ଗିରୀଶ ଠାକୁରଲାଲ ନାନାବତୀ
ଗିରୀଶ ଠାକୁରଲାଲ ନାନାବତୀ (୧୭ ଫେବୃଆରୀ ୧୯୩୫ – ୧୮ ଡିସେମ୍ବର ୨୦୨୧) ଭାରତୀୟ ସୁପ୍ରିମ୍ କୋର୍ଟର ଏକ ନ୍ୟାୟାଧୀଶ ଥିଲେ ।[୧] ତାଙ୍କ ଅବସର ନେବା ପରେ, ସେ ୧୯୮୪ ର ଶିଖ-ବିରୋଧି ଦଙ୍ଗା ଏବଂ ୨୦୦୨ ଗୋଧ୍ରା ଦଙ୍ଗା ଉପରେ ତଦନ୍ତ କରିବା ପାଇଁ ଦୁଇଟି କମିଶନର ମୁଖ୍ୟ ହିସାବରେ ନିଯୁକ୍ତ ହୋଇଥିଲେ ।
ଗିରୀଶ ଠାକୁରଲାଲ ନାନାବତୀ | |
---|---|
14th Chief Justice of the ଓଡ଼ିଶା ଉଚ୍ଚ ନ୍ୟାୟାଳୟ | |
କାର୍ଯ୍ୟକାଳ 31 January 1994 – 27 September 1994 | |
ପୂର୍ବ ଅଧିକାରୀ | Banwari Lal Hansaria |
ପର ଅଧିକାରୀ | ବଲ୍ଲଭଦାସ ଐଦାନ ମୋହତା |
Justice of the Supreme Court of India | |
କାର୍ଯ୍ୟକାଳ 6 March 1995 – 16 February 2000 | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Jambusar, Gujarat, British Raj | ୧୭ ଫେବୃଆରୀ ୧୯୩୫
ମୃତ୍ୟୁ | ୧୮ ଡିସେମ୍ବର ୨୦୨୧ Ahmedabad, Gujarat, India | (ବୟସ ୮୬)
ପ୍ରାରମ୍ଭିକ ଜୀବନ
ସମ୍ପାଦନା୧୭ ଫେବୃଆରୀ ୧୯୩୫ ରେ ଗୁଜରାଟର ଜମ୍ବୁସରରେ ଜନ୍ମ ନେଇଥିବା ନାନାବତି ପରିବାରର ୧୨ ଜଣ ଭାଇ-ଭଉଣୀ ମଧ୍ୟରୁ ବଡ଼ ଥିଲେ । ତାଙ୍କ ପରିବାରରେ, ତାଙ୍କ ପିତା, ଠାକୁରଦା ଏବଂ ଚାଚା ସମସ୍ତେ ଗୋଟିଏ ଗୋଟିଏ ପେଶାଗତ ଆଇନଜୀବୀ ଥିଲେ । ନାନାବତି ମୁମ୍ବାଇର ସେଣ୍ଟ ଜେଭିଅର୍ସ କଲେଜରେ ଶିକ୍ଷା ଅର୍ଜନ କରିଥିଲେ । ଉଚ୍ଚତର କଳା ଶିକ୍ଷା ଶେଷ କରିବା ପରେ, ସେ ମୁମ୍ବାଇର ସରକାରୀ ଆଇନ କଲେଜରେ ଆଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଭର୍ତ୍ତି ହୋଇଥିଲେ ।[୨]
ପେଶାଜୀବନ
ସମ୍ପାଦନା୧୯୫୮ରେ ବମ୍ବେ ହାଇକୋର୍ଟରେ ଏକ ଆଇନଜୀବୀ ଭାବେ ଓକିଲାତି ଆରମ୍ଭ କରିଥିଲେ । ୧୯୬୦ ମସିହାରେ ବମ୍ବେ ରାଜ୍ୟର ବିଭାଜନ ଦ୍ୱାରା ତାଙ୍କ ମୁମ୍ବାଇରେ ଓକିଲାତି କରିବା ଇଚ୍ଛା ପୂରଣ ହୋଇପାରିଲା ନାହିଁ, ଯାହାର ପରିଣାମସ୍ୱରୂପ ତାଙ୍କୁ ଗୁଜରାଟକୁ ଫେରିବାକୁ ହୋଇଥିଲା । ଅହମଦାବାଦରେ ତାଙ୍କ ଓକିଲାତି ପେଶା ଆରମ୍ଭରେ ସମାନ୍ୟ ଥିଲା, କିନ୍ତୁ ଆଇନଜୀବୀ ଭାବେ ତାଙ୍କ ଦକ୍ଷତା ଅପରାଧମୂଳକ ମାମଲାରେ କାମ କରିବା ପରେ ଜଣାପଡ଼ିଲା । ୧୯୬୪ରେ ତାଙ୍କୁ ଏକ ସରକାରୀ ଓକିଲ ଭାବେ ନିଯୁକ୍ତ କରାଯାଇଥିଲା, ଯାହା ତାଙ୍କ କ୍ଷେତ୍ରରେ ଜୀବନର ମୋଡ ବଦଳାଇ ଦେଇଥିଲା ।
୧୯୭୯ରେ ସେ ଗୁଜରାଟ ହାଇକୋର୍ଟର ଏକ ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କୁ ଏକ ବର୍ଷ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ କରାଯାଇଥିଲା । ମାର୍ଚ୍ଚ ୧୯୯୫ରେ ସେ ସୁପ୍ରିମ୍ କୋର୍ଟରେ ଏକ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ୧୬ ଫେବୃଆରୀ ୨୦୦୦ ରେ ସେ କାର୍ଯ୍ୟରୁ ଅବସର ନେଇଥିଲେ ।
ନାନାବତି କମିଶନ
ସମ୍ପାଦନାନାନାବତି କମିଶନକୁ ୧୯୮୪ର ଶିଖ ବିରୋଧି ଦଙ୍ଗା ତଦନ୍ତ ପାଇଁ ଗଠନ କରାଯାଇଥିଲା । ସେ କମିଶନର ଏକମାତ୍ର ସଦସ୍ୟ ଥିଲେ । କମିଶନ ମୁଖ୍ୟତଃ ଭାରତୀୟ ଜାତୀୟ କଂଗ୍ରେସର ସଜ୍ଜନ କୁମାର ଏବଂ ଜଗଦୀଶ ଟାଇଟଲର ଭୂମିକାକୁ ଉପସ୍ଥାପିତ କରିଥିଲା ।[୩] ନାନାବତୀ କମିଶନଙ୍କ ରିପୋର୍ଟ ଠିକ ସମୟରେ ସଦନରେ ଉପସ୍ଥାପନା ହୋଇପାରିନାହିଁ ।[୪]
ଗୋଧ୍ରା ଦଙ୍ଗା
ସମ୍ପାଦନା୨୦୦୨ ମାର୍ଚ୍ଚରେ ନାନାବତିଙ୍କୁ ଦୁଇ ସଦସ୍ୟ ବିଶେଷ କମିଶନର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହାର ଶେଷ ରିପୋର୍ଟରେ ଦାବି କରାଯାଇଥିଲା ଯେ ପୋଲିସ୍ ଏବଂ ରାଜ୍ୟ ପ୍ରଶାସନ ମାଧ୍ୟମରେ କୌଣସି ଗୁରୁତର ଅବମାନନା ସମ୍ପନ୍ନ ହୋଇନଥିଲା ।[୫][୬]
ବ୍ୟକ୍ତିଗତ ଜୀବନ ଏବଂ ମୃତ୍ୟୁ
ସମ୍ପାଦନା୧୮ ଡିସେମ୍ବର ୨୦୨୧ରେ ନାନାବତି ହୃଦଘାତରେ ୮୬ ବର୍ଷ ବୟସରେ ଅହମଦାବାଦସ୍ଥିତ ଘରରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।[୭][୮]
ଆଧାର
ସମ୍ପାଦନା- ↑ "Justice G.T. Nanavati | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2024-12-18.
- ↑ "'I haven't absolved Cong: Nanavati". www.rediff.com. Retrieved 2024-12-18.
- ↑ "The Hindu : Front Page : Credible evidence against Tytler: Nanavati". web.archive.org. 2012-09-08. Retrieved 2024-12-18.
- ↑ "UN rapporteur Christof Heyns urges government to make Nanavati commission report on 2002 riots public - timesofindia-economictimes". web.archive.org. 2015-09-23. Retrieved 2024-12-18.
- ↑ "2002 Gujarat riots: Nanavati Commission submits final report to Anandiben Patel". The Indian Express (in ଇଂରାଜୀ). 2014-11-18. Retrieved 2024-12-18.
- ↑ "No police lapse in Gujarat riots: Justice Nanavati". www.rediff.com. Retrieved 2024-12-18.
- ↑ PTI (2021-12-18). "Ex-SC Judge Nanavati who probed Godhra, anti-Sikh riots passes away at 86". The Hindu (in Indian English). ISSN 0971-751X. Retrieved 2024-12-18.
- ↑ "Justice Nanavati, head of panels that probed 1984 and 2002 riots, dead". The Indian Express (in ଇଂରାଜୀ). 2021-12-18. Retrieved 2024-12-18.