ରାମସ୍ଵାମୀ ଲକ୍ଷ୍ମଣ ନରସିଂହମ
ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ (ଆର. ଏଲ. ନରସିଂହମ) ଏକ ଭାରତୀୟ ବିଚାରପତି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ ।[୧]
Justice ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ | |
---|---|
4th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 22 March 1956 – 27 December 1964 | |
ପୂର୍ବ ଅଧିକାରୀ | ଲିଙ୍ଗରାଜ ପାଣିଗ୍ରାହୀ |
ପର ଅଧିକାରୀ | ଖଲୀଲ ଅହମଦ (ବିଚାରପତି) |
ପେଶା
ସମ୍ପାଦନାଆର. ଏଲ. ନରସିଂହମ ଭାରତୀୟ ସିଭିଲ୍ ସର୍ଭିସର ସଦସ୍ୟ ଥିଲେ । ସେ ପ୍ରଥମେ ଓଡ଼ିଶା ସରକାରର ଆଇନ, ବ୍ୟବସାୟ ଏବଂ ଶ୍ରମ ବିଭାଗର ସଚିବ ଓ ଆଇନ ଶାସନ ଓ ମତାମତ ବିଭାଗର ଅଧିକାରୀ ଥିଲେ । ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ ଏବଂ ଏକ ଅର୍ଥନୀତିରେ ଡିପ୍ଲୋମା ହାସଲ କରିଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ କରି ସେ 1931ରେ ସେହି ସେବାରେ ଯୋଗ ଦେଇଥିଲେ । ସେ କଟକ-ସମ୍ବଲପୁରର ଜିଲ୍ଲା ଏବଂ ସେଶନ୍ସ ଜଜ୍ ଥିଲେ, ତା’ପରେ ସେ ଓଡ଼ିଶା ସରକାରର ସଚିବ ପଦବୀରେ ନିଯୁକ୍ତ ହେଇଥିଲେ । ତା’ପରେ ସେ 26.7.1948ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦକୁ ନିଯୁକ୍ତି ଲାଭ କରିଥିଲେ ଏବଂ 22.3.1956ଠାରୁ 27.12.1964 ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିବାହ କରିଥିଲେ।[୨]
ଆଧାର
ସମ୍ପାଦନା- ↑ "Hon'ble Chief Justice R. L.Narasimham". www.aironline.in. Retrieved 19 December 2024.
- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 19 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |