ସମ୍ବାଦ ବା ଖବର ବଛାଯାଇଥିବା ତଥ୍ୟ ବା ନଗଦ ଘଟଣାର ଆଦାନପ୍ରଦାନକୁ ବୁଝାଇଥାଏ[] ଯାହା ଛପା, ପ୍ରସାରଣ, ଇଣ୍ଟରନେଟ କିମ୍ବା ମୁହଁର ଶବ୍ଦ ଭାବରେ ତୃତୀୟ ପକ୍ଷ ବା ଏକାଧିକ ଲୋକଙ୍କ ପାଖରେ ପହଞ୍ଚିଥାଏ ।

ଶବ୍ଦର ନାମକରଣ

ସମ୍ପାଦନା

ଇତିହାସ

ସମ୍ପାଦନା

ଖବରକାଗଜ

ସମ୍ପାଦନା

ଖବରକାଗଜକୁ ସମ୍ବାଦ ପତ୍ର ମଧ୍ୟ କୁହାଯାଏ। ଏହାକୁ ଇଂରାଜୀରେ ନିଯୁଜ୍ ପେପର ( News paper ) କୁହାଯାଏ । ନିଜ ଜଗତ ତଥା ବିଭିନ୍ନ ସ୍ଥାନର‌ ବିଷୟରେ ଜାଣିବା ପାଇଁ ଆମେ ଆଗ୍ରହୀ ହେବାକୁ ଲାଗିଥାଉଁ , ଫଳରେ ଜନ୍ମ ନେଇଛି ଆଜିର ସମ୍ବାଦ ପତ୍ର।

            ମହାତ୍ମାଗାନ୍ଧୀ କହିଥିଲେ, "ସତ୍ୟ ଘଟଣା ବର୍ଣ୍ଣନା ହିଁ ସମ୍ବାଦ" । ଟର୍ଣ୍ଣର୍ କାଟ୍ ଲେଜ୍ଙ୍କ ମତରେ"ଯାହା ତୁମେ ଗତକାଲି ଜାଣି ନ ଥିଲ ଆଜି ହଠାତ୍ ଜାଣିଲ ତାହା ହେଉଛି ସମ୍ବାଦ"। 
             ସମ୍ବାଦ ପତ୍ରର ଇତିହାସ ଅଧ୍ୟୟନ କଲେ ଆମେ ଜାଣିବାକୁ ପାଇବା ଯେ ସର୍ବ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ଇଟାଲୀର "ଭେନିସ୍ " ସହରରେ ଏହାର ପ୍ରଚଳନ ଦେଖାଯାଇଥିଲା। ଆଉ ମଧ୍ୟ ଅନ୍ୟ କେହି କେହି ମତ ଦିଅନ୍ତି ଯେ  "ଚୀନ" ଏହାର ଜନ୍ମଦାତା। ପରବର୍ତ୍ତୀ କାଳରେ "ୟୁରୋପ ଓ ଆମେରିକା "ମୁଦ୍ରଣ ଯନ୍ତ୍ରର ଉନ୍ନତି ଘଟିବା ଫଳରେ ଦୈନିକ ଖବରକାଗଜର ପ୍ରକାଶ ସମ୍ଭବ ହେଲା। 
              ଇଂରାଜୀ ଶାସନ କାଳରେ ଭାରତରେ ପ୍ରଥମେ ୧୭୮୦ ମସିହାରେ "ବେଙ୍ଗଲ ଗେଜେଟ" ନାମକ ଖବରକାଗଜର ପ୍ରକାଶିତ ହୋଇଥିଲା। ଓଡ଼ିଶାରେ ୧୮୬୬ ଖ୍ରୀଷ୍ଟାବ୍ଦରେ ସର୍ବ ପ୍ରଥମେ କର୍ମବୀର ଗୌରୀଶଙ୍କର ରାୟଙ୍କ ରଚିତ "ଉତ୍କଳ ଦୀପିକା"ପ୍ରଥମ ସମ୍ବାଦ ପତ୍ର ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶାରେ ସମାଜ, ମାତୃଭୂମି, ଧରିତ୍ରୀ, ସମ୍ବାଦ,News of world ,sun times, ପ୍ରଗତିବାଦୀ ଓ  ପ୍ରଜାତନ୍ତ୍ର  ପ୍ରଭୃତି ଖବରକାଗଜ ପାଠକ ମାନଙ୍କୁ ଖବର ପରିବେଷଣର ସେବା ଯୋଗାଇ ଦେଉଛି।
  • ଏହାର ଉପଯୋଗିତା - ସ୍କୁଲ, କଲେଜ, ଦୋକାନ, ବସଷ୍ଟାଣ୍ଡ, ଅଫିସ୍ ୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍୍ଆଦି ସ୍ଥାନରେ ଏହା ୍ର୍୍ର୍ର୍୍୍ର୍୍ର୍ର୍୍ର୍୍ର୍୍୍ର୍ର୍୍୍ର୍୍ର୍ର୍୍ର୍୍ର୍ର୍୍୍ର୍୍ର ନିଜର ଉପସ୍ଥିତି ଜାହିର କରିଥାଏ। ଏହା ସବୁ ବର୍ଗର ମନୁଷ୍ୟ ମାନଙ୍କ ପାଇଁ ସୁଖ ଦୁଃଖର ସାଥୀ ପାଲଟିଛି। ଖବରକାଗଜରୁ ପାଣିପାଗ, ବଜାର ଦର, ସରକାରଙ୍କ ଯୋଜନା, ଖେଳ, ସିନେମା, ସାହିତ୍ୟ, ଟ୍ରେନ ଓ ବସ୍ର ସମୟ, ରାଶିଫଳ, ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ବିଷୟରେ ଜାଣିହୁଏ। ବନ୍ୟା, ବାତ୍ୟା, ମରୁଡି, ଦୁର୍ଭିକ୍ଷ ଓ ଭୂମିକମ୍ପ ପରି ପ୍ରାକୃତିକ ବିପତ୍ତି ଓ ବିପନ୍ନରେ ଲୋକଙ୍କ ଅବସ୍ଥା ଖବରକାଗଜରୁ ଜାଣିବାକୁ ପାଇଥାଉ। ବ୍ୟବସାୟକୁ ଦ୍ରୁତତର ଓ ସମୃଦ୍ଧତର କରିବା ପାଇଁ ଖବରକାଗଜର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜନସାଧାରଣ ଶାସନର ଭଲମନ୍ଦ ସମ୍ପର୍କରେ ଖବରକାଗଜ ମାଧ୍ୟମରେ ନିଜ ନିଜର ସ୍ୱାଧୀନତା ମତ ପ୍ରକାଶ କରିଥାନ୍ତି। ଲେଖକ ଓ ପାଠକ ଉଭୟ ସମ୍ବାଦ ପତ୍ରଦ୍ୱାରା ଉପକୃତ ହୋଇଥାନ୍ତି।
         ଏତଦ୍ ବ୍ୟତୀତ କୃଷି ଓ ପାଣିପାଗ, ଶିଳ୍ପ ସ୍ୱାସ୍ଥ୍ୟ, ବ୍ୟକ୍ତି ନିରୁଧିଷଟତା, ବକୃତା , ଆନ୍ତର୍ଜାତିକ ସମସ୍ୟା ଓ ଅଦାଲତରାୟ ଆଦି ସମ୍ବାଦ ପତ୍ରର ଅଙ୍ଗ ମଣ୍ଡନ କରିଥାଏ। 
            ଆଧୁନିକ ଯୁଗରେ ସମ୍ବାଦ ପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିପାରୁଥିବାରୁ ଏଥିରେ ପ୍ରକାଶିତ ଖବର ବା ସମ୍ବାଦ ସତ୍ୟମୂଳକ, ନିରପେକ୍ଷ ଓ କୁସାହିତ ହେବା ଦରକାର। ପ୍ରତ୍ୟେକ ସାକ୍ଷର ବ୍ୟକ୍ତି ଖବରକାଗଜ ପଢିବା ଉଚିତ୍। ଯେଉଁ ଦେଶରେ ଯେତେ ଅଧିକ ଖବରକାଗଜ ପ୍ରକାଶିତ ହୁଏ, ସେ ଦେଶ ସେତେ ବେଶୀ ସଭ୍ୟ, ଶିକ୍ଷିତ ଓ ଉନ୍ନତ । ଏଣୁ କୁହାଯାଏ,
              "ସମ୍ବାଦ ପତ୍ର। ବା ଖବରକାଗଜ ହେଉଛି ସଭ୍ୟତାର ଦର୍ପଣ "।  
          _::::_


ଆହୁରି ଦେଖନ୍ତୁ

ସମ୍ପାଦନା
  1. Shirkey, Clay (2008). Here Comes Everybody. Penguin. p. 64. ISBN 9781594201530.