ଆଦର୍ଶ କୁମାର ଗୋଏଲ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୭ତମ ମୁଖ୍ୟ ବିଚାରପତି (୧୦ ଅକ୍ଟୋବର ୨୦୧୩ - ଜୁଲାଇ ୨୦୧୪) ତଥା ଭାରତର ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି [୧]

ଜଷ୍ଟିସ

ଆଦର୍ଶ କୁମାର ଗୋଏଲ
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୧୦ ଅକ୍ଟୋବର ୨୦୧୩ – ଜୁଲାଇ ୨୦୧୪
ପୂର୍ବ ଅଧିକାରୀସି. ନାଗପ୍ପାନ
ପର ଅଧିକାରୀଅମିତାଭ ରୟ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ଜୁନ ୧୯୫୯
ହରିଆନା
ଜାତୀୟତାଭାରତୀୟ
ଶିକ୍ଷାବି.ଏ., ଏଲ.ଏଲ.ବି.

ବୃତ୍ତିଗତ ଜୀବନ ସମ୍ପାଦନା

୧୪ ଜୁନ ୧୯୫୯ ମସିହାରେ ହରିଆନାରେ ଜନ୍ମିତ ଗୋଏଲ ଜଣେ ଆଇନଜୀବୀଭାବେ ତାଙ୍କ କର୍ମମୟ ଜୀବନ ପଞ୍ଜାବ ଓ ହରିଆନା ବାର କାଉନସେଲରୁ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ଅବସ୍ଥାରେ ସେ ପଞ୍ଜାବ ଓ ହରିଆନା ଉଚ୍ଚନ୍ୟାୟାଳୟରେ ପ୍ରାୟ ପାଞ୍ଚ ବର୍ଷ ଜଣେ ଆଇନଜୀବୀଭାବେ କାର୍ଯ୍ୟ କରିଥିଲେ । ଏହାପରେ ଭାରତର ଉଚ୍ଚତମ ନ୍ୟାୟାଳୟରେ ତଥା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ସେ ଦେୱାନୀ, ଫୌଜଦାରୀ, କର, ସମ୍ବିଧାନ ତଥା ସରକାରୀ ସେବା ସମ୍ବନ୍ଧୀୟ ସମସ୍ତ ମାମଲାରେ ପ୍ରାୟ ୨୨ ବର୍ଷ କାଳ ଓକିଲାତି କଲେ । ଉଚ୍ଚତମ ନ୍ୟାୟାଳୟରେ ସେ ଉତ୍ତର ପ୍ରଦେଶ ସରକାରଙ୍କ ଅତିରିକ୍ତ ମହାଧିଭକ୍ତା ଭାବେ ମଧ୍ୟ ଦୁଇବର୍ଷ ପାଇଁ କାମ କରିଥିଲେ । ୨ ଜୁଲାଇ ୨୦୦୧ରେ ସେ ପଞ୍ଜାବ ଓ ହରିଆନା ଉଚ୍ଚନ୍ୟାୟାଳୟର ଜଣେ ବିଚାରପରିଭାବେ ଯୋଗ ଦେଲେ । ୨ ମେ ୨୦୧୧ରୁ ୧୨ ସେପ୍ଟେମ୍ବର ୨୦୧୧ ଯାଏଁ ସେ ପଞ୍ଜାବ ଓ ହରିଆନା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବା ପରେ ସେ ଗୌହାଟି ଉଚ୍ଚନ୍ୟାୟାଳୟର ବରିଷ୍ଠ ବିଚାରପତି ଭାବେ ଯୋଗ ଦେଇଥିଲେ । ଏହା ପରେ ପରେ ଅର୍ଥାତ ୨୦ ଡେସେମ୍ବର ୨୦୧୧ରେ ସେ ଗୌହାଟି ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ । ୧୨ ଅକ୍ଟୋବର ୨୦୧୩ରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ୭ ଜୁଲାଇ ୨୦୧୪ରେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ଲାଭ କଲେ । ୬ ଜୁଲାଇ ୨୦୧୮ରେ ସେ ଉଚ୍ଚତମ ନ୍ୟାୟାଳୟର ବିଚାରପତି ଭାବେ ଅବସର ଗ୍ରହଣ କରିବା ପରେ ସଂପ୍ରତି ସେ ଜାତୀୟ ଗ୍ରୀନ ତ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ।[୨]

ଐତିହାସିକ ଫୈସଲା ସମ୍ପାଦନା

ଆଧାର ସମ୍ପାଦନା

  1. "Hon'ble Judges". www.sci.gov.in. Archived from the original on 25 October 2019. Retrieved 23 July 2018.
  2. "Justice Adarsh Kumar Goel appointed as chairman of National Green Tribunal". The Indian Express. 6 July 2018. Retrieved 23 July 2018.