ଉଇକିପିଡ଼ିଆ:ଶିକ୍ଷଣ

(ଉଇକିପିଡ଼ିଆ:Tutorialରୁ ଲେଉଟି ଆସିଛି)
ଆରମ୍ଭ   ସମ୍ପାଦନା   ସଜାଡ଼ିବା   ଉଇକିପିଡ଼ିଆର ଲିଙ୍କସବୁ   ଆଧାର ଦେବା   ଆଲୋଚନା ପୃଷ୍ଠା   ଜାଣିବା କଥା   ନୂଆ ଖାତା ଖୋଲିବା   ଶେଷ କଥା    

ଉଇକିପିଡ଼ିଆକୁ ବଦଳାଇବା ଶିକ୍ଷଣ – ଆରମ୍ଭ

କେମିତି ବଦଳାଇବେ ଉଇକିପିଡ଼ିଆର ଲେଖା ସବୁକୁ

ଉଇକିପିଡ଼ିଆ ଗୋଟିଏ ମିଳିତ ଚେଷ୍ଟାରେ ତିଆରି ଜ୍ଞାନକୋଷ ଯେଉଁଥିରେ ଆପଣ ବି ଭାଗନେଇ ପାରିବେ ଓ ଲେଖାସବୁ ଲେଖିପାରିବେ/ବଦଳାଇପାରିବେ । ଏହି ଶିକ୍ଷଣ ଆପଣଙ୍କୁ ଉଇକିପିଡ଼ିଆ ଦାତାଟିଏ ହେବାରେ ସାହାଯ୍ୟ କରିବ ।

ଏହି ତଳ ପୃଷ୍ଠାସବୁ ଆପଣଙ୍କୁ ଉଇକିପିଡ଼ିଆର ଲେଖାସବୁର ଶୈଳୀ ଓ ଭିତର ଭାଗ ଉପରେ ଅଧିକ ଜାଣିବାରେ ସାହାଯ୍ୟ କରିବ, ଆହୁରି ବି ଉଇକିମିଡ଼ିଆ ସଂଘ, ଉଇକିପିଡ଼ିଆର ନୀତିନିୟମ ଓ ସଭାସବୁ ବିଷୟରେ ଜାଣିବାରେ ସାହାଯ୍ୟ କରିବ ।

ଏହା ଏକ ପ୍ରାଥମିକ ଶିକ୍ଷଣ, ଏକ ସବିଶେଷ ବଖାଣ ନୁହେଁ । ଯଦି ଆପଣ ଅଧିକ ଜାଣିବାକୁ ଚାହୁଁଥାନ୍ତି, ତେବେ ବାକି ପୃଷ୍ଠାମାନଙ୍କୁ ଯିବାପାଇଁ ଏଠାରେ ଲିଙ୍କସବୁ ଅଛି । ଆପଣ ସେସବୁକୁ ଅଲଗା ପତି/ଉଇଣ୍ଡୋ (Tab/Window)ରେ ଖୋଲି ପଢ଼ି ପାରନ୍ତି ।

"ପରଖ ଘର"କୁ ଯିବା ପାଇଁ ଲିଙ୍କ ସବୁ ଅଛି ଯେଉଁଥିରେ ଆପଣ ଯଦି କିଛି ଶିଖିବାକୁ ଚାହୁଁଥାନ୍ତି ସେଠାରେ ଅଭ୍ୟାସ କରିପାରିବେ । ନୂଆ ନୂଆ ପରଖ କରନ୍ତୁ ଓ ନୂଆ ନୂଆ କଥା ଜାଣନ୍ତୁ! ସେଠାରେ ଆପଣ କିଛି ପରଖ କଲେ କେହି କିଛି ଭାବିବେ ନାହିଁ ।

ତେଣୁ, ଆସନ୍ତୁ ଉଇକିପିଡ଼ିଆରେ ଲେଖାସବୁକୁ ବଦଳାଇବା ଶିଖିବା !!

ମନେରଖନ୍ତୁ: ଏହି ଶିକ୍ଷଣ ଆଗରୁ ରଖାଯାଇଥିବା ମୂଳ ଗଢ଼ଣକୁ ନେଇ ତିଆରି କରାଯାଇଛି, ଯଦି ଆପଣ ଲଗଇନ କରି ନାହାନ୍ତି କିମ୍ବା ନିଜ ପସନ୍ଦସବୁକୁ ବଦଳାଇଛନ୍ତି ତେବେ ଲିଙ୍କଗୁଡ଼ିକର ଅବସ୍ଥାନ ଅଲଗା ଅଲଗା ହୋଇପାରେ ।