କୃଷ୍ଣ ରାମ ମହାପାତ୍ର

କୃଷ୍ଣ ରାମ ମହାପାତ୍ର (ଜନ୍ମ:୧୮.୪.୧୯୬୫) ଜଣେ ଭାରତୀୟ ଓକିଲ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ।[][]

ଶିକ୍ଷା ଓ ବୃତ୍ତିଗତ ଜୀବନ

ସମ୍ପାଦନା

ସ୍ବର୍ଗତ ବିଚାରପତି ଶରତ୍‌ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ର କୃଷ୍ଣରାମ ମହାପାତ୍ରଙ୍କ ଜନ୍ମ ୧୮ ଏପ୍ରିଲ ୧୯୬୫ରେ । ଆଇନରେ ଡିଗ୍ରୀ ହାସଲ କରିବା ପରେ ସେ ୦୭.୦୨.୧୯୮୮ରେ ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲରେ ଏକ ଆଡଭୋକେଟ୍‌ ଭାବେ ଯୋଗ ଦେଇଥିଲେ । ସେ ୨୬ ବର୍ଷର ଓକିଲାତିରେ ସିଭିଲ, ସର୍ଭିସ, ଫୌଜଦାରୀ, ସଂବିଧାନ ଏବଂ ଅନ୍ୟାନ୍ୟ ଆଇନ ସମ୍ବନ୍ଧୀୟ ମାମଲାରେ କାମ କରିଛନ୍ତି । ସେ ରାଜ୍ୟ ଓ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ପାଇଁ ଏକ ଅତିରିକ୍ତ ସ୍ଥାୟୀ କାଉଅନସିଲ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏହାଛଡା ସେ ସେନ୍ଟ୍ରାଲ୍‌ କୋ-ଅପେରେଟିଭ୍ ବ୍ୟାଙ୍କ୍ସ ଲିମିଟେଡ୍‌ (କେନ୍ଦୁଝର), ମାନବ ସମ୍ପଦ ବିଭାଗ, ଭାରତ ସରକାର (ନୂଆଦିଲ୍ଲୀ) ଅଧୀନ ନ୍ୟାସନାଲ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଓପେନ୍‌ ସ୍କୁଲିଙ୍ଗ୍‌, ନୀଳାଚଳ ଇସ୍ପାତ ନିଗମ୍‌ ଲିମିଟେଡ୍‌, ବ୍ୟାଙ୍କ୍‌ ଅଫ୍‌ ବରୋଦା ଇତ୍ୟାଦି ପାଇଁ ଆଡଭୋକେଟ୍‌ ଭାବେ କାମ କରିଛନ୍ତି ।

୧୭.୦୪.୨୦୧୫ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ସେ ପଦୋନ୍ନତ ପାଇଥିଲେ ।[]

  1. ୧.୦ ୧.୧ "Judge | Orissa High Court, Cuttack". www.orissahighcourt.nic.in. Retrieved 20 December 2024.
  2. "Odisha Judicial Academy". orissajudicialacademy.nic.in. Retrieved 20 December 2024.