ଆଦିତ୍ୟ କୁମାର ମହାପାତ୍ର
ଆଦିତ୍ୟ କୁମାର ମହାପାତ୍ର ( ଜନ୍ମ:୨୬ ଫେବୃଆରୀ, ୧୯୬୯) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚନ୍ୟାଳୟର ବିଚାରପତି ।[୧][୨]
ଶିକ୍ଷା ଓ ପେଶାଜୀବନ
ସମ୍ପାଦନାଆଦିତ୍ୟ କୁମାର ମହାପାତ୍ର ୨୬ ଫେବୃଆରୀ, ୧୯୬୯ରେ କଟକରେ ଜନ୍ମଗ୍ରହଣ କରିଥିଲେ । ପିତା ଅଭିରାମ ମହାପାତ୍ର ଏବଂ ମାତା ଥିଲେ ଶ୍ରୀମତୀ ସବିତା ଦେବୀ । ସେ ରେଭେନ୍ସା କଲେଜିଏଟ ବିଦ୍ୟାଳୟ, କଟକରୁ ଶିକ୍ଷା ଲାଭ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଅନ୍ତର୍ଗତ ରେଭେନ୍ସା କଲେଜ, କଟକରୁ ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଡିଗ୍ରୀ ପ୍ରାପ୍ତ କରି ୧୯୯୫ରେ ଆଇନଜୀବୀ ଭାବେ ନାମାଂକନ କରାଇଥିଲେ ।
ଆଦିତ୍ୟ କୁମାର ମହାପାତ୍ର ବିଚାରପତି ପି.କେ. ମିଶ୍ରଙ୍କ ଚେମ୍ବରରେ ଯୋଗଦେଇ ଓକିଲାତି କାର୍ଯ୍ୟ ଆରମ୍ଭ କରିଥିଲେ । 2000 ମସିହାରୁ ସ୍ୱତନ୍ତ୍ର ଭାବେ ଆଇନ ବ୍ୟବସାୟ କରି ବିଶେଷ ଭାବେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ସମ୍ବିଧାନିକ ଆଇନ, ଦେୱାନୀ ଆଇନ, ରିଭେନ୍ୟୁ ଆଇନ, ଫୌଜଦାରୀ ଆଇନ, ଶିକ୍ଷା ଆଇନ, କର୍ପୋରେଟ୍ ଆଇନ, ଆର୍ବିଟ୍ରେସନ୍ ଆଇନ ଓ ନିର୍ବାଚନ ଆଇନ ସମ୍ବନ୍ଧୀୟ ମାମଲା ଚଲାଇଥିଲେ ।
ବିଚାରପତି ମହାପାତ୍ର ଭାରତ ନିର୍ବାଚନ କମିଶନ ଓ ନାଲ୍କୋ (NALCO) ପାଇଁ ଓଡ଼ିଶା ଉଚ୍ଚନ୍ୟାୟାଳୟର ଷ୍ଟାଣ୍ଡିଂ ଅଧିବକ୍ତା ରହିଥିଲେ । ସେ ଓଡ଼ିଶା ମାନବ ଅଧିକାର କମିଶନ (OHRC), ଓଡ଼ିଶା ଖଣିଜ ବିକାଶ ନିଗମ (OMDC), ଓ ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର ରିଟେନର କାଉନସେଲ ଭାବେ କାର୍ଯ୍ୟ କରିଥିଲେ ।[୩]
ଭାରତୀୟ ସୁପ୍ରିମକୋର୍ଟ କଲିଜିୟମ ତାଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ 29 ସେପ୍ଟେମ୍ବର 2021ରେ ସୁପାରିଶ କଲା ଓ ତଦନୁସାରେ 5 ନଭେମ୍ବର 2021ରେ ସେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ଶପଥ ନେଲେ ।[୪][୫]
ବ୍ୟକ୍ତିଗତ ଜୀବନ
ସମ୍ପାଦନାସେ ଶ୍ରୀମତୀ ଦେବ୍ୟାନୀ ମହାପାତ୍ରଙ୍କୁ ବିବାହ କରିଛନ୍ତି ଓ ତାଙ୍କର ଦୁଇ ପୁତ୍ରୀ ଶ୍ରୀରୂପା ଓ ଇଶାନୀ ରହିଛନ୍ତି ।ବିଚାରପତି ମହାପାତ୍ରଙ୍କ ଅଜା ଶ୍ରୀଧର ମହାପାତ୍ର ଶର୍ମା ଥିଲେ “ଗ୍ରନ୍ଥ ମନ୍ଦିର”ର ସ୍ଥାପକ।
ଆଧାର
ସମ୍ପାଦନା- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-22.
- ↑ www.ETGovernment.com. "Senior advocate Aditya Kumar Mohapatra sworn in Orissa HC judge - ET Government". ETGovernment.com (in ଇଂରାଜୀ). Retrieved 2024-12-22.
- ↑ Service, Express News (2021-11-06). "Justice Aditya Mohapatra sworn in as HC Judge". The New Indian Express (in ଇଂରାଜୀ). Retrieved 2024-12-22.
- ↑ odishabarta (2021-11-06). "Justice Aditya Kumar Mohapatra Sworn-In As Judge Of Orissa High Court |" (in ଆମେରିକୀୟ ଇଂରାଜୀ). Retrieved 2024-12-22.
- ↑ Indulia, Bhumika (2021-11-04). "Shri Aditya Kumar Mohapatra appointed as a Judge of Orissa High Court". SCC Times (in ଆମେରିକୀୟ ଇଂରାଜୀ). Retrieved 2024-12-22.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |