This page is an archive. Do not edit the contents of this page. Please direct any additional comments to the current talk page.

ଏହା ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ । ଏଥିରେ ନିୟମାବଳୀ, ବୈଷୟିକ (technical) ଅସୁବିଧା ଓ ଅନ୍ୟାନ୍ୟ ଉଇକିପାଠାଗାର ଭିତ୍ତିକ ଆଲୋଚନା ହୋଇଥାଏ । ମନେ ରଖନ୍ତୁ, କୌଣସି ଆଲୋଚନାରେ ମତ ଦେଲା ପରେ "~~~~" ଟାଇପ କରି କିମ୍ବା ଏଡିଟ ଟୁଲ ବାର (Edit Toolbar)ରେ ଥିବା ସନ୍ତକ ଓ ସମୟଚିହ୍ନ ଆଇକନ ଉପରେ କ୍ଲିକ କରି ନିଜର ଦସ୍ତଖତ କରନ୍ତୁ ।

ସଞ୍ଚିତ ସଂସ୍କରଣ
ଅଭିଲେଖ ୧ ·  ·  ·  ·  ·  ·  ·  · ୦୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · ୨୩
ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ

ଆଗରୁ ଥିବା ଲେଖା ଭିତରେ ଖୋଜନ୍ତୁ

Flow ନେମସ୍ପେସର ଅନୁବାଦ ସମ୍ପାଦନା

ଫାବ୍ରୀକେଟରରେ ହେଇଥିବା T110846 ଆଲୋଚନା ମୁତାବକ ଆମକୁ Flow ନେମସ୍ପେସର କିଛି ଭାଗକୁ ପ୍ରଥମେ ଉନ୍ନତ କରିବାକୁ ପଡିବ । Flow ଆଲୋଚନା ପାଇଁ ବ୍ୟବହୃତ ଏକ ନୂତନ ବ୍ୟବସ୍ଥା ଅଟେ । ଆପଣ https://en.wikipedia.org/wiki/Wikipedia_talk:Flow/Developer_test_page ଠାରେ Flow କୁ ନେଇ ପରଖ କରିପାରିବେ । ତେବେ Flow ଆମେ ଓଡ଼ିଆ କଣ ନାମଦେବା ? 'ଫ୍ଲୋ', 'ଆଳାପ' ବା ଆଉକିଛି ? ଶୀଘ୍ର ଜଣାଇବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୩:୨୦, ୧୭ ଜୁନ ୨୦୧୬ (IST)Reply

ମତାମତ ସମ୍ପାଦନା

  1. ମୁଁ 'ଫ୍ଲୋ' ଓ 'ଆଳାପ' ଉଭୟକୁ ସମର୍ଥନ କରୁଛି । 'ଆଳାପ' ଓଡ଼ିଆ ଶବ୍ଦ ହୋଇଥିବାରୁ ଅଧିକ ଗ୍ରହଣୀୟ ମନେ ହେଉଛି ।--ଶିତିକଣ୍ଠ (ଆଲୋଚନା) ୧୩:୨୩, ୧୭ ଜୁନ ୨୦୧୬ (IST)Reply
  2. flow ଅର୍ଥ ଆଳାପ ନୁହେଁ । ଆଳାପ ବା ଆଲୋଚନାର ପ୍ରବାହ । ଅନେକ ବ୍ୟବହାରକାରୀ ନିଜ ଦସ୍ତଖତରେ talkକୁ (ଆଳାପ) ଲେଖିଛନ୍ତି flow କୁ ଆଳାପ ଲେଖିବେ ଯଦି ଏହା ଦ୍ଵନ୍ଦ ଉପୁଜାଇବ । ଶ୍ରେଣୀରେ ଆମେ flow chart (ପ୍ରବାହ ଚିତ୍ର) ବାବଦରେ ପଢିଛୁ ପ୍ରବାହ ଶବ୍ଦ ସହ ସମସ୍ତେ ପରିଚିତ । ତେଣୁ ଅନୁବାଦ "ପ୍ରବାହ" ରଖିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । "ଫ୍ଲୋ" କୁ ମୁଁ ଦୃଢ଼ ବିରୋଧ କରିବି । ଯଦି ରଖିବେ ଇଂରାଜୀରେ "flow" ନଚେତ ଓଡ଼ିଆରେ "ପ୍ରବାହ" ବା ଅନ୍ୟ କିଛି ଅନୁବାଦ ପ୍ରସ୍ତାବ ଯଦି ଥାଏ ।ନିଷ୍ଠାରଞ୍ଜନଦାଶtalk ୧୯:୨୯, ୧୭ ଜୁନ ୨୦୧୬ (IST)Reply
  3. ମୋ ମତରେ ଇଂରାଜୀରେ "Flow" ବା ଓଡ଼ିଆରେ "ପ୍ଲୋ"ରଖିଲେ ବୁଝାପଡ଼ନ୍ତା । କାରଣ ଫ୍ଲୋ ଏକ ଟେକନିକାଲ ଜିନିଷ ଆଉ ଗୋଟେ ପ୍ରପର ନାଉନ (ନାଁ) । ତେଣୁ ବାକି ବିଶ୍ୱଭାଷାସମୂହ ମଧ୍ୟ ଫ୍ଲୋ ବୋଲି ନାଁ ରଖିଛନ୍ତି । ପ୍ରବାହ ବୋଲି ରଖିଲେ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବୁଝିବାରେ ଅଡ଼ୁଆ ହେବ ଭାବୁଛି ।--ସୁଭାସିସ ପାଣିଗାହି (ଆଳାପ) ୧୩:୧୮, ୧୮ ଜୁନ ୨୦୧୬ (IST)Reply
  4.   ସମର୍ଥନ-ଗପୁ (ମୋ ଆଲୋଚନା) ୧୬:୪୩, ୭ ଜୁଲାଇ ୨୦୧୮ (IST)Reply
  5. ଓଡ଼ିଆରେ "ଫ୍ଲୋ" ଶବ୍ଦର ବ୍ୟବହାରରେ ମୁଁ ସହମତ, ଏହା ଏକ ବୈଷୟିକ ଶବ୍ଦ ଏହାର ଅନୁବାଦ କରିବା ଅନୁଚିତ।   ସମର୍ଥନ-ଦୀପ୍ତିମାନ ପାଣିଗ୍ରାହୀ (ଦୀପ୍ତିମାନ ପାଣିଗ୍ରାହୀ) ୧୬:୫୮, ୭ ଜୁଲାଇ ୨୦୧୮ (IST)Reply
Hello there
I don't have any tool to translate your language in a language I speak, so I can't know about your discussion.
At the moment, your request for Flow is stalled, due to a lack of translations: the interface is still untranslated and we don't know if that's a problem for you to have it in English.
There is also these questions pending.
Please ping me if you can answer/help!
Best, Trizek (WMF) (ମୋ ଆଲୋଚନା) ୧୮:୫୦, ୪ ଅଗଷ୍ଟ ୨୦୧୬ (IST)Reply

BDA କୁ QRcode ପ୍ରକଳ୍ପ ପାଇଁ ପ୍ରସ୍ତାବ। ସମ୍ପାଦନା

ନମସ୍କାର, Access Bhubaneswar ଗଣସମ୍ପାଦନା ଦ୍ୱାରା କିପରି ଭୁବନେଶ୍ୱରର ଅଧିକରୁ ଅଧିକ ମନ୍ଦିର ଓ ASI ସଂରକ୍ଷିତ ସ୍ମାରକ ବିଷୟରେ ତ‌ଥ୍ୟ ଇଣ୍ଟରନେଟରେ ଉପଲବ୍ଧ ହେଇପାରିବ ସେହି ବିଷୟରେ ମୁଁ ୨୬/୧୨/୨୦୧୬ରେ BDAର ଉପାଧ୍ୟକ୍ଷଙ୍କୁ ଜଣାଇଥିଲି। ସେ ଏଥିରେ ଖୁସି ଅଛନ୍ତି ଓ ଆଗକୁ ବୁଧବାର(୨୮/୧୨।୨୦୧୬) ସୁଧା ଗୋଟେ ପ୍ରସ୍ତାବଟେ ଦେବା ପାଇଁ ଅନୁରୋଧ କରିଛନ୍ତି।

ଏହି ପ୍ରସ୍ତାବଟି ଓଡ଼ିଆ ଉଇକିପିଡ଼ିଆ ତରଫରୁ ଦିଆଯିବ, ଏବଂ କଣ କଣ କାର୍ଯ୍ୟ କରିବାର ଅଛି ତାହା ରହିବ। ଯେପରି:

  1. ଏହା ଏକ ବ‌ହୁ ଭାଷୀୟ ଗଣ-ସମ୍ପାଦନା ହେବ।
  2. BDA ଗଣସମ୍ପାଦନା ପାଇଁ ତ‌ଥ୍ୟ ଉପଲବ୍ଧ କରିବ, ଯାହା CC ଲାଇସେନ୍ସରେ ରହିବା ଦରକାର।
  3. ପ୍ରଥମ ପର୍ଯ୍ୟାୟରେ କିଛି ଲେଖା ବଛା ହେବ, ଯାହା ବିଷୟରେ ଅନ୍ୟ ଭାଷାରେ ଉଇକିଆଳି ମାନେ ଲେଖିବେ।
  4. ଲେଖାର QRCode କରି BDAକୁ ଦିଆଯିବ।
  5. ଗଣସମ୍ପାଦନାର ପୁରସ୍କାର ଦୁଇ ଭାଗରେ ବିଭକ୍ତ ହେବ, ରାଷ୍ଟ୍ରୀୟ ଓ ଅନ୍ତଃ-ରାଷ୍ଟ୍ରୀୟ , ଓ ପୁରସ୍କାର ଭାବେ ଓଡ଼ିଶାର କିଛି ହସ୍ତଶିଳ୍ପ ଜିନିଷ ଦିଆଯିବ, ଯାହା BDA ଦେବ।
  6. ଭୁବନେଶ୍ୱରରେ ଗୋଟେ on-site ଗଣସମ୍ପାଦନା ହେବ, ଯାହା ପାଇଁ ଜାଗା ପାଇଁ BDA କୁ ଅନୁରୋଧ କରାଯିବ।
  7. ଆୟୋଜକ ଓ ପ୍ରତିଯୋଗୀଙ୍କ ପାଇଁ କିଛି ଉପ‌ହାର BDA ଦେବ ଓ କିଛି ଉଇକିମିଡ଼ିଆ ଫାଉଣ୍ଦେସନଠୁ ମଗାହେବ।
  8. ଓଡ଼ିଆ ଉଇକିପିଡ଼ିଆ ଏହି ଗଣସମ୍ପାଦନାର ଆୟୋଜକ ରହିବ, ଏବଂ CIS-A2K ଏହାକୁ ଆୟୋଜନ କରିବା ପାଇଁ ସାହାୟତା କରିବ।

ଏହା ଛଡା ଅନ୍ୟ କିଛି ଯଦି ଯୋଡ଼ିବାକୁ ଚାହୁଁଛନ୍ତି, କିମ୍ବା ଏହି ଭିତରୁ କିଛି ବଦଳେଇବାକୁ ଚାହୁଁଛନ୍ତି ତାହାଲେ ତଳେ ଲେଖନ୍ତୁ। -ଶୈଳେଶ (ପଚାରିବେ କିଛି?)   ୦୧:୪୬, ୨୭ ଡିସେମ୍ବର ୨୦୧୬ (IST)Reply

ପ୍ରସ୍ତାବଟି ଏଠାରେ ଦେଖିପାରିବେ।--ଶୈଳେଶ (ପଚାରିବେ କିଛି?)   ୧୮:୨୦, ୨୮ ଡିସେମ୍ବର ୨୦୧୬ (IST)Reply

ମତାମତ ସମ୍ପାଦନା

ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା । ସମ୍ପାଦନା

ବିଡ଼ିଏ ସ‌ହ QRcode ପ୍ରକଳ୍ପ ପାଇଁ ମୁଁ ପୁର୍ବରୁ ଥରେ ଆଲୋଚନା କରିଥିଲି । ବର୍ତ୍ତମାନ, ବିଡ଼ିଏ, ଓଡ଼ିଆ ଉଇକିପିଡ଼ିଆ ସମୁଦାୟ, ସିଆଇ୍ଏସ୍ ଓ ଉଇକିମିଡ଼ିଆ ଫାଉଣ୍ଡେସନ ସ‌ହ ମିଶି ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା କରିବା ପାଇଁ କାଥେରିନଙ୍କୁ LOI ପଠେଇଛି । ଏହି ଦ୍ୱାରା ଭୁବନେଶ୍ୱର ଭାରତରେ ପ୍ରଥମ ସ‌ହର ହେବ ଯେଉଁଠାରେ ସମସ୍ତ ଐତିହ୍ୟ ସ୍ଥଳ QRcoded ହେବ । ଏହି ପ୍ରକଳ୍ପଟିକୁ ସଫଳ କରିବା ପାଇଁ ନିଜ ଭିତରେ ଏବେ ଦ୍ୱାୟିତ୍ୱ ବାଣ୍ଟିବାକୁ ପଡିବ, ମୁଁ ଏହି ଗଣସମ୍ପାଦନା ପାଇଁ ମେଟା ଉଇକି ରେ ପୃଷ୍ଠା ତିଆରି କିଛି ହେଲେ ପୃଷ୍ଠାଟି ମୁଣ୍ଡିଆ ଅଛି, ଆପଣ ଚାହିଁଲେ ସେଥିରେ ତ‌ଥ୍ୟ ଯୋଡ଼ିପାରିବେ।

ଏହି ଗଣସମ୍ପାଦନା ପାଇଁ ଆମକୁ ଏକ ବଜେଟ୍ ଓ ସମୟସୀମା ଠିକ କରିବାକୁ ପଡିବ, ଯେପରି କି ଇଂରାଜୀ ଉଇକିପିଡ଼ିଆ ର ଲେଖାକୁ ଆଗେ ସୁଧାରିବାକୁ ପଡିବ ଓ ପରେ ଏକ ମାସ ଧରି ବିଭିନ୍ନ ଭାଷାରେ ଏହି ଗଣସମ୍ପାଦନାଟି କରିବା ପାଇଁ ପ୍ରୋମୋସନ କରିବାକୁ ପଡିବ । ଲୋଗୋ ଓ ଅନ୍ୟ ଗ୍ରାଫିକ୍ସ କାମ ପାଇଁ ବିଡ଼ିଏ ସାହାୟତା କରିବ ।

କାମ ସୂଚୀ
  • ଭୁବନେଶ୍ୱର ବିଷୟରେ ଏଠାରେ ଯୋଡ଼ିବା ।
  • ଲେଖା ତାଲିକାକୁ ଇଂରାଜୀ ଉଇକିପିଡ଼ିଆ ସ‌ହ ଯୋଡ଼ିବା ଓ ଉଇକିଡ଼ାଟା ଯୋଗ କରିବା ଦରକାର ।
  • ଭୁବନେଶ୍ୱରରେ ଥିବା ଅନ୍ୟ ଐତିହ୍ୟ ସ୍ଥଳକୁ ଏହି ତାଲିକାରେ ଯୋଡ଼ିବା ।
  • ଅନ୍ୟ କିଛି ପ୍ରକାରର ସାହାଯ୍ୟ କରିବାକୁ ଚାହିଁଲେ ତଳେ ଲେଖନ୍ତୁ ।
ଯୋଗଦାନ ଦେବାକୁ ଚାହିଁଲେ ଏଠାରେ ନାମ ଲେଖାନ୍ତୁ ।

ଧନ୍ୟବାଦ ।-ଶୈଳେଶ (କିଛି ପଚାରିବେ?)   ୦୦:୫୬, ୧୨ ମଇ ୨୦୧୭ (IST)Reply

ଇଲିଆନା ସିତାରିଷ୍ଟଙ୍କ "ଆର୍ଟ ଭିଜନ" ଏକାଡେମି ସହ ମିଶି ଓଡ଼ିଶୀ ନୃତ୍ୟକୁ କମନ୍ସରେ ଆଣିବା ପାଇଁ ପ୍ରକଳ୍ପ । ସମ୍ପାଦନା

ଓଡିଶୀ ନୃତ୍ୟ, ତାହାର ବିଭିନ୍ନ ମୁଦ୍ରା, ଅଳଙ୍କାର ଓ ଭଙ୍ଗୀ କୁ ଉଇକିମିଡ଼ିଆ କମନ୍ସରେ ଆଣିବା ପାଇଁ ଆମେ ଇଲିଆନା ସିତାରିଷ୍ଟଙ୍କ "ଆର୍ଟ ଭିଜନ" ଏକାଡେମି ସହ ମିଶି ଏକ ଗ୍ଲାମ ପ୍ରକଳ୍ପଟି କରିବାର ପ୍ରସ୍ତାବ ଦେଉଛି । ୨ ଜୁନ ୨୦୧୭ରେ ଇଲିଆନା ମତେ ଉଇକିପିଡ଼ିଆ ବିଷୟରେ ଜାଣିବା ପାଇଁ ତାଙ୍କ ଏକାଡେମୀକୁ ଡାକିଥିଲେ ଓ କଥା ହେବ ସମୟରେ ମୁଁ ତାଙ୍କୁ ଏହି ଗ୍ଲାମ ପ୍ରକଳ୍ପ ବିଷୟରେ ଜଣାଇଥିଲେ । ସେ ଏହି ପ୍ରକଳ୍ପରେ ଭାଗ ନେବାକୁ ଇଚ୍ଛୁକ ଓ ଏହା ଦ୍ୱାରା ଆମକୁ ଓଡ଼ିଶୀ ନୃତ୍ୟର ବହୁତ ଗୁଡ଼ାଏ ଫୋଟୋ ମିଳିପାରିବ । ହୁଏତ ଏହି ପ୍ରକଳ୍ପଟିକୁ ଭଲ ଭାବେ କରିବା ପାଇଁ ଆମକୁ ଏକ ରା଼ପୀଡ଼ ଗ୍ରାଣ୍ଟ ଆବେଦନ କରିବାକୁ ପଡ଼ିବ, ଯଦି କେହି ଇଚ୍ଛୁକ ଅଛନ୍ତି ଜଣେଇବେ । ସମସ୍ତଙ୍କୁ ମତାମତ ଦେବାକୁ ଅନୁରୋଧ କରୁଛି । -ଶୈଳେଶ (କିଛି ପଚାରିବେ?)   ୨୨:୦୫, ୨ ଜୁନ ୨୦୧୭ (IST)Reply

  ସମର୍ଥନ ସମ୍ପାଦନା

  1. --ବିକାଶ ଓଝା (ମୋ ଆଲୋଚନା) ୧୨:୨୫, ୪ ଜୁନ ୨୦୧୭ (IST)Reply
  2. ଫୋଟୋ ଗୁଡିକ ସହିତ ସେସବୁ ବିଷୟରେ କିଛି ସୂଚନା ମଧ୍ୟ ମିଳିପାରିଲେ ଭଲ ହୁଅନ୍ତା । --Chinmayee Mishra (ମୋ ଆଲୋଚନା) ୦୨:୦୬, ୫ ଜୁନ ୨୦୧୭ (IST)Reply
  3. -- ଇଲିଆନାଙ୍କଠାରୁ ସୂଚନା ନିଶ୍ଚୟ ମିଳିଯିବ । ପୁରା ସମର୍ଥନ । --Subas Chandra Rout (ମୋ ଆଲୋଚନା) ୧୮:୪୮, ୬ ଜୁନ ୨୦୧୭ (IST)Reply
  4. ମୋର ମୋଟାମୋଟି ସମର୍ଥନ । ତେବେ ତାଙ୍କ ସଙ୍ଗେ ବଡ଼ ଧରଣର କିଛି ସହବନ୍ଧନ କରିବା ଆଗରୁ ତାଙ୍କୁ ୧୦ଟି ଖଣ୍ଡେ ଫଟୋ ଅପଲୋଡ଼ କରାଇପାରିଲେ ଭଲ ହୁଅନ୍ତା । ଏ ପ୍ରଥମ ସୋପାନ ପାରିହେଲେ ତାଙ୍କ ସଙ୍ଗେ ମିଶି ଏକାଥରେ Pattypan ବା ସେହିଭଳି ସଫ୍ଟଓଏର ବ୍ୟବହାର କରି ସବୁ ଫଟୋକୁ ଏକ ଗଣଅପଲୋଡ଼ାଥନ ଜରିଆରେ ଅପଲୋଡ଼ କରିହୁଅନ୍ତା । ଏଥିରେ ସ୍ଥାନୀୟ ଉଇକିଆଳିମାନେ ଭାଗନେଇ ମେଟାଡାଟା ଆଦି ତିଆରିରେ ସାହାଯ୍ୟ ବି କରିପାରନ୍ତେ । ତେବେ ତାଙ୍କ ନିଜ ଫଟୋ ଛଡ଼ା ଆଉ କି କି ଫଟୋ ଆସିପାରିବ ଟିକେ କହନ୍ତନି? --ସୁଭାସିସ ପାଣିଘରି (ଆଳାପ) ୨୨:୩୪, ୬ ଜୁନ ୨୦୧୭ (IST)Reply
  5. ଓଡ଼ିଶୀ ନୃତ୍ୟ ବିଷୟରେ ତାଙ୍କଠାରୁ ଫଟୋ ସ‌ହ ଅନେକ କିଛି କଥା ବି ଜାଣିବାକୁ ମିଳିବ । ଏହି ପ୍ରକଳ୍ପ ପାଇଁ ମୋର ସମ୍ପୂର୍ଣ୍ଣ ସମର୍ଥନ । --ଗପୁ (ମୋ ଆଲୋଚନା) ୧୦:୧୦, ୭ ଜୁନ ୨୦୧୭ (IST)Reply

ଅକ୍ଟୋବରରେ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା । ସମ୍ପାଦନା

ପୁର୍ବ ଆଲୋଚନାରେ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନା ବିଷୟରେ ଲେଖିଥିଲି, ଏହି ଗଣସମ୍ପାଦନା ଅକ୍ଟୋବର ମାସରେ ହେବାକୁ ଯାଉଛି ଓ ଏହା ଓଡ଼ିଆ ଉଇକିମିଡ଼ିଆ Usergroup କରୁଛି, ଏବଂ CIS ଏହି ଗଣସମ୍ପାଦନା କରିବାରେ Usergroupର ସାହାୟତା କରୁଛି । ଏହି ଗଣସମ୍ପାଦନାଟି ଆମେ ସବୁ ଭାଷା ପାଇଁ କରୁଛୁ ଏବଂ ସପ୍ତାହେ ଭିତରେ ପୁରସ୍କାର ତୟ କରିବା ଯୋଜନା କରୁଛି । ଗଣସମ୍ପାଦନା ପାଇଁ ସମସ୍ତ ଖର୍ଚ୍ଚ ବିଡ଼ିଏ ବୟନ କରୁଛି । ଗଣସମ୍ପାଦନା ବିଷୟରେ ଅନ୍ୟ ସୂଚନା ମୁଁ ଆଉ ସପ୍ତାହ ଭିତରେ ଏଠାରେ ଜଣାଇବି। --ଶୈଳେଶ (କିଛି ପଚାରିବେ?)   ୧୧:୫୩, ୨୫ ଅଗଷ୍ଟ ୨୦୧୭ (IST)Reply

ସରକାରଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଗୁଡ଼ିକ ଫ୍ରି ଲାଇସେନ୍ସରେ ଆସିଲା, ଆଗକୁ କଣ? ସମ୍ପାଦନା

୧୪ ସେପ୍ଟେମ୍ବର ୨୦୧୭ରୁ ଓଡ଼ିଶା ସରକାରଙ୍କ ୮ଟି ସୋସିଆଲ ମିଡ଼ିଆ ଆକାଉଣ୍ଟ ଏବେ ଫ୍ରି ଲାଇସେନ୍ସରେ । ଆକାଉଣ୍ଟ ଗୁଡ଼ିକରେ ଥିବା ଫୋଟୋ ଗୁଡ଼ିକୁ ଆମେ କମନ୍ସରେ ଅପଲୋଡ଼ କରିପାରିବା ଏବଂ ଉଇକିପିଡ଼ିଆରେ ବ୍ୟବ‌ହାର କରିପାରିବା । ବର୍ତ୍ତମାନ ସୁଧା କମନ୍ସରେ ୧୯ଟି ଫୋଟୋ ଅପଲୋଡ କରାଯାଇଛି ଓ ଆପଣମାନେ ବାକି ଫୋଟୋ ଗୁଡ଼ିକ ମଧ୍ୟ ଅପଲୋଡ କରିପାରିବେ । ଅପଲୋଡ କରିବା ପୂର୍ବରୁ ଟିକେ ଦେଖିବେ କି ସେହି ଫୋଟୋଟି ସେହି ଫେସବୁକ ପୃଷ୍ଠାରୁ ଅଟେ କି ନାହିଁ (କଷ୍ଟ ହେବ ଜାଣିବା କିନ୍ତୁ ଚେଷ୍ଟା କରିବେ । ) କିମ୍ବା ସେହି ଫୋଟୋଟି ସରକାରଙ୍କ ଦ୍ଵାରା କିଛି କାମର ଫୋଟୋ କି ନାହିଁ । ଅପଲୋଡ କରିବା ପୂର୍ବରୁ କମନ୍ସର ଶ୍ରେଣୀରୁ ଗୋଟେ ଫୋଟୋ ଦେଖିନିଅନ୍ତୁ ।

ଏହା ଥିଲା କାମ କଣ ହେଇଛି ତା' ବିଷୟରେ, ହେଲେ ଏବେ ଆଗକୁ କଣ କରିବା ?

ସରକାର ସହ ମିଶି ଆଗକୁ କାମ କରିବାକୁ ହେଲେ ଆମକୁ ସରକାରକୁ ମଧ୍ୟ ଦେଖେଇବାକୁ ପଡିବକି ତାଙ୍କ ତଥ୍ୟ ଆମର କେଉଁ ସବୁ କାମରେ ଲାଗୁଛି ଓ କିପରି ଉଇକିପିଡିଆରେ ବ୍ୟବହାର ହେଉଛି । ଏହି ସହଭାଗୀତାକୁ ଆଗକୁ ବଢେଇବା ପାଇଁ ମୁଁ ଆଉ ଏକ ପ୍ରସ୍ତାବ ଦେଉଛି । ସରକାରଙ୍କ ସହ ମିଶି ଏକ ଗଣସମ୍ପାଦନା ଆରମ୍ଭ କରିବା ପାଇଁ, ଯେମିତିକି ମୋ ଗାଁ ଓ ମୋ ସରକାର, ଯେଉଁଠି ବିଭିନ୍ନ କଲେଜର ଛାତ୍ର ଓ ଛାତ୍ରୀଙ୍କ ସହ ମିଶି ଓଡ଼ିଶାର ବିଭିନ୍ନ ଗାଁ ଓ ସରକାରୀ ଯୋଜନା ଗୁଡ଼ିକ ବିଷୟରେ ଉଇକିପିଡ଼ିଆରେ ଲେଖିବା ପାଇଁ (ଉଭୟ ଓଡ଼ିଆ ଓ ଇଂରାଜୀ) । ପ୍ରକଳ୍ପର କିଛି ନାମ ଦେଇନି, ଖାଲି ଉଦାହରଣ ପାଇଁ ଲେଖିଛି । ତଳେ ଏହି ପ୍ରକଳ୍ପ ବିଷୟରେ ଆଲୋଚନା କାରିବାକୁ ଅନୁରୋଧ କରୁଛି । --ଶୈଳେଶ (କିଛି ପଚାରିବେ?)   ୨୧:୨୨, ୨୪ ସେପ୍ଟେମ୍ବର ୨୦୧୭ (IST)Reply

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

ଭିନ୍ନ ମତ ସମ୍ପାଦନା

ପରିଚାଳକ ହେବା/ରହିବା ବାବଦରେ ସମ୍ପାଦନା

ଏଇ ନିକଟରେ ଆମ ପୁରୁଣା ଉଇକିଆଳି ଜ୍ଞାନବାବୁ ନୂଆ ପରିଚାଳକ ଭାବରେ ବିପୁଳ ସମର୍ଥନ ସହ ମନୋନୀତ ହୋଇଛନ୍ତି । ତାଙ୍କୁ ଅଭିନନ୍ଦନ ଓ ତାଙ୍କ ନେତୃତ୍ୱ ଏବଂ ଦିଗଦର୍ଶନରେ କାମ କରିବା ପାଇଁ ମୁଁ ଉତ୍ସାହିତ । ଏ ପରିଚାଳକ ମନୋନୟନ ପ୍ରକ୍ରିୟାରେ ଗୋଟିଏ କଥା ମନକୁ ଆସିଲା । କଥା ହେଲା ଆମର ଆଗରୁ ୪ ଜଣ ପରିଚାଳକ ଥିଲେ, ଏବେ ନୂଆ ଭାବେ ଜ୍ଞାନବାବୁ ମନୋନୀତ ହୋଇ ୫ ହେଲେ । ତେବେ ଦେଖାଯାଉଛି ଯେ କିଛି ପରିଚାଳକ କୌଣସି କାରଣ ବଶତଃ ସକ୍ରିୟ ନାହାନ୍ତି । ଯଦି ଜଣେ ସକ୍ରିୟ ନାହିଁ, ତେବେ ସେ ପରିଚାଳକ ରହିବା ଉଚିତ ନୁହେଁ ବୋଲି ମୁଁ ଭାବୁଛି । ତାଙ୍କ ଯାଗାରେ ଅନ୍ୟ ଜଣଙ୍କୁ ପରିଚାଳକ କରାଯାଇପାରନ୍ତା । ଏହା ଆମ ଉଇକିପିଡ଼ିଆର ଗ୍ରହଣୀୟତା ବଢାଇବା ଦିଗରେ ସାହାଯ୍ୟ କରିବ ବୋଲି ମୁଁ ଭାବୁଛି । ଆପଣ ସମସ୍ତଙ୍କ ଏବାବଦରେ ମତାମତ ଅପେକ୍ଷା କରୁଛି । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୩:୫୩, ୩ ଅକ୍ଟୋବର ୨୦୧୭ (IST)Reply

ଆମ ଓଡ଼ିଆ ଉଇକିପିଡ଼ିଆରେ ସେମିତି କିଛି ନିୟମ ନାହିଁ ଏବେ ଯାଏଁ ।ଆମେ କିଛି ନିୟମ ନୂଆ କରି ପରିବା । ଏହି ନିୟମ ଅନୁସାରେ, ଅତି କମରେ ଦୁଇ ବର୍ଷ ସମ୍ପାଦନା ନ କରିଥିବା ପରିଚାଳକ ମାନଙ୍କୁ ତାଙ୍କ ପରିଚାଳକ ପଦରୁ ବାହାର କରିଦିଆଯାଇପାରିବ । ଆମେ ଏଇ ନିୟମକୁ ଅନୁବାଦ କରିପାରିବା । ଏଥିରେ ସମୟ କାଳ ବଦଳେଇ ଦେଇ ପାରିବା । ମୁଁ ଭାବୁଛି ଆମର ଗୋଟେ ବର୍ଷ ରଖିବା ଠିକ ହେବ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୫:୨୦, ୩ ଅକ୍ଟୋବର ୨୦୧୭ (IST)Reply
  ସମର୍ଥନ (ଏକ ବର୍ଷ ରଖିବା ବାବଦରେ) । --ସୁଭାସିସ ପାଣିଘରି (ଆଳାପ) ୧୦:୦୬, ୨ ନଭେମ୍ବର ୨୦୧୭ (IST)Reply

ଓଡ଼ିଆ FLA ସର୍ଭେ ସମ୍ପାଦନା

ନମସ୍କାର,

ସିଆଇଏସ ଏ2କେ ଏବେ ନିଜର ଆଗାମୀ କାର୍ଯ୍ୟ ଯୋଜନା ଲେଖିବାକୁ ଯାଉଛି ମାର୍ଚ୍ଚ ଶେଷ ସପ୍ତାହରେ, ଏହି କାର୍ଯ୍ୟ ଯୋଜନା ଲେଖିବାରେ ଆମକୁ ଆପଣମାନଙ୍କ ସହାୟତା ଦରକାର । ସବୁ ବର୍ଷ ପରି ଆମେ ଏହି ବର୍ଷ ମଧ୍ୟ ଗୋଟେ ସର୍ଭେ ଓ IRCର ଯୋଜନା କରିଛୁ ଆପଣମାନଙ୍କ ସହ ଆଲୋଚନା କରିବା ପାଇଁ । ସର୍ଭେରେ ଭାଗ ଏହି ଫର୍ମରେ ନିଜ ମତ ଦେଇ ନେଇପାରିବେ, ଦୟାକରି ଏହି ସର୍ଭେରେ ନିଜର ମତ ୧୧ ତାରିଖ ଭିତରେ ଦେବାକୁ ଚେଷ୍ଟା କରନ୍ତୁ ।

ଯେହେତୁ ଓଡ଼ିଆ ଉଇକିମିଡ଼ିଆ ଇଉଜର ଗୃପ ମଧ୍ୟ ତିଆରି ହେଇଗଲାଣି ଏବେ ଆମେ ଓଡ଼ିଆ କମ୍ଯୁନିଟିରେ ସିଆଇଏସ ଏ2କେ ପ୍ରୋଗ୍ରାମର ଭୂମିକା ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛୁ ଏବଂ ମୁଁ ଆଗାମୀ ୧୩ ତାରିଖରେ ସନ୍ଧ୍ଯା ୭:୩୦ଟାରେ ଏକ IRC ସଭା ରଖିବାକୁ ପ୍ରସ୍ତାବ ଦେଉଛି ।

ଫର୍ମରେ କିଛି ଦ୍ଵନ୍ଦ ରହିଲେ କିମ୍ବା ଅନୁବାଦରେ ଭୁଲ ବାହାରିଲେ ଜଣେଇବେ । ତାହା ଛଡା କିଛି ପ୍ରଶ୍ନର ଉତ୍ତର ଆମେ ଇଂରାଜୀରେ ଜାଣିବାକୁ ଚାହୁଞ୍ଚୁ ଯାହା ସମ୍ପୂର୍ଣ ସିଆଇଏସ ଏ2କେ ଟୀମ ପଢିପାରିବ । ଯଦି ଆପଣ ସେହି ପ୍ରଶ୍ନର ଉତ୍ତର ଓଡ଼ିଆରେ ଦେବାକୁ ଚାହାନ୍ତି ତେବେ କିଛି ଅସୁବିଧା ନାହିଁ । --Saileshpat (ମୋ ଆଲୋଚନା) ୦୦:୦୬, ୮ ମାର୍ଚ୍ଚ ୨୦୧୮ (IST)Reply

Galicia 15 - 15 Challenge ସମ୍ପାଦନା

 

Wikipedia:Galicia 15 - 15 Challenge is a public writing competition which will improve improve and translate this list of 15 really important articles into as many languages as possible. Everybody can help in any language to collaborate on writing and/or translating articles related to Galicia. To participate you just need to sign up here. Thank you very much.--Breogan2008 (ମୋ ଆଲୋଚନା) ୧୯:୫୭, ୧୨ ମାର୍ଚ୍ଚ ୨୦୧୮ (IST)Reply

ଉଇକିଟୁଙ୍ଗି ଭୁବନେଶ୍ୱରରେ ଆଲୋଚନାରେ ପ୍ରସ୍ତାବ ସମ୍ପାଦନା

ଫେବୃଆରୀ ମାସ ଉଇକିଟୁଙ୍ଗି ଆଲୋଚନାରେ ଆମ କଥାବାର୍ତ୍ତା ଅନୁସାରେ ଦୁଇଟା ନୂଆ ପ୍ରସ୍ତାବ ଆସିଅଛି ।

  1. ଅନେକ ଗଣ ସମ୍ପାଦନା ହେଉଛି ହେଲେ ବହୁତ ଗୁଡ଼େ ପ୍ରସଙ୍ଗ ମୁଣ୍ଡିଆ ହେଇ ପଡୁଛି । ଏହାଛଡ଼ା ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ବହୁତ କମ ଅଛି ତେଣୁ ମାସ ଅନୁସାରେ ଗୋଟେ ବିଷୟ ହିସାବରେ ଲେଖିଲେ ଭଲ ହେବ । ଅର୍ଥାତ ପ୍ରତି ମାସରେ ଅଲଗା ଅଲଗା ବିଷୟ ଲେଖିଲେ ଭଲ ହେବ ।
  1. 2 ଆଉ ଗୋଟେ ପ୍ରସ୍ତାବ ହେଉଛି ପ୍ରତି ମାସରେ ଜଣେ ଲେଖାଏଁ ବଛା ଉଇକିଆଳି ରଖିବା ଏବଂ ତାଙ୍କ ଫଟୋ ସହ ଅବଦାନର ଏକ ସାରାଂଶ ରଖିବା ।


ଆପଣମାନଙ୍କ ମତାମତ ଏଥିରେ ଦେଲେ ବହୁତ ଭଲ ହେବ ।ଅଧିକ ଲୋକ ସମର୍ଥନ ମିଳିଲେ ଅଧିକ କଥାବାର୍ତ୍ତା କରାଯିବ ଏବଂ କାର୍ଯ୍ୟକାରୀ କରାଯିବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୦୪, ୧୪ ମାର୍ଚ୍ଚ ୨୦୧୮ (IST)Reply

ମତାମତ ସମ୍ପାଦନା

  ସମର୍ଥନ, ମତେ ପ୍ରସ୍ତାବଟି ଭଲ ଲାଗୁଛି ।--Saileshpat (ମୋ ଆଲୋଚନା) ୧୭:୧୧, ୧୪ ମାର୍ଚ୍ଚ ୨୦୧୮ (IST)Reply
  ସମର୍ଥନ --Chinmayee Mishra (ମୋ ଆଲୋଚନା) ୧୭:୪୧, ୧୪ ମାର୍ଚ୍ଚ ୨୦୧୮ (IST)Reply
  ସମର୍ଥନ ଭଲ ହେବ ଜ୍ଞାନ । ପ୍ରଥମ: କିଛି ଗଣସମ୍ପାଦନା ଭାରତ ସ୍ତରରେ (ଟାଇଗର) ଆଉ କିଛି ଆନ୍ତର୍ଜାତୀୟ (ମହିଳା ଇତିହାସ ମାସ) ସ୍ତରରେ ମଧ୍ୟ ହେଉଛି । ଆଉ ସେସବୁକୁ ବି ମୁଣ୍ଡରେ ରଖିବାକୁ ପଡ଼ିବ । ସ୍ଥାନୀୟ ଓ ଏ ଦୁଇଟି ମିଶିଗଲେ ଯେମିତି ଖୁବ ଅଧିକ ନ ହୁଏ । ଦ୍ୱିତୀୟ: ଏଥିରେ ୧ ମାସ - ୧ ବର୍ଷ ପୁରୁଣା ଉଇକିଆଳିଙ୍କୁ ବାଛିଲେ ଭଲ ହେବ ଭାବୁଛି । ପୁରୁଣାଙ୍କଠୁ ନୂଆମାନଙ୍କୁ ବେଶୀ ଉତ୍ସାହିତ କଲେ ସେମାନେ ଅଧିକ ଆଗ୍ରହର ସହ ଲେଖିବେ । ତେବେ ଏମିତି କିଛି ଧରାବନ୍ଧା ନିୟମ ନ ରଖି କେହି ପୁରୁଣା ଉଇକିଆଳି କୌଣସି ମାସରେ କିଛି ଉଲ୍ଲେଖନୀୟ କାମ କଲେ ତାଙ୍କୁ ବି ଉତ୍ସାହିତ କରିବା କଥା । ତାମିଲ ଉଇକିପିଡ଼ିଆରେ ଆଗରୁ ବଛା ଉଇକିଆଳିଙ୍କ ଫଟୋ ସାଇଟ ନୋଟିସରେ ରଖୁଥିଲେ । ତେବେ ପ୍ରାଇଭେସି କାରଣରୁ ହୁଏତ ସବୁ ଉଇକିଆଳି ତାଙ୍କ ଫଟୋ ଉଇକିପିଡ଼ିଆ ଖୋଲିଲା ମାତ୍ରେ ଦେଖାଇବାକୁ ନଚାହିଁପାରନ୍ତି । ତେବେ ବ୍ୟବହାରକାରୀ ନାମ, ପ୍ରକୃତ ନାମ ଓ ଫଟୋ ଭିତରୁ କେଉଁଟି ଉକ୍ତ ଉଇକିଆଳି ଚାହାନ୍ତି ନାହିଁ ତାହା ତାଙ୍କୁ ପଚାରି ସାଇଟ ନୋଟିସରେ ସେହି ଅନୁସାରେ ବି ୨/୩ ସପ୍ତାହ-ମାସେ ପାଇଁ ତାଙ୍କ ଅବଦାନ ବାବଦରେ ସୂଚନା ରଖିପାରିବା । --ସୁଭାସିସ ପାଣିଘରି (ଆଳାପ) ୧୧:୪୩, ୧୮ ମାର୍ଚ୍ଚ ୨୦୧୮ (IST)Reply
  ସମର୍ଥନ - ନିହାତି ଭଲ ପ୍ରସ୍ତାବ ଜ୍ଞାନବାବୁ । ତେବେ ବେଶି ଭଲଲାଗିଲା, ତୁମେ ଲେଖିଥିବା ଏ ଧାଢିଟି "ଅଧିକ ଲୋକ ସମର୍ଥନ ମିଳିଲେ ଅଧିକ କଥାବାର୍ତ୍ତା କରାଯିବ ଏବଂ କାର୍ଯ୍ୟକାରୀ କରାଯିବ" । ଗତ କେତୋଟି ଗଣସମ୍ପାଦନା ଏତେ ଉତ୍ସାହଜନକ ନଥିଲା । ଭାଗନେଉଥିବା ଉଇକିଆଳି ସଂଖ୍ୟା ନଗଣ୍ୟ । ପୁଣି ଭାଗନେଇ, କିଛି ଅବଦାନ ରଖିଥିବା ଉଇକିଆଳିଙ୍କ ସଂଖ୍ୟା ଆହୁରି କମ । ଉଇକିପିଡ଼ିଆର ନିତିନିୟମ ଭିତରେ ରହି, ଓଡ଼ିଆ ଉଇକିପିଡ଼ିଆରେ ହେଉଥିବା କାମଗୁଡ଼ିକ ଓଡ଼ିଶା/ଓଡ଼ିଆ ଅଭିମୁଖୀ ହେଲେ ଭଲ । ଗଣସମ୍ପାଦନାଗୁଡ଼ିକ ମଧ୍ୟ ସେହି ଲକ୍ଷ୍ୟ ନେଇ ଆୟୋଜନ କରିବାକୁ ଅନୁରୋଧ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୩୦, ୧୯ ମାର୍ଚ୍ଚ ୨୦୧୮ (IST)Reply
  ସମର୍ଥନ -- ସ୍ନେହାଶିଷ ନାୟକ (ମୋ ଆଲୋଚନା) ୨୨:୨୭, ୧୯ ମାର୍ଚ୍ଚ ୨୦୧୮ (IST)Reply

ଓଡ଼ିଆ ଉଇକିପିଡ଼ିଆ ୧୬ତମ ଜନ୍ମଦିନ ବିଷୟରେ ସମ୍ପାଦନା

ଉଇକିଟୁଙ୍ଗି ଭୁବନେଶ୍ୱର ମାର୍ଚ୍ଚ ଆଲୋଚନାରେ ଆମେ ଓଡ଼ିଆ ଉଇକିପିଡ଼ିଆ ୧୬ତମ ଜନ୍ମଦିନ ବିଷୟରେ ଆଲୋଚନା କରିଛୁ । ଗତ କାଲିର ଆଇଆରସି ଆଲୋଚନା ହିସାବରେ ଏହାକୁ ଜୁନ ମାସରେ ଆୟୋଜିତ କରାଇଯିବାର ବ୍ୟବସ୍ଥା ଅଛି ।

ଏହି ଲିଙ୍କକୁ ଯାଇ ଆପଣ ଏହି ଗ୍ରାଣ୍ଟ ବିଷୟରେ ଅଧିକ ଜାଣିପାରିବେ ।

ଆପଣଙ୍କ ମତାମତ ନିହାତି ଦରକାର । ଏହାକୁ ପଢି କଣ ସବୁ ବଦଲା ଯିବ ବା କଣ ସବୁ କରାଯିବ ମତାମତ ଦେବାକୁ ଅନୁରୋଧ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୭:୩୫, ୧୪ ମାର୍ଚ୍ଚ ୨୦୧୮ (IST)Reply

ଅପଡେଟ: ଯୋଜନା ଲେଖା ପୂରା ହେଲା: ଏବେ ଦୟାକରି ସମସ୍ତେ ଏହି ଲିଙ୍କକୁ ଯାଇ ସେଥିରେ ଲେଖାଥିବା ଯୋଜନା ପଢ଼ିସାରିବା ପରେ ନିଜର ସମର୍ଥନ ବା ଭିନ୍ନ ମତ ଜଣାନ୍ତୁ । ମନେରଖିଥିବେ, ମଇ ୧୫ ତାରିଖ ଆବେଦନ କରିବାର ଶେଷ ତାରିଖ ତେଣୁ ତା' ଆଗରୁ ସମସ୍ତେ ନିଜ ମତ ଦେଇପାରିଲେ ଭଲ ହେବ । --ସୁଭାସିସ ପାଣିଘରି (ଆଳାପ) ୧୦:୦୩, ୨୪ ଅପ୍ରେଲ ୨୦୧୮ (IST)Reply

Women's edithathon ସମ୍ପାଦନା

Is there any Ediatathon related to women is going on in Odia Wikipedia? Please give me the link.--Arunsunilkollam (ମୋ ଆଲୋଚନା) ୦୬:୫୪, ୧୮ ମାର୍ଚ୍ଚ ୨୦୧୮ (IST)Reply

Arunsunilkollam ଦୟାକରି ଏହି ଲିଙ୍କ ଦେଖନ୍ତୁ । --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୨:୨୬, ୧୮ ମାର୍ଚ୍ଚ ୨୦୧୮ (IST)Reply

ସମ୍ବାଦ ମହିଳା ଓ ସ୍ଵାସ୍ଥ ଗଣସମ୍ପାଦନା ଓ ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନାର ବିବରଣୀ ସମ୍ପାଦନା

 
ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନାରେ ବିଭିନ୍ନ ଭାଷାରେ ତିଆରି ହେଇଥିବା ଲେଖାର ସଂଖ୍ୟା ।

ନମସ୍କାର , ପୂର୍ବ ବର୍ଷ ଆମେ ସମ୍ବାଦ ସହ ମିଶି "୧୦୦ ମହିଳା" ଗଣସମ୍ପାଦନାଟି ଆୟୋଜନ କରିଥିଲୁ ଯାହାର ଫଳସ୍ଵରୂପ ଓଡ଼ିଆ ଉଇକିପିଡିଆରେ ଗୋଟିଏ ଦିନରେ ୨୫ଟି ନୂଆ ଲେଖା ଆସିଥିଲା ଓ ପରେ ୨୭ଟି ଲେଖା ସଜଡା ଯାଇଥିଲା। ଏହି ଯୋଜନାକୁ ଆଗକୁ ବଢେଇବା ପାଇଁ ଆମେ ଏହି ବର୍ଷ ସମ୍ବାଦ ସହ ମିଶି "ମହିଳା ଓ ସ୍ଵାସ୍ଥ ଗଣସମ୍ପାଦନା" କରିବାକୁ ଯୋଜନା କରୁଛୁ । ପୂର୍ବରୁ ଏହି ଗଣସମ୍ପାଦନାଟି ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ହେବାର ଯୋଜନା ଥିଲା, ବର୍ତ୍ତମାନ ଏହା ଏପ୍ରିଲ ପ୍ରଥମ ସପ୍ତାହକି ଦ୍ଵିତୀୟ ସପ୍ତାହରେ ସମ୍ବାଦ ଭବନରେ ଆୟୋଜନ କରାଯିବ । ଏହି ଭିଡିଓ ଯୋଗେ ପୂର୍ବ ବର୍ଷର ଗଣସମ୍ପାଦନା ବିଷୟରେ ଜାଣିପାରିବେ । ନିଜର ମତ ତଳେ ଲେଖନ୍ତୁ ଓ ଭାଗ-ନେବା-ପାଇଁ ନିଜ ନାମ ପ୍ରକଳ୍ପ ପୃଷ୍ଠାରେ ଯୋଡନ୍ତୁ ।

ଭୁବନେଶ୍ୱର ଐତିହ୍ୟ ଗଣସମ୍ପାଦନାରେ ମୂଳତଃ ୧୨ଟି ଭାଷାରେ ୧୯୩ଟି ଲେଖା ତିଆରି ହେଇଛି, ସବୁଠୁ ଅଧିକ ଲେଖା ବଙ୍ଗାଳୀ ଭାଷାରେ ତିଆରି ହେଇଛି ଓ ଆମେ ଏହି ଗଣସମ୍ପାଦନାଟିକୁ ଆଗକୁ ନେବାର ଚେଷ୍ଟା ଚଳେଇଛୁ ଓ BDAକୁ ଏକ ମୁଖ୍ୟ ପ୍ରକଳ୍ପ କରିବାରକୁ କହିଛୁ ଏହି ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମାସରେ, ଏହା ପୂର୍ବରୁ BDA ସହାୟତାରେ ଇଂରାଜୀ ଉଇକିପିଡିଆରେ ଥିବା ଲେଖା ଗୁଡ଼ିକ ସଜାଡିବାକୁ ଯୋଜନା ଅଛି । ମୁଁ ଅଧିକ ବିବରଣୀ ଏଠାରେ ଜଣେଇବି । ଧନ୍ୟବାଦ ---Saileshpat (ମୋ ଆଲୋଚନା) ୦୦:୩୫, ୨୮ ମାର୍ଚ୍ଚ ୨୦୧୮ (IST)Reply

ଲେଖାର ମାନ (ବେଙ୍ଗାଳୁରୁରେ ହୋଇଥିବା କୁନି ମେଳଣ ଓ ଫେସବୁକ ଆଲୋଚନାରୁ) ସମ୍ପାଦନା

 
ଏପ୍ରିଲ ୧୪ ତାରିଖରେ ଭେଟିଥିବା ତିନି ଉଇକିଆଳି ।

ଗତ ଶନିବାର (ଏପ୍ରିଲ ୧୪ ତାରିଖ) ଦିନ ବ୍ୟବହାରକାରୀ:Ssgapu22, ବ୍ୟବହାରକାରୀ:Skumarm ଆଉ ମୁଁ କିଛି ସମୟ ପାଇଁ ଭେଟିଲୁ । ଆମେ ଯଦିଓ ଅନେକ ବିଷୟରେ ଆଲୋଚନା କଲୁ ତା' ଭିତରୁ ଦୁଇଟି ଜିନିଷ ସମସ୍ତଙ୍କ ପାଇଁ ଆଲୋଚନା ଉପଯୋଗୀ ହେବେ ବୋଲି ଏଠି ଲେଖୁଛି:

  • ଟୁଟୋରିଆଲ/ଶିକ୍ଷଣ ସେତେ ବେଶୀ interactive/engaging ଲାଗୁନି । ଉପର site notice ରେ ଥିବା ମେସେଜ ସମସ୍ତଙ୍କ ଆଖିରେ ପଡ଼ିବା ଭଳି ରଙ୍ଗ, ଫଟୋ ଆଉ କିଛି ପରିବର୍ତ୍ତନ କଲେ ଭଲ ହୁଅନ୍ତା । ଭିଡ଼ିଓ ଟୁଟୋରିଆଲ ରହିଲେ ଆଉ ଟିକେ ସୁବିଧା ହୁଅନ୍ତା । ସେସବୁ ସୋସିଆଲ ମିଡ଼ିଆରେ ସେଆର କରିବାକୁ ସୁବିଧା ହୁଅନ୍ତା ।
  • ଗପୁ ସିନେମା ଉପରେ ପ୍ରସଙ୍ଗ ଲେଖୁଥିବାରୁ ସେସବୁ ସିନେମା ଉପରେ ବେଶୀ ତଥ୍ୟ ମିଳୁନାହିଁ ବୋଲି କହୁଥିଲା । ତେବେ ଆଗ ଅପେକ୍ଷା ଏବେ ଖବରକାଗଜରେ ବେଶୀ ତଥ୍ୟ ମିଳିଲାଣି । ଆଗରୁ ଅନେକ ସିନେମା ପ୍ରସଙ୍ଗରେ ଅଣ-ବିଶ୍ୱସନୀୟ ଅନଲାଇନ ପୋର୍ଟାଲର ଲିଙ୍କ ଦିଆଯାଇଛି ଓ ଖୁବ ଛୋଟ ଛୋଟ ଲେଖା ଲେଖାଯାଇଛି । ସେସବୁ କାଢ଼ି ଖବରକାଗଜରୁ ଆଧାର ଦେଲେ ଭଲହୁଅନ୍ତା ।
  • ମତ: ଏବେ ଏକ ପ୍ରସଙ୍ଗ-ଛାଞ୍ଚ ବ୍ୟବହାର କରି ସିନେମା ପ୍ରସଙ୍ଗ ଲେଖାହେଉଛି । ସେଇଟିକୁ ବଦଳେଇ ସେଥିରେ ଆଉ କିଛି ଅଧିକ ତଥ୍ୟ ଓ ବିଭାଗ ଯୋଡ଼ିବାକୁ ଅନୁରୋଧ । ଯଦି ତଥ୍ୟ ନ ମିଳୁଛି କିଛି ଦିନ ଅପେକ୍ଷା କରିବା ଭଲ ହେବ । ସବୁ ସିନେମା ଉପରେ ପ୍ରସଙ୍ଗ ତିଆରି ହେବା ନିହାତି ଜରୁରୀ ନୁହେଁ କିନ୍ତୁ ଯେତିକି ପ୍ରସଙ୍ଗ ତିଆରି ହେଉଛି ତା'ର ମାନ ଚଳନୀୟ ହେବା ଲୋଡ଼ା ।
  • ବ୍ୟବହାରକାରୀ:Skumarm ଆଗରୁ ଅନେକ ନିମ୍ନମାନର ଖାଦ୍ୟ ପ୍ରସଙ୍ଗ ବାବଦରେ ପଚାରିଥିଲେ । ସେ ନିଜେ ଇଂରାଜୀ ଉଇକିପିଡ଼ିଆରୁ ଲେଖା ଅନୁବାଦ କରି ଆଗରୁ ଥିବା ପଲଉ ପ୍ରସଙ୍ଗର ମାନ ଉନ୍ନତ କରିଛନ୍ତି ।
  • ମତ: ଆଗକୁ ଖାଦ୍ୟ ଉପରେ କେହି ପ୍ରସଙ୍ଗ ତିଆରି କଲେ ଏହି ପ୍ରସଙ୍ଗ-ଛାଞ୍ଚ ବ୍ୟବହାର କରିପାରିବେ । ଏହି ପ୍ରସଙ୍ଗ-ଛାଞ୍ଚକୁ ଆବଶ୍ୟକ ଅନୁସାରେ ବଦଳାଇ ଆଗକୁ ପ୍ରସଙ୍ଗ ତିଆରି ପାଇଁ ଅନୁରୋଧ । ଅଧୁନା ଅଧିକାଂଶ ଖାଦ୍ୟ ପ୍ରସଙ୍ଗ "ରନ୍ଧା ପ୍ରଣାଳୀ ବ୍ଲଗ" ଭଳି ଲେଖାଯାଇଛି । ସେସବୁ ଉଇକିପିଡ଼ିଆ ଅନୁପଯୋଗୀ ।

--ସୁଭାସିସ ପାଣିଘରି (ଆଳାପ) ୧୨:୦୮, ୧୬ ଅପ୍ରେଲ ୨୦୧୮ (IST)Reply

ଏସବୁ ବାଦ ଫେସବୁକରେ ଲେଖାର ମାନ ବାବଦରେ ଆଲୋଚନା ହୋଇଥିଲା । ଅନେକ ନୂଆ ଓ କମ ଜଣାଶୁଣା ସିନେ ଅଭିନେତା/ଅଭିନେତ୍ରୀ/ଗାୟକ/ନିର୍ଦ୍ଦେଶକଙ୍କ ବାବଦରେ ତିଆରି ପ୍ରସଙ୍ଗ ହୁଏତ ଏବେ ଆବଶ୍ୟକ ନାହିଁ କାରଣ ଉକ୍ତ କଳାକାରମାନେ ଏଯାଏ ସେତେ ନାଁ କରିନାହାନ୍ତି । ଏ ବାବଦରେ ଆଗରୁ କିଛି ବିଧିବଦ୍ଧ ନିୟମ ନ ଥିଲେ ମଧ୍ୟ ଉଇକିପିଡ଼ିଆର ସାଧାରଣ ବିଶ୍ୱସନୀୟତା ନୀତି ଏଠି ଲାଗୁ ହେବ । ୪-୫ଟି ଫିଲ୍ମରେ/ଗୀତରେ କାମ କରିଥିବା କଳାକାରଙ୍କ ବାବଦରେ ଏବେ ପ୍ରସଙ୍ଗ ତିଆରି ନ କଲେ ଭଲ । ପରେ ସେହି କଳାକାରମାନେ ଜଣାଶୁଣା ହେଲେ, ବିଭିନ୍ନ ରାଜ୍ୟ ଓ ଜାତୀୟ ପୁରସ୍କାରରେ ପୁରସ୍କୃତ ହେଲେ ସେମାନଙ୍କ ଉପରେ ପ୍ରସଙ୍ଗ ଲେଖାଯାଇପାରିବ । ଚଳଚ୍ଚିତ୍ରଟିଏ ମୁକ୍ତିଲାଭ କଲେ ସେଥିରେ ସବୁ କଳାକାରଙ୍କ ଉପରେ ଯେ ଉଇକିପିଡ଼ିଆରେ ପ୍ରସଙ୍ଗ ତିଆରି ହେବ ତା'ର କିଛି ମାନେ ନାହିଁ । ପ୍ରସଙ୍ଗ ତିଆରି ଆଗରୁ ବ୍ୟକ୍ତିବିଶେଷଙ୍କ ବିଶ୍ୱସନୀୟତାତା ବାବଦରେ ପଢ଼ି ନୂଆ ପ୍ରସଙ୍ଗ ତିଆରି କଲେ ଭଲ ହେବ । (ପୁରୁଖା ଉଇକିଆଳିଙ୍କ ଭିତରେ ହୋଇଥିବା ଆଲୋଚନାକୁ ଭିତ୍ତି କରି) --ସୁଭାସିସ ପାଣିଘରି (ଆଳାପ) ୧୨:୨୭, ୧୬ ଅପ୍ରେଲ ୨୦୧୮ (IST)Reply

Time to bring embedded maps (‘mapframe’) to most Wikipedias ସମ୍ପାଦନା

CKoerner (WMF) (talk) ୦୩:୦୮, ୨୫ ଅପ୍ରେଲ ୨୦୧୮ (IST)Reply

ଆଗକୁ କଣ କରିବା? ସମ୍ପାଦନା

ବ‌ହୁତ ଗୁଡାଏ ଗଣସମ୍ପାଦନା ଯୋଗୁ ପ୍ରବଳ ଦ୍ୱନ୍ଦ ହେଲାଣି, ଆମେ ସେଥିପାଇଁ ଆଗାମୀ କିଛି ମାସ ଏହି ଗଣସମ୍ପାଦନା ନାମକ ଜିନିଷଠୁ ଦୂରରେ ରହି କେମିତି ସାମୁହିକ ଭାବେ ଓଡ଼ିଆ ଉଇକିପିଡ଼ିଆରେ ଥିବା ପୁରୁଣା ପ୍ରସଙ୍ଗ ଗୁଡିକୁ ଉନ୍ନତ କରିପାରିବା ତାହା ଉପରେ ଧ୍ୟାନ ଦେବା । ପ୍ରୀତି ଭାଇ ଓ ଅନ୍ୟ ଉଇକିଆଳିମାନେ ଆଧାର ଯୋଡ଼ିବା କି ଫୋଟୋ ଯୋଡ଼ିବା ଭଳି କାମ କରୁଛନ୍ତି, ଆମେ ଯଦି ନିଜେ ନିଜେ ସେମିତି କିଛି ବାଛିପରିବା ଓ କିଛି ଦ୍ବାୟିତ୍ଵ ନେବା ତେବେ କିଛି ମାସ ଭିତରେ ଓଡ଼ିଆ ଉଇକିପିଡ଼ିଆରେ ଥିବା ଅଳିଆ ଲେଖା ଗୁଡ଼ିକୁ ଉନ୍ନତ କରିପାରିବା । କିମ୍ବା ଅନ୍ୟମାନଙ୍କର ଯଦି କିଛି ଅଲଗା ବିଚାର ଅଛି ତେବେ ତଳେ ଲେଖନ୍ତୁ । --Saileshpat (ମୋ ଆଲୋଚନା) ୦୧:୧୬, ୧୨ ମଇ ୨୦୧୮ (IST)Reply

ଏହି ଶୁକ୍ରବାର ସମ୍ପାଦନା

ୱାଇଆଇ (ୟଙ୍ଗ ଇଣ୍ଡିଆନ୍ସ) ନାମକ ଏକ ସଂଗଠନ କିଛି ଦିନ ତଳେ ମୋତେ ଉଇକିପିଡ଼ିଆ, ଓଡ଼ିଆ ଉଇକିପିଡ଼ିଆ ଓ ଓଡ଼ିଆ ୱେବସାଇଟ ବାବଦରେ ଏକ ଆଲୋଚନା ପାଇଁ ଭୁବନେଶ୍ୱର ନିମନ୍ତ୍ରଣ କରିଛନ୍ତି । ସଭାଟି କେବଳ ମୋ ତରଫରୁ ଉଇକିପିଡ଼ିଆ ବାବଦରେ ଏକ ପ୍ରେଜେଣ୍ଟେସନ ଓ ପ୍ରତୀକ ତରଫରୁ ଭିନ୍ନ ଏକ ବିଷୟରେ ଏକ ପ୍ରେଜେଣ୍ଟେସନ ଭିତରେ ସୀମୀତ । ତେବେ ଶେଷକୁ ୫-୧୦ ମିନିଟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉଇକିଆଳିମାନେ ଉତ୍ତର ଦେଇପାରିବେ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ବୋକା (Bocca) କ୍ୟାଫେଠାରେ ଏହି ଶୁକ୍ରବାର ସନ୍ଧ୍ୟା ୫ଟା ବେଳେ ଏହି ସଭାଟି ହେବ । ଯଦି କେହି ଆସିବାକୁ ଇଚ୍ଛୁକ ଆଗୁଆ ଜଣାଇଲେ ଆମେ ତାଙ୍କୁ ସେ ବାବଦରେ ଜଣେଇପାରିବୁ ।

ମୁଁ ଶନିବାର ଓ ସୋମବାର ଭୁବନେଶ୍ୱରରେ ଥିବାରୁ ଯଦି କେହି ଉଇକିଆଳି ଏକ ଛୋଟ ମେଳଣ ପାଇଁ ଭାବୁଥିବେ ଆମେ ସବୁ ଭେଟିପାରନ୍ତୁ । ଆମ ଉଇକିପିଡ଼ିଆ ୧୬ ଗ୍ରାଣ୍ଟ ଆବେଦନ ଅନୁମୋଦିତ ହୋଇଯାଇଥିବାରୁ ଆମେ ମୁଖ୍ୟତଃ ସେ ବାବଦରେ ଆଲୋଚନା କରିପାରିବୁ । --ସୁଭାସିସ ପାଣିଘରି (ଆଳାପ) ୦୯:୨୩, ୪ ଜୁନ ୨୦୧୮ (IST)Reply

ଉଇକିମାନିଆ ୨୦୧୮ରୁ ଆଶା ସମ୍ପାଦନା

ଏହି ବର୍ଷ ୫ ଜଣ ଓଡ଼ିଆ ଉଇକିଆଳି ଦକ୍ଷିଣ ଆଫ୍ରିକାର କେପଟାଉନଠାରେ ଜୁଲାଇ ୧୮ ତାରିଖରେ ଆରମ୍ଭ ହେବାକୁ ଥିବା ଉଇକିମାନିଆରେ ଯୋଗଦେବା ପାଇଁ ମନୋନୀତ ହୋଇଛନ୍ତି । ଏବେ ଯାଏ ମନୋନୀତ ହୋଇଥିବା ସର୍ବାଧିକ ସଂଖ୍ୟକ ଓଡ଼ିଆ ଉଇକିଆଳି ଏହି ବର୍ଷ ଉଇକିମାନିଆରେ ଭାଗନେଉଥିବାରୁ ଆଗୁଆ କିଛି ଯୋଜନା କରାଯାଇପାରିଲେ ଭଲ । ଯଦିଓ ଉକ୍ତ ଉଇକିଆଳିମାନଙ୍କୁ ତାଙ୍କ ବ୍ୟକ୍ତିଗତ ଯୋଗଦାନ ନିମନ୍ତେ ଉଇକିମାନିଆ ବୃତ୍ତି ମିଳିଛି ସେମାନଙ୍କର ଓଡ଼ିଆ ଉଇକିପିଡ଼ିଆ ସମୂହ ପାଇଁ ଏକ କର୍ତ୍ତବ୍ୟ ମଧ୍ୟ ରହିଛି । ତେଣୁ ଏବେ ଏକ ମାସରୁ ଅଧିକ ସମୟ ହାତରେ ଥିବାରୁ ଯଦି ବାକି ସବୁ ଉଇକିଆଳି ଏହି ପାଞ୍ଚ ଜଣ ଉଇକିଆଳିଙ୍କଠୁ କଣ ଆଶା କରୁଛନ୍ତି ସେ ବାବଦରେ ନିଜ ନିଜର ମତ ଦିଅନ୍ତେ ତେବେ ଉଇକିମାନିଆରେ ୫ ଜଣ ଯାକ ବିଭିନ୍ନ କାର୍ଯ୍ୟକ୍ରମରେ ସେ ବାବଦରେ ଆଲୋଚନା କରନ୍ତେ ବା ଶିଖନ୍ତେ । ସେମାନେ ଫେରିବା ପରେ ବିଭିନ୍ନ ବାଟରେ ତାଙ୍କ ଅର୍ଜିଲା ଜ୍ଞାନ ଓଡ଼ିଆ ଉଇକିମିଡ଼ିଆ ପ୍ରକଳ୍ପ ପାଇଁ ବାଣ୍ଟନ୍ତେ । ଏଥି ସହିତ ଆସନ୍ତା ବର୍ଷ ଅଧିକ ଉଇକିଆଳିଙ୍କୁ ଉଇକିମାନିଆ ଓ ବାକି ସମ୍ମିଳନୀରେ ଭାଗ ନେବା ପାଇଁ ବାଟ କଢ଼ାନ୍ତେ ।

ଅନେକ ସମୟରେ ଉଇକିପିଡ଼ିଆରେ ସମ୍ପାଦନା କଲେ ଜଣେ ଉଇକିଆଳିର ବ୍ୟବହାରକାରୀ ନାମ ଦିଶୁଥିବାରୁ କିଛି ଉଇକିଆଳି ଜାଣିଶୁଣି ନିଜ ମତ ଦେଇନଥାନ୍ତି । ଏଣୁ ଏଥର ଏକ ସର୍ଭେ ମାଧ୍ୟମରେ ସମସ୍ତଙ୍କ ମତଗ୍ରହଣ କରିବାକୁ ଚେଷ୍ଟାକରୁଛୁ । ଏଥିରେ ଜଣେ ଚାହିଁଲେ ନିଜ ନାମ ଲେଖିପାରିବ ହେଲେ କେହି ନିଜ ନାମ ଲେଖିବାକୁ ବାଧ୍ୟ ନୁହେଁ । ସର୍ଭେରେ ଭାଗ ନେଇ ନିଜ ମତ ଓ କଣ କଣ ଆଶା କରନ୍ତି ଉଲ୍ଲେଖ କରିବା ପାଇଁ ୩-୫ ମିନିଟ ସମୟ ଲୋଡ଼ା ।

ଦୟାକରି ଏହି ଲିଙ୍କକୁ ଯାଇ ସର୍ଭେରେ ଭାଗନେବେ ଓ ଜୁଲାଇ ୫ ତାରିଖ ସୁଦ୍ଧା ନିଜ ମତ ଦେବେ: https://docs.google.com/forms/d/e/1FAIpQLSeBzC_wOyGLw1BbbrUMV-GXYRYNXPoW4FiasYF72_de2G9JhQ/viewform?usp=sf_link

--ସୁଭାସିସ ପାଣିଘରି (ଆଳାପ) ୧୧:୦୧, ୪ ଜୁନ ୨୦୧୮ (IST)Reply

ଉଇକି ଟେକ୍ନିକାଲ କର୍ମଶାଳା ୨୦୧୮ ସମ୍ପାଦନା

ସିଆଇଏସ ଏଟୁକେ ଜୁନ ୨୯ରୁ ଜୁଲାଇ ୧ ଯାଏଁ ଝାରଖଣ୍ଡର ରାଞ୍ଚିଠାରେ ୩ ଦିନିଆ ଉଇକି ଟେକ୍ନିକାଲ କର୍ମଶାଳା ଆୟୋଜନ କରିବାକୁ ଯାଉଛି । ଏହି କର୍ମଶାଳାର ମୂଳ ଲକ୍ଷ୍ୟ:

  • ଉଇକିଆଳିଙ୍କୁ ନୁଆ କୌଶଳ ଶିଖାଇବା ଓ ତାଙ୍କ କାମ କରିବାର ଦକ୍ଷ୍ୟତା ବଢେଇବାରେ ସାହାୟତା କରିବା ।
  • ଉଇକିଆଳିଙ୍କୁ ଗ୍ଲୋବାଲ ପ୍ରକଳ୍ପ ସ‌ହିତ ଯୋଡିବା ।
  • #1Lib1Ref,ଉଇକିପିଡ଼ିଆ ଲାଇବ୍ରେରି ଓ ନୁଆ ଟୁଲ କିମ୍ବା ଗ୍ୟଜେଟ୍ସ ଉପରେ ସଚେତନତା ବଢାଇବାର ପ୍ରୟାସ କରିବା ।

ଓ ଅନ୍ୟ ପ୍ରକଳ୍ପ ବିଷୟରେ ଆଲୋଚନା କରିବାର ଯୋଜନା ଅଛି । ଏହି କର୍ମଶାଳା ବିଷୟରେ ଅଧିକ ଜାଣିବା ପାଇଁ ମେଟାର ଏହି ପୃଷ୍ଠାକୁ ଯାଆନ୍ତୁ । କର୍ମଶାଳାରେ ଭାଗ ନେବା ପାଇଁ ଜୁନ ୧୦ ପୁର୍ବରୁ ଏହି ଗୁଗୁଲ ଫର୍ମରେ ଆପ୍ଲାଏ କରନ୍ତୁ ।—Saileshpat (ମୋ ଆଲୋଚନା) ୧୮:୧୨, ୮ ଜୁନ ୨୦୧୮ (IST)Reply

Wikigraphists Bootcamp (2018 India): Applications are open ସମ୍ପାଦନା

Wikigraphists Bootcamp (2018 India) to be tentatively held in the last weekend of September 2018. This is going to be a three-day training workshop to equip the participants with the skills to create illustrations and digital drawings in SVG format, using software like Inkscape.

Minimum eligibility criteria to participate is as below:

  • Active Wikimedians from India contributing to any Indic language Wikimedia projects.
  • At least 1,500 global edits till 30 May 2018.
  • At least 500 edits to home-Wikipedia (excluding User-space).

Please apply at the following link before 16th June 2018: Wikigraphists Bootcamp (2018 India) Scholarships.

MediaWiki message delivery (ମୋ ଆଲୋଚନା) ୧୬:୪୨, ୧୨ ଜୁନ ୨୦୧୮ (IST)Reply

Update on page issues on mobile web ସମ୍ପାଦନା

CKoerner (WMF) (talk) ୦୨:୨୮, ୧୩ ଜୁନ ୨୦୧୮ (IST)Reply

Wiki Loves Yerevan International edit-a-thon ସମ୍ପାଦନା

 

For the purpose of increasing the number of Yerevan related content in the Internet, Wikimedia Armenia announces international one-month edit-a-thon from June 15 – July 15, 2018. You are kindly invited to get involved and start editing and improving articles about Yerevan.

Hope you'll enjoy editing and have fun during this interesting process.

One participant from the first 15 most written language Wikipedias with the most points will be invited to Yerevan to join the events organized in the frames of Yerevan 2800th anniversary. For more details please visit the edit-a-thon page on Meta.

See you soon in sunny Yerevan!--Lilit (WM AM) (ମୋ ଆଲୋଚନା) ୧୭:୨୯, ୧୪ ଜୁନ ୨୦୧୮ (IST)Reply

ଭୁବନେଶ୍ବର ସହର ପତ୍ରିକାରେ What is on Wiki? ଶ୍ରେଣୀ ସମ୍ପାଦନା

ଏପ୍ରିଲ ୨୦୧୮ରେ, ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହେବାର ୭୦ବର୍ଷ ଉପଲକ୍ଷେ ରାଜ୍ୟ ସରକାର ଦୁଇଟି ନୂଆ ୱେବସାଇଟ ଆରମ୍ଭ କରିଥିଲେ Bhubaneswar.meSmart City Bhubaneswar, ମୁକ୍ତ ଲାଇସେନ୍ସ ବା କ୍ରିୟେଟିଭ କମନ୍ସ ଲାଇସେନ୍ସରେ ଥିବା ରାଜ୍ୟ ସରକାରଙ୍କ ଏହା ଷଷ୍ଠ ଓ ସପ୍ତମ ୱେବସାଇଟ । ଏହି ପ୍ରକଳ୍ପ ଏକ ପତ୍ରିକା ଆରମ୍ଭ କରିବାକୁ ଯାଉଛି ଯେଉଁଥିରେ ଭୁବନେଶ୍ବର ସହର ବିଷୟରେ ବିଭିନ୍ନ ପ୍ରକାରର ପ୍ରସଙ୍ଗ ରହିବ, ଏଥିରେ ସେମାନେ ଗୋଟେ ଶ୍ରେଣୀ ଉଇକିପିଡିଆରେ ଭୁବନେଶ୍ବର ଜଡ଼ିତ ଥିବା ଲେଖାଗୁଡ଼ିକରେ କଣ ଅଛି ତାହା ମଧ୍ୟ ରଖିବାକୁ ଚାହାନ୍ତି । ନୂଆ ତଥ୍ୟ କଣ ଅଛି, କଣ ଆମେ ସୁଧାରିପାରିବା ଓ କେମତି ଅବଦାନ କରିପାରିବା ତାହା ଜଣେଇବାରେ ସହାୟତା କରିବ । ଆମେ ଅନ୍ୟ କଣ ଜିନିଷ ଏଥିରେ ଯୋଡ଼ିପାରିବା ଏଠି ଆଲୋଚନା କରିବାକୁ ଅନୁରୋଧ । --Saileshpat (ମୋ ଆଲୋଚନା) ୦୧:୨୦, ୨୩ ଜୁନ ୨୦୧୮ (IST)Reply

ଓଡ଼ିଆ ଉଇକିପିଡ଼ିଆର ୧୬ତମ ଜନ୍ମତିଥି: କିଛି ଖେଦ ସମ୍ପାଦନା

ଏଠି ଲେଖିବା ଆଗରୁ କହିଦେଉଛି ଯେ ପଢ଼ିସାରିବା ପରେ ଟିକେ ଖଟକା ଲାଗିପାରେ । କିନ୍ତୁ ଅପ୍ରିୟ ସତ କଥାଗୁଡ଼ା ବେଳେବେଳେ କହିବାକୁ ପଡ଼େ ।

ଓଡ଼ିଆ ଉଇକିପିଡ଼ିଆର ୧୬ତମ ଜନ୍ମତିଥି ଆଉ ଠିକ ସପ୍ତାହେ ପରେ । ହେଲେ ଏଯାଏ ଆମେ କାହିଁକି ଏକାଠି ହେଉଛୁ ତା' ବାବଦରେ ବିଶେଷ କିଛି ଆଲୋଚନା ହୋଇନି । ମୁଁ ଯଦିଓ ପୃଷ୍ଠାଟି ଆରମ୍ଭ କରିଥିଲି କିଛି ଲେଖିବା ପରେ ମୁଁ ନିଜକୁ ପଚାରିଲି ଏଇଟା ମୁଁ ନିଜ ପାଇଁ ଲେଖୁନି ତ? କେବଳ ମୋ ନିଜ ମତ ଏଥିରେ ବାଢୁନି ତ?

ଉଇକିପିଡ଼ିଆ ଗୋଟେ ସମାଜ । ସେଥିରେ ପ୍ରତିଟି ଉଇକିଆଳିର ଭୂମିକା ସମାନ । ତେବେ ସମସ୍ତେ ତ ଏକା କାମକୁ ସମାନ ଭାବେ କରିବେନି । କିନ୍ତୁ କିଛି କାମ ସାମୁହିକ । ସେ କାମ କଲାବେଳେ ସମସ୍ତେ ଯଦି ଆଗକୁ ନ ଆସିବେ ତାହେଲେ କଥା ସରିଲା ।

ଜୁଲାଇ ୭-୮ ତାରିଖ ଦିନ ଆମ ସଭାରେ କଣ ଆଲୋଚନା ହେବ, କେତେ ସମୟ ଆଲୋଚନା ହେବ, କେଉଁ କେଉଁ ବିଷୟ ଆଲୋଚନାରେ କେଉଁମାନେ ମୁଖ୍ୟ ଭୂମିକା ନିଭାଇବେ ଏ ବାବଦରେ ଯଦି ଆଲୋଚନା ହୋଇ ସ୍ଥିର ହୋଇନପାରିଲା ତାହେଲେ ଏ ସଭାର ମାନେ କିଛି ନାହିଁ ।

ଉଇକିପିଡ଼ିଆ ପ୍ରସଙ୍ଗ ଭଳି ଉଇକିପିଡ଼ିଆର ବାକି କାମ । ଛୋଟରୁ ଆରମ୍ଭ । ଧୀରେ ଧୀରେ ବଢ଼େ । ନ ବଢ଼ିଲେ ଲିଭାଇ ଦିଆଯାଏ ।

ଯଦି କେବଳ ୨-୩ ଜଣ ସବୁ ସିଦ୍ଧାନ୍ତ ନେବେ ଆଉ ସଭା ବି ସେଇମାନେ ପରିଚାଳନା କରିବେ ସେ ଭଳି ସଭା ନ ହେବା ବରଂ ଭଲ । ଯେଉଁ ସଭାରେ ସାମୁହିକ ଯୋଗଦାନ ନାହିଁ ତାକୁ ସାମୁହିକ କହିବା ନୀତିଗତ ଭାବେ ଭୁଲ । ଆଗକୁ ସମସ୍ତ ସଭା/କର୍ମଶାଳା/ମେଳଣ ବନ୍ଦ କରିଦେବା କି? ସମସ୍ତେ କେବଳ ଅନଲାଇନରେ କାମକରିବେ ।

ସଭାଟିଏ ପରିଚାଳନା କରିବା ବାହାଘର ଧାଁ ଧଉଡ଼ ଭଳି । ଅଳ୍ପ କେଇଜଣ ବାରମ୍ବାର ସେଇ କାମ କରି ବୋର । ବ୍ୟକ୍ତିଗତ ଭାବେ ମୋର ଇଚ୍ଛା ବାକି ଉଇକିଆଳିମାନେ ଏଥିରେ ସକ୍ରିୟ ଭାବେ ଭାଗନିଅନ୍ତେ । କାହା ଉପରେ କାମ ଲଦିବା ଉଇକିପିଡ଼ିଆ କମୁନିଟିରେ ପ୍ରାୟ ହୁଏନି । ମାଗିକି କାମ ନେଇ କରନ୍ତି ସବୁ । ହେଲେ ଯଦି କେହି ଚାହୁଁନାହାନ୍ତି ତାହେଲେ ସଭା ବରଂ ନ ହେଉ । ସିଆଇଏସ ବି ଧୀରେ ଧୀରେ ଓଡ଼ିଆ ଉଇକିପିଡ଼ିଆକୁ ଆଗ ଭଳି ସାହାଯ୍ୟ କରିବା ବନ୍ଦ କରିବ । ତେଣୁ ଶୈଳେଶ ହୁଏତ କେବଳ ଅଳ୍ପ କିଛି ସମୟ ଦେବ । ଆଗକୁ କେବଳ ସବୁ ଅନଲାଇନ ହେଉ । ଏଥରକ ଜନ୍ମତିଥି ହୁଏତ ମୋ ପାଇଁ ଯେଉଁମାନେ ଆସୁଛନ୍ତି ତାଙ୍କ ସାଙ୍ଗେ ମୁହାଁମୁହିଁ ଶେଷ ଦେଖା ହୋଇପାରେ ।

ଶେଷକଥା: ଉଇକିପିଡ଼ିଆ ଗଣତାନ୍ତ୍ରିକ ନୁହେଁ । ତେଣୁ ଏଠି ବାବୁ ସଂସ୍କୃତି ଚଳେନି । ଜଣେ ପତାକା ଟେକି ଚାଲେନି କି ବାକିମାନେ ପିମ୍ପୁଡ଼ି ଭଳି ପଛରେ ଚାଲନ୍ତିନି । ଜଣେ ଯଦି କିଛି କରିପାରୁଛି ସାମନାକୁ ଆସି କରେ । ବାକିମାନଙ୍କୁ ଭଲ/ମନ୍ଦ ଲାଗିଲେ ମତାମତ ଦିଅନ୍ତି ସୁଧାରିବା ପାଇଁ । ଆଉ ସବୁ ଜିନିଷରେ ସମସ୍ତଙ୍କ ସମାନ ଅଧିକାର ଅଛି । ଜଣଙ୍କ ମାଲିକାନାରେ କିଛି ନାହିଁ ।

ମୁଁ ୧୦୦ରୁ ୧୦୦ ଆଶା ହାରିନି ତେଣୁ ଶୁକ୍ରବାର ଯାଏ ଅପେକ୍ଷା କରିବି ।

ବାକି ଆମେ ଏଇ ଆଲୋଚନା ସଭାରେ ଭେଟିବୁ । --ସୁଭାସିସ ପାଣିଘରି (ଆଳାପ) ୧୧:୫୪, ୩୦ ଜୁନ ୨୦୧୮ (IST)Reply

ତେବେ କି କି କାମ ବାକି ରହିଛି ତା'ର ତାଲିକା ତଳେ ଦେଇଦେଉଛି କାଳେ କିଏ ତଥାପି ଆଗ୍ରହୀ ଥିବେ ସମ୍ପାଦନା

ଏ ତାଲିକାରେ ଆହୁରି କିଛି ଜିନିଷ ନାହିଁ । ତାଲିକାର ମାଲିକ ମୁଁ ନୁହେଁ । ତେଣ୍ୟ କାହାରି ମୁଣ୍ଡରେ କିଛି ଜୁଟିଲେ ଲେଖିବାକୁ ଭୁଲିବେ ନାହିଁ ।

କାମ କରିବାକୁ ଇଚ୍ଛୁକ ଥିଲେ କେମିତି କରିବେ
୭ ତାରିଖ ଓ ୮ ତାରିଖ ଦିନ କଣ କଣ ଆଲୋଚନା ହେବ ଏ ପୃଷ୍ଠାରେ "ସମ୍ୟକ ସୂଚନା" ପରେ "ନିର୍ଘଣ୍ଟ" ନାମରେ ନୂଆ ବିଭାଗଟିଏ କରି ସେଥିରେ କିଛି ସମ୍ବାବିତ ବିଷୟର ତାଲିକା କରିବେ । ସେଠି ଯଦି କେହି ସେ ବିଷୟରେ ପୁରୁଖା ନିଜ ଆଡୁ ନିଜ ନାମ ଲେଖିବା ପାଇଁ ଜାଗା ରଖିଥିବେ ।
ଏଥରକ କୌଣସି ସର୍ବସାଧାରଣ ସଭା ନ ହେଉଥିବାରୁ ଫେସବୁକ ଲାଇଭ ଓ ଟୁଇଟରରେ ଲାଇଭ କରି ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜଣାଇବା ଯୋଜନା ଥିଲା । ଏଥିରେ କି କି ବିଷୟ ଓଡ଼ିଆ ଉଇକିପିଡ଼ିଆ ବାବଦରେ ବେଶୀ/ମୋଟରୁ ନ ଜାଣିଥିବା ଲୋକ ପାଇଁ ଉପାଦେୟ ହେବ ତା'ର ତାଲିକା ନିର୍ଘଣ୍ଟ ଭିତରେ ଏ ବାବଦରେ ଅଲଗା ଉପବିଭାଗଟିଏ କରି ଲେଖିବେ
ବ୍ୟାନର ଆଉ ବାକି କିଛି ଜିନିଷର ପ୍ରିଣ୍ଟିଂ, ସଭା ପାଇଁ କେକ/ଛେନାପୋଡ଼ ଦୀପ୍ତିମାନ, ଚିନୁ, ଜ୍ଞାନ, ଶୈଳେଶ, ସୁଭାସିସ ଏମାନଙ୍କ ଭିତରୁ ଜଣଙ୍କ ସାଙ୍ଗେ ଯୋଗାଯୋଗ
ସଭାରେ କିଛି ଜିନିଷର ସ୍କାନିଂ, ଦୂରରୁ ଆସିଥିବା ଉଇକିଆଳିଙ୍କୁ କିଛି ଯିବାଆସିବା ସାହାଯ୍ୟ ଦିଆଗଲେ ତା'ର ରସିଦ ଆଦି ରଖିବା ପାଇଁ ସାହାଯ୍ୟ ଲୋଡ଼ା । ଦୀପ୍ତିମାନ ସାଙ୍ଗେ ଯୋଗାଯୋଗ
ପ୍ରେସ ରିଲିଜ ତିଆରି ଓ ମିଡ଼ିଆକୁ ପଠେଇବା, ସୋସିଆଲ ମିଡ଼ିଆରେ ନିୟମିତ ପ୍ରସାରଣ ଗପୁ (ସଂଗ୍ରାମ), ଶୈଳେଶ, ପ୍ରତୀକ, ଜ୍ଞାନ, ଦୀପ୍ତିମାନ ଏମାନଙ୍କ ସଙ୍ଗେ ଯୋଗାଯୋଗ
ଯେଉଁମାନେ କୌଣସି କାରଣରୁ ଆସିପାରୁନାହାନ୍ତି
  • ୧-୨ ମିନିଟ ଭିତରେ ଭିଡ଼ିଓଟେ ମୋବାଇଲ ବା କ୍ୟାମେରା ବ୍ୟବହାର କରି କରିବେ
  • ବହି କିମ୍ବା ସେମିତି କିଛି ଜାଗାରେ ମୋବାଇଲକୁ ଲମ୍ବା ବାଗରେ ଥୋଇ ନିଜ ମୁହଁରେ ଆଲୁଅ ପଡୁଥିବା ଜାଗାରେ ରହି ଭିଡ଼ିଓ ରେକର୍ଡ଼ କରିବେ
  • ଭିଡ଼ିଓରେ କଣ କହିବେ?
    • ନିଜ ନାମ, କେଉଁ ଉଇକିମିଡ଼ିଆ ପ୍ରକଳ୍ପ (ଉଇକିପିଡ଼ିଆ, ଉଇକିପାଠାଗାର, ଉଇକିଅଭିଧାନ), ଆଉ ବିଶେଷ କରି କେଉଁଥିରେ ବେଶୀ ଯୋଗଦାନ ତା ବାବଦରେ ଗୋଟିଏ ଦୁଇଟି ବାକ୍ୟ
    • ଆପଣଙ୍କ କାମ କିଛି ବଡ଼ ଅସୁବିଧାର ସମାଧାନ ବାଟ ତିଆରି କରୁଛି କି? ସେ ବାବଦରେ ପଦେ କହିବେ? (ଯଥା: ଇଣ୍ଟରନେଟରେ ଓଡ଼ିଆରେ ଭଲ ମାନର ଲେଖା ବେଶୀ ନ ଥିବାରୁ ପାଠକ ଓଡ଼ିଆଠୁ ଦୂରେଇ ଯାଉଛନ୍ତି । ମୁଁ ଅନେକ ଉଇକିପାଠାଗାରରେ ପୁରାତନ ରଚନାକୁ ଟାଇପ କରି ଆଉଥରେ ଲେଖୁଛି ଫଳରେ ଲୋକେ ଗୁଗୁଲରେ ଖୋଜିଲେ ସେସବୁ ପାଇ ପଢ଼ିପାରିବେ ।)
    • ଆପଣ କରୁଥିବା କାମରୁ ଆଗାମୀ ଲକ୍ଷ୍ୟ କଣ (ଯେତେ ସଂକ୍ଷେପ ଆଉ ସଳଖ ହେବ ସେତେ ଭଲ । ଯଥା: ଆଉ ପାଞ୍ଚ ବର୍ଷ ଭିତରେ ମୋର ଆଶା କ୍ରୀଡ଼ା ଉପରେ ଅତି ଉପାଦେୟ ପ୍ରସଙ୍ଗସବୁ ମୁଁ ତିଆରି କରିସାରିଥିବି ।)
  • ଭିଡ଼ିଓଟି .webm ଫର୍ମାଟରେ କମନ୍ସରେ ଅପଲୋଡ଼ କରିବେ । କିମ୍ବା ଏଇ ଫୋଲ୍ଡରରେ ସିଧାସଳଖ ଅପଲୋଡ଼ କରିବେ ।

Citoid ଟୁଲ ସଚଳ କରିବା ବାବଦରେ ପ୍ରସ୍ତାବ ସମ୍ପାଦନା

Citoid Tool, ହେଉଛି ଏକ ଟୁଲ ଯାହାକି ଆଧାର ଯୋଡ଼ିବାରେ ଅଧିକ ସାହାଯ୍ୟ କରେ । ଏହି ଟୁଲ ଜରିଆରେ ଆମେ ଯଦି ଖାଲି ଆଧାର ପାଇଁ URL ଦେଇ ତା' ପାଖରେ ଥିବା Search ଚିହ୍ନ ଉପରେ କ୍ଲିକ୍ କରିବା, ତେବେ ଏହା ଆପେ ଆପେ ସମସ୍ତ ତ‌ଥ୍ୟ ଯୋଡ଼ିଦିଏ, ଫଳରେ ଆମକୁ ଲିଙ୍କ୍ ସ‌ହିତ ଶୀର୍ଷକ, ତାରିଖ, ପ୍ରକାଶକ ଆଦି ନିଜକୁ ଯୋଡ଼ିବାରେ ସମୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏଥିସ‌ହିତ ଖାଲି URL ଥାଇ ଥିବା ଆଧାରକୁ ମଧ୍ୟ ଆମେ ସେହି ପୃଷ୍ଠା ନ ଖୋଲି ସିଧାସଳଖ ସମ୍ପୂର୍ଣ୍ଣ ଆଧାର ଯୋଡ଼ିହେବ, ଯାହାକି ଉଇକିପଡ଼ିଆ ପ୍ରସଙ୍ଗ ଗଢ଼ଣ ଶୈଳୀର ଗୋଟିଏ ଭାଗ ।

ଟୁଲ ବିଷୟରେ ଅଧିକ ଏଇଠି ଜାଣିପାରିବେ ।

ଓ ଏହି ଟୁଲଟି import ହେଇଗଲା ପରେ ମୁଁ ଓଡ଼ିଆରେ ଅନୁବାଦ କରିବାରେ ସାହା‌ଯ୍ୟ କରିବି । ସମସ୍ତଙ୍କ ମତ ଦେବାକୁ ଅପେକ୍ଷା କରୁଛି ଏବଂ ମତ ଆସିଲାପରେ ପରିଚାଳମାନଙ୍କୁ ଏହି ଟୁଲଟିକୁ ସଚଳ କରିବାକୁ ଅନୁରୋଧ କରୁଛି ।--ଗପୁ (ମୋ ଆଲୋଚନା) ୧୧:୨୪, ୧ ଜୁଲାଇ ୨୦୧୮ (IST)Reply

ଏହା Visual Editorରେ ଉପଲବ୍ଧ । ଆପଣମାନେ Visual Editor ସଚଳ (ପସନ୍ଦ > ସମ୍ପାଦନା > Editing Mode) କରି ବ୍ୟବହାର କରିପାରିବେ ବୋଧ ହୁଏ । ଅଧିକ ଜାଣିବା, ନିଜ common.js ପୃଷ୍ଠାରେ ସଚଳ କରିବା ଏବଂ Visual Editorରେ କେମିତି ବ୍ୟବହାର କରିବେ ଜାଣିବା ପାଇଁ ଦେଖନ୍ତୁ en:Wikipedia:The_Wikipedia_Library/Citoid, mw:Help:VisualEditor/User_guide#Editing_references । ଜଣାପଡ଼ୁଛି କେହି Visual Editor ବ୍ୟବହାର କରୁନାହାନ୍ତି! -- ଅଂଶୁମାନ ବାଡ଼େଇବେ! ୨୩:୨୭, ୨ ଜୁଲାଇ ୨୦୧୮ (IST)Reply

ଅଂଶୁମାନ ଭାଇ ଆପଣ ଦେଇଥିବା କିଛି ଲିଙ୍କ୍‌କୁ ଦେଖି ମୁଁ କ'ଣ ଦୁଇ ଚାରୋଟି ଅଦଳବଦଳ କରି, ପୁଣିଥରେ ଭିଜୁଆଲ ଏଡ଼ିଟରର ବ୍ୟବ‌ହାର କଲି, କିନ୍ତୁ ସେଠାରେ ଲିଙ୍କ୍ ଦେଇ ଯୋଡ଼ିଲାପରେ ଖାଲି ହିଁ ଆସୁଛି, କିନ୍ତୁ ଯେମିତି ଆଧାର ଦେଖାଇବା କଥା ସେମିତି କିଛି ଆସୁନାହିଁ । ତା'ଛଡ଼ା ସୋର୍ସ ଏଡ଼ିଟରରେ ଇଂରାଜୀ ଉଇକିରେ ଖାଲି URL ପେଷ୍ଟ କଲାପରେ ତା' ପାଖରେ ଦେଖାଉଥିବା ଏକ ଜବକାଚ ଚିହ୍ନ ଜରିଆରେ ମଧ୍ୟ ସମସ୍ତ ତ‌ଥ୍ୟ ଯୋଡ଼ିହେବ, କିନ୍ତୁ ତାହା ମଧ୍ୟ ଆମର ଦେଖାଉ ନାହିଁ । ସେଇ ସବୁକୁ ସଚଳ କରିବାକୁ ପଡ଼ିବ ।-ଗପୁ (ମୋ ଆଲୋଚନା) ୧୨:୦୫, ୩ ଜୁଲାଇ ୨୦୧୮ (IST)Reply
Visual Editor ମୁଁ ବ୍ୟବହାର କରିନାହିଁ, ଆପଣମାନେ ଯେଉଁ ଏକାଠି ହେଉଛନ୍ତି ସେତେବେଳେ ଦେଖିପାରିବେ କଣ କାମ କରୁଛି କଣ ନାହିଁ । ସୋର୍ସ ଏଡ଼ିଟରରେ କେଉଁଟା, ମୁଁ ଜାଣି ପାରୁନି ! -- ଅଂଶୁମାନ ବାଡ଼େଇବେ! ୧୧:୨୩, ୪ ଜୁଲାଇ ୨୦୧୮ (IST)Reply

ଓଡ଼ିଶା ସରକାର ଓ ସି.ଆଇ.ଏସ. ସହ MoU ବିଷୟରେ ସୂଚନା ସମ୍ପାଦନା

୨୦୧୭ ଜୁଲାଇ ମାସରେ ଓଡ଼ିଶା ସରକାର ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପର ୱେବସାଇଟକୁ ପ୍ରଥମ ଥର ପାଇଁ ଏକ ମୁକ୍ତ ଲାଇସେନ୍ସ ଆଣିଥିଲେ, ଏହାଦ୍ଵାରା ୱେବସାଇଟରେ ଥିବା ସମସ୍ତ ଫୋଟୋକୁ ଉଇକିମିଡ଼ିଆ କମନ୍ସରେ ଅପଲୋଡ କରାଯାଇପାରିଥିଲା, ପରେ ଏହି ଫୋଟୋଗୁଡ଼ିକ ଖେଳାଳିଙ୍କ ଉପରେ ବିଭିନ୍ନ ଭାଷାରେ ଥିବା ଉଇକିପିଡ଼ିଆ ଲେଖା ଗୁଡ଼ିକରେ ମଧ୍ୟ ବ୍ୟବହାର ହେଇଛି । ଏହି ପ୍ରକଳ୍ପ ପରେ ସେପ୍ଟେମ୍ବର ୨୦୧୭, ଜାନୁଆରୀ ୨୦୧୮ ଓ ଏପ୍ରିଲ ୨୦୧୮ରେ ସରକାରଙ୍କ ଅନ୍ୟ କିଛି ବିଭାଗ ଏହି ଲାଇସେନ୍ସଟିକୁ ଆପଣେଇ ଥିଲେ ଓ ସେହି ବିଭାଗର ୱେବସାଇଟମାନଙ୍କୁ କ୍ରିୟେଟିଭ କମନ୍ସ ଆଟ୍ରିବୁସନ ୪.o ଲାଇସେନ୍ସରେ ଆଣିଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅଫିସ, InPR ବିଭାଗ ସମେତ ୫ଟି ବିଭାଗର ୭ଟି ୱେବସାଇଟ ଏହି ଲାଇସେନ୍ସକୁ ବ୍ୟବହାର କରୁଛନ୍ତି । ଏହି ୧୨ ମାସ ଭିତରେ ୪୬୨ଟି ଫାଇଲ ଉଇକିମିଡ଼ିଆ କମନ୍ସରେ ଅପଲୋଡ ହେଇଛି ଓ ସେହି ଭିତରୁ ୬୭.୩% ଫାଇଲ ବିଭିନ୍ନ ଉଇକି ପ୍ରକଳ୍ପରେ ବ୍ୟବହାର ହେଇଛି ଓ ଉଇକିପିଡ଼ିଆରେ ବ୍ୟବହାର ହେଇଥିବା ଫାଇଲକୁ ୯୦ ଲକ୍ଷ ଥର ଦେଖାଯାଇଛି ।

ସରକାର ଏହି ପ୍ରକଳ୍ପକୁ ଏକ ପଲିସି ଭାବେ ଆଣିବାକୁ ଚାହୁଁଛି ଯାହା ଦ୍ଵାରା ଓଡ଼ିଶା ସରକାରଙ୍କ ସମସ୍ତ ବିଭାଗ କ୍ରିୟେଟିଭ କମନ୍ସ ଆଟ୍ରିବୁସନ ୪.o ଲାଇସେନ୍ସରେ ଆପଣେଇବେ । ଏଥିପାଇଁ ସି.ଆଇ.ଏସ. ଭାରତରେ କ୍ରିଏଟିଭ କମନ୍ସର ଏକ ସହଯୋଗୀ ହେଇଥିବାରୁ ଓଡ଼ିଶା ସରକାର ଓ ସି.ଆଇ.ଏସ. ସହ MoU କରିବାକୁ ଚାହୁଁଛି । ଏହି MoUରେ କ୍ରିଏଟିଭ କମନ୍ସକୁ ଏକ ପଲିସି ଭାବେ ଆଣିବାରେ ଆମେ ସହାୟତା କରିବୁ । ଆମେ ସରକାରକୁ ଓଡ଼ିଆ ଭାଷାର ଡିଜିଟାଲ ସଚେତନତା ବଢେଇବା ପାଇଁ ଗୋଟେ ପ୍ରୋପୋଜାଲ ଦେବାର ଯୋଜନା କରୁଛୁ, ଯେଉଁଥିରେ ଉଇକିପିଡ଼ିଆ ଭଳିଆ ପ୍ରକଳ୍ପ, ଇନ୍ଟରନେଟରେ ଓଡ଼ିଆ ଭାଷାର ବ୍ୟବହାର କରିବାରେ ଲୋକଙ୍କୁ ସହାୟତା କରିହେବ ସେହି ଯୋଜନା କରୁଛୁ । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କିଛି ମତ ଦିଅନ୍ତୁ ଓ କିପରି ଆମେ ଏହାକୁ ଏକ ସଫଳ ପ୍ରକଳ୍ପ ଭାବେ କରିପାରିବୁ ସେଥିପାଇଁ ଆମକୁ ସହାୟତା କରନ୍ତୁ । --Saileshpat (ମୋ ଆଲୋଚନା) ୧୯:୩୩, ୧ ଜୁଲାଇ ୨୦୧୮ (IST)Reply

ଆମେ ନୂଆ ଲୋକମାନଙ୍କୁ ଲେଖିବାକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ସ‌ହ ମିଶି କିଛି ପ୍ରତିଯୋଗୀତା ଭଳି କାର୍ଯ୍ୟ କରିପାରିବା, ଯେଉଁଥିରେ ପ୍ରଥମେ ଜଣେ ସାଧାରଣ ଲୋକଟିଏ କିପରି ଗୋଟିଏ ପ୍ରଥମ ପ୍ରସଙ୍ଗ ଲେଖିବ, ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ଏବଂ ପରେ କିମ୍ବା ଲେଖିବା ଭିତରେ ସେମାନଙ୍କର ଲେଖା ପଦ୍ଧତି କେଉଁଭଳି ତାକୁ ବତେଇବାକୁ ହେବ । ଅବଶ୍ୟ ଏହା ଏକ କଷ୍ଟସାପେକ୍ଷ କାର୍ଯ୍ୟ, କିନ୍ତୁ ଏହିଭଳି ହେବା ଦ୍ୱାରା, ଅଧିକ ଲୋକ ଆମ ସ‌ହ ଯୋଡ଼ିହୋଇପାରିବେ ବୋଲି ଆଶା । ଏକାଥରେ ବଡ଼ ଆଶା ବି ଆମେ କରିପାରିବାନି, କିନ୍ତୁ ଏହିଭଳି ହେଲେ, ଯଦି ୫୦ ଜଣ ଯୋଡ଼ିହୁଅନ୍ତି, ସେଥିରୁ ୨୦ ଜଣଙ୍କୁ ଆମେ ଠିକ୍‌ଠାକ୍ ବାଟ କଢ଼େଇପାରିବା, ତେବେ ସେମାନଙ୍କ ମଧ୍ୟରୁ ହୁଏତ ୧୦ ଜଣ ଆମ ସ‌ହ ଅଧିକଦିନ ଯାଏଁ ଯୋଡ଼ି ହୋଇ ରହିବେ ।
ସରକାରଙ୍କର ଉଦ୍ୟମରେ ଯଦି ଓଡ଼ିଆ ଉଇକିପିଡ଼ିଆ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ କିଛି କାର୍ଯ୍ୟ କରାଯାଇପାରିବ, ତେବେ ହୁଏତ ଅଧିକ ଆମକୁ ସବୁଠୁ ବଡ଼ ସଫଳତା ମିଳିବ । ଯେମିତି ଏଇବର୍ଷ TTTରେ ସୁବୋଧ କୁଲ୍‌କରଣୀ କ‌ହୁଥିଲେ କି, ସେମାନଙ୍କର ଲୋକମାନେ ଗୁଗୁଲରେ ଖୋଜିଲାବେଳେ ଇଂରାଜୀରେ ନ ଖୋଜି ମରାଠୀରେ ଖୋଜୁଛନ୍ତି, ସେମିତି ଆମ ଲୋକମାନଙ୍କୁ ଗୁଗୁଲରେ ଓଡ଼ିଆରେ ଲେଖିକି ଖୋଜିବାକୁ ଜଣେଇଲେ, ହୁଏତ ସେମାନେ ଖୋଜୁଥିବା ଅଧିକାଂଶ ପ୍ରସଙ୍ଗ ଉଇକିପଡ଼ିଆରୁ ପାଇପାରିବେ, ଯାହାକି ସବୁଠୁ ଉପରେ ଦେଖାଇବ । ଫଳରେ ଅଧିକ ଲୋକ ଗୁଗୁଲରେ ଓଡ଼ିଆରେ ଖୋଜିବେ ଆଉ ଉଇକିପିଡ଼ିଆର ତ‌ଥ୍ୟ ମଧ୍ୟ ସେମାନଙ୍କ ପାଖରେ ସୁବିଧାରେ ପ‌ହଞ୍ଚି ପାରିବ । ଏହି ବିଷୟରେ ସେମାନେ ଖାଲି ଆମକୁ ସାହାଯ୍ୟ କରିବା ପାଇଁ ନୁହେଁ, ତାଙ୍କର କିଛି ବିଜ୍ଞାପନରେ ମଧ୍ୟ ବ୍ୟବ‌ହାର କରିପାରିଲେ ଭଲ ହେବ । ଧରାଯାଉ କୌଣସି ଗୋଟିଏ ବିଷୟରେ ସରକାର ଖବରକାଗଜରେ ବିଜ୍ଞାପନ ଦେବେ, ସେତେବେଳେ ସେମାନେ ସେଠାରେ ଉଇକିପଡ଼ିଆ ବିଷୟରେ ଉଲ୍ଲେଖ କରିପାରିଲେ, ଅଧିକ ଲୋକ ଜାଣିବେ ।
ଏତଦ୍‌ବ୍ୟତୀତ ଆମ ଭାଷା ପାଇଁ ଆବଶ୍ୟକୀୟ ଆଞ୍ଚଳିକ ପ୍ରସଙ୍ଗ‌ଗୁଡ଼ିକର ଆଧାରର ଅଭାବ, ତେଣୁ ଏହି ଆଧାର ଆମେ ସମୁଦ୍ରରେ ମୁକ୍ତା ଖୋଜିବା ପରି ନ କରି, ପୁରୁଣା ସରକାରୀ ଦସ୍ତାବିଜକୁ ସର୍ବସାଧାରଣକୁ ଆଣିପାରିଲେ ଅନେକ ଭଲ ଏବଂ ଦରକାରୀ ପ୍ରସଙ୍ଗ ତିଆରି କରିହେବ । ଅଧିକ ପାଠକଙ୍କ ପାଖରେ ପ‌ହ‌ଞ୍ଚିବାକୁ ହେଲେ, ଆମକୁ ବିଭିନ୍ନ ଦିଗରେ ପ୍ରସଙ୍ଗ ନିର୍ମାଣ କରିବାକୁ ହେବ । ଏହି ବିଷୟରେ ଆଗମୀ ୧୬ତମ ଜନ୍ମତିଥି ପାଳନ ଅବସରରେ ମତାମତ ଗ୍ରହଣବେଳେ ଛୋଟିଆ ଆଲୋଚନା କରିବାକୁ ମୁଁ ଭାବୁଛି ।--ଗପୁ (ମୋ ଆଲୋଚନା) ୨୩:୪୩, ୧ ଜୁଲାଇ ୨୦୧୮ (IST)Reply
ଗପୁ ଭାଇ ନିଜ ମତ ଦେଇଥିବାରୁ ଧନ୍ୟବାଦ, ଏହି ଜିନିଷ ଆମେ ସରକାରଙ୍କ ସହ ଆଲୋଚନା କରିପାରିବୁ ଓ ଦେଖିବା କଣ ହେଉଛି । ମୁଁ ଅନ୍ୟ ସମସ୍ତ ଉଇକିଆଳିମାନଙ୍କୁ ଅନୁରୋଧ କରୁଛି ନିଜ ନିଜ ମତ ବୁଧବାର (୪ ଜୁଲାଇ ) ପୂର୍ବରୁ ଦୟାକରି ଦେବା ପାଇଁ । --Saileshpat (ମୋ ଆଲୋଚନା)
ସରକାରଙ୍କ ଆରକାଇଭରେ ଥିବା ପୁରୁଣା ବ‌ହିଗୁଡ଼ିକ ଉଇକିପାଠାଗାରକୁ ଆଣିବା ଓ ସରକାରଙ୍କ ସାହାର୍ଯ୍ୟ ବ‌ହିଗୁଡ଼ିକ ଡ଼ିଜିଟାଇଜ କରିବା ସକାଶେ ଲୋଡ଼ିବା । ଡ଼ିଜିଟାଇଜ କରିବା ପ୍ରଣାଳୀ ଏବଂ ଏହାର ଉପ‌ଯୋଗୀତା ଓ ବ୍ୟ‌ବ‌ହାର ବିଷୟରେ ଆଲୋଚନା କରିପାରିବା ।--Pmsarangi (ମୋ ଆଲୋଚନା) ୧୫:୧୮, ୪ ଜୁଲାଇ ୨୦୧୮ (IST)Reply
ସରକାରଙ୍କ ସହ ଗୋଟିଏ ବିଷୟରେ ଆଲୋଚନା କଲେ ପରେ ଅନ୍ୟ ସବୁ ବିଭାଗ ସହ ବୁଝାମଣା କରିବାପାଇଁ ଆମପାଇଁ ବାଟ ଫିଟିଯିବ। -- ଦୀପ୍ତିମାନ ପାଣିଗ୍ରାହୀ (ମୋ ଆଲୋଚନା) ୧୭:୧୦, ୭ ଜୁଲାଇ ୨୦୧୮ (IST)Reply