ବିରଜା ପ୍ରସନ୍ନ ସତପଥୀ

ବିରଜା ପ୍ରସନ୍ନ ସତପଥୀ (ଜନ୍ମ:୨୦ ଅଗଷ୍ଟ ୧୯୬୬) ଜଣେ ଭାରତୀୟ ଆଇନଜୀବି ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ।[]

ଶିକ୍ଷା ଓ ପେଶା

ସମ୍ପାଦନା

ବିରଜା ପ୍ରସନ୍ନ ସତପଥୀ ୨୦ ଅଗଷ୍ଟ ୧୯୬୬ ରେ ଜନ୍ମ ଗ୍ରହଣ କରିଥିଲେ । ପିତା ଥିଲେ ସ୍ୱାଧୀନତା ସଂଗ୍ରାମୀ ଓ ଶିକ୍ଷାବିତ ଭଗବାନ ସତପଥୀ ଓ ମାତା ପ୍ରଭାବତୀ ସତପଥୀ । ତାଙ୍କ ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷା ତିର୍ତ୍ତୋଲରେ ହୋଇଥିଲା । ୧୯୮୧ ମସିହାରେ ସେ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ ଓ ତା’ପରେ, ରେଭେନ୍ସା କଲେଜ (ଏବେ ରେଭନ୍ସୋ ବିଶ୍ୱବିଦ୍ୟାଳୟ), କଟକରୁ ଆଇ.କମ୍, ବି.କମ୍ (ଅନର୍ସ) ଓ ଏମ୍.କମ୍ ଡିଗ୍ରୀ ଅର୍ଜନ କରିଥିଲେ । ପରେ, ୧୯୯୧ ମସିହାରେ ମଧୁସୁଦନ ଆଇନ ମହାବିଦ୍ୟାଳୟ, କଟକରୁ ଏଲଏଲ.ବି ଡିଗ୍ରୀ ହାସଲ କରିଥିଲେ ଓ ୧୯୯୩ ମସିହାରେ ଓଡିଶା ରାଜ୍ୟ ବାର କାଉନ୍ସିଲରେ ଆଇନ ଅଭ୍ୟାସ ପାଇଁ ନାମ ଲେଖାଇଥିଲେ ।[]

ସେ ଦିବଙ୍ଗତ ଡା. ଅଶୋକ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀଙ୍କ ଚେମ୍ବରରେ ଆଇନ ପେଶା ଅଭ୍ୟାସ ଆରମ୍ଭ କରିଥିଲେ ଓ ପ୍ରାୟ ସମସ୍ତ ଆଇନ ଶାଖାର ବିଭିନ୍ନ ମାମଲା ନିର୍ବାହ କରିବାର ସୁଯୋଗ ପାଇଥିଲେ । ୧୯୯୭ ମସିହାରେ ସେ ଓଡିଶା ଉଚ୍ଚ ନ୍ୟାୟାଳୟ, ଓଡିଶା ପ୍ରଶାସନିକ ଟ୍ରାଇବ୍ୟୁନାଲ (OAT) ଓ ଅନ୍ୟାନ୍ୟ ଜିଲ୍ଲା ନ୍ୟାୟାଳୟ ଓ ଟ୍ରାଇବ୍ୟୁନାଲରେ ସ୍ଵାଧୀନ ଭାବରେ ନିଜସ୍ୱ ଆଇନ ପେଶା ଅଭ୍ୟାସ ଆରମ୍ଭ କରିଥିଲେ ।

୧୪ ଫେବୃଆରୀ ୨୦୨୨ରେ ସେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହେଲେ ।[][]

  1. Bureau, KalingaTV (2022-02-14). "3 new Judges of Orissa High Court to take oath today". KalingaTV (in ଆମେରିକୀୟ ଇଂରାଜୀ). Retrieved 2024-12-22.
  2. "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
  3. saurabh (2022-02-23). "Biraja Prasanna Satapathy appointed Judge- Orissa High Court" (in ଆମେରିକୀୟ ଇଂରାଜୀ). Retrieved 2024-12-22.
  4. NEWS, OMMCOM (2022-02-14). "Three New Orissa High Court Judges Take Oath | Odisha". Odisha News, Odisha Breaking News, Odisha Latest News || Ommcom News (in ଆମେରିକୀୟ ଇଂରାଜୀ). Retrieved 2024-12-22.