ଚକ୍ରଧାରୀ ଶରଣ ସିଂହ
ଚକ୍ରଧାରୀ ଶରଣ ସିଂହ (ଜନ୍ମ: ୨୦ ଜାନୁଆରୀ ୧୯୬୩) ଜଣେ ଭାରତୀୟ ବିଚାରପତି ଅଟନ୍ତି। ସେ ବର୍ତ୍ତମାନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ପଦବୀରେ କାର୍ଯ୍ୟରତ ଅଛନ୍ତି ।[୧][୨] ସେ ପୂର୍ବରୁ ପାଟନା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[୩][୪]
Hon'ble Chief Justice ଚକ୍ରଧାରୀ ଶରଣ ସିଂହ | |
---|---|
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
Assumed office 7 February 2024 | |
Nominated by | Dhananjaya Y. Chandrachud |
Appointed by | Droupadi Murmu |
Acting Chief Justice of ପାଟନା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 6 February 2023 – 28 March 2023 | |
Appointed by | ଦ୍ରୌପଦୀ ମୁର୍ମୁ |
Judge of ପାଟନା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 5 April 2012 – 6 February 2024 | |
Nominated by | S. H. Kapadia |
Appointed by | Pratibha Patil |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୦ ଜାନୁଆରୀ ୧୯୬୩ |
ଶିକ୍ଷାନୁଷ୍ଠାନ | University of Delhi |
ସଂକ୍ଷିପ୍ତ ଜୀବନୀ
ସମ୍ପାଦନାସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଅଧୀନସ୍ଥ କ୍ୟାମ୍ପସ ଲ କେନ୍ଦ୍ରରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ୩୦ ଅକ୍ଟୋବର ୧୯୯୦ ତାରିଖରେ ସେ ତାଙ୍କ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୯୮ ରେ ସେ ଭାରତର କେନ୍ଦ୍ର ସରକାରର ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବରେ ନିଯୁକ୍ତ ହୋଇ ୨୦୦୧ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ସେ ସେବା, ସମ୍ବିଧାନିକ ଏବଂ ପରାଧିକ ମାମଲାରେ ଓକିଲାତି କରିଥିଲେ ଏବଂ ଶ୍ରମ ଆଇନ ଏବଂ କଷ୍ଟମସ୍ ଆଇନ ଅନ୍ତର୍ଗତ ମାମଲା ମଧ୍ୟ ସମ୍ଭାଳିଥିଲେ । ସେ ପାଟନା ଉଚ୍ଚ ନ୍ୟାୟାଳୟରେ ଭାରତର କଣ୍ଟ୍ରୋଲର ଏବଂ ଆଡିଟର ଜେନେରାଲଙ୍କ ପ୍ୟାନେଲ କାଉନସିଲ ଭାବରେ ମାମଲା ପରିଚାଳନା ମଧ୍ୟ କରିଥିଲେ ।
୧୮ ସେପ୍ଟେମ୍ବର ୨୦୧୦ ତାରିଖରେ ସେ ବରିଷ୍ଠ ଆଡଭୋକେଟ୍ ଭାବରେ ଉନ୍ନିତ ହୋଇଥିଲେ। ୨୦୧୦ ମସିହାରେ ସେ ବିହାର ସରକାରର ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଥିଲେ । ପାଟନା ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବେ ସେ ୫ ଏପ୍ରିଲ ୨୦୧୨ ରେ ନିଯୁକ୍ତି ପାଇଥିଲେ । ୨ ମାର୍ଚ୍ଚ ୨୦୧୬ ତାରିଖରେ ସେ ସ୍ଥାୟୀ ବିଚାରପତି ପଦବୀକୁ ଉନ୍ନୀତ ହୋଇଥିଲେ ।
୬ ଫେବୃଆରୀ ୨୦୨୩ ତାରିଖରେ ସେ ପାଟନା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟବାହକ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇ ୨୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ସେହି ଦାୟିତ୍ୱରେ ରହିଥିଲେ । ସେ ୬ ଫେବୃଆରୀ ୨୦୨୩ ରୁ ୨୮ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିହାର ରାଜ୍ୟ ଆଇନ ସେବା ପ୍ରାଧୀକରଣର ପ୍ରଧାନ ଉପରକ୍ଷକ ପଦବୀରେ ରହିଥିଲେ । ସେ ବିହାର ନ୍ୟାୟିକ ଏକାଡେମୀର ପ୍ରଧାନ ଉପରକ୍ଷକ ଭାବେ ମଧ୍ୟ ଏହି ସମୟରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ସେ ବିହାର ରାଜ୍ୟ ଆଇନ ସେବା ପ୍ରାଧୀକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରେ ରହିଛନ୍ତି ।[୫]
ଆଧାର
ସମ୍ପାଦନା- ↑ "SUPREME COURT OF INDIA" (PDF). main.sci.gov.in. Retrieved 18 December 2024.
- ↑ NETWORK, LIVELAW NEWS (2024-02-07). "Justice Chakradhari Sharan Singh Takes Oath As 34th Chief Justice Of Orissa High Court". www.livelaw.in (in ଇଂରାଜୀ). Retrieved 2024-12-17.
- ↑ Upadhyay, Sparsh (2023-02-04). "President Appoints Justice Chakradhari Sharan Singh As Acting Chief Justice Of Patna High Court". www.livelaw.in (in ଇଂରାଜୀ). Retrieved 2024-12-17.
- ↑ 1, Amit Kumar. "The High Court of Judicature at Patna". patnahighcourt.gov.in (in ଇଂରାଜୀ). Retrieved 2024-12-17.
{{cite web}}
:|last=
has numeric name (help) - ↑ PTI (2023-02-04). "Justice Chakradhari Sharan Singh becomes Acting CJ of Patna HC". ThePrint (in ଆମେରିକୀୟ ଇଂରାଜୀ). Retrieved 2024-12-17.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |