ଆନନ୍ଦ ଚନ୍ଦ୍ର ବେହେରା
ଆନନ୍ଦ ଚନ୍ଦ୍ର ବେହେରା ( ଜନ୍ମ:୨୩.୫.୧୯୬୪) ଜଣେ ଭାରତୀୟ ଆଇନଜୀବୀ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ।[୧][୨]
ଶିକ୍ଷା ଓ କର୍ମ ଜୀବନ
ସମ୍ପାଦନାଆନନ୍ଦ ଚନ୍ଦ୍ର ବେହେରାଙ୍କର ଜନ୍ମ ୨୩.୦୫.୧୯୬୪ରେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅଧୀନ ଗୋବିନ୍ଦପୁର ଗାଁରେ ହୋଇଥିଲା । ପିତା ଗଦାଧର ବେହେରା ଓ ମାତା ସାବିତ୍ରୀ ବେହେରାଙ୍କ ସେ ଥିଲେ କାନିଷ୍ଠ ପୁତ୍ର । ସେ ୧୯୮୦ ମସିହାରେ ରେମୁଣା ହାଇସ୍କୁଲ୍, ବାଲେଶ୍ୱରରୁ ମାଟ୍ରିକ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିଲେ । ସେ ମୟୁରଭଞ୍ଜ ଜିଲ୍ଲାର ଉଦଳା କଲେଜରୁ ଆଇ.ଏ. ପାସ୍ କରିଥିଲେ ଓ ବାଲେଶ୍ୱରର ଫକିରମୋହନ କଲେଜରୁ ଅର୍ଥନୀତିରେ ସମ୍ମାନ ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୯ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମୟୁରଭଞ୍ଜ ଆଇନ କଲେଜରୁ ଏଲ୍ଏଲ୍ବି ଡିଗ୍ରୀ ଲାଭ କରିଥିଲେ । ଏହାପରେ ସେ ୧୯୮୯ ମସିହାରେ ଓଡ଼ିଶା ଷ୍ଟେଟ୍ ବାର କଉନ୍ସିଲ୍, କଟକରେ ଏକ ଅଧିବକ୍ତା ଭାବରେ ଯୋଗ ଦେଇଥିଲେ ।
ସେ ବାଲେଶ୍ୱରର ଅଧିବକ୍ତା ଶ୍ରୀ ରଘୁନାଥ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଫୌଜଦାରୀ, ରେଭେନ୍ୟୁ, ଗ୍ରାହକ ଏବଂ ଅନ୍ୟାନ୍ୟ ଶାଖାର ମାମଲାରେ ଓକିଲାତି ଆରମ୍ଭ କରିଥିଲେ । ସେ ବାଲେଶ୍ୱର ବାର ଆସୋସିଏସନ୍ର ଯୁଗ୍ମ ସଚିବ ହୋଇଥିଲେ । ସେ ଟ୍ରାନ୍ସପୋର୍ଟ କର୍ପୋରେସନ୍ ଅଫ ଇଣ୍ଡିଆର ରିଟେନର୍ ମଧ୍ୟ ଥିଲେ । ପନ୍ଦର ବର୍ଷ ବାଲେଶ୍ୱର ବାର ଆସୋସିଏସନ୍ରେ ଓକିଲାତି କରିବା ପରେ, ସେ କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ ଜଜ୍ ଭାବରେ ଯୋଗଦେଇଥିଲେ ।[୨]
ସେ ୦୫.୦୯.୨୦୨୩ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।[୧][୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Judge | Orissa High Court, Cuttack". www.orissahighcourt.nic.in. Retrieved 2024-12-21.
- ↑ ୨.୦ ୨.୧ Service, Express News (6 September 2023). "Orissa HC gets two new judges, justices SS Mishra, AC Behera". The New Indian Express (in ଇଂରାଜୀ). Retrieved 21 December 2024.
- ↑ NETWORKS, LIVELAW NEWS (5 September 2023). "AOR Sibo Sankar Mishra & Judicial Officer Ananda Chandra Behera Take Oath As Judges Of Orissa High Court". www.livelaw.in (in ଇଂରାଜୀ). Retrieved 21 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |