ସୁଜିତ ବର୍ମନ ରାୟ
ସୁଜିତ ବର୍ମନ ରାୟ (ଜନ୍ମ ୨୮ ଜାନୁଆରୀ ୧୯୪୫) ଜଣେ ଭାରତୀୟ ବିଚାରପତି ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ ।[୧][୨]
Justice ସୁଜିତ ବର୍ମନ ରାୟ | |
---|---|
20th Chief justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 9 April 2003 – 21 January 2007 | |
ପୂର୍ବ ଅଧିକାରୀ | ପି. କେ. ବାଲାସୁବ୍ରମଣ୍ୟନ |
ପର ଅଧିକାରୀ | ଅଶୋକ କୁମାର ଗାଙ୍ଗୁଲୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୮ ଜାନୁଆରୀ ୧୯୪୫ |
ଶିକ୍ଷାନୁଷ୍ଠାନ | Visva Bharati University |
ଶିକ୍ଷା ଓ ପେଶାଜୀବନ
ସମ୍ପାଦନାସୁଜିତ ବର୍ମନ୍ ରାୟ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଶାନ୍ତିନିକେତନର ପାଠଭବନରେ ତାଙ୍କର ଶିକ୍ଷା ଲାଭ କରିଥିଲେ । ସେ ତ୍ରିପୁରାର ମହାରାଜା ବୀର ବିକ୍ରମ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।ପରେ ୧୯୭୪ ମସିହାରେ ସେ କୋଲକାତା ବିଶ୍ୱବିଦ୍ୟାଳୟର ହାଜରା ଲ ମହାବିଦ୍ୟାଳୟରୁ ଏଲଏଲବି ଉତ୍ତୀର୍ଣ୍ଣ ହେଇ ଗୁଆହାଟି ଉଚ୍ଚ ନ୍ୟାୟାଳୟର ଅଗରତଲା ବେଞ୍ଚରେ ଓକିଲାତି ଆରମ୍ଭ କରିଥିଲେ ।[୩]
ସେ ୧୯୮୮ ମସିହାରେ ତ୍ରିପୁରାର ଆଡଭୋକେଟ ଜେନେରାଲ୍ ଭାବେ ନିଯୁକ୍ତି ପାଇଥିଲେ । ୧୯୯୧ ମସିହା ୧୪ ନଭେମ୍ବରରେ ସେ ଗୁଆହାଟି ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହେବା ପରେ ୧୯୯୭ ମସିହାରେ ସେ କୋଲକାତା ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ ।[୩] ୨୦୦୩ ମସିହାରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ହିସାବରେ ଉନ୍ନିତ ହେଲେ । ୯.୪.୨୦୦୩ - ୨୧.୧.୨୦୦୭ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟନିର୍ବାହ କରି ସେ ଜାନୁଆରୀ ୨୦୦୭ରେ ଏହି ପଦବୀରୁ ଅବସର ଗ୍ରହଣ କରିଥିଲେ ।
ଆଧାର
ସମ୍ପାଦନା- ↑ "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 2024-12-16.
- ↑ "NAME OF THE JUDGES OF ORISSA HIGH COURT" (PDF). magazines.odisha.gov.in. Retrieved 16 December 2024.
- ↑ ୩.୦ ୩.୧ "Calcutta High Court - Judges". www.calcuttahighcourt.gov.in. Retrieved 2024-12-16.