ଧିରେନ୍ଦ୍ର ହୀରାଲାଲ ୱାଘେଲା

ଧିରେନ୍ଦ୍ର ହୀରାଲାଲ ୱାଘେଲା (ଜନ୍ମ:୧୧ ଅଗଷ୍ତ ୧୯୫୪) ବମ୍ବେ (ମୁମ୍ବାଇ) ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି[୧] ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୁର୍ବତନ ମୁଖ୍ୟ ବିଚାରପତି[୨]

ଧିରେନ୍ଦ୍ର ହୀରାଲାଲ ୱାଘେଲା
ଜନ୍ମ
ଧିରେନ୍ଦ୍ର ହୀରାଲାଲ ୱାଘେଲା

୧୧ ଅଗଷ୍ଟ ୧୯୫୪
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି

ଶିକ୍ଷା ଓ ବୃତ୍ତିଗତ ଜୀବନ ସମ୍ପାଦନା

ଜଷ୍ଟିସ୍ ୱାଘେଲା ରାଜକୋଟର ମ୍ୟୁନିସିପାଲିଟି ସ୍କୁଲ ଏବଂ ସ୍ୱାମୀ ନାରାୟଣ ଗୁରୁକୁଳରେ ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତାଙ୍କ ଶିକ୍ଷକମାନେ ତାଙ୍କଠାରେ ଏକ ନିଷ୍ଠାପର ଛାତ୍ରର ଲକ୍ଷଣ ଦେଖି ତାଙ୍କୁ ଦୁଇ ଶିକ୍ଷାବର୍ଷରେ ଦୁଇଟି ଷ୍ଟାଣ୍ଡାର୍ଡକୁ ଡେଇଁବାକୁ ଉତ୍ସାହିତ କଲେ ଏବଂ ଏହିପରି ଭାବରେ ସେ ୧୪ ବର୍ଷ ବୟସରେ ଏକାଦଶ ଶ୍ରେଣୀ ବା ମାଟ୍ରିକ୍ ପାସ କଲେ । ସେ ରାଜକୋଟର ପି.ଡି ମାଲବ୍ୟ ବାଣିଜ୍ୟ ମହାବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ହାସଲ କରିଥିଲେ ଏବଂ ପରବର୍ତ୍ତୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କ ପରିବାରର ବ୍ୟବସାୟରେ ମଧ୍ୟ ଯୋଗ ଦେଇଥିଲେ । ୧୯୭୨ ମସିହାରେ ସମ୍ମାନ ସହିତ ବାଣିଜ୍ୟରେ ସ୍ନାତକ ହାସଲ କରିବା ପରେ, ସେ ରାଜକୋଟସ୍ଥିତ 'ଅମୃତଲାଲ ମନସାଙ୍ଗ ପାରେଖ ଆଇନ ମହାବିଦ୍ୟାଳୟ'ରେ(A.M.P. Law college) ସ୍ୱେଚ୍ଛାକୃତ ଭାବେ ଆଇନରେ ଥିବା ସମସ୍ତ ପରୀକ୍ଷା ଇଂରାଜୀ ମାଧ୍ୟମରେ ଦେବା ପାଇଁ ଚେଷ୍ଟା କରିଥିଲେ । ଏହିପରି ୱାଘେଲା ସୌରାଷ୍ଟ୍ର ବିଶ୍ୱବିଦ୍ୟାଳୟର ସ୍ନାତକ ଆଇନ ଏବଂ ସ୍ୱତନ୍ତ୍ର ଏଲ୍. ଏଲ୍. ବି. ପରୀକ୍ଷାରେ ଯଥାକ୍ରମେ ୧୯୭୪ ଓ ୧୯୭୫ ମସିହାରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ନ ହୋଇଥିଲେ । ୧୯୭୬-୭୭ ମସିହାରେ ସେ ଆଇନରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଥିଲେ ।[୩] ୱାଘେଲା ୧୯୭୮ ମସିହାରେ ଶ୍ରମ ଏବଂ ଶିଳ୍ପ ଅଦାଲତରେ ନିଜର ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ଏକ ଅତିରିକ୍ତ ନ୍ୟୟାଧୀଶ ଭାବେ ସେ ୧୭ ସେପ୍ଟେମ୍ବର ୧୯୯୯ରେ ଯୋଗ ଦେଇଥିଲେ । ହାଇକୋର୍ଟର ଜଜ୍ ଭାବରେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ୱାଘେଲା ବିଶେଷ ଭାବରେ ଶ୍ରମ ଏବଂ ସାମ୍ବିଧାନିକ ଆଇନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ମାର୍ଚ୍ଚ ୨୦୧୩ରେ ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତି ପାଇଥିଲେ ।[୪]

ଆଧାର ସମ୍ପାଦନା

  1. "Justice Waghela takes oath as Chief Justice of Bombay High Court". The Economic Times. Retrieved 19 February 2016.
  2. "Orissa High Court, Cuttack". Archived from the original on 7 July 2015. Retrieved 19 February 2016.
  3. "Justice Dhirendra Waghela sworn-in as new Chief Justice of the Bombay High Court". Firstpost. Retrieved 19 February 2016.
  4. "Hon'ble Chief Justice Mr. D.H. WAGHELA". karnatakajudiciary.kar.nic.in. Retrieved 15 April 2022.