ଲିଙ୍ଗରାଜ ପାଣିଗ୍ରାହୀ

ଓଡ଼ିଆ ରାଜନୀତିଜ୍ଞ

ଲିଙ୍ଗରାଜ ପାଣିଗ୍ରାହୀ (୨୧ ମାର୍ଚ୍ଚ ୧୮୯୬ – ୨୩ ଅଗଷ୍ଟ ୧୯୬୯) ଜଣେ ଓଡ଼ିଆ ବିଚାରପତି ଓ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତୃତୀୟ ମୁଖ୍ୟ ବିଚାରପତି ଥିଲେ । ୪ ମାର୍ଚ୍ଚ ୧୯୫୩ରେ ସେ ଏହି ପଦବୀରେ ନିଯୁକ୍ତହୋଇ ୨୧ ମାର୍ଚ୍ଚ ୧୯୫୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ଓ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଲିଙ୍ଗରାଜ ପାଣିଗ୍ରାହୀ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀକୋଦଳା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମୋହନ ନାୟକ
ପର ଅଧିକାରୀଶିଶିର କୁମାର ନରେନ୍ଦ୍ର ଦେଓ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬
ପୂର୍ବ ଅଧିକାରୀବାଚୁ ଜଗନ୍ନାଦ ଦାସ
ପର ଅଧିକାରୀରାମସ୍ୱାମୀ ଲକ୍ଷ୍ମଣ ନରସିଂହମ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1896-03-21)୨୧ ମାର୍ଚ୍ଚ ୧୮୯୬
ମୃତ୍ୟୁ୨୩ ଅଗଷ୍ଟ ୧୯୬୯(1969-08-23) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସ୍ୱର୍ଣ୍ଣମୟୀ ପାଣିଗ୍ରାହୀ
ବାପା/ବୋଉଗୋପୀନାଥ ପାଣିଗ୍ରାହୀ (ବାପା)
ବୃତ୍ତିବିଚାରପତି, ରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର ସମ୍ପାଦନା

ଲିଙ୍ଗରାଜ ୧୮୯୬ ମସିହାର ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପୀନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣମୟୀ ପାଣିଗ୍ରାହୀ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଲିଙ୍ଗରାଜ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ରୁ ୧୯୫୯ ଓ ୧୯୬୧ରୁ ୧୯୬୭ ମସିହାଯାଏଁ ସେ ମନ୍ତ୍ରୀ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ସମ୍ପାଦନା

ଲିଙ୍ଗରାଜ ୧୯୬୯ ମସିହାର ଅଗଷ୍ଟ ୨୩ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. "Former Chief Justice". Orissa High Court, Cuttack, Odisha. Retrieved 10 January 2022.
  2. ୨.୦ ୨.୧ ୨.୨ "Shri Lingaraj Panigrahi". odishaassembly.nic.in. Odisha Assembly. Retrieved 7 January 2021.