ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯

 ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ପ୍ରସଙ୍ଗ ତାଲିକା ଅଂଶଗ୍ରହଣ କରିଥିବା ଉଇକିଆଳି 

ଏହି ଗଣସମ୍ପାଦନାରେ ସମୁଦାୟ ୫୧ଟି ନୂଆ ପ୍ରସଙ୍ଗ ଗଢ଼ା କିମ୍ବା ବଦଳ ହୋଇଛି ।

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯

ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୧୯ ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଓଡ଼ିଆ ଉଇକିପିଡ଼ିଆରେ ପୂର୍ବରୁ ଥିବା ପ୍ରସଙ୍ଗଗୁଡ଼ିକୁ ଉନ୍ନତ କରାଯାଇଥିଲା ଏବଂ ଅତ୍ୟନ୍ତ ଦରକାରୀ ପ୍ରସଙ୍ଗ ନୂଆ କରି ତିଆରି କରାଯାଇଥିଲା । ଆମର ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗ ଅଛି, ଯାହାକୁ ଉନ୍ନତ କରି, ଭରସାଯୋଗ୍ୟ ଆଧାର ଯୋଡ଼ି ସୁଧାରିବାକୁ ହେବ । ତେଣୁ ଏହି ଗଣ-ସମ୍ପାଦନାରେ ଆମେ ପ୍ରସଙ୍ଗ ତାଲିକାରୁ ପ୍ରସଙ୍ଗ ବାଛି ତାକୁ ଉନ୍ନତ କରାଯାଇଥିଲା ।

ବି.ଦ୍ର.:ଏହି ଗଣ-ସମ୍ପାଦନା ୨୦ ରୁ ୨୮ ଫେବୃଆରୀ ୨୦୧୯ ଯାଏଁ ଚାଲିଥିଲା ।

ଗଣସମ୍ପାଦନାର ନିୟମ

  • ମାତୃଭାଷା ଦିବସରେ ଏହି ଗଣ-ସମ୍ପାଦନା କରାଯାଉଥିବାରୁ ଏଥିରେ ମୁଖ୍ୟତଃ ଓଡ଼ିଆ ଭାଷା ତଥା ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗକୁ ଉନ୍ନତ କରାଯିବ ।
  • ପୂର୍ବରୁ କରାଯାଇଥିବା କୌଣସି ପ୍ରସଙ୍ଗକୁ ଉନ୍ନତ କରିବା ପାଇଁ ତାକୁ ବାଗେଇକି ଲେଖିବା ସହିତ ସେଥିରେ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
  • ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।
  • ଏଥିସହିତ ଗଣ-ସମ୍ପାଦନାରେ ତିଆରି କରାଯାଇଥିବା କିମ୍ବା ଉନ୍ନତ କରାଯାଇଥିବା ପ୍ରସଙ୍ଗକୁ ଉଇକିପିଡ଼ିଆ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣ-ସମ୍ପାଦନା ୨୦୧୯/ଗଢ଼ାଯାଇଥିବା ପ୍ରସଙ୍ଗରେ ଥିବା ତାଲିକା ମଧ୍ୟରେ ଯୋଡ଼ିବାକୁ ଅନୁରୋଧ ।

ଦ୍ରଷ୍ଟବ୍ୟ:

  • ପ୍ରସଙ୍ଗ ଲେଖିସାରିବାପରେ ତାକୁ ଅନ୍ୟମାନେ ହୁଏତ ପରଖି ପାରନ୍ତି, ତେଣୁ ଆପଣ ଲେଖିଥିବା ତଥ୍ୟକୁ କିମ୍ବା ଧାଡ଼ିକୁ ମଧ୍ୟ ଅନ୍ୟମାନେ ବଦଳାଇ ପାରନ୍ତି ।
  • ଏଠାରେ କେହି ବଡ଼ କି ଛୋଟ ନୁହନ୍ତି, ତେଣୁ ସମସ୍ତଙ୍କର କାର୍ଯ୍ୟକୁ ଆଦର ସହକାରେ ଗ୍ରହଣ କରାଯିବ ।
  • ପ୍ରସଙ୍ଗ ନୂଆ ଲେଖିଲାପରେ କିମ୍ବା ପୂର୍ବରୁ ଥିବା ପ୍ରସଙ୍ଗକୁ ଉନ୍ନତ କରିବାପରେ ନିମ୍ନରେ ଶ୍ରେଣୀ:ଆନ୍ତର୍ଜାତୀୟ ମାତୃଭାଷା ଦିବସ ଗଣସମ୍ପାଦନା ୨୦୧୯ ଯୋଡ଼ିବାକୁ ଅନୁରୋଧ ।

ଆୟୋଜକ

  • ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ

ଅଶଂଗ୍ରହଣ କରନ୍ତୁ

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ଫଳାଫଳ

ଏହି ଗଣ-ସମ୍ପାଦନାରେ ସମୁଦାୟ ୫୧ଟି ପ୍ରସଙ୍ଗରେ ସମ୍ପାଦନା କରାଯାଇଥିଲା, ଯେଉଁଥିରୁ ୨୭ଟି ନୂଆ ପ୍ରସଙ୍ଗ ଥିଲା ଏବଂ ୨୪ଟି ପୁରୁଣା ପ୍ରସଙ୍ଗକୁ ଉନ୍ନତ କରାଯାଇଥିଲା । ଗାୟତ୍ରୀ ତ୍ରିପାଠୀ, ସୌମେନ୍ଦ୍ର, ପ୍ରିତିରଞ୍ଜନ ତ୍ରିପାଠୀ,ଶ୍ରବଣ କୁମାର ମିଶ୍ର, ସୁଭାସିସ ପାଣିଘରି, ସଂଗ୍ରାମ କେଶରୀ ସେନାପତି, ଜ୍ଞାନ ରଞ୍ଜନ ସାହୁ ଆଦି ଏହି ଗଣ-ସମ୍ପାଦନାରେ ନୂଆ ପ୍ରସଙ୍ଗ ଲେଖିଥିଲେ । ଏହି ଗଣ-ସମ୍ପାଦନାର ଫଳାଫଳ ପାଖାପାଖି ଭଲ ରହିଥିଲା । ଆଶା କରାଯାଇଥିବା ୫୦ଟି ପ୍ରସଙ୍ଗର ସଂଖ୍ୟା ବଢ଼ି ୫୧ ହୋଇଥିଲା, ଯାହାକି ଏକ ଶୁଭ ସଂକେତ ମଧ୍ୟ । ଅଂଶଗ୍ରହଣ କରିଥିବା ସମସ୍ତ ବ୍ୟବହାରକାରୀଙ୍କୁ ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ ।