Wikipedia:Babel
Oriya.PNGor
ଏହି ସଭ୍ୟଙ୍କର ମାତୃଭାଷା ଓଡ଼ିଆ


Konark Wheel.jpgଏହି ବ୍ୟବହାରକାରୀଙ୍କ ଘର ଓଡ଼ିଶାରେ
or-୫ ଏହି ସଭ୍ୟ ଖୁବ ଉଚ୍ଚ ଧରଣର ଓଡ଼ିଆରେ ଲେଖାଲେଖି କରିପାରିବେ ।
en-5This user is able to contribute with a professional level of English.
hi-2यह सदस्य हिन्दी भाषा का उत्तम ज्ञान रखते हैं।
This user can contribute with an intermediate level of Hindi.
Search user languages

“In my dream of the 21st century for the State, I would have young men and women who put the interest of the State before them. They will have pride in themselves, confidence in themselves. They will not be at anybody’s mercy, except their own selves. By their brains, intelligence and capacity, they will recapture the history of Kalinga.” - Biju Pattnaik

ମୁଁ ବେଙ୍ଗାଲୁରୁରେ ରହୁଥିବା ଜଣେ ପ୍ରବାସୀ ଓଡ଼ିଆ।

ମୋ ସହ ଯୋଗାଯୋଗ କରିବା ପାଇଁ ଦୟାକରି ନିମ୍ନଲିଖିତ ଇ-ମେଲ ଆଇଡିରେ ଇ-ମେଲ କରନ୍ତୁ। ଧନ୍ୟବାଦ ।

proud_odia@outlook.com

ମୋର ସମ୍ପାଦିତ କାର୍ଯ୍ୟଗୁଡ଼ିକର ଚିଠା ଏଠାରେ କ୍ଲିକ କଲେ ଉପଲବ୍ଧ ହୋଇପାରିବ । ମିଳିଥିବା ଧନ୍ୟବାଦ ସଂଖ୍ୟା

ଓଡ଼ିଆ ଉଇକିପିଡ଼ିଆକୁ ପରିଚାଳନ ଏବଂ ସମ୍ପାଦନା କରୁଥିବା ହାତମୁଠା ସ୍ୱେଚ୍ଛାସେବୀଙ୍କୁ ମୋର ଅନେକ ଅନେକ ଧନ୍ୟବାଦ ।

ଓଡ଼ିଆ ଉଇକିପିଡ଼ିଆରେ ସମୟକ୍ରମସମ୍ପାଦନ କରନ୍ତୁ

ପ୍ରଥମ ଅଧ୍ୟାୟସମ୍ପାଦନ କରନ୍ତୁ

ଅଗଷ୍ଟ ୨୦୧୪ରୁ ସେପ୍ଟେମ୍ବର ୨୦୧୭ସମ୍ପାଦନ କରନ୍ତୁ

ସୌମେନ୍ଦ୍ର ଜୁଲାଇ ୨୦୧୫ ମସିହାରେ ଉଇକିପିଡ଼ିଆରେ ନିଜସ୍ୱ ଏକ ଖାତା ଖୋଲିଥିଲେ । ଏହା ପୂର୍ବରୁ ଅଗଷ୍ଟ ୨୦୧୪ରେ ସେ ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ଖାତା ଖୋଲିଥିଲେ । ଏହାର ପାସୱାର୍ଡ଼ ସେ ଭୁଲିଯାଇଥିଲେ ;) ।

୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ମଝିରେ କାଁ ଭାଁ ଓଡ଼ିଆ ଉଇକିପିଡ଼ିଆକୁ ଆସି ସେ ମନ ଖୁସି କରିବାକୁ ପଢ଼ାପଢ଼ି କରୁଥିଲେ । ଏହି ସମୟରେ ସେ ଇଂରାଜୀ ଉଇକିପିଡ଼ିଆରେ କିଛି ପରିବର୍ତ୍ତନ ମଧ୍ୟ କରିଥିଲେ ।

ଅକ୍ଟୋବର ୨୦୧୭ - ଏପ୍ରିଲ ୨୦୧୮ସମ୍ପାଦନ କରନ୍ତୁ

୨୦୧୭ ମସିହା ଅକ୍ଟୋବର ମାସ ୨୦ ତାରିଖ ଦିନ ସେ ଓଡ଼ିଆ ଉଇକିପିଡ଼ିଆର ହାତୀଗୁମ୍ଫାର ଶିଳାଲେଖ ପୃଷ୍ଠାଟିରେ ପ୍ରଥମ ସମ୍ପାଦନା କରିଥିଲେ । ଓଡି଼ଶାର ଇତିହାସ ପଢ଼ିବା ସମୟରେ ସମ୍ରାଟ ଖାରବେଳଙ୍କର ଗଙ୍ଗା ଠାରୁ ଗୋଦାବରୀ ଜୟଯାତ୍ରା ସମ୍ପର୍କରେ ଇଣ୍ଟରନେଟରୁ ପଢି ପଢି ସେ ବୋଧେ ଅକସ୍ମାତ ଏହି ପୃଷ୍ଠାରେ ଆସି ପହଂଚିଥିଲେ ଏବଂ ତଥ୍ୟ ଅଭାବ ଦେଖି ଏହି ସମ୍ପାଦନାଟି କରିଦେଇଥିଲେ । ଏହାପରେ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ କିଛି ସମ୍ପାଦନ କରିନଥିଲେ ।

ଏପ୍ରିଲ ୨୦୧୮ରେ କୌଣସି ଏକ ବିଷୟରେ ଉଇକିପିଡ଼ିଆ ପଢ଼ୁ ପଢୁ ଉପରେ ଆସୁଥିବା ସାଇଟ ନୋଟିସ ଉପରେ ନଜର ଗଲା, ସଂଯୋଗ ବଶତଃ ସେ ଏହି ପୃଷ୍ଠାଟିରେ ପହଞ୍ଚିଗଲେ । ମନ ଇଛା କିଛି ଜଣାଶୁଣା ବିଷୟ ଦେଖି ସେ ପୃଷ୍ଠା ପରେ ପୃଷ୍ଠା ଗଢ଼ିଚାଲିଲେ । ୨୯ ଏପ୍ରିଲରେ ଏଭଳି ସମ୍ପାଦନ ନକରିବାକୁ ଚେତାବନୀ ପାଇଲାପରେ ସେ ଗୋଟିଏ ମାସ ଧରି ସେ କିଛି ସମ୍ପାଦନ କଲେନାହିଁ । (ଉପଯୁକ୍ତ ସାହାର୍ଯ୍ୟ ସହଯୋଗ ଏବଂ ନିର୍ଦ୍ଧିଷ୍ଟ ସୂଚନା ଅଭାବରୁ ଏହି ସମୟରେ ହିଁ ଅଧିକାଂଶ ନୂତନ ଉଇକିଆଳି ଛାଡ଼ି ଚାଲିଯାଇଥାନ୍ତି ।)

ଅନ୍ୟାନ୍ୟ କିଛି ପୃଷ୍ଠା ଦେଖି ସେ ମଇ ମାସରେ ପୃଷ୍ଠା ଗଢ଼ିବା ଶିଖିଲେ । ଅନ୍ୟ ପକ୍ଷରେ ଗୁଗଲ/ବିଙ୍ଗ ଆଦିରେ ଇଂରାଜୀରୁ ଓଡ଼ିଆ ଅନୁବାଦ ବ୍ୟବସ୍ଥା ନଥିବା ତାଙ୍କୁ ବ୍ୟଥିତ କରିଥିଲା । କାହିଁକି ଗୁଗଲରେ ଓଡ଼ିଆ ଅନୁବାଦ ନାହିଁ? ଗୁଗଲ ଟ୍ରାନ୍ସଲେସନରେ ସେ ୧୦୦୦ରୁ ଅଧିକ ଇଂରାଜୀ ବାକ୍ୟ ଓ ଶବ୍ଦଗୁଡ଼ିକୁ ଓଡ଼ିଆରେ ଅନୁବାଦ କରି ଗୁଗଲର ଅନୁବାଦ ଭଣ୍ଡାର ବଢ଼ାଇବାକୁ ଚେଷ୍ଟା କଲେ, ଧୀରେ ଧୀରେ ସେଥିରେ ସେ ଅନୁବାଦ କରି କରି ଲେଭଲ ୧୦୦ ଅତିକ୍ରମ କରିଦେଲେ । ଇଣ୍ଟରନେଟରେ ଓଡ଼ିଆ ଭାଷାରେ ଅବଦାନ କରି ତାହାର ବ୍ୟବହାର ବଢାଇବାର ମାର୍ଗ ଓଡ଼ିଆ ଉଇକିପିଡ଼ିଆ ଛଡ଼ା ଆଉ କିଛି ନଥିଲା ।

ଦ୍ଵିତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ଜୁନ - ଅକ୍ଟୋବର ୨୦୧୮ସମ୍ପାଦନ କରନ୍ତୁ

ମନରେ କିଛି ଆଶା ଓ ଆଶଙ୍କା ଧରି ଜୁନ ମାସରେ ସେ ପୁଣି ଥରେ ଉଇକିପିଡ଼ିଆରେ ସମ୍ପାଦନ କରିବା ଆରମ୍ଭ କଲେ । ପ୍ରଥମେ ପୂର୍ବରୁ ଗଢ଼ିଥିବା ଏକ ପୃଷ୍ଠାରେ କିଛି ଅଧିକ ତଥ୍ୟ ଯୋଗ କରି ଦେଖିଲେ । କାହାର କିଛି ଅଭିଯୋଗ ନଆସିବାରୁ ନିଶଙ୍କ ହୋଇ ସେ ନିଜେ ଊଣା ଅଧିକେ ଜ୍ଞାନ ରଖିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପୃଷ୍ଠାରୁ ନିଜର ନୂତନ ସମ୍ପାଦନ ଅଧ୍ୟାୟ ଆରମ୍ଭ କଲେ । ସମ୍ପାଦନ କରୁ କରୁ ସେ ଅନେକ କଥା ଶିକ୍ଷା ଲାଭ କଲେ । ଉଇକିପିଡ଼ିଆ ସମ୍ପର୍କରେ ଥିବା ଅନେକ ପୂର୍ବ ଧାରଣା ଭୁଲ ଥିଲା ବୋଲି ଜାଣିବାକୁ ପାଇଥିଲେ । ବେଙ୍ଗାଳୁରୁରେ ହୋଇଥିବା ଏକ ମେଳଣରେ ମଧ୍ୟ ସେ ଯୋଗଦାନ କରି ନିଜର ଉଇକିପିଡ଼ିଆରେ ଜ୍ଞାନ ବଢାଇଥିଲେ । ଧୀରେ ଧୀରେ ସେ ଶ୍ରେଣୀ:ଆର୍ଟିଫିସିଆଲ_ଇଣ୍ଟେଲିଜେନ୍ସ କିଛି ବିଷୟରେ ଲେଖିଦେଲେ । ଓଡ଼ିଆ ପାଠକ ମାନଙ୍କର ଜାଣିବା ନିମନ୍ତେ ନିଜେ ଜାଣିଥିବା ଅନ୍ୟ ବିଷୟ, ଶ୍ରେଣୀ:ଶେୟାର_ବଜାରରେ ମଧ୍ୟ ସେ ଗଢ଼ିଥିଲେ ।

ଏହା ମଧ୍ୟରେ ସେ ଦୁଇଟି ଗଣ ସମ୍ପାଦନାରେ ମଧ୍ୟ ସକ୍ରିୟତାର ସହ ଯୋଗଦାନ କରିଥିଲେ; ଉଇକିପିଡ଼ିଆ:ଭାରତୀୟ ସ୍ୱାଧୀନତା ଦିବସ ଗଣସମ୍ପାଦନା ୨୦୧୮ ଏବଂ ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮

ତୃତୀୟ ଅଧ୍ୟାୟସମ୍ପାଦନ କରନ୍ତୁ

ନଭେମ୍ବର ୨୦୧୮ସମ୍ପାଦନ କରନ୍ତୁ

ଏହି ସମୟ ମଧ୍ୟରେ ସେ ଏସିଆ ମାସ ଗଣସମ୍ପାଦନା, ୨୦୧୮ ରେ ଯୋଗଦାନ କରିଥିଲେ । ଆୟକର ଛାଡ଼ ନିମିତ୍ତ ଥିବା ବିଭିନ୍ନ ଲୋକପ୍ରିୟ ସରକାରୀ ଯୋଜନାଗୁଡ଼ିକ ବିଷୟରେ ସେ ଶ୍ରେଣୀ:ଆୟକର ରିହାତି ସୁବିଧା ଜନିତ ଭାରତୀୟ ସଞ୍ଚୟ ଯୋଜନା ଗଠନ କରିଥିଲେ । ଏହାଛଡ଼ା ସେ ଘଟୁଥିବା ଘଟଣାବଳୀ ଗୁଡିକ ଉପରେ ମଧ୍ୟ କିଛି ପୃଷ୍ଠା ଲେଖିଥିଲେ । ଏହି ସମୟରେ ସେ ଓଡ଼ିଆ ଉଇକିପିଡ଼ିଆରେ ୫୦ଟି ନୂତନ ପୃଷ୍ଠା ସମ୍ପାଦନା କରିବାର ଗଣନାଙ୍କ ସମ୍ପୂର୍ଣ୍ଣ କରିଥିଲେ ।

ଚତୁର୍ଥ ଅଧ୍ୟାୟସମ୍ପାଦନ କରନ୍ତୁ

ଡିସେମ୍ବର ୨୦୧୮-ଜୁନ ୨୦୨୦ ପର୍ଯ୍ୟନ୍ତସମ୍ପାଦନ କରନ୍ତୁ

ନିଜର କିଛି ମାସ ଏହି ଉଇକିପିଡ଼ିଆରେ ବିତାଇବା ପରେ ସୌମେନ୍ଦ୍ରଙ୍କର ହୃଦବୋଧ ହେଲା ଯେ:

ଓଡ଼ିଆରେ ଟାଇପ କରିବାର ସବୁଠାରୁ ସହଜ ଉପାୟ ହେଉଛି ଆଦୌ ଟାଇପ ନ କରିବା । ଯେହେତୁ ଉଇକିଆଳିମାନଙ୍କର ଅଧିକାଂଶ ସମୟ ଇଂରାଜୀରୁ ଓଡ଼ିଆ ଅନୁବାଦ କରି ଟାଇପ କରିବାରେ ଚାଲିଯାଉଛି, ସଠିକ ଜାଗାରେ ପରିଶ୍ରମ ଲାଗିପାରୁନାହିଁ । ସ୍ୱୟଂଚାଳିତ ଇଂରାଜୀରୁ ଓଡ଼ିଆ ଅନୁବାଦ ହିଁ ଉଇକିପିଡ଼ିଆରେ ତଥା ଓଡ଼ିଆ ଭାଷାରେ ଦ୍ରୁତ ଉନ୍ନତି ଏବଂ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ତାଙ୍କର ବିଶ୍ୱାସ । ବର୍ତ୍ତମାନ ଯେଉଁ ଗତିରେ ଉଇକିପିଡ଼ିଆରେ ସମ୍ପାଦନା ହେଉଛି ୧୪,୦୦୦ ରୁ ୧,୦୦,୦୦,୦୦୦ ଉଚ୍ଚକୋଟୀର ଓଡ଼ିଆ ଉଇକିପିଡ଼ିଆ ପୃଷ୍ଠା ନିଜର ଜୀବନକାଳରେ ଦେଖିବା ଅସମ୍ଭବ ମନେ ହେଉଛି । ଏହି ଅସମ୍ଭବ କୁ ସମ୍ଭବ କରିବାକୁ ହେଲେ ନ୍ୟୂରାଲ ମେସିନ ଟ୍ରାନ୍ସଲେସନ ବା ତାଠାରୁ ଉନ୍ନତ ଟୁଲର ସାହାର୍ଯ୍ୟ ନିହାତି ଆବଶ୍ୟକ । ଏହି ଲକ୍ଷ୍ୟ ପଥରେ ସେ ବର୍ତ୍ତମାନ ଅଗ୍ରସର । ଭଗବାନ ତାଙ୍କୁ ଏ ପଥରୁ ବିମୁଖ ନକରନ୍ତୁ । :)

ସୌମେନ୍ଦ୍ର ଏହି, ଇଂରାଜୀରୁ ଓଡ଼ିଆ ମେସିନ ଟ୍ରାନ୍ସଲେସନ ଉଦ୍ଧେଶ୍ୟରେ ହେଉଥିବା ପ୍ରଗତିର ତଥ୍ୟ ରଖିବାକୁ ଏକ ୱେବସାଇଟ, MTEnglish2Odia ତିଆରି କରିଛନ୍ତି । ଇଛୁକ ବ୍ୟକ୍ତିଗଣ ସେଠାରେ ସାହାର୍ଯ୍ୟ କରିପାରନ୍ତି ।

ଏହି ସମୟରେ ଟିଟିଟି କାର୍ଯ୍ୟକ୍ରମରେ ୨୦୨୦ରେ ସେ ଓଡ଼ିଆ ଉଇକିପିଡ଼ିଆରୁ ପ୍ରତିନିଧିତ୍ବ କରି ମୁମ୍ବାଇରେ ତାଲିମ ନେଇଥିଲେ ।

ସକ୍ରିୟ ଓ ଭରସାଯୋଗ୍ୟ ଉଇକିଆଳିଭାବରେ ତାଙ୍କୁ ୨୦୧୯ରେ rollbacker ଦାୟିତ୍ୱ ଦିଆଯାଇଥିଲା ।

ପଞ୍ଚମ ଅଧ୍ୟାୟସମ୍ପାଦନ କରନ୍ତୁ

ଜୁନ ୨୦୨୦ - ଅଗଷ୍ଟ ୨୦୨୨ସମ୍ପାଦନ କରନ୍ତୁ

ଗୁଗଲରେ ପାଖାପାଖି ୭୫୦୦ଟି ଇଂରାଜୀ-ଓଡ଼ିଆ ବାକ୍ୟ ସେ ଅନୁବାଦ କରିଦେଇଥିଲେ । ଜୁନ ୨୦୨୦ ରେ ଗୁଗଲରେ ଓଡ଼ିଆ ଅନୁବାଦ ଉପଲବ୍ଧ ହେଇଥିଲା, ପାଖାପାଖି ସେହି ସମୟରେ ମାଇକ୍ରୋସଫ୍ଟରେ ମଧ୍ୟ ଆସିଲା । ଉଇକିପିଡ଼ିଆରେ ଯୋଗଦାନ କରିବାର ତାଙ୍କର ଲକ୍ଷ୍ୟ ସମ୍ପୂର୍ଣ୍ଣ ହେଇଥିଲା । ଜୟ ଜଗନ୍ନାଥ ।

ଏହି ଦୁଇ ବର୍ଷ ମଧ୍ୟ ବିଶ୍ୱ ମହାମାରୀ ଦେଇ ଗତିକରୁଥିଲା । କରୋନା ସମ୍ପର୍କିତ ସ୍ବେଚ୍ଛାକୃତ କାର୍ଯ୍ୟ ଏବଂ ନୂଆ ନୂଆ ବୈବାହିକ ଜୀବନର କାର୍ଯ୍ୟବ୍ୟସ୍ତତାରେ ସେ ଉଇକିପିଡ଼ିଆରେ ଅଧିକ ସମୟ ଦେଇପାରିନଥିଲେ ।

ଷଷ୍ଠ ଅଧ୍ୟାୟସମ୍ପାଦନ କରନ୍ତୁ

ଅଗଷ୍ଟ ୨୦୨୨ - ବର୍ତ୍ତମାନ ପର୍ଯ୍ୟନ୍ତସମ୍ପାଦନ କରନ୍ତୁ

ଓଡ଼ିଆ ଅର୍ଥନୀତି ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବାକୁ ସେ ଉଇକିପ୍ରକଳ୍ପ ଅର୍ଥନୀତି ଆରମ୍ଭ କରିଥିଲେ ।

ଭୂଅବନେଶ୍ୱର ଉଇକିମାନିଆରେ ହୋଇଥିବା ଆଲୋଚନା କ୍ରମେ ସେ ଓଡ଼ିଆ ଉଇକିପିଡ଼ିଆର ସର୍ବସମ୍ମତିକ୍ରମେ ପରିଛା (Administrator) ହୋଇଥିଲେ । ପରିଛା ହେବାପରେ ସେ ନିମ୍ନୋକ୍ତ ବିଷୟ ଉପରେ ଅଧିକ ଧ୍ୟାନ ଦେଇଥିଲେ:

  • ପୃଷ୍ଠାଗୁଡ଼ିକର ଇନ୍ଫୋବାକ୍ସରେ ସଠିକ ମାନଚିତ୍ର ପ୍ରଦର୍ଶନ ।
  • ଜରୁରୀ ପୃଷ୍ଠା, ଛବି , ମୋଡ୍ୟୁଲ, ଛାଞ୍ଚ ଆମଦାନୀ କିମ୍ବା ତିଆରି ।
  • ପୃଷ୍ଠାର ସଠିକ ଶ୍ରେଣୀ ଶୃଙ୍ଖଳା


https://hub-paws.wmcloud.org/user/Soumendrak/lab?

  ଏହି ଉଇକିଆଳିଙ୍କର ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଅବଦାନ ରହିଛି ।
  ଏହି ଉଇକିଆଳିଙ୍କର ଏସିଆ ମାସ ଗଣସମ୍ପାଦନା, ୨୦୧୮ରେ ଅବଦାନ ରହିଛି ।
 This user is a member of the
Welcoming Committee.