ସ୍ତ୍ରୀଧନ ହେଉଛି ବିବାହ ଆଦି ବିଶେଷ ସମୟେ ଆପଣା ପିତାମାତା ଓ ଭାଇଆଦିଙ୍କଠାରୁ କନ୍ୟାକୁ ମିଳିଥିବା ଧନ । ହିନ୍ଦୁ ଆଇନରେ ମଧ୍ୟ ଏହାର ଉଲ୍ଲେଖ ଦେଖିବାକୁ ମିଳେ । ହିନ୍ଦୁ ଆଇନ ମତେ ସ୍ୱାମୀଠାରୁ ଅଲଗା ହୋଇଯିବାପରେ ମଧ୍ୟ ସ୍ତ୍ରୀଧନ ଉପରେ ସ୍ତ୍ରୀର ନ୍ୟାଯ୍ୟ ଅଧିକାର ରହିବ ।[୧]

ବୈଦିକ ମତେସମ୍ପାଦନ କରନ୍ତୁ

ବୈଦିକ ଯୁଗରେ ସ୍ତ୍ରୀ, ସମାଜର ଏକ ବିଶେଷ ଅଙ୍ଗ ରୂପେ ପରିଗଣିତ ହେଉଥିଲେ । ଭଗବାନ ଶିବଙ୍କର ଅର୍ଧନାରୀଶ୍ୱର ରୂପ ଏହାର ଏକ ନିଦର୍ଶନ । ଏହା ସୂଚାଏ ଯେ, ନାରୀ ପୁରୁଷର ଶକ୍ତିର ଉତ୍ସ । ଶିବ(ପୁରୁଷ), ଶକ୍ତି(ସ୍ତ୍ରୀ) ବିନା ଶବ ମାତ୍ର । ପୂରାତନ ବୈଦିକ ଶାସ୍ତ୍ରରୁ ଏକଥା ଜଣାଯାଏ ଯେ ସ୍ତ୍ରୀ ମାନଙ୍କର ମଧ୍ୟ ପୁରୁଷ ମାନଙ୍କ ଭଳି ପରିବାରର ସମ୍ପତ୍ତିରେ ସମାନ ଅଧିକାର ଥିଲା । ଖାଲି ସେତିକି ନୁହେଁ, ସ୍ତ୍ରୀଧନରେ କେବଳ ମହିଳାଙ୍କର ବିଶେଷ ଅଧିକାର ଥିବା କୁହାଯାଇଛି । ଆଚାର୍ଯ୍ୟ ଯାଜ୍ଞବଳକଙ୍କ ସଂହିତାରେ ଉଲ୍ଲେଖ ନିମ୍ନ ଶ୍ଳୋକ ଏହାର ପରିପୃଷ୍ଟ କରେ ।[୨][୩]

"ପିତୃମାତୃପତିଭ୍ରାତୃ ଦତ୍ତମଧ୍ୟଗ୍ନ୍ୟୁପାଗତମ୍
ଆଧିବେଦନିକାଦ୍ୟଞ୍ଚସ୍ତ୍ରୀଧନଂ ପରିକୀର୍ତ୍ତିତମ୍ ।।
ବନ୍ଧୁଦତ୍ତଂ ତଥାଶୁଳ୍କମନ୍ୱାଧେୟକମେବ ବା
ଅତୀତାୟମ୍‌ପ୍ରଜସି ବାନ୍ଧବାସ୍ତଦବାପ୍ନୁୟୁଃ।" (ଯାଜ୍ଞବଳ୍‌କ୍ୟ)
ଅର୍ଥାତ ନଅପ୍ରକାର ଧନ ସ୍ତ୍ରୀଧନର ଅନ୍ତର୍ଭୁକ୍ତ ଅଟେ; ଯାହାକି ନିମ୍ନ ମତେ:
  • ବିବାହ ସମୟରେ ପିତା, ମାତା, ସ୍ୱାମୀ ଏବଂ ଭାଇଙ୍କ ଠାରୁ ସ୍ନେହବଶତଃ ପ୍ରାପ୍ତ ସମସ୍ତ ଧନ,
  • ମାମୁଁ ଏବଂ ସମ୍ପର୍କୀୟଙ୍କଦ୍ୱାରା ବିବାହ ହୋମାଗ୍ନୀ ସମ୍ମୁଖେ ପ୍ରଦତ୍ତ ଧନ,(ଅଧ୍ୟଗ୍ନ୍ୟୁପାଗତ)
  • ଦ୍ୱିତୀୟ ବିବାହ ସମୟରେ ପ୍ରଥମ ପତ୍ନୀକୁ ସନ୍ତୁଷ୍ଟି ନିମିତ୍ତ ପ୍ରଦତ୍ତ ଧନ,(ଆଧୁବେଦନିକ)
  • କନ୍ୟାର ପିତାମାତାଙ୍କ ସମ୍ପର୍କୀୟଙ୍କଦ୍ୱାରା ବିବାହ ସମୟେ ସ୍ନେହବଶତଃ ପ୍ରଦତ୍ତ ଧନ,(ବନ୍ଧୁଦତ୍ତ)
  • ବିବାହ ପୂର୍ବରୁ ବରପକ୍ଷଦ୍ୱାରା କନ୍ୟାକୁ ପ୍ରଦତ୍ତ ଧନ, (ଶୁଳ୍କ)
  • ବିବାହ ପର ବିଦାୟୀ ବେଳେ କନ୍ୟାକୁ ପ୍ରଦତ୍ତ ଧନ,(ଅଧ୍ୟାବହନିକ)
  • ବିବାହ ପରେ ଶାଶୁ ଘରେ କନ୍ୟାକୁ ପ୍ରାପ୍ତ ଧନ,(ଅନ୍ୱାଧେୟକ)
  • ବିବାହ ପରେ ଶାଶୁ ଏବଂ ଶ୍ୱଶୁରଦ୍ୱାରା କନ୍ୟାକୁ (ବୋହୁ) ସ୍ନେହବଶତଃ ପ୍ରଦତ୍ତ ଧନ,(ପାଦବନ୍ଦନିକ)
  • ବିବାହିତ କିମ୍ବା ଅବିବାହିତ କନ୍ୟ।କୁ ବାପଘରେ ଭାଇଦ୍ୱାରା ସ୍ନେହବଶତଃ ପ୍ରଦତ୍ତ ଧନ (ସୌଦାୟିକ)

ମନୁ ସ୍ମୃତି ପ୍ରକାରେ ସ୍ତ୍ରୀଧନ ଛଅ ପ୍ରକାର । ନିମ୍ନ ଶ୍ଳୋକ ଏହାର ପରିପୃଷ୍ଟ କରେ ।

"ଅଧ୍ୟଗ୍ନ୍ୟାଧ୍ୟାବହନିକଂ ଦତ୍ତଂ ଚ ପ୍ରୀତିକର୍ମଣି
ଭ୍ରାତୃମାତୃପିତୃପ୍ରାପ୍ତଂ ଷଡବିଧଂ ସ୍ତ୍ରୀଧନଂ ସ୍ମୃତମ୍" (ମନୁ-୯/୧୧୪)

ହିନ୍ଦୁ ଆଇନରେସମ୍ପାଦନ କରନ୍ତୁ

ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୫୬ର ଧାରା ୧୪ ପ୍ରକାରେ ବିବାହ ପୂର୍ବରୁ କିମ୍ବା ବିବାହ ପରେ ଜଣେ ହିନ୍ଦୁ ମହିଳା ଲାଭ କରିଥିବା ଧନର (ସମ୍ପର୍କୀୟଙ୍କ ଠାରୁ ଉପହାର ସୂତ୍ରେ, ଭରଣପୋଷଣ ବାବଦକୁ କିମ୍ବା ନିଜେ ଦକ୍ଷତା ପ୍ରଦର୍ଶନପୂର୍ବକ ଅର୍ଜନ କରିଥିବା ଧନ) ସେ ହେଉଛନ୍ତି ସମ୍ପୂର୍ଣ୍ଣ ଅଧିକାରିଣୀ । ଏପରିକି ବିବାହ ବିଚ୍ଛେଦ ସତ୍ତ୍ୱେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଠାରୁ ଭରଣପୋଷଣ ସହ ସ୍ତ୍ରୀଧନ ମଧ୍ୟ ଦାବୀ କରିପାରିବ ।[୪]

ଆଧାରସମ୍ପାଦନ କରନ୍ତୁ

  1. "Women can claim stridhan even after separation from husband". www.timesofindia.com. Retrieved 12 July 2018.
  2. Mr. Mahendra Kumar Das, The Hindu Succession Act 1956: 2016 ed.(OLR), 5-6.
  3. "EVOLUTION OF STRIDHANA" (PDF). www.shodhganga.inflibnet.ac.in. Retrieved 12 July 2018.
  4. An, Amit; Nov 21, Choudhary / TNN / Updated:. "Women can claim stridhan even after separation from husband: Supreme Court | India News - Times of India". The Times of India (in ଇଂରାଜୀ). Retrieved 10 September 2020.CS1 maint: extra punctuation (link)

ବାହାର ତଥ୍ୟସମ୍ପାଦନ କରନ୍ତୁ