ଶୈଳେନ୍ଦୁନାଥ ଫୁକନ୍
ଶୈଳେନ୍ଦୁନାଥ ଫୁକନ୍ (ଏସ. ଏନ୍. ଫୁକନ ଭାବରେ ମଧ୍ୟ ପରିଚିତ; ୧ ଏପ୍ରିଲ୍ ୧୯୩୭ – ୧୧ ନଭେମ୍ବର ୨୦୧୮) ଜଣେ ଭାରତୀୟ ବିଚାରପତି ଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଥିଲେ ।
ଶୈଳେନ୍ଦୁନାଥ ଫୁକନ୍ | |
---|---|
16th Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 2 August 1996 – 27 January 1999 | |
ପୂର୍ବ ଅଧିକାରୀ | ବଲ୍ଲଭଦାସ ଐଦାନ ମୋହତା |
ପର ଅଧିକାରୀ | ବିଶ୍ୱନାଥ ଅଗ୍ରୱାଲା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅପ୍ରେଲ ୧୯୩୭ |
ମୃତ୍ୟୁ | ୧୧ ନଭେମ୍ବର ୨୦୧୮ | (ବୟସ ୮୧)
ଜୀବନୀ ଓ ପେଶା
ସମ୍ପାଦନାଏଲଏଲ୍ବି ଉତ୍ତୀର୍ଣ୍ଣ କରିବା ପରେ, ଫୁକନ ପ୍ରଥମେ ଜୋରହାଟ୍ ଜିଲ୍ଲା ନ୍ୟାୟାଳୟରେ ଯୋଗଦେଲେ, ତା ପରେ ୧୯୬୨ ମସିହାରେ ଗୁଆହାଟୀ ଉଚ୍ଚ ନ୍ୟାୟାଳୟରେ ଆଇନ ପେଶା ଆରମ୍ଭ କରିଥିଲେ । ୧୯୬୩ ମସିହାରେ ସେ ଆସାମ ନ୍ୟାୟିକ ସେବାରେ ଯୋଗଦେଲେ । ୧୯୭୦ ମସିହାରେ ଫୁକନ ମେଘାଳୟ ସରକାରରେ ପ୍ରତିନିଯୁକ୍ତ ହୋଇ, ୧୯୭୬ ମସିହାରେ ଆଇନ ସଚିବ ଏବଂ ଲିଗାଲ୍ ରିମେମ୍ବ୍ରାନ୍ସର ଭାବେ ଯୋଗଦେଲେ । ସେ ଶିଲଂ ଆଇନ ମହାବିଦ୍ୟାଳୟର ସାମୟିକ ଅଧ୍ୟାପକ ଭାବରେ ତଥା ରାଜ୍ୟର ବିଭିନ୍ନ ନିଗମର ଆଇନ ଉପଦେଷ୍ଟା ଭାବରେ ମଧ୍ୟ ସେବା କରିଥିଲେ ।
୧୯୮୫ ମସିହାରେ ଫୁକନ ଗୁଆହାଟୀ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ଲାଭ କରିଥିଲେ ।[୧] ୩୦ ସେପ୍ଟେମ୍ବର ୧୯୯୪ରେ ସେ ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟନିର୍ବାହୀ ମୁଖ୍ୟ ନ୍ୟାୟାଧୀଶ ଭାବେ ଯୋଗଦେଲେ । ୧୯୯୬ ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ହେଲେ ।
୨୮ ଜାନୁଆରୀ ୧୯୯୯ରେ ଜଷ୍ଟିସ୍ ଫୁକନ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଯୋଗଦେଲେ ଏବଂ ୨୦୦୨ ମସିହାରେ ପଦରୁ ଅବସର ଗ୍ରହଣ କରିଥିଲେ । ଦୀର୍ଘ ସ୍ୱାସ୍ଥ୍ୟ ସମସ୍ୟାର ପରେ ସେ ୮୧ ବର୍ଷ ବୟସରେ ୧୧ ନଭେମ୍ବର ୨୦୧୮ରେ ପରଲୋକ ଗମନ କରିଥିଲେ ।[୨][୩]
ଆଧାର
ସମ୍ପାଦନା- ↑ "Former Hon'ble Judges of the Gauhati High Court – THE GAUHATI HIGH COURT". ghconline.gov.in. Retrieved 2024-12-18.
- ↑ India, Press Trust of. "Former Supreme Court judge S N Phukan passes away" (in ଇଂରାଜୀ). Retrieved 2024-12-18.
- ↑ Samikhsya, The (2018-11-12). "Former Chief justice of Odisha high court justice SN Phukan passes away". The Samikhsya (in ଆମେରିକୀୟ ଇଂରାଜୀ). Retrieved 2024-12-18.