ଯାଯାବର (୧୯୭୫ର କଥାଚିତ୍ର)
ଯାଯାବର, ୧୯୭୫ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଜୟ ପଟ୍ଟନାୟକ । ବିଜୟ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ତ୍ରିମୁର୍ତ୍ତୀ ଏହାର ନିର୍ଦ୍ଦେଶନା ଦେଇଥିଲେ । ଅଭିନେତ୍ରୀ ଅନୀତା ଦାସ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧]
ଯାଯାବର | |
---|---|
ନିର୍ଦ୍ଦେଶକ | ତ୍ରିମୁର୍ତ୍ତୀ |
ପ୍ରଯୋଜକ | ବିଜୟ ପଟ୍ଟନାୟକ |
କାହାଣୀ | ବିଜୟ ମିଶ୍ର |
କଳାକାର | ଶ୍ରୀରାମ ପଣ୍ଡା ବନଜା ମହାନ୍ତି ହେମନ୍ତ ଦାସ ତ୍ରିପୁରା ମିଶ୍ର |
ସଙ୍ଗୀତ | ଅକ୍ଷୟ ମହାନ୍ତି |
ଚିତ୍ରଗ୍ରହଣ | ଶ୍ରୀନିବାସ ମହାପାତ୍ର |
ବିତରକ | ବସନ୍ତ ନାୟକ |
ମୁକ୍ତିଲାଭ ତାରିଖ | ୧୯୭୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନୟ
ସମ୍ପାଦନାନିର୍ଦ୍ଦେଶକ
ସମ୍ପାଦନା'ଯାଯାବର'ର ନିର୍ଦ୍ଦେଶନା ଦେବାପାଇଁ ଏକାଠି ହୋଇଥିଲେ, ଅକ୍ଷୟ ମହାନ୍ତି, ହେମନ୍ତ ଦାସ ଓ ବିଜୟ ମିଶ୍ର ।[୬] ସେମାନେ ନିଜ ନାମ ଲୁଚାଇ ଏହି ଛଦ୍ମନାମ, ତ୍ରିମୁର୍ତ୍ତୀ ବ୍ୟବହାର କରିଥିଲେ ।[୭][୮] ନିର୍ଦ୍ଦେଶନା ବ୍ୟତିତ, ଅକ୍ଷୟ ମହାନ୍ତି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା କରିଥିବା ସମୟରେ, ବିଜୟ ମିଶ୍ର କାହାଣୀ ଓ ଚିତ୍ରନାଟ ରଚନା କରିଥିଲେ ଏବଂ ହେମନ୍ତ ଦାସ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ ।[୯]
ଗୀତ ଓ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି ।
ଗୀତ
ସମ୍ପାଦନା- ଯାଯାବର ମନ ମୋର ନୀତି ଗଢ଼େ
- ହାଇ ସେ ହରିଣୀ ଆଖି
ରଙ୍ଗୀନ ଯାଯାବର ମୁକ୍ତିଲାଭ
ସମ୍ପାଦନାକଳା ଓ ଧଳା ଓଡ଼ିଆ ସିନେମା ଯାଯାବରକୁ ରଙ୍ଗରେ ପରିଣତ କରାଯାଇଥିଲା। ଡିଜିଟାଲ କଳାକାର, ତିଳକ ରାୟ[୧୦] ଏବଂ ୧୮ ଜଣ ରୋଟୋ କଳାକାରଙ୍କୁ ନେଇ ବାପୁ ଲେଙ୍କା[୧୧][୧୨] ଏହି ଚଳଚ୍ଚିତ୍ରକୁ ପୁନରୁଦ୍ଧାର ଏବଂ ସଂରକ୍ଷଣ କରିବା ପାଇଁ ଏକ ଅସାଧାରଣ ପ୍ରୟାସ କରିଥିଲେ, ଯାହା ଦେଶର ପ୍ରଥମ କଳା ଓ ଧଳା ଆଞ୍ଚଳିକ ଚଳଚ୍ଚିତ୍ର ଭାବେ ରଙ୍ଗୀନ ହୋଇଛି । ୨୧ ଟେକ୍ନୋକ୍ରାଟ୍ ଏବଂ ୭୩୬ ଦିନର ପ୍ରୟାସ ବିନା ଫିଲ୍ମକୁ ପୁନଃକାର୍ଯ୍ୟ କରିବା ସମ୍ଭବ ହୋଇନଥାନ୍ତା । ଡିଜିଟାଲ ପେଣ୍ଟିଂର ନିର୍ଦ୍ଦେଶକ ତିଲକ ରାୟ ତାଙ୍କ ସହ ଜଡିତ ରୋଟୋ କଳାକାରଙ୍କ ସହ ମିଶି ଏହି କଳା ଓ ଧଳା ଫିଲ୍ମର ୨,୧୯,୦୦୦ ଫ୍ରେମକୁ ରଙ୍ଗୀନ କରିଥିଲେ ।[୧୦]
ଆଧାର
ସମ୍ପାଦନା- ↑ "ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ଅନୀତା ଦାସଙ୍କ ପରଲୋକ". sambad.in. 11 May 2018. Retrieved 6 June 2018.
- ↑ "ସିନେମା ପୋଷ୍ଟରରୁ". samajaepaper.in. Archived from the original on ୧୩ ଫେବୃଆରୀ ୨୦୨୧. Retrieved 13 February 2021.
{{cite web}}
: Check date values in:|archivedate=
(help) - ↑ III, Harris M. Lentz (2011). Obituaries in the Performing Arts, 2010 (in ଇଂରାଜୀ). McFarland. ISBN 9780786441754. Retrieved 21 September 2018.
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
- ↑ "ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନାଥ କରି ଚାଲିଗଲେ ଓଲିଉଡର ମା' | Kanak News". Kanak News. kanaknews.com. 11 May 2018. Archived from the original on 16 October 2018. Retrieved 9 September 2020.
- ↑ Indian Panorama. Directorate of Film Festivals, Ministry of Information and Broadcasting, Government of India. 2010.
- ↑ Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Routledge. pp. 264–. ISBN 978-1-135-94318-9.
- ↑ http://chalachitra.in/film/jajabar/
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 112–. ISBN 978-1-136-77291-7.
- ↑ ୧୦.୦ ୧୦.୧ "Infusing colour into Jajabara". The New Indian Express. Retrieved 2023-05-05.
- ↑ "A journey of cinema history". www.telegraphindia.com (in ଇଂରାଜୀ). Retrieved 2023-05-05.
- ↑ "FitFat Bioscope Award for Uttam Mohanty". The New Indian Express. Retrieved 2023-05-05.
ଅଧିକ ତଥ୍ୟ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଯାଯାବର