ଦେବବ୍ରତ ଦାଶ (ବିଚାରପତି)

ଦେବବ୍ରତ ଦାଶ (ଜନ୍ମ: ୧୨ ଅକ୍ଟୋବର ୧୯୬୨) ଜଣେ ଭାରତୀୟ ଓକିଲ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ।[]

ଶିକ୍ଷା ଓ କର୍ମ ଜୀବନ

ସମ୍ପାଦନା

ଦେବବ୍ରତ ଦାଶ 12 ଅକ୍ଟୋବର 1962ରେ ଓଡିଶାର ବାରିପଦାରେ ଜନ୍ମ ହୋଇଥିଲେ । ପିତା ଥିଲେ ସ୍ୱର୍ଗତ ହରେକୃଷ୍ଣ ଦାଶ ଏବଂ ମାତା ବକୁଳରାଣୀ ଦାଶ । ବାରିପଦାରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ 1981ରେ ଏମ୍ ପି ସି କଲେଜ, ବାରିପଦାରୁ ପଦାର୍ଥ ବିଜ୍ଞାନ (ସମ୍ମାନ) ରେ ସ୍ନାତକ ଡିଗ୍ରୀ ଲାଭ କଲେ । ପରେ ୧୯୮୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମୟୁରଭଞ୍ଜ ଲ’ କଲେଜରୁ ଆଇନ (LL.B.) ରେ ଡିଗ୍ରୀ ଲାଭ କଲେ । ଏକ ଆଇନଜୀବୀ ଭାବରେ ନାମ ଲିଖାଇ ତାଙ୍କର ପିତା ହରେକୃଷ୍ଣ ଦାଶଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନରେ ବାରିପଦା ବାରରେ ଓକିଲାତି ଆରମ୍ଭ କଲେ । 18 ବର୍ଷ ଧରି ଓକିଲାତି କରିବା ପରେ, ୦୩.୦୨.୨୦୦୩ରେ ତାଙ୍କୁ ଓଏସଜେଏସ (ବରିଷ୍ଠ ଶାଖା) ରେ ଯୋଗାଯୋଗ କରାଯାଇ, କଟକରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ ଭାବରେ ନିଯୁକ୍ତି ମିଳିଲା ।[] ସେ ଅନୁଗୁଳର ଜିଲ୍ଲା ଏବଂ ଦୌରା ଜଜ, ଲିଗାଲ୍ ରିମେମ୍ବ୍ରାନ୍ସର ଏବଂ ଓଡିଶା ସରକାରର ପ୍ରଧାନ ସଚିବ (ନ୍ୟାୟ), ଭୁବନେଶ୍ବରର ଖୋର୍ଦ୍ଧା ଜିଲ୍ଲା ଏବଂ ଦୌରା ଜଜ, ଓ ଗଞ୍ଜାମର ବ୍ରହ୍ମପୁରରେ ଜିଲ୍ଲା ଏବଂ ଦୌରା ଜଜ ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି ।

ସେ 29.11.2013ରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ପଦୋନ୍ନତି ଲାଭ କଲେ ।[]

  1. ୧.୦ ୧.୧ "Judge | Orissa High Court, Cuttack". orissahighcourt.nic.in. Retrieved 2024-12-21.
  2. "GOVERNMENT OF ORISSA". indiankanoon.org. Retrieved 21 December 2024.