ରିମୂର୍ତ୍ତି ଛଦ୍ମ ନାମରେ ସେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୧] ଫକିର ମୋହନ ସେନାପତିଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା କିନ୍ତୁ ଅର୍ଥାଭାବରୁ ସେ ତାହା ସମ୍ପୂର୍ଣ୍ଣ କରି ପାରିନଥିଲେ ।[୨]

୨୦୧୦ ମସିହା ଅପ୍ରେଲ ୨୭ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।[୩]

ନିର୍ଦ୍ଦେଶିତ କଥାଚିତ୍ର ସମ୍ପାଦନ କରନ୍ତୁ

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ପୁରସ୍କାର ସମ୍ପାଦନ କରନ୍ତୁ

ଆଧାର ସମ୍ପାଦନ କରନ୍ତୁ

  1. "ଆଜି ଜନ୍ମଦିନ". No. ସମ୍ବାଦ ୧୮/୦୯/୨୦୨୦ ପୃଷ୍ଠା ୧୮. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Archived from the original on 18 September 2020. Retrieved 18 September 2020.
  2. "Actor Hemant Das breathes his last - Times Of India". indiatimes.com. Retrieved 17 December 2012. His last wish was to complete the movie Sulochana' based on Fakir Mohan Senapati's famous story Patent Medicine'.
  3. "Oriya film actor Hemanta Das dead". movies.ndtv.com. 2010. Retrieved 24 January 2013. Veteran actor Hemanta Das, popularly known as the Ashok Kumar of Oriya cinema, died Tuesday
  4. "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021. {{cite web}}: Check date values in: |archivedate= (help)
  5. "Oriya film actor Hemanta Das dead- Bangla- IBNLive". ibnlive.in.com. 2010. Retrieved 24 January 2013. He also played a role in Hindi film Shodh that won a national award in 1979.
  6. Harris M. Lentz III (9 May 2011). Obituaries in the Performing Arts, 2010. McFarland. pp. 92–. ISBN 978-0-7864-4175-4.
  7. "The Hindu : States / Other States : Veteran Oriya actor Hemant Das passes away". thehindu.com. 2010. Retrieved 24 January 2013. Mr. Hemant had won national and State awards, including Jaydev award in 1991

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ