ପ୍ରଦୀପ କୁମାର ମହାନ୍ତି

ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି (ଜନ୍ମ ୧୦ ଜୁନ ୧୯୫୫) ଜଣେ ଭାରତୀୟ ବିଚାରପତି ତଥା ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି । ୨୩ ମାର୍ଚ୍ଚ ୨୦୧୯ରେ ସେ ଲୋକପାଳ କମିଟିର ଜଣେ ନ୍ୟାୟିକ ସଦସ୍ୟ ଭାବେ ନିଯୁକ୍ତ ହୋଇଥିଲେ ।[୧]

ଜଷ୍ଟିସ

ପ୍ରଦୀପ କୁମାର ମହାନ୍ତି

Judicial Member, Lokpal
ନ୍ୟାୟିକ ସଦସ୍ୟ, ଲୋକପାଳ
Assumed office
23 March 2019
Appointed byରାମନାଥ କୋବିନ୍ଦ
ପୂର୍ବ ଅଧିକାରୀPosition Established
ବ୍ୟକ୍ତିଗତ ସବିଶେଷ
ଜନ୍ମ (1955-06-10) ୧୦ ଜୁନ ୧୯୫୫ (ବୟସ ୬୮)
ବାପାଯୁଗଲ କିଶୋର ମହାନ୍ତି
ଶିକ୍ଷାନୁଷ୍ଠାନମଧୁସୁଦନ ଆଇନ ମହାବିଦ୍ୟାଳୟ, କଟକ

ଆଦ୍ୟ ଜୀବନ ଏବଂ ପରିବାର ସମ୍ପାଦନା

ଜଷ୍ଟିସ ମହାନ୍ତି କଟକରେ ଏକ ଓକିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ୱର୍ଗତ ଯୁଗଳ କିଶୋର ମହାନ୍ତି ସିକ୍କିମ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏବଂ ଅଜା ସ୍ୱର୍ଗତ ରାଜକିଶୋର ଦାସ ମଧ୍ୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଥିଲେ । ଜଷ୍ଟିସ ମହାନ୍ତି କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ଅଧ୍ୟୟନ କରିଥିଲେ ଏବଂ ୧୯୭୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ । କଟକସ୍ଥିତ ମଧୁସୁଦନ ଆଇନ ମାହାବିଦ୍ୟାଳୟରୁ ସେ ଆଇନରେ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

ମହାନ୍ତି ଓଡ଼ିଶା ହାଇକୋର୍ଟରେ ସାମ୍ବିଧାନିକ, ଫୌଜଦାରୀ ଏବଂ ଦେୱାନୀ ମାମଲାରେ ଓକିଲାତି ଆରମ୍ଭ କରିଥିଲେ । ସେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଚିବ ଭାବରେ ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ମ୍ୟୁନିସିପାଲିଟି ପକ୍ଷରୁ ଅଦାଲତରେ ପକ୍ଷ ରଖିବାର ସୂଯୋଗ ପାଇଥିଲେ ଏବଂ ହାଇକୋର୍ଟରେ ଅତିରିକ୍ତ ସରକାରୀ ଆଡଭୋକେଟ୍ ହୋଇଥିଲେ । ଗ୍ରାହାମ ଷ୍ଟେନସ୍ ହତ୍ୟା ମାମଲାରେ ମହାନ୍ତି ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଥିଲେ । ୭ ମାର୍ଚ୍ଚ ୨୦୦୨ରେ ସେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ ତା’ପରେ ୨୦୦୪ରେ ସ୍ଥାୟୀ ବିଚାରପତି ହୋଇଥିଲେ । ସେ ଅନେକ ଥର ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ନ୍ୟାସନାଲ ସିକ୍ୟୁରିଟି ଆକ୍ଟ, ୧୯୮୦ ଅଧୀନରେ ଗଠିତ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ଭାବେ ଜଷ୍ଟିସ ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା । ୨୪ ମାର୍ଚ୍ଚ ୨୦୧୭ରେ ସେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥିଲେ ।[୨] ଜଷ୍ଟିସ୍ ମହାନ୍ତି ଏହି ପଦବୀରୁ ୯ ଜୁନ୍ ୨୦୧୭ରେ ଅବସର ନେଇଥିଲେ ।[୩]

ସେ ଅନ୍ୟ ୩ଜଣ ଜୁଡିସିଆଲ୍ ସଦସ୍ୟଙ୍କ ସହ ୨୩ ମାର୍ଚ୍ଚ ୨୦୧୯ରେ ଲୋକପାଲ କମିଟିର ନ୍ୟାୟିକ ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।

ଆଧାର ସମ୍ପାଦନା

  1. "Lokpal: Meet the men and women who will probe corruption". qrius.com. Retrieved 2022-03-02.
  2. "Justice P K Mohanty takes charge as JHC CJ". Hindustan Times (in ଇଂରାଜୀ). 25 March 2017. Retrieved 2 March 2022.
  3. "Hon'ble The Chief Justice Pradip Kumar Mohanty | High Court of Jharkhand, India". jharkhandhighcourt.nic.in. Retrieved 2 March 2022.