ବନୱାରୀଲାଲ ହଂସାରିଆ

ବନୱାରୀଲାଲ ହଂସାରିଆ (୨୫ ଡିସେମ୍ବର ୧୯୩୧ ― ୩ ନଭେମ୍ବର ୧୯୯୭) ଜଣେ ଭାରତୀୟ ନ୍ୟାୟାଧୀଶ ଓ ଭାରତୀୟ ସୁପ୍ରିମ୍ କୋର୍ଟର ପୂର୍ବତନ ନ୍ୟାୟାଧୀଶ ଥିଲେ ।[] ସେ 22 ଫେବୃଆରୀ 1990ରୁ 13 ଡିସେମ୍ବର 1993 ପର୍ଯ୍ୟନ୍ତ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କର୍ଯ୍ୟନିର୍ବାହ କରିଥିଲେ ।

Justice

ବନୱାରୀଲାଲ ହଂସାରିଆ
13th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
22 February 1990 – 13 December 1993
ପୂର୍ବ ଅଧିକାରୀହରିଲାଲ ଅଗ୍ରୱାଲ
ପର ଅଧିକାରୀଗିରୀଶ ଠାକୁରଲାଲ ନାନାବତୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1931-12-25)୨୫ ଡିସେମ୍ବର ୧୯୩୧
ମୃତ୍ୟୁ୩ ନଭେମ୍ବର ୧୯୯୭(୧୯୯୭-୧୧-୦୩)

କାର୍ଯ୍ୟଜୀବନ

ସମ୍ପାଦନା

ହଂସାରିଆ ସର୍ଦାରଶହରରେ ସ୍କୁଲଶିକ୍ଷା ହାସଲ କରିବା ପରେ ପିଲାନୀସ୍ଥିତ ବିର୍ଲା ଆର୍ଟ୍ସ କଲେଜରେ ପଢିଥିଲେ । ସେ କୋଲକାତା ବିଶ୍ବବିଦ୍ୟାଳୟରୁ ଏମ.ଏ. ଓ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନମିକ୍ସରୁ ଏମ.ଏସ୍.ସି. ଉତ୍ତୀର୍ଣ୍ଣ ହୋଇଥିଲେ । ଏଲ୍.ଏଲ୍.ବି. ପାସ କରିବା ପରେ, ସେ ଓକିଲାତି କଲେ ଓ ଗୁୱାହାଟିର ଜେ.ବି. ଲ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଲେ । ୧୯୭୧ ମସିହାରେ ହଂସାରିଆ ଜିଲ୍ଲା ଓ ଦୌରା ଜଜ୍ ଭାବେ ନିଯୁକ୍ତ ହେଲେ ।

୧୯୭୬ ମସିହାର ୧୫ ଜୁଲାଇରୁ ୧୯୭୯ ମସିହାର ୯ ଫେବ୍ରୁଆରୀ ପର୍ଯ୍ୟନ୍ତ ସେ ଆସାମ ସରକାରଙ୍କ ବିଧି ତଥା ନ୍ୟାୟ ବିଭାଗ ସଚିବ ଏବଂ ଲିଗାଲ୍ ରିମେମ୍ବ୍ରାନସର୍ ଭାବେ କାର୍ଯ୍ୟ କରିଥିଲେ । ୧୯୭୯ ମସିହାରେ ହଂସାରିଆଙ୍କୁ ଗୁଆହାଟି ହାଇକୋର୍ଟର ନ୍ୟାୟାଧୀଶ ଭାବେ ଉନ୍ନତ କରାଗଲା । ସେ ୨୨ ଫେବ୍ରୁଆରୀ ୧୯୯୦ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ ।

୧୯୯୩ ମସିହାର ୧୪ ଡିସେମ୍ବରରେ ହଂସାରିଆ ଙ୍କୁ ଭାରତୀୟ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ କରାଗଲା ଓ ସେ ୧୯୯୬ ମସିହାରେ ସେବାନିବୃତ୍ତ ହେଲେ ।[] ସେ ବହୁ ପ୍ରସିଦ୍ଧ ଆଇନ ପୁସ୍ତକ ଓ ଲେଖାର ଲେଖକ ।[]

  1. "Former Hon'ble Judges of the Supreme Court of India/ Chief Justice of India, who served as Chief Justice/ Hon'ble Judge of this High Court – THE GAUHATI HIGH COURT". ghconline.gov.in. Retrieved 2024-12-19.
  2. "Chief Justices/ Judges Elevated to Supreme Court | Orissa High Court, Cuttack". orissahighcourt.nic.in. Retrieved 2024-12-19.
  3. "Justice B.L. Hansaria | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-19.