ବିନୀତ ଶରଣ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୨୯ତମ ମୁଖ୍ୟ ବିଚାରପତି (୨୬ ଫେବୃଆରୀ ୨୦୧୬ - ୬ ଅଗଷ୍ଟ ୨୦୧୮)।[୧] ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ଏବଂ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୨][୩]

ଜଷ୍ଟିସ

ବିନୀତ ଶରଣ
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୨୬ ଫେବୃଆରୀ ୨୦୧୬ – ୬ ଅଗଷ୍ଟ ୨୦୧୮
ପୂର୍ବ ଅଧିକାରୀଧିରେନ୍ଦ୍ର ହିରାଲାଲ ୱାଘଲେ
ପର ଅଧିକାରୀକେ ଏସ୍ ଜାଭେରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୧ ମଇ ୧୯୫୭
ଉତ୍ତର ପ୍ରଦେଶ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଆଲାହାବାଦ ବିଶ୍ୱବିଦ୍ୟାଳୟ

ବୃତ୍ତିଗତ ଜୀବନ ସମ୍ପାଦନା

ଜଷ୍ଟିସ୍ ଶରଣ ୧୧ ମଇ ୧୯୫୭ରେ ଉତ୍ତର ପ୍ରଦେଶର ବିଜନୌରରେ ଜନ୍ମଗ୍ରହଣ କରିଥିଲେ । ଆଲାହାବାଦ ବିଶ୍ୱବିଦ୍ୟାଳୟରେ ୧୯୭୬ ମସିହାରେ ସ୍ନାତକ ଡିଗ୍ରୀ ଶିକ୍ଷା ସମାପ୍ତ କରିବା ପରେ ସେ ୨୮ ଜୁଲାଇ ୧୯୮୦ରେ ଆଇନ ଶିକ୍ଷା ସମାପ୍ତ ପୂର୍ବକ ଓକିଲାତି ଜୀବନ ଆରମ୍ଭ କରିଥିଲେ ।[୪] ସେ ଆଇନର ସମସ୍ତ ପ୍ରସଙ୍ଗରେ ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିବା ଆରମ୍ଭ କରିଥିଲେ ।[୫] ସେ ୧୪ ଫେବୃଆରୀ ୨୦୦୨ରେ ଆହ୍ଲାବାଦ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହା ପରେ ତାଙ୍କୁ ୧୬ ଫେବୃଆରୀ ୨୦୧୫ରେ କର୍ଣ୍ଣାଟକ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ୨୬ ଫେବୃଆରୀ ୨୦୧୬ରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ।

ସେ ୭ ଅଗଷ୍ଟ ୨୦୧୮ରେ ଭାରତର ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।

ଐତିହାସିକ ଫୈସଲା ସମ୍ପାଦନା

ଆଧାର ସମ୍ପାଦନା

  1. "Former Chief Justices | Orissa High Court, Cuttack". orissahighcourt.nic.in. Retrieved 27 February 2022.
  2. Aug 5, TNN /. "High court gets new chief justice | Cuttack News - Times of India". The Times of India (in ଇଂରାଜୀ). Retrieved 27 February 2022.{{cite web}}: CS1 maint: numeric names: authors list (link)
  3. Mandhani, Apoorva (3 August 2018). "Breaking: Centre Notifies Appointment Of Justices KM Joseph, Indira Banerjee And Vineet Saran As SC Judges". www.livelaw.in (in ଇଂରାଜୀ). Retrieved 27 February 2022.
  4. "Chief Justices/ Judges Elevated to Supreme Court | Orissa High Court, Cuttack". orissahighcourt.nic.in. Retrieved 27 February 2022.
  5. Bhateja, Nilufer (11 May 2021). "Know Thy Judge| Justice Vineet Saran". SCC Blog. Retrieved 27 February 2022.