ଓଡ଼ିଶା ଉଚ୍ଚ ନ୍ୟାୟାଳୟ

(ଓଡ଼ିଶା ହାଇକୋର୍ଟରୁ ଲେଉଟି ଆସିଛି)

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓଡ଼ିଶାକଟକରେ ଅବସ୍ଥିତ ଏକ ଭାରତୀୟ ରାଜ୍ୟସ୍ତରୀୟ ଉଚ୍ଚନ୍ୟାୟାଳୟ । ଏହା ୧୯୪୮ ଜୁଲାଇ ୨୬ ଦିନ ପ୍ରତିଷ୍ଠିତ ହୋଇଥିଲା ।[] ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମଞ୍ଜୁରିପ୍ରାପ୍ତ ମୋଟ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା ଯାହା ପରବର୍ତ୍ତୀ ସମୟରେ ନୋଟିଫିକେସନ ତା ୨।୨।୨୦୨୨ଦ୍ୱାରା ୩୩କୁ ବୃଦ୍ଧି ପାଇଛି [][] ।୨୦୨୪ ମସିହା ଡିସେମ୍ବର ମାସ ସୁଦ୍ଧା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧୯ ଜଣ ବିଚାରପତି କର୍ତ୍ତବ୍ୟରତ ।[]

ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ସ୍ଥାପିତ୨୬ ଜୁଲାଇ ୧୯୪୮ []
ବିସ୍ତାରଭାରତ
ସ୍ଥାନକଟକ, ଓଡ଼ିଶା
ସଂରଚନାଭାରତର ରାଷ୍ଟ୍ରପତି, ପ୍ରଧାନ ବିଚାରପତି ଏବଂ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ନିଶ୍ଚିତତା ସହିତ ।
ଅଧିକାର ପ୍ରାପ୍ତଭାରତୀୟ ସମ୍ବିଧାନ
Decisions are appealed t oଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ
ବିଚାରପତି କାର୍ଯ୍ୟକାଳ୬୨ବର୍ଷ ବୟସ ପର୍ଯ୍ୟନ୍ତ
ସଦସ୍ଯତା ସଂଖ୍ଯା୩୩ []
Websitehttp://www.orissahighcourt.nic.in
ମୁଖ୍ୟ ବିଚାରପତି
ବର୍ତ୍ତମାନଚକ୍ରଧାରୀ ଶରଣ ସିଂହ
ନିଯୁକ୍ତି ଦିନ୦୭ ଫେବୃୟାରୀ ୨୦୨୪

ଇତିହାସ

ସମ୍ପାଦନା

୧୯୩୬ରେ ଓଡ଼ିଶା ପ୍ରଦେଶ (ପ୍ରୋଭିନ୍ସ) ଗଠନ ପୂର୍ବରୁ ଓଡ଼ିଶାର କେତେକାଂଶ ବଙ୍ଗଳା, କେତେକାଂଶ ବିହାର, କେତେକାଂଶ କେନ୍ଦ୍ରୀୟ ଓ ଆଉ କେତେକାଂଶ ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା । ୧୯୧୨ ମାର୍ଚ୍ଚ ୨୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଓଡ଼ିଶା, କଲିକତା ଉଚ୍ଚ ନ୍ୟାୟାଳୟର ଅଧୀନରେ ରହିଲା । ୧୯୧୬ ଫେବୃଆରୀ ୦୯ରେ ପାଟଣା ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ପରେ ଓଡ଼ିଶା ବିଚାର ବ୍ୟବସ୍ଥା ଦୃଷ୍ଟିରୁ ପାଟଣା ଉଚ୍ଚନ୍ୟାୟାଳୟ ଅଧୀନକୁ ଚାଲିଗଲା । ୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବା ସତ୍ତ୍ୱେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ବ୍ୟବସ୍ଥା ନ ଥିଲା । ବିଭିନ୍ନ ମହଲରୁ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ଜନସାଧାରଣଙ୍କ ଦାବି କ୍ରମେ ଭାରତ ସରକାରଙ୍କ ଆଇନ ବିଭାଗ (ରିଜୋଲ୍ୟୁସନ୍ ତାରିଖ: ୧୯୪୨ ଅଗଷ୍ଟ ୧୯)ଦ୍ୱାରା ଓଡ଼ିଶାରେ ଉଚ୍ଚନ୍ୟାୟାଳୟର ଆବଶ୍ୟକତା ଅନୁଧ୍ୟାନ କରିବା ପାଇଁ ବୀର କିଶୋର ରାୟଙ୍କୁ ଅଧ୍ୟକ୍ଷ, ସି.ଏମ୍. ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାଶ ଓ ନରସିଂହ ରାଓଙ୍କୁ ସଭ୍ୟ ଭାବେ ନେଇ ଏକ କମିଟି ସ୍ଥାପନ କଲେ । ଉକ୍ତ କମିଟି ତାଙ୍କ ରିପୋର୍ଟରେ ଓଡ଼ିଶାରେ ଏକ ଉଚ୍ଚ ନ୍ୟାୟାଳୟର ପ୍ରତିଷ୍ଠା ନିମନ୍ତେ ସୁପାରିସ କଲେ । ଫଳରେ ଭାରତ ସରକାରଙ୍କ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ୧୯୪୮ (Orissa High Court Order, 1948) ବଳରେ ୧୯୪୮ ଜୁଲାଇ ୨୬ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହେଲା ।[] ଜଷ୍ଟିସ୍‌ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ହେଲେ ।[]

ଅଧିକାର କ୍ଷେତ୍ର

ସମ୍ପାଦନା

ସାମ୍ବିଧାନିକ ବ୍ୟବସ୍ଥାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୌଳିକ ଅଧିକାର କ୍ଷେତ୍ରସବୁ ହେଲା[]:

  • ମୂଳ ଅଧିକାର କ୍ଷେତ୍ର:

ଭାରତୀୟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ ଏହାର ଅଧିକାର କ୍ଷେତ୍ର ମଧ୍ୟରେ ରିଟ ମାଧ୍ୟମରେ ନାଗରିକର ମୌଳିକ ଅଧିକାର ରକ୍ଷା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିପାରିବେ ।

  • ଅପିଲ ସମ୍ବନ୍ଧୀୟ ଅଧିକାର କ୍ଷେତ୍ର:

ରାଜ୍ୟର ଯେ କୌଣସି ବରିଷ୍ଠ ଦେୱାନୀ ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ଦ୍ୱିତୀୟ ଅପିଲ (RSA) ତଥା ଜିଲ୍ଲା ଅଦାଲତର ଦେୱାନୀ ମକଦ୍ଦମାର ରାୟ ବିରୁଦ୍ଧରେ ପ୍ରଥମ ଅପିଲ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହିଁ ଦାୟର ହେବ । ଫୌଜଦାରୀ ମାମଲାରେ ସାତନର୍ଷରୁ ଅଧିକ କାରାଦଣ୍ଡ ହୋଇଥିବା ଆଦେଶ ବିରୁଦ୍ଧରେ ଉଚ୍ଚନ୍ୟାୟାଳୟରେ ଫୌଜଦାରୀ ଅପିଲ କରାଯାଇପାରିବ ।

  • ପ୍ରଶାସନିକ ଅଧିକାର କ୍ଷେତ୍ର:

ଉଚ୍ଚନ୍ୟାୟାଳୟ ଏହା ଅଧୀନସ୍ଥ ସମସ୍ତ ଅଧସ୍ତନ ଅଦାଲତ ତଥା ଟ୍ରିବ୍ୟୁନାଲର କାର୍ଯ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ନିରୀକ୍ଷଣ କରିପାରିବେ ତଥା ଆବଶ୍ୟକ ସ୍ଥଳେ କୌଣସି ମାମଲାକୁ ଗୋଟିଏ ଅଦାଲତରୁ ଅନ୍ୟ ଏକ ଅଦାଲତକୁ ସ୍ଥାନାନ୍ତର କରିପାରିବେ । ସମସ୍ତ ଅଧସ୍ତନ ଅଦାଲତର ବିଚାରପତିଙ୍କ ନିଯୁକ୍ତି ତଥା ବଦଳି ମଧ୍ୟ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ହୁଏ ।

ମୁଖ୍ୟ ବିଚାରପତି

ସମ୍ପାଦନା
 
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ କୋଠା

ନିଯୁକ୍ତି ପ୍ରକ୍ରିୟା

ସମ୍ପାଦନା

ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମ୍ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସେମାନେ ଏଥିପାଇଁ ବରିଷ୍ଠ ତଥା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରଙ୍କୁ ସୁପାରିଶ କରନ୍ତି । ଏହି କଲେଜିମ୍ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି (CJI) ଏବଂ ସର୍ବୋଚ୍ଚ ନ୍ୟାୟାଳୟର ଦୁଇଜଣ ବରିଷ୍ଠତମ ବିଚାରପତିଙ୍କୁ ନେଇ ଗଠିତ ହୋଇଥାଏ । ଏହି କଲେଜିମ୍ ଉଚ୍ଚ ନ୍ୟାୟାଳୟ କଲେଜିଅମର ପ୍ରସ୍ତାବଗୁଡ଼ିକ (ଯାହା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ଦୁଇଜଣ ବରିଷ୍ଠତମ ବିଚାରପତିଙ୍କଦ୍ୱାରା ଚାଳିତ) ପୁନଃସମୀକ୍ଷା କରେ ଏବଂ କାହାକୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବା ଉଚିତ ସେଥିପାଇଁ ଶେଷ ନିଷ୍ପତ୍ତି ନେଉଥାଏ । ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ କଲିଜିୟମର ସୁପାରିସ ଭାରତର ପ୍ରଧାନ ବିଚାରପତି କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇବା ପରେ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ସରକାରଙ୍କ ମତାମତ ଲୋଡିଥାଏ । ଏହାପରେ ରାଜ୍ୟ ସରକାରଙ୍କ ମତ ସହ ପ୍ରଧାନ ମନ୍ତ୍ରୀ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିସ ସହ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ନିମନ୍ତେ ପ୍ରେରଣ କରନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ନିଯୁକ୍ତି ସଂପର୍କିତ ନୋଟିଫିକେସନ ଗେଜେଟରେ ପ୍ରକାଶ ପାଏ । [୧୦]

ଜଷ୍ଟିସ୍ ବୀର କିଶୋର ରାୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି । ବର୍ତ୍ତମାନର ୩୪ତମ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ

ପୂର୍ବତନ ମୂଖ୍ୟ ବିଚାରପତିଙ୍କ ତାଲିକା

ସମ୍ପାଦନା

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମସ୍ତ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ତାଲିକା[୧୧]:

# ମୂଖ୍ୟ ବିଚାରପତିଙ୍କ ନାମ କାର୍ଯ୍ୟକାଳ
ବୀର କିଶୋର ରାୟ ୨୬ ଜୁଲାଇ ୧୯୪୮ – ୩୦ ଅକ୍ଟୋବର ୧୯୫୧
ବି. ଜଗନ୍ନାଥ ଦାସ ୩୧ ଅକ୍ଟୋବର ୧୯୫୧ – ୩ ମାର୍ଚ୍ଚ ୧୯୫୩
ଲିଙ୍ଗରାଜ ପାଣିଗ୍ରାହୀ ୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬
ରାମସ୍ଵାମୀ ଲକ୍ଷ୍ମଣ ନରସିଂହମ 22 ମାର୍ଚ୍ଚ 1956 – 27 ଡିସେମ୍ବର 1964
ଖଲୀଲ ଅହମଦ (ବିଚାରପତି) 18 ଜାନୁଆରୀ 1965 – 5 ଅପ୍ରେଲ 1967
ସତ୍ୟ ଭୂଷଣ ବର୍ମନ୍ 6 ଅପ୍ରେଲ 1967 – 30 ଅପ୍ରେଲ 1969
ଗତିକୃଷ୍ଣ ମିଶ୍ର 1 ମଇ 1969 – 30 ଅକ୍ଟୋବର 1975
ଶିବ ନାରାୟଣ ଶଙ୍କର 1 ନଭେମ୍ବର 1975–12 ଅକ୍ଟୋବର 1977
ସୁକାନ୍ତ କିଶୋର ରାୟ 13 ଅକ୍ଟୋବର 1977–4 ନଭେମ୍ବର 1980
୧୦ ରଙ୍ଗନାଥ ମିଶ୍ର 16 ଜାନୁଆରୀ 1981 – 14 ମାର୍ଚ୍ଚ 1983
୧୧ ଡମ୍ବରୁଧର ପାଠକ 11 ଅଗଷ୍ଟ 1983 – 28 ଫେବୃଆରୀ 1986
୧୨ ହରିଲାଲ ଅଗ୍ରୱାଲ 1 ମଇ 1986 – 31 ଜୁଲାଇ 1989
୧୩ ବନୱାରୀଲାଲ ହଂସାରିଆ 22 ଫେବୃଆରୀ 1990 – 13 ଡିସେମ୍ବର 1993
୧୪ ଗିରୀଶ ଠାକୁରଲାଲ ନାନାବତୀ 31 ଜାନୁଆରୀ 1994 – 27 ସେପ୍ଟେମ୍ବର 1994
୧୫ ବଲ୍ଲଭଦାସ ଐଦାନ ମୋହତା 28 ସେପ୍ଟେମ୍ବର 1994 – 25 ଅପ୍ରେଲ 1995
୧୬ ଶୈଳେନ୍ଦୁନାଥ ଫୁକନ୍ 2 ଅଗଷ୍ଟ 1996 – 27 ଜାନୁଆରୀ 1999
୧୭ ବିଶ୍ୱନାଥ ଅଗ୍ରୱାଲା 18 ନଭେମ୍ବର 1999–18 ଅକ୍ଟୋବର 2000
୧୮ ଏନ୍. ୱ।ଇ. ହନୁମନ୍ଥାପା 17 ଫେବୃଆରୀ 2001 – 24 ସେପ୍ଟେମ୍ବର 2001
୧୯ ପି. କେ. ବାଲାସୁବ୍ରମଣ୍ୟନ 5 ଡିସେମ୍ବର 2001 – 10 ମାର୍ଚ୍ଚ 2003
୨୦ ସୁଜିତ ବର୍ମନ ରାୟ 9 ଅପ୍ରେଲ 2003 – 27 ଜାନୁଆରୀ 2007
୨୧ ଅଶୋକ କୁମାର ଗାଙ୍ଗୁଲୀ 2 ମାର୍ଚ୍ଚ 2007 – 18 ମଇ 2008
୨୨ ବଲବୀର ସିଂ ଚୌହାନ 16 ଜୁଲାଇ 2008 – 10 ମଇ 2009
କାର୍ଯ୍ୟକାରୀ ଆଇ. ଏମ୍. କୁଦୁସୀ 11 ମଇ 2009 – 13 ନଭେମ୍ବର 2009
23 ବିଲାଲ୍‌ ନାଜକି 14 ନଭେମ୍ବର 2009 – 17 ନଭେମ୍ବର 2009
୨୪ ଭି. ଗୋପାଲ ଗୌଡା 25 ମାର୍ଚ୍ଚ 2010 - 26 ଫେବୃଆରୀ 2013
୨୫ ସି. ନାଗପ୍ପାନ 27 ଫେବୃଆରୀ 2013 - 16 ସେପ୍ଟେମ୍ବର 2013
୨୬ ଆଦର୍ଶ କୁମାର ଗୋଏଲ ୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪
୨୭ ଅମିତାଭ ରୟ ୫ ଅଗଷ୍ଟ ୨୦୧୪ - ୨୫ ଫେବୃଆରୀ ୨୦୧୫
୨୮ ଧୀରେନ୍ଦ୍ର ହୀରାଲାଲ ୱାଘେଲା ୧୩ ଅପ୍ରେଲ ୨୦୧୫ - ୧୪ ଫେବୃଆରୀ ୨୦୧୬
କାର୍ଯ୍ୟକାରୀ ପ୍ରଦୀପ କୁମାର ମହାନ୍ତି ୧୪ ଫେବୃଆରୀ ୨୦୧୬ - ୨୬ ଫେବୃଆରୀ ୨୦୧୬
୨୯ ବିନୀତ ଶରଣ ୨୬ ଫେବୃଆରୀ ୨୦୧୬[୧୨] - ୦୬ ଅଗଷ୍ଟ ୨୦୧୮
୩୦ କେ ଏସ୍ ଜାଭେରି ୧୨ ଅଗଷ୍ଟ ୨୦୧୮ - ୦୪ ଜାନୁଆରୀ ୨୦୨୦
କାର୍ଯ୍ୟକାରୀ ସଞ୍ଜୁ ପଣ୍ଡା ୦୫ ଜାନୁଆରୀ ୨୦୨୦- ୨୬ ଏପ୍ରିଲ ୨୦୨୦
୩୧ ମହମ୍ମଦ ରଫିକ୍ ୨୭ ଅପ୍ରେଲ ୨୦୨୦- ୦୩ ଜାନୁଆରୀ ୨୦୨୧
୩୨ ଏସ୍. ମୁରଲୀଧର ୦୪ ଜାନୁଆରୀ ୨୦୨୧ - ୭ ଅଗଷ୍ଟ ୨୦୨୩
୩୩ ଶୁଭାଶିଷ ତାଳପତ୍ର ୮ ଅଗଷ୍ଟ ୨୦୨୩ - ୩ ଅକ୍ଟୋବର ୨୦୨୩
କାର୍ଯ୍ୟକାରୀ[୧୩] ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ୦୪ ଅକ୍ଟୋବର ୨୦୨୩ - ୦୬ ଫେବୃଆରୀ ୨୦୨୪
୩୪ ଚକ୍ରଧାରୀ ଶରଣ ସିଂହ ୦୭ ଫେବୃଆରୀ ୨୦୨୪ - incumbent

ଓଡ଼ିଶା ଉଚ୍ଚ ନ୍ୟାୟାଳୟର କର୍ତ୍ତବ୍ୟରତ ବିଚାରପତିଙ୍କ ତାଲିକା(ବରିଷ୍ଠତା କ୍ରମେ)

ସମ୍ପାଦନା
# Judge Date of appointment Date of retirement
1 ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ 20 June 2013 19 July 2024 (୧୯।୦୭।୨୦୨୪ରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି ।[୧୪]
2 ଜଷ୍ଟିସ ଅରିନ୍ଦମ୍ ସିହ୍ନା 30 October 2013 21 September 2027
3 ଜଷ୍ଟିସ ଦେବବ୍ରତ ଦାଶ (ବିଚାରପତି) 29 November 2013 11 October 2024 ( ୧୧ ଅକ୍ଟୋବରରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି ।[୧୫]
4 ଜଷ୍ଟିସ ସଙ୍ଗମ କୁମାର ସାହୁ 2 July 2014 4 June 2026
5 ଜଷ୍ଟିସ କୃଷ୍ଣ ରାମ ମହାପାତ୍ର 17 April 2015 17 April 2027
6 ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ 8 November 2019 31 January 2032
7 ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ 10 February 2020 28 July 2034
8 ଜଷ୍ଟିସ ସାବିତ୍ରୀ ରଥ 11 June 2020 3 July 2030
9 ଜଷ୍ଟିସ ମୃଗାଙ୍କ ଶେଖର ସାହୁ 19 October 2021 6 September 2033
10 ଜଷ୍ଟିସ ରାଧା କୃଷ୍ଣ ପଟ୍ଟନାୟକ 19 October 2021 24 October 2032
11 ଜଷ୍ଟିସ ଶଶୀକାନ୍ତ ମିଶ୍ର 19 October 2021 16 January 2029
12 ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର 5 November 2021 25 February 2031
13 ଜଷ୍ଟିସ ଭି. ନରସିଂହ 14 February 2022 18 January 2029
14 ଜଷ୍ଟିସ ବିରଜା ପ୍ରସନ୍ନ ସତପଥୀ 14 February 2022 19 August 2028
15 ଜଷ୍ଟିସ ମୁରାହରି ଶ୍ରୀ ରମଣ 14 February 2022 7 June 2032
16 ଜଷ୍ଟିସ ସଞ୍ଜୟ କୁମାର ମିଶ୍ର 10 June 2022 13 November 2029
17 ଜଷ୍ଟିସ ଗୌରୀଶଙ୍କର ସତପଥି 13 August 2022 24 April 2034
18 ଜଷ୍ଟିସ ଚିତ୍ତରଞ୍ଜନ ଦାଶ 13 August 2022 11 November 2026
19 ଜଷ୍ଟିସ ଶିବଶଙ୍କର ମିଶ୍ର 5 September 2023
20 ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା 5 September 2023
  1. http://www.telegraphindia.com/1140727/jsp/odisha/story_18656476.jsp#.VYKOOlIwDSg
  2. "New High Court judge takes oath - The New Indian Express". newindianexpress.com. 2013. Retrieved 6 January 2013. the strength of judges in the Orissa High Court has gone up to 12 though 10 posts are still vacant[permanent dead link]
  3. "Historical Perspective" (PDF). www.orissahighcourt.nic.in. Retrieved 24 December 2024.
  4. "Annual Report 2022" (PDF). www.orissahighcourt.nic.in. Retrieved 21 December 2024.
  5. Bureau, KalingaTV (2022-02-09). "Number Of Judges In Orissa High Court Rises To 33". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-21.
  6. "Judges | Orissa High Court, Cuttack". www.orissahighcourt.nic.in. Retrieved 2024-12-24.
  7. http://www.telegraphindia.com/1130727/jsp/odisha/story_17160912.jsp#.VYKSOFIwDSg
  8. "Former Chief Justices of Orissa High Court". www.orissa.oriyaonline.com/. Retrieved 16 June 2015.[permanent dead link]
  9. "Jurisdiction, Powers and Control of High Court". Retrieved 23 June 2018.
  10. "Memorandum of procedure of appointment of High Court Judges | Department of Justice | India". doj.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-24.
  11. http://odisha.gov.in/e-magazine/orissaannualreference/ORA-2005/pdf/name_of_chief_justice.pdf
  12. "Justice Saran to be sworn in as Chief Justice of Orissa HC". OdishaSunTimes.com. Retrieved 21 February 2016.
  13. "Order of appointment". doj.gov.in. Retrieved 21 December 2024.
  14. Sucheta (2024-07-19). "Dr Justice Bidyut Ranjan Sarangi, Chief Justice of Jharkhand High Court, bids farewell after a brief tenure of 15 days". SCC Times (in ଆମେରିକୀୟ ଇଂରାଜୀ). Retrieved 2024-12-21.
  15. HIGH COURT OF ORISSA (2024-10-11), 09-10-2024- Full Court Reference for bidding farewell to Hon'ble Mr. Justice Debabrata Dash, retrieved 2024-12-24

ଅଧିକ ତଥ୍ୟ

ସମ୍ପାଦନା