ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Susant purohit, ଧନ୍ୟବାଦ – ~~~~

ଆପଣଙ୍କ ନିକଟର ସମ୍ପାଦନା ନିମନ୍ତେ ଏକ ନୂଆ ଉଇକିଆଳି ପଦକ ସମ୍ପାଦନା

  ନୂଆ ଉଇକିଆଳି ପଦକ
ସୁଶାନ୍ତ ବାବୁ, ଆପଣଙ୍କୁ ଆମ ଗହଣରେ ଜଣେ ଉଇକିଆଳି ଭାବେ ପାଇ ଆମେ ଗର୍ବିତ । ଆପଣଙ୍କ ବାବଦରେ ଅଧିକ ଜାଣିବାକୁ ପଚାରିଲେ ବେଳେ ସାଥି ଉଇକିଆଳି ମୃତ୍ୟୁଞ୍ଜୟ କର ଆମେଓଡ଼ିଆ ୱେବସାଇଟରେ ଆପଣଙ୍କ ବାବଦରେ ଥିବା ସଂକ୍ଷିପ୍ତ ସୂଚନା ସମ୍ବନ୍ଧରେ ଜଣାଇଲେ । ସମ୍ବଲପୁର ଓ ବରଗଡ଼ ଭଳି ଅଞ୍ଚଳରେ କେହି ଉଇକିଆଳି ନ ଥିବାରୁ ଆମେମାନେ ସବୁବେଳେ ଚିନ୍ତିତ ଥିଲୁ । ଭାବନ୍ତୁ ଫାଙ୍କା ଥିବା ସେ ବିରାଟ ଜାଗା ପୂରଣ କରିବା ଦିଗରେ ଆପଣ ପଢୁଆଁ ସୋପାନ ଚଢ଼ିଲେ । ଆପଣଙ୍କ ଲେଖାରେ ଆପଣଙ୍କ ଲମ୍ବା ଅଭିଜ୍ଞତାର ଝଲକ ଦେଖିବାକୁ ମିଳୁଛି । ଆଶା ଆପଣଙ୍କ ଉପାଦେୟ ଲେଖାସବୁ ଅଧିକରୁ ଅଧିକ ପଢ଼ିବାକୁ ମିଳିବ । ଯଦିଓ ଭାଷା ଓ ବିଷୟବସ୍ତୁରେ ଆପଣ ପଟୁ ଟେକନିକାଲ ଜିନିଷଗୁଡ଼ିକରେ କେବେ ଅସୁବିଧା ହୋଇପାରେ । ଉଇକିପିଡ଼ିଆରେ କୌଣସି ପ୍ରକାର ଅସୁବିଧା ଭୋଗିଲେ ଦୟାକରି ଚାଟସଭା ରେ ନିଶଙ୍କା ପଚାରିପାରିବେ । ଆମ ଭିତରୁ କେହି ଜଣେ ଆମ ସାଧ୍ୟମତେ ସହଳ ଉତ୍ତର ଦେବାକୁ ଚେଷ୍ଟାକରିବୁ । --ସୁଭାସିସ ପାଣିଗାହି (ଆଳାପ) ୦୯:୫୫, ୭ ସେପ୍ଟେମ୍ବର ୨୦୧୬ (IST)Reply

ପ୍ରିୟ ଶୁଭାଶିଷ ପାଣିଗ୍ରହୀ ବାବୁ , ଆପଣଙ୍କ ବାର୍ତା ପାଇ ବହୁତ ଅନଦ ଅନୁଭୂତ ହେଲା । ମୁଁ ଦୀର୍ଘ ୩୭ ବର୍ଷ ର ଅଧ୍ୟାପନା ତଥା ମହାବିଦ୍ୟାଳୟ ପରିଚାଳନା ପରେ ଗତ ୧୦ ମାସ ହେଲା ଅବସର ନେବା ପରେ ସମାଜ କୁ ମୋର ଅଭିଙ୍ଗ୍ଯତା ର କିଛି ପରିବେଷଣ କରିବାକୁ ଚାହୁଛି । ଜାଣି ଖୁସି ହେଲି ଯେ ଆପଣ ପଶ୍ଚିମ ଓଡିଶା ରୁ ଓଡିଆ ୱିକି ପାଇଁ ଜଣେ ଅନୁଭବୀ ଲେଖକ ର ଆବଶ୍ୟକ କରୁଥିଲେ ।ମୁଁ ନିଜେ ବରଗଡ଼ ରେ ଜନ୍ମିତ ଆଉ ସେ ଅଞ୍ଚଳ ଛଡା ବର୍ତମାନ ସମ୍ବଲପୁର ର ବାସିନ୍ଦା , ଯଦିଓ ଭୁବନେଶ୍ବର ରେ ମଧ୍ୟ ଅବସାନ କରେ । ମୁ ନିଶ୍ଚିତ ଭାବେ ମୋ ଦ୍ଵାରା ଯାହା ହେଇ ପାରିବ ଏହି ମହାନ ଜ୍ଞାନଭଣ୍ଡାର ପାଇଁ ଯତ୍ କିଞ୍ଚିତ ଅବଦାନ ଦେଇ ପାରିଲେ ଅନାଦିତ ହେବି ।

ଓଳଗି ଘେନାକରିବେ ସୁଶାନ୍ତ ବାବୁ,

ଆପଣଙ୍କଠୁ ଏତେ ଚଞ୍ଚଳ ମେଲଟିଏ ପାଇବାଠୁ ବଳି ଖୁସିର କଥା ଆଉ କଣ ଅଛି । ସମାଜର ସବୁ ବର୍ଗର ଲୋକେ ଆଉ ବିଶେଷ କରି ପୁରୁଖା ଓ ବିଭିନ୍ନ ବିଷୟର ବିଶେଷଜ୍ଞମାନେ ଆମ ସହିତ ଜଡ଼ିତ ହୋଇ ରହିବା ଆମ ପାଇଁ ସଦା ସୌଭାଗ୍ୟର ବିଷୟ । କିଛି ବର୍ଷ ଆଗରୁ ଆମେ ଓଡ଼ିଶାର ସବୁ ସ୍ଥାନରୁ ଜଣେ ଜଣେ ଉଇକିଆଳି ପାଇଁ ଯେତେ ବିବ୍ରତ ହେଉଥିଲେ ଆପଣଙ୍କ ଭଳି ଜଣେ ସେ ସ୍ଥାନ ପୂରଣ କରିବେ ବୋଲି ଆମର ଆଶା । ଆଉ ମୃତ୍ୟୁଞ୍ଜୟ କର ନିଜେ ଚାଟସଭାରେ ପଚରାଯାଉଥିବା ପ୍ରଶ୍ନସବୁର ଉତ୍ତର ଦେବା ସହିତ ବ୍ୟକ୍ତିଗତ ଭାବେ ଉଇକିଆଳିଙ୍କ ପାଖରେ ପହଞ୍ଚି ତାଙ୍କୁ ସାହାଯ୍ୟ କରନ୍ତି । ତେଣୁ ଆପଣଙ୍କୁ ସେ ଟେକନିକାଲ ବିଷୟ ଓ ଉଇକିପିଡ଼ିଆରେ ଲେଖା ବାବଦରେ ମୋଟାମୋଟି ଧାରଣା ଦେବା ପାଇଁ ସାହାଯ୍ୟ କରିସାରିଥିବା ଜାଣି ମୁଁ ଜମା ଆଶ୍ଚର୍ଯ୍ୟ ହେବି ନାହିଁ । ଆପଣଙ୍କ ସଙ୍ଗେ ମୁହାଁମୁହିଁ ଭେଟ ହୋଇପାରିଲେ ମୁଁ ଆଉ ବାକି ଉଇକିଆଳି ସାଥିମାନେ ଖୁବ ଆନନ୍ଦିତ ହେବେ ବୋଲି ଆଶା । ଆଗକୁ ଓଡ଼ିଆ ଉଇକିପିଡ଼ିଆର ସହ-ପ୍ରକଳ୍ପ ଉଇକିପାଠାଗାରର ଜନ୍ମତିଥି ଆସନ୍ତା ମାସରେ ଅନୁଷ୍ଠିତ ହେବ । କେବେ ଓ କେଉଁଠି ହେବ ସେ ବାବଦରେ ଏଠାରେ ଆଲୋଚନା ଚାଲିଛି । ଉଇକିପାଠାଗାରର ସକ୍ରିୟ ସଭ୍ୟ ଓ ଉଇକିପିଡ଼ିଆର ପୁରୁଖା ଉଇକିଆଳିମାନେ ମିଶି ଏହା ସ୍ଥିର କରୁଛନ୍ତି । ଆମେ ଉଇକିପିଡ଼ିଆରେ ଏ ବାବଦରେ ସହଳ ଘୋଷଣା ମଧ୍ୟ କରିବୁ । ଆଉ ଦିନ, ସମୟ ଓ ସ୍ଥାନ ଜାଣିବା ପରେ ଆପଣ ମଧ୍ୟ ଆସିପାରିଲେ ଖୁବ ଉପଯୋଗୀ ହେବ । ସେଠାରେ ଉଇକିପାଠାଗାର ବ୍ୟତୀତ ଉଇକିପିଡ଼ିଆରେ ବିଭିନ୍ନ ବିଷୟରେ ପଟୁତା ଲାଭ କରିଥିବା ଉଇକିଆଳିମାନେ ବିଭିନ୍ନ ବିଷୟରେ ତାଲିମ ଦେବେ । ଶିଖିବାର ବୟସ କି ସୀମା ନ ଥାଏ । ଆଉ ଆମେ କରୁଥିବା କାର୍ଯ୍ୟକ୍ରମଗୁଡ଼ିକରେ ସମସ୍ତେ ଉଭୟ ଶିଖିବା ଓ ଶିଖେଇବା ଲୋକ । ମୁଁ ବ୍ୟକ୍ତିଗତ ଭାବେ ସେଠିକି ଆସିପାରିବି କି ନାହିଁ ଜାଣିନି କିନ୍ତୁ ଏଭଳି କାର୍ଯ୍ୟକ୍ରମରେ ଅତୀତରେ ଭାଗନେବା ମୋ ପାଇଁ ଖୁବ ଉପାଦେୟ ହୋଇଛି । ଆଉ ଆପଣ ଆସିପାରିଲେ ନିଶ୍ଚିତ ଭାବେ ମୃତ୍ୟୁଞ୍ଜୟ କର ଓ ବାକି ପୁରୁଖା ଉଇକିଆଳିଙ୍କ ସଙ୍ଗେ ସମ୍ବଲପୁର, ବରଗଡ଼ ଓ ଆପଣ ଯାଇଆସିପାରୁଥିବା ବାକି ଅଞ୍ଚଳରେ କିପରି ଅଧିକ ଉଇକିପିଡ଼ିଆ କର୍ମଶାଳା ଆଦିର ଆୟୋଜନ କରି ଓଡ଼ିଆରେ ଟାଇପ କରିବା ଓ ଉଇକିପିଡ଼ିଆରେ ସେସବୁ ଅଞ୍ଚଳର ଉପାଦେୟ ବିଷୟରେ ପ୍ରସଙ୍ଗମାନ ଲେଖିବା ବାବଦରେ ଆଲୋଚନା କରିପାରିବେ । ଭୁବନେଶ୍ୱରରେ ରହୁଥିବା ଉଇକିଆଳିଙ୍କ ସଙ୍ଗେ ଆପଣ ଭୁବନେଶ୍ୱରରେ ଥିବା ବେଳେ କେବେ ଭେଟିପାରିବେ । ଶୈଳେଶ (7537097770)କୁ ଫୋନ ଜରିଆରେ ଆଗରୁ ଜଣାଇପାରିଲେ ସେ ବାକିମାନଙ୍କୁ ଜଣାଇ ଆପଣଙ୍କ ସଙ୍ଗେ ଏକ ଛୋଟ ଭେଟାଭେଟିର ଯୋଜନା କରିପାରିବ । ଜଗନ୍ନାଥ ଓ ସମଲେଇ ଆପଣଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ ।

ଆଉ ଏଇଠି ଆପଣଙ୍କ ଆଲୋଚନା ପୃଷ୍ଠା ଓ ଚାଟସଭା ଭିତରେ ତଫାତଟିଏ ମୁଁ ଲେଖିବାକୁ ଭୁଲିଯାଇଥିଲି । ଆପଣଙ୍କ ଆଲୋଚନା ପୃଷ୍ଠାଟି ହେଉଛି ଆପଣଙ୍କ ଘରର ଚିଠିବାକ୍ସ ଭଳି । କେହି ଆପଣଙ୍କୁ କିଛି ଜଣାଇବାକୁ ଚାହିଁଲେ ଏଠାରେ ଜଣାଇବେ ଆଉ ଆପଣଙ୍କ ସଙ୍ଗେ ଆଲୋଚନା ତଳକୁ ତଳ ହେବ । ସେହିଭଳି ଆପଣ ଯଦି ଆଉ କାହାକୁ କିଛି ବ୍ୟକ୍ତିଗତ ଭାବେ ଜଣାଇବାକୁ/ପଚାରିବାକୁ ଚାହୁଁଥିବେ ତେହେଲେ ତାଙ୍କ ଆଲୋଚନା ପୃଷ୍ଠାରେ ଲେଖିପାରିବେ । କିନ୍ତୁ ଯଦି ଆପଣ କୌଣସି ବିଷୟରେ ଅସୁବିଧା ଭୋଗୁଛନ୍ତି ବା ଉଇକିପିଡ଼ିଆର କୌଣସି ନୀତିନିୟମ କି ଲିଖନଶୈଳୀ ବାବଦରେ ପଚାରିବାକୁ ଚାହୁଁଛନ୍ତି ସିଧାସଳଖ ଚାଟସଭାରେ ପଚାରିପାରିବେ । ସେଠି ପଚାରିବାର ଆଉ ଏକ ଲାଭ ବି ଅଛି । ଆପଣଙ୍କ ମନରେ ଥିବା ସନ୍ଦେହ ହୁଏ ତ ଆଉ କାହା ମନରେ ବି ଥାଇପାରେ କିମ୍ବା ଆଗରୁ ସେହି ଏକା ଜିନିଷ ହୁଏତ ଆଉ କେହି ପଚାରିଥିବେ । ତେଣୁ ଚାଟସଭା ଗୋଟେ ପ୍ରକାର ଅସୁବିଧା ଓ ତା'ର ସମାଧାନ ଥିବା ଘର । ଆଗକୁ ଏଇଟା କାମରେ ଲାଗିବ ବୋଲି ଆଶା । ଏସବୁ ବାଦେ ଆଉ ଦୁଇଟି ଆଲୋଚନା ମଧ୍ୟ ରହିଛି । ସେ ଦୁଇଟିରେ ଆପଣ ସଙ୍ଗେ ସଙ୍ଗେ ଭାଗ ନେବା ନିହାତି ଲୋଡ଼ା ନାହିଁ ତେବେ ଜାଣିରଖିଲେ ଭଲ:

  • ଉଇକିପିଡ଼ିଆ:ଆଲୋଚନା ସଭା: ଏଠାରେ ଆପଣ ଓ ମୋ ଭଳି ଉଇକିଆଳିମାନେ ଉଇକିପିଡ଼ିଆ ସମ୍ବନ୍ଧିତ ବିଭିନ୍ନ ବିଷୟରେ ଆଲୋଚନା କରିଥାନ୍ତି । ଧରନ୍ତୁ ଆଗକୁ ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ହେବ । ସେ ବାବଦରେ ଉଇକିପିଡ଼ିଆର ଉଇକିଆଳିଙ୍କୁ ସୂଚନା ଦେବା ପାଇଁ ବା ମତାମତ ଲୋଡ଼ିବା ପାଇଁ ଆଲୋଚନା ସଭାରେ ଆଲୋଚନା ହୋଇପାରେ । କିମ୍ବା ଆପଣ ଆଗକୁ କେବେ ସମ୍ବଲପୁର କି ବରଗଡ଼ରେ କର୍ମଶାଳାଟିଏର ଆୟୋଜନ କରିବାକୁ ଚାହୁଁଛନ୍ତି । କିପରି କରିବେ, ବାକିମାନେ ସେଥିରେ କେମିତି ସହଯୋଗ କରିବେ ସେ ବାବଦରେ ମଧ୍ୟ ଆଲୋଚନା ସଭାରେ ଆଲୋଚନା କରିପାରିବେ । ସେଠାରେ ଅନେକ ଆଲୋଚନା ଏବେ ବି ଚାଲିଛି ଆଉ ସବୁ ହୁଏତ ଏବେ ପଢ଼ିବା ଲୋଡ଼ା ନାହିଁ । କିନ୍ତୁ ମୋଟାମୋଟି ଧାରଣା ପାଇବା ପାଇଁ ଏଠାରେ ଆଖିପକେଇ ପାରିବେ ।
  • ପ୍ରସଙ୍ଗର ଆଲୋଚନା (ଉଦାହରଣଟିଏ ଦେଖନ୍ତୁ): ପ୍ରତିଟି ଉଇକିପିଡ଼ିଆ ପ୍ରସଙ୍ଗର ଏକ ଆଲୋଚନା ପୃଷ୍ଠା ରହିପାରିବ । ଏଥିରେ ସେ ପ୍ରସଙ୍ଗଟି ବାବଦରେ କିଛି ଦ୍ୱନ୍ଦ ବା ମତପାର୍ଥକ୍ୟ ଥିଲେ ଉଇକିଆଳିମାନେ ଆଲୋଚନା କରିପାରିବେ । ପ୍ରସଙ୍ଗର ମାନ ନିର୍ଧାରଣ ପାଇଁ ଓ ଭୁଲ ଶିରୋନାମରୁ ଠିକ ନାମକୁ ଘୁଞ୍ଚାଇବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ ।

--ସୁଭାସିସ ପାଣିଗାହି (ଆଳାପ) ୧୩:୧୩, ୭ ସେପ୍ଟେମ୍ବର ୨୦୧୬ (IST)Reply

ପ୍ରିୟ ସୁଶାନ୍ତ ସାର୍, ଆପଣଙ୍କ ଉଇକିପିଡ଼ିଆରେ ଲେଖିବାର ଅନୁରାଗ ଦେଖି ଖୁସି ଲାଗିଲା । ଅନୁଭବୀ ଲୋକ ଲେଖିଲେ ସାହିତ୍ୟ ଉନ୍ନତ ହୁଏ । ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିବାକୁ ଇଚ୍ଛୁକ । ପ୍ରଥମେ ଆପଣ ଲେଖନ୍ତୁ, ଆପଣ ଏଥିରେ ଯାହା ଲେଖିଛନ୍ତି ତାହା ଏହି ଉଇକିପିଡ଼ିଆ ଇନପୁଟରେ ନା ଆଉ କୌଣସି ଇନପୁଟରେ । ଯଦି ଉଇକିପିଡ଼ିଆର ଇନପୁଟରେ, ତାହେଲେ କେଉଁ ଇନପୁଟ ବ୍ୟବ‌ହାର କରୁଛନ୍ତି ? ଆପଣ ଉଇକିପିଡ଼ିଆର ପ୍ରଥମ ପୃଷ୍ଠାରେ ଲେଖାଥିବା ମାର୍ଗଦର୍ଶକ ଲେଖାଗୁଡ଼ିକ ପଢ଼ିସାରିଲେଣି କି ? ଏଥିରେ ଲେଖିଲେ ଆରମ୍ଭରେ ଅ ଆ ଶିଖିଲା ଭଳି ଲାଗିବ କିନ୍ତୁ ପରେ ଭଲ ଲାଗିବ । ଆପଣଙ୍କ ଇ‌‌‌-ମେଲ ଦିଅନ୍ତୁ ଓ ଅସୁବିଧା ହେଉଥିଲେ ଲେଖନ୍ତୁ ।--Subas Chandra Rout (ମୋ ଆଲୋଚନା) ୧୦:୫୬, ୧୧ ସେପ୍ଟେମ୍ବର ୨୦୧୬ (IST)Reply

ପ୍ରିୟ ବନ୍ଧୁ ନିଷ୍ଠାରଞ୍ଜନ ଦାଶ ବାବୁ , ସମ୍ପାଦନା

ଆଜି ଆପଣ ମୂଲ୍ୟବାନ ସମୟ ଦେଇ ମୋ ଘରକୁ ଆସି ୱିକିପିଡିଆ ବିଷୟ ରେ ମୂଲ୍ୟବାନ ଉପଦେଶ ତଥା ଦିଗଦର୍ଶନ ପ୍ରଦାନ କରିଥିବାରୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ବତେଇଥିବା କିଛି ପ୍ରଣାଳୀ ମୋତେ ଆହୁରି ଭଲ ସମ୍ପାଦନା ତଥା ନୂତନ ଲେଖା ଦେବାକୁ ନିଶ୍ଚୟ ଉତ୍ଶାହିତ କରିବ । ଆପଣଙ୍କ ସହଯୋଗ ଜାରି ରହିବା ବୋଲି ଆଶା । ଆନନ୍ଦା ଲାଗିଲା ଆପଣଙ୍କ ପରି ଯୁବକ ଓଡିଆ ୱିକି ପାଇଁ ବଦ୍ଧ ପରିକର ଥିବାରୁ । ଆହୁରି ଯଦି କିଛି ଶିକ୍ଷିତ ଲୋକ ନିଜର ଅବଦାନ ଦେବାକୁ ଆଗେଇ ଆସିବେ ଓଡିଆ ୱିକି ବହୁତ ଉନ୍ନତି ମାର୍ଗ ରେ ଯିବ । ମୁ ମୋର ସାଧ୍ୟମତେ ନିଶ୍ଚୟ କାର୍ଯ୍ୟ କରିବି ଓଡିଆ ୱିକି କୁ ସମ୍ବୃଧ କରିବାକୁ । Susant purohit (ମୋ ଆଲୋଚନା) ୨୧:୫୧, ୨୦ ସେପ୍ଟେମ୍ବର ୨୦୧୬ (IST)Reply

ପ୍ରିୟ ସୁଭାସିସ ବାବୁ ସମ୍ପାଦନା

ଶୁଭସନ୍ଧ୍ୟା ଆଜି ସନ୍ଧ୍ୟା ରେ ଶ୍ରୀ ନିଷ୍ଠାରଞ୍ଜନ ଦାଶ ବାବୁ ଆସି ମୋତେ ୱିକି ପିଡିଆ ବିଷୟ ରେ ଉପକାରୀ ଜାଣିବା କଥା ବିଷୟ ରେ କହିଲେ ତଥା ମୋର ସନ୍ଦେହ ରେ ଥିବା କିଛି ବିଷୟ ଉପରେ ମଧ୍ୟ ବୁଝେଇଲେ । ସେ ବତେଇଥିବା କିଛି ପ୍ରଣାଳୀ ମୋତେ ଆହୁରି ଭଲ ସମ୍ପାଦନା ତଥା ନୂତନ ଲେଖା ଦେବାକୁ ନିଶ୍ଚୟ ଉତ୍ଶାହିତ କରିବ । ଆପଣଙ୍କ ସହଯୋଗ ଜାରି ରହିବା ବୋଲି ଆଶା । ଆନନ୍ଦ ଲାଗିଲା ଆପଣଙ୍କ ପରି ବ୍ୟକ୍ତି ଓଡିଆ ୱିକି ପାଇଁ ବଦ୍ଧ ପରିକର ଥିବାରୁ । ଆହୁରି ଯଦି କିଛି ଶିକ୍ଷିତ ଲୋକ ନିଜର ଅବଦାନ ଦେବାକୁ ଆଗେଇ ଆସିବେ ଓଡିଆ ୱିକି ବହୁତ ଉନ୍ନତି ମାର୍ଗ ରେ ଯିବ । ମୁ ମୋର ସାଧ୍ୟମତେ ନିଶ୍ଚୟ କାର୍ଯ୍ୟ କରିବି ଓଡିଆ ୱିକି କୁ ସମ୍ବୃଧ କରିବାକୁ । Susant purohit (ମୋ ଆଲୋଚନା) ୨୧:୫୮, ୨୦ ସେପ୍ଟେମ୍ବର ୨୦୧୬ (IST

A barnstar for you! ସମ୍ପାଦନା

  The Editor's Barnstar
ପ୍ରିୟ ସୁସାନ୍ତ ସାର୍

ବହୁତ କମ ଦିନରେ ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଆଗ୍ରହ ଓ ଅବଦାନ ଦେଖି ବହୁତ ଖୁସି ଲାଗୁଛି, ଆଶା କରୁଛି ଆପଣ ଏମିତି ଅବଦାନ ଜାରି ରଖିବେ। ମୋ ତରଫରୁ ଏ ଛୋଟ ଉପହାର..   ଆଦିତ୍ୟ ମହାର (ଆଲୋଚନା) ୧୬:୨୫, ୨୬ ସେପ୍ଟେମ୍ବର ୨୦୧୬ (IST)Reply

ଶୁଭସନ୍ଧ୍ୟା ବନ୍ଧୁ ଆଦିତ୍ୟ ବାବୁ , ଖୁସି ଲାଗିଲା ଆପଣଙ୍କ ଠାରୁ ଉତଶହ ବର୍ଦ୍ଧନ କାରୀ ବର୍ତା ପାଇଥିବାରୁ । ମୁ ଅନଭିଜ୍ଞ ଭାବରେ ଏହି ଅନୁବାଦ ରେ ହାତ ଦେଇଛି । ଯଦିଓ ଜୀବନ ର ଦୀର୍ଘ ଅନୁଭୂତି କୁ ହିଁ ଆୟୁଧ କରି ଓଡିଆ ଭାଷା ର ମାନ ଓ ଉନ୍ନତି ପାଇଁ ଏ ଦିଗରେ କିଛି ଉଦ୍ୟମ କରିଛି , ମୁ technical ଦିଗ ରେ ନିଶ୍ଚୟ ଅନଭିଙ୍ଗ୍ୟ । ତେବେ କିଛି ଭୁଲ ରହୁ ପଛେ ଦ୍ରୁତ ଗତି ରେ କିଛି ଅବଦାନ ଦେଇ ପରେ ସେହି ବନାନ ଗତ ଭୁଲ ତ୍ରୁଟି କୁ ନିଜେ ସୁଧାରିବାର ଯୋଜନା ରଖିଛି । ଆପଣ ମାନଙ୍କ ସହଯୋଗ ଲୋଡା । ବନ୍ଧୁ କର ବାବୁ , ବନ୍ଧୁ ସୁଭାସିସ ବାବୁ , ବନ୍ଧୁ ଶୈଲେଶ ବାବୁ ଓ ବନ୍ଧୁ ନିଷ୍ଠାରଞ୍ଜନ ବାବୁ ମଧ୍ୟ ଯୋଗାଯୋଗ କାରୀ ମୋତେ ଉତ୍ଶାହ ପ୍ରଦାନ କରିଛନ୍ତି । ଆପଣ ଙ୍କ ଠାରୁ ମଧ୍ୟ ନିଶ୍ଚୟ ଦରକାରୀ ଉପଦେଶ ମିଳିବ । Susant purohit (ମୋ ଆଲୋଚନା) ୧୬:୩୮, ୨୬ ସେପ୍ଟେମ୍ବର ୨୦୧୬ (IST)Reply

ପ୍ରସଙ୍ଗ ସଂଖ୍ୟା ଓ ଗୁଣବତ୍ତା ବାବଦରେ ସମ୍ପାଦନା

ପ୍ରିୟ ସୁଶାନ୍ତ ସାର, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ନିରନ୍ତର ଅବଦାନ ନିମନ୍ତେ ସାଧୁବାଦ । ଟେଲିଫୋନରେ ଆମ ଆଲୋଚନା ବେଳେ କହିଥିବା କଥା ବାବଦରେ ଆଉଥରେ କେବଳ ମନେ ପକେଇଦେବାକୁ ଉଚିତ ମନେ କରୁଛି । ଓଡ଼ିଆ ଉଇକିର ସକ୍ରିୟ ଉଇକିଆଳିମାନେ ଏକମତ ହେଇଥିଲେ ଯେ ସର୍ବଦା ପ୍ରସଙ୍ଗ ସଂଖ୍ୟା ବଦଳରେ ପ୍ରସଙ୍ଗର ଗୁଣବତ୍ତାକୁ ଅଗ୍ରାଧିକାର ଦିଆଯିବ, ସେ ଅନୁସାରେ ଆପଣ ତିଆରି କରୁଥିବା ପ୍ରସଙ୍ଗ ବାବଦରେ କିଛି ଲେଖୁଛି:

  • ଉଇକିପିଡ଼ିଆ ଜଣଙ୍କ ଦ୍ଵାରା ବା ଗୋଟିଏ ଥରରେ ଲେଖାଯିବା ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ । ନିରନ୍ତର ଭାବେ ଅନେକ ଉଇକିଆଳି ଏଥିରେ ବଦଳ କରୁଥାନ୍ତି ଯେପରିକି ଭାରତ ପ୍ରସଙ୍ଗଟିକୁ ୧୧୧ଜଣ ଉଇକିଆଳି ୪୬୧ଥର ବଦଳ କରିସାରିଲେଣି । ପ୍ରସଙ୍ଗ ଗୁଡିକୁ ଅନେକ ଉଇକିଆଳିଙ୍କ ଦ୍ଵାରା ବାରମ୍ବାର ବଦଳ ହେବାଯୋଗୁଁ ହିଁ ଏହା ପାଠକଙ୍କ ନିମନ୍ତେ ଅଧିକ ଉପଯୋଗୀ ହେଇଥାଏ । ତେଣୁ ଆପଣ ତିଆରି କରୁଥିବା ପ୍ରସଙ୍ଗଗୁଡିକୁ ବାରମ୍ବାର ବଦଳ କରି ଆଧାର ସହ ଅଧିକ ତଥ୍ୟ ଯୋଡ଼ିବାକୁ ଅନୁରୋଧ ।
  • ୨୬ ସେପ୍ଟେମ୍ବର ୨୦୧୬ରେ ଆପଣ ଉଇକିଆଳି ଆଦିତ୍ୟଙ୍କୁ ଲେଖିଥିଲେ ତେବେ କିଛି ଭୁଲ ରହୁ ପଛେ ଦ୍ରୁତ ଗତି ରେ କିଛି ଅବଦାନ ଦେଇ ପରେ ସେହି ବନାନ ଗତ ଭୁଲ ତ୍ରୁଟି କୁ ନିଜେ ସୁଧାରିବାର ଯୋଜନା ରଖିଛି । ଆପଣ ଜାଣି ଖୁସି ହେବେ ଏହି ଅଳ୍ପ ସମୟ ମଧ୍ୟରେ ଆପଣ ଆରମ୍ଭ କରିଥିବା ପ୍ରସଙ୍ଗ ସଂଖ୍ୟା ଆଜି (୫ ଜାନୁଆରୀ ୨୦୧୭) ସୁଦ୍ଧା ୯୯୯ ରେ ପହଞ୍ଚି ସାରିଲାଣି । ସାଥୀ ଉଇକିଆଳିଙ୍କ ସହ ମୋର ମଧ୍ୟ ମତ ବର୍ତ୍ତମାନ ଆଉ ଦ୍ରୁତ ଗତିରେ ନୂଆ ପ୍ରସଙ୍ଗ ତିଆରି ନକରି, ତିଆରି କରିସାରିଥିବା ପୁରୁଣା ପ୍ରସଙ୍ଗଗୁଡ଼ିକୁ ସୁଧାରିବାର ସମୟ ଆସିଗଲାଣି ।
  • ଉଇକିପିଡ଼ିଆର ପ୍ରସଙ୍ଗ ନିମନ୍ତେ ପ୍ରଥମ ଆବଶ୍ୟକତା ହେଉଛି ଭରସାଯୋଗ୍ୟ ଆଧାର । (ପୂର୍ବରୁ ହେଇଥିବା ଆଲୋଚନା ଅନୁସାରେ ୯୦ ଦିନ ଧରି ଆଧାର ନଥିବା ପ୍ରସଙ୍ଗ ଗୁଡ଼ିକୁ ବିନା କୌଣସି ସୂଚନାରେ ଲିଭାଇ ଦିଆଯାଇପାରେ ।) ଓଡ଼ିଆ ଉଇକିରେ ଆଧାର ନ'ଥିବା ପ୍ରସଙ୍ଗ ସଂଖ୍ୟା: ୩୧ ଓ ଫାଙ୍କା ଅଧାର ଥିବା ପ୍ରସଙ୍ଗ ସଂଖ୍ୟା: ୦ ତେଣୁ ଏହି ଆଧାର ନଥିବା ପ୍ରସଙ୍ଗ ଗୁଡ଼ିକରେ ଆଧାର ଯୋଡ଼ି ଓ ଫାଙ୍କା ଆଧାର ଥିବା ପ୍ରସଙ୍ଗର ଆଧାର ସଂଶୋଧନ କରି ଧିରେ ଧିରେ ପ୍ରସଙ୍ଗ ଗୁଡ଼ିକର ଗୁଣବତ୍ତା ବଢାଇବାକୁ ଚେଷ୍ଟା କରିବାକୁ ଅନୁରୋଧ ।
  • ଠିକ ସେହିପରି ଆପଣ ପ୍ରସଙ୍ଗ ଅନୁବାଦ କରିବାବେଳେ ମୂଳ ପ୍ରସଙ୍ଗରେ ବ୍ୟବହାର କରାଯାଇଥିବା କେତେକ ଅନାବଶ୍ୟକ ଛାଞ୍ଚ ଓଡ଼ିଆ ଉଇକିକୁ ଆସିଯାଉଛି, ଯେପରିକି {{Use Indian English}} ଛାଞ୍ଚଟି କେବଳ ଭାରତୀୟ ଇଂରାଜୀ ଶୈଳୀରେ ଲେଖାଯାଇଥିବା ପ୍ରସଙ୍ଗ ନିମନ୍ତେ ବ୍ୟବହାର କରାଯାଏ, ତେଣୁ ଅନ୍ୟକୌଣସି ଭାଷାର ଉଇକିରେ ଏହାର ଆବଶ୍ୟକତା ନାହିଁ । ଅଧୁନା ଓଡ଼ିଆ ଉଇକିରେ ଏହି ଅଦରକାରୀ ଛାଞ୍ଚ ବ୍ୟବହାର ହେଇଥିବା ପ୍ରସଙ୍ଗ ସଂଖ୍ୟା: ୦। ଏହି ଅଦରକାରୀ ଛାଞ୍ଚଟିକୁ ବଟ ସହାୟତାରେ ଉଇକିଆଳି ଜ୍ଞାନରଞ୍ଜନ, ଶିତିକଣ୍ଠ କିମ୍ବା ଶୁଭାଶିଷ ସ୍ଵୟଂକ୍ରିୟ ବଦଳ ମାଧ୍ୟମରେ ଅଳ୍ପସମୟରେ ହଟେଇ ଦେଇପାରିବେ । ତେବେ ମୋର ଅନୁରୋଧ ଆପଣ ନିଜେ ଗୋଟିଏ ଗୋଟିଏ ପ୍ରସଙ୍ଗ ପରଖ କରି ଏହା ଛାଞ୍ଚ ହଟେଇଲେ ଅଧିକ ଉପଯୋଗୀ ହେବ । ମୋର ଆଶା ଏହି ଛାଞ୍ଚଟିକୁ ହଟାଇଲା ବେଳେ ଆଧାର ସଂଶୋଧନକୁ ଧ୍ୟାନରେ ରଖିବେ ।
  • ନୂଆ ପ୍ରସଙ୍ଗ ତିଆରି କରିବାବେଳେ ଦରକାରୀ ପ୍ରସଙ୍ଗ ତାଲିକାଟି ଆପଣଙ୍କ କାମରେ ଆସିବ ବୋଲି ଆଶା । ଉପରେ ଲେଖାଯାଇଥିବା ଶ୍ରେଣୀ ଅନ୍ତର୍ଗତ ସଂଖ୍ୟାଧିକ ପ୍ରସଙ୍ଗ ଆପଣ ଆରମ୍ଭ କରିଥିଲେ ମଧ୍ୟ ସମସ୍ତ ପ୍ରସଙ୍ଗ ଆପଣ ତିଆରି କରିନାହାନ୍ତି । 'ଆପଣ ଆରମ୍ଭ କରିଥିବା ପ୍ରସଙ୍ଗ ସଂଶୋଧନ ନିମନ୍ତେ ଆପଣ ଦାୟୀ' ସେପରି କିଛି ନୀତିନିୟମ ନାହିଁ, ତେବେ ଆପଣ ପ୍ରସଙ୍ଗ ସଂଖ୍ୟା ବଦଳରେ ପ୍ରସଙ୍ଗର ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ଆରମ୍ଭ କଲେ ସମସ୍ତେ ଆପଣଙ୍କ ସହ ତାଳଦେଇ ପ୍ରସଙ୍ଗ ଗୁଡ଼ିକୁ ସୁଧାରିବାରେ ହାତ ମିଶାଇବେ । ଆପଣ ଆରମ୍ଭ କରିଥିବା ପ୍ରସଙ୍ଗ ଗୁଡ଼ିକୁ ସୁଧାରିବାରେ ଭୁବନେଶ୍ଵର ଉଇକିଟୁଙ୍ଗିର ଅଭିଜ୍ଞ ଉଇକିଆଳି ମାନେ ଆପଣଙ୍କୁ ସାହାଯ୍ୟ କରିବେ, ତଥାପି ପ୍ରସଙ୍ଗ ଗୁଡ଼ିକର ସଂଶୋଧନ ନିମନ୍ତେ କିଛି ସାହାଯ୍ୟ ଦରକାର ହେଲେ ଇମେଲରେ, ଚାଟସଭାରେ, ଫେସବୁକ କୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାରେ ପଚାରନ୍ତୁ ।

ପୁଣିଥରେ ଆପଣଙ୍କ ନିରନ୍ତର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୧୩, ୫ ଜାନୁଆରୀ ୨୦୧୭ (IST)Reply

A barnstar for you! ସମ୍ପାଦନା

  The Tireless Contributor Barnstar
ସୁଶାନ୍ତ ସାର, ଉଇକିପିଡ଼ିଆରେ ଏତେ ଉନ୍ନତମାନର ଲେଖା ଯୋଡ଼ିଥିବାରୁ ଅନେକ ଅନେକ ଧନ୍ୟବାଦ । ଆପଣଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଆଗ୍ରହ ଆମମାନଙ୍କ ପାଇଁ ନିଶ୍ଚୟ ପ୍ରେରଣାର ଉତ୍ସ ହେବ । କୁନି ଭେଟିଟିଏ ରହିଲା । ଶିତିକଣ୍ଠ (ଆଲୋଚନା) ୧୭:୧୩, ୭ ଜାନୁଆରୀ ୨୦୧୭ (IST)Reply

A barnstar for you! ସମ୍ପାଦନା

  The Resilient Barnstar
ସୁଶାନ୍ତ ବାବୁ, ନମସ୍କାର । ଆପଣ ଓ କର ଭାଇନାଙ୍କ ଆଲୋଚନାରୁ ଜାଣି ଖୁସିଲାଗିଲା ଯେ, ମାସ କେଇଟା ମଧ୍ୟରେ ଆପଣ ଓଡ଼ିଆ ଉଇକିପିଡ଼ିଆରେ ୧୦୦୦ ପ୍ରସଙ୍ଗ ଲେଖିସାରିଲେଣି । ବହୁତ ଅଭିନନ୍ଦନ ଏଥି ପାଇଁ । ୧୦୦୦ ପ୍ରସଙ୍ଗ ଛୋଟିଆ କଥା ନୁହେଁ । ମୋ ଭଳି ତଥାକଥିତ ପୁରୁଖା ଉଇକିଆଳିମାନେ ତାର ଅଧା ମଧ୍ୟ ପହଞ୍ଚି ପାରିନାହୁଁ । ତେବେ, ଆପଣଙ୍କ ଲେଖାଗୁଡିକୁ ଶିଘ୍ର ଉଇକିକରଣ କରିବା ପାଇଁ ଆପଣ ଆଗ୍ରହୀ ଜାଣି ଖୁସିଲାଗିଲା । ମୁଁ ଏ ଦିଗରେ କିଛି ସାହାଯ୍ୟ କରିପାରିଲେ ଖୁସି ହେବି । ଧନ୍ୟବାଦ ।
ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୬:୨୬, ୯ ଜାନୁଆରୀ ୨୦୧୭ (IST)Reply

ସମ୍ମାନ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ । Susant purohit (ମୋ ଆଲୋଚନା) ୧୭:୩୮, ୯ ଜାନୁଆରୀ ୨୦୧୭ (IST)Reply

ସୁଶାନ୍ତ ବାବୁ, ଆପଣ ମୋ ଆଲୋଚନା ପୃଷ୍ଠାରେ ପଚାରିଥିବା ପ୍ରଶ୍ନର, ବହୁ ସୁନ୍ଦର ଉତ୍ତର କର ଭାଇନା ତାଙ୍କ ଆଲୋଚନା ପୃଷ୍ଠାରେ ଦେଇସାରିଛନ୍ତି । ମୁଁ ନିଜେ ବେଶି ଅନୁବାଦ କରିନାହିଁ, ଅଳ୍ପ ଯାହା ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରିଛି, ସେଥିରୁ ମୋର ଅଭିଜ୍ଞତା, ଅନୁବାଦ ଟୁଲ ବ୍ୟବହାର ନକରି ପ୍ରସଙ୍ଗଟି ନିଜେ ଲେଖିଲେ ପ୍ରସଙ୍ଗଟି ମୌଳିକ ହୋଇଥାଏ ଓ ଏଥିରେ ଶିଖିବାକୁ ବି ବହୁତ ମିଳେ । ଇଂରାଜୀରେ ଯେଉଁ କଥାକୁ ଲେଖିବା ପାଇଁ ଯେତିକି ବା ଯେମିତିଆ ଶବ୍ଦ/ଭାବ ବ୍ୟବହାର କରାଯାଏ, ଓଡ଼ିଆରେ ତାହା ବହୁତ ଅଲଗା ହୋଇପାରେ । ତଥ୍ୟ ଓ ଆଧାର ଇଂରାଜୀ ପ୍ରସଙ୍ଗରୁ ନେଇପାରିବେ । ସାଇତିବେ [Save] କ୍ଲିକ କରିବା ଆଗରୁ ଦେଖଣା [Preview] ବ୍ୟବହାର କରିଲେ, ବନାନଗତ ତୃଟି ରହିବ ନାହିଁ । ଆପଣତ ପ୍ରବୀଣ । ଓଡ଼ିଆ ଭାଷା,ସଂସ୍କୃତି, ସମାଜ ସମ୍ପର୍କରେ ଆପଣଙ୍କର ଅନେକ ଅନୁଭବ । ଗୋଟିଏ ଅନୁରୋଧ ଆପଣଙ୍କୁ ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଶା ଓ ଓଡ଼ିଆଙ୍କ ବାବଦରେ ବେଶି ବେଶି ଲେଖିବାକୁ ଚେଷ୍ଟା କରନ୍ତୁ । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୫୯, ୧୧ ଜାନୁଆରୀ ୨୦୧୭ (IST)Reply

Share your experience and feedback as a Wikimedian in this global survey ସମ୍ପାଦନା

  1. This survey is primarily meant to get feedback on the Wikimedia Foundation's current work, not long-term strategy.
  2. Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.

translatewiki.netରେ ଆପଣଙ୍କ ସମ୍ପାଦନା ବାବଦରେ ସମ୍ପାଦନା

ସୁଶାନ୍ତ ବାବୁ, ଆପଣଙ୍କ ସଙ୍ଗେ ପ୍ରଥମ ଥର ମୁହାଁମୁହିଁ ଦେଖା ହୋଇ ଖୁସିଲାଗିଲା । ଆପଣଙ୍କୁ ଆମ ଓଡ଼ିଆ ଉଇକିସଂଘରେ ପାଇଁ ବ୍ୟକ୍ତିଗତ ଭାବେ ଓ ସାମୁହିକ ଭାବେ ମୁଁ ଅତି ଆନନ୍ଦିତ ।

ଆଜି translatewiki.netରେ ଆପଣଙ୍କ ସମ୍ପାଦନା ବାବଦରେ ଦେଖିବାକୁ ପାଇଲି । translatewiki.net ଏକ ଅତି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ଓ ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର ଓ ଉଇକିଅଭିଧାନ ତଥା ବାକି ସବୁ ଉଇକିମିଡ଼ିଆ ପ୍ରକଳ୍ପରେ ଓଡ଼ିଆ ଇଣ୍ଟରଫେସ ଏହା ଉପରେ ନିର୍ଭରଶୀଳ । ଅର୍ଥାତ ସାମାନ୍ୟତମ ଭୁଲ ହେଲେ ସବୁଯାକ ପ୍ରକଳ୍ପ ପ୍ରଭାବିତ ହେବେ । translatewiki.netରେ କେବଳ ବିଭିନ୍ନ ଉଇକିମିଡ଼ିଆ ପ୍ରକଳ୍ପରେ ବହୁଦିନ ଧରି ସକ୍ରିୟ ଥିବା ସଭ୍ୟମାନେ ସମ୍ପାଦନା କରିଥାନ୍ତି । ସେଥିରେ ଅନୁବାଦ ପାଇଁ ବୈଷୟିକ ଅଭିଜ୍ଞତା କିଛି ମଧ୍ୟ ଜରୁରୀ ଓ translatewiki.netରେ ସମ୍ପାଦନା କରୁଥିବା ବାକି ଉଇକିଆଳିଙ୍କ ତରଫରୁ ମୁଁ ଆପଣଙ୍କୁ ଏବେ ପାଇଁ ସେଥିରେ ସମ୍ପାଦନା ନ କରିବାକୁ ବିନମ୍ର ଅନୁରୋଧ କରିବି । ଏହାର ଏକମାତ୍ର କାରଣ ହେଉଛି ସେଥିରେ ସାମାନ୍ୟତମ ଭୁଲ ସବୁଯାକ ପ୍ରକଳ୍ପ ଉପରେ ପ୍ରଭାବ ପକାଇବ । ଆପଣ ସେଥିରେ ସମ୍ପାଦନା କରିବାକୁ ଇଚ୍ଛୁକ ଥିଲେ ଆଗକୁ କେବେ ସେଥିରେ କିପରି କୌଣସି ଭୁଲ ନ କରି ସମ୍ପାଦନା କରାଯାଏ ତା' ବାବଦରେ ଆଗେ ସେଥିରେ ସକ୍ରିୟ ଥିବା କୌଣସି ସଭ୍ୟଙ୍କଠାରୁ ତାଲିମ ନେଇପାରିବେ । ଆଉ ତା' ପରେ ତାଙ୍କ ତଦାରଖରେ ଅଳ୍ପ ଅଳ୍ପ ସମ୍ପାଦନା କରିପାରିବେ । ତେବେ ବର୍ତ୍ତମାନ ପାଇଁ ଦୟାକରି ସେଥିରେ ସମ୍ପାଦନା କରନ୍ତୁ ନାହିଁ । ଆପଣ ବୟସରେ ଆମ ସଭିଙ୍କଠୁ ଅନେକ ବଡ଼ ଆଉ ଅଭିଜ୍ଞତାରେ ମଧ୍ୟ ବରିଷ୍ଠ । ତେବେ ଏଇ ଭଳି କିଛି ବୈଷୟିକ କାମ ଭଲ ଉଦ୍ଦେଶ୍ୟରେ ନୂଆ ଉଇକିଆଳିଙ୍କୁ କରିବାକୁ ମନାକରାଯାଇଥାଏ । ତେଣୁ ଭୁଲ ବୁଝିବେ ନାହିଁ । --ସୁଭାସିସ ପାଣିଘରି (ଆଳାପ) ୧୮:୦୪, ୧ ଫେବୃଆରୀ ୨୦୧୭ (IST)Reply

ମୋ ସମ୍ପଦନା ବବଦ୍ ରେ ସମ୍ପାଦନା

ସୁଭସିସ୍ ବାବୁ, ଅପଣଙ୍କ ଲେଖା ବିଳମ୍ବ ରେ ଦେଖିଲି । ସମସ୍ତଙ୍କ ସଙ୍ଗେ ଭେଟ ହେଇ 29 ତାରିଖ ରେ ବହୁତ ଖୁସି ଲାଗିଲା ।ସେଦିନ ସମସ୍ତେ ବ୍ୟସ୍ତ ଥିବାରୁ କାହାରି ସାଙ୍ଗ ରେ ବ୍ୟକ୍ତିଗତ ଆଲୋଚନା ପାଇଁ ସମୟ ନଥିଲା । ମୋତେ କିଛି ଅନୁବାଦ ବାବଦ ରେ tips ଦେବାପାଇଁ କର ବାବୁ ଚେଷ୍ଟା କରିଥିଲେ । ମାତ୍ର ସମୟ ହେଲା ନାହିଁ । କେହି ଜେନ ମତେ ସେ ବିଷୟ ରେ ସାହାଯ୍ୟ କରିବାକୁ ହେଲେ ତାଙ୍କ ପାଖରେ ସମୟ ନାହିଁ ।ଅନୁବାଦ ରେ ଅନେକ ଲେଖା ମୁ ଦେଖିବାକୁ ପାଇଛି ଯାହା ମୂଳ ଇଂରାଜୀ ଶବ୍ଦ ର ପ୍ରକୃତ ଅର୍ଥ ଠାରୁ ଓଡିଆ ରେ ଭିନ୍ନ ଭାବରେ ବ୍ୟବହାର ହେଇ ଯାଉଛି । ତେବେ ଯଦି ଏକ ପ୍ରକାର ଶବ୍ଦ ର ବ୍ୟବହାର କରିବାକୁ ଷ୍ଟାଣ୍ଡାର୍ଡ ବୋଲି ନିଆଯାଏ ତାହାର ଏକ ତାଲିକା ରଖା ଯାଇ ପାରନ୍ତା । ବନାନ ଗତ ଭୁଲ ତ ସୁଧୁରା ଯାଇ ପାରିବ review ରେ । ତେବେ ମୁଁ ସାହାଯ୍ୟ କରିବାକୁ ଚାହୁଥିଲି । ମୋ ପାଖରେ ସମୟ ରହିଥିଲା । ତାକୁ ଉଇକି ର ଉନ୍ନତି ପାଇଁ ବିନିଯୋଗ କରିବାକୁ ଚାହୁ ଥିଲି । ମୋତେ ଯଦି ଠିକ ସହାୟତା ଦିଆ ଯାଇଥାନ୍ତା ମୁ ବହୁତ କିଛି ଅନୁବାଦ କରି ପାରି ଥାନ୍ତି । ତେବେ ତାହା ଦେଖାଗଲା ଯେ ସମ୍ଭବ ନୁହେଁ । ଆପଣଙ୍କ ଅନୁରୋଧ ରକିଳି । translatewiki ରେ ଅନୁବାଦ କରିବା ଆଜିଠାରୁ ବନ୍ଧ କରିବି । ଆପଣ ମୁ କରିଥିବା ଅନୁବାଦ ସବୁ କୁ ଲିଭାଇ ଦିଅନ୍ତୁ ବା ମୁ ନିଜେ କରି ପାରିବି କି କୁହନ୍ତୁ । ଉଇକି କାହିଁକି କୁହା ଗଲା ମୁ ଜାଣିନି , ୱିକି ଶବ୍ଦ ତ ସଠିକ ହେବାକଥା । ଏହି ପରି କେତେକ anamoly ଦେଖି ପାରୁଛି । ତେବେ ତାହା ଯୋଗୁଁ ଭୁଲ ହଉଛି ।ମୋତେ ଏ ବିଷୟ ରେ କେହି ଜେନ ବସି ବଟେଇ ଦେଇଥିଲେ ମୁ ମଧ୍ୟ perfactly ଟ୍ରାସ୍ଳତୀୟନ କରି ପରି ଥାନ୍ତି । ଯେବେ ବର୍ତମାନ ଛାଡନ୍ତୁ । ସେ କଥା ଭାବି ଲାଭ ନାହିଁ । ମୁଁ ଓଡିଆ ଉଇକି ର ସର୍ବାଙ୍ଗୀନ ଉନ୍ନତି କାମନା କରୁଛି । ଆପଣ ମାନେ ସେଦିନ ମତେ ଖୁବ ଆଦର ଦେଇଥିବାରୁ ମୁ ଖୁସି । ଓଡିଆ ୱିକି ସମପୁରଣତା ଲାଭ ଦିଗରେ ଅଗ୍ରସର ହଉ । ଧନ୍ୟବାଦ । Susant purohit (ମୋ ଆଲୋଚନା) ୧୦:୦୧, ୨ ଫେବୃଆରୀ ୨୦୧୭ (IST)Reply

@Susant purohit: ବାବୁ, ଆପଣଙ୍କ ସହ ଦେଖା ହୋଇ ମଧ୍ୟ ଭାରି ଖୁସିଲାଗିଲା । ଆପଣ ବିଭିନ୍ନ ବିଷୟରେ ଲେଖିଛନ୍ତି ତେଣୁ ମୁଁ ତଳେ ଗୋଟେ ଗୋଟେ କରି ଉତ୍ତର ଦେଉଛି ।
କାହିଁକି ମୁଁ ଆପଣଙ୍କୁ କେବଳ ବର୍ତ୍ତମାନ ପାଇଁ translatewiki ରେ କୌଣସି ସମ୍ପାଦନା ନ କରିବା ଲାଗି ଅନୁରୋଧ କରୁଛି?

ମୁଁ ଗତ ମେସେଜରେ ଲେଖିଥିଲି ଏ ବାବଦରେ । translatewiki ରେ ସାମାନ୍ୟତମ ଭୁଲ ମଧ୍ୟ ସବୁ ଉଇକିପ୍ରକଳ୍ପରେ ବଡ଼ ବଡ଼ ଅସୁବିଧା କରିପାରେ । ଆଉ ଆଗରୁ ଏଭଳି ଭୁଲ ମୁଁ ନିଜେ କରିଛି । ମୁଁ ବା ଆଉ କୌଣସି ଉଇକିଆଳି ଆପଣଙ୍କୁ କୌଣସି କାମରୁ ବାରଣ କରୁନୁ କିନ୍ତୁ ଆମେ କରିଥିବା ଭୁଲଯାକ ଆପଣ ଆଉ ନ ଦୋହରାନ୍ତୁ ବୋଲି ଭାବୁ । ତେଣୁ ଆପଣ ଗୋଟିଏ କି ଦୁଇଟି ପ୍ରକଳ୍ପରେ ଅଭିଜ୍ଞ ନ ହେଲା ଯାଏ translatewiki ଭଳି ସମ୍ପୂର୍ଣ୍ଣ ଟେକନିକାଲ ପ୍ରକଳ୍ପରେ ସମ୍ପାଦନା ନ କରନ୍ତୁ ବୋଲି ମୋର ଅନୁରୋଧ । ଆଗରୁ ଲେଖିଥିଲି ଯେ ତାହା ଏକ ସାଧାରଣ ଅନୁବାଦ ପ୍ରକଳ୍ପ ନୁହେଁ ବରଂ ଏକ ଟେକନିକାଲ ପ୍ରକଳ୍ପ ଆଉ ସେଥିରେ ସମ୍ପାଦନା କରିବା ଲାଗି ଆପଣଙ୍କୁ ଉଇକିପିଡ଼ିଆର ବିଭିନ୍ନ ଟେକନିକାଲ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଆପଣ ସେସବୁ ବାବଦରେ ଧୀରେ ଧୀରେ ଶିଖିପାରିବେ । ଆପଣ ଉଇକିପିଡ଼ିଆ:ଉଇକି ଟୁଙ୍ଗି ଭୁବନେଶ୍ୱରର ମାସିକ ମେଳଣରେ ଭାଗନିଅନ୍ତୁ ଆଉ ଆଗୁଆ କେଉଁ ବିଷୟରେ ଶିଖିବାକୁ ଚାହାନ୍ତି ତା'ର ଏକ ତାଲିକା ଉଇକିପିଡ଼ିଆ:ଆଲୋଚନା ସଭାରେ ଲେଖିରଖନ୍ତୁ ।

କାହିଁକି wiki ପାଇଁ ୱିକି ନ ଲେଖାଯାଇ ଉଇକି ଲେଖାଯାଉଛି?

ଏହାର କାରଣ ବହୁତ ଲମ୍ବା । ଛୋଟ କାରଣଟି ହେଲା ଏହା ଏକ ଟ୍ରେଡ଼ମାର୍କ ବା ନାମ । ଅକ୍ଷରାନ୍ତରଣ (ଟ୍ରାନ୍ସଲିଟରେସନ) ନୁହେଁ । ନାମରେ ବନାନ ଭୁଲ ଠିକ ଆଦି ଧରାଯାଏନା । ଉଦାହରଣ ସ୍ୱରୂପ ଅନେକ ଲୋକ ନିଜ ନାମକୁ ପ୍ରଚଳିତ ବନାନ ଭଳି ନ ଲେଖି ଭିନ୍ନ ରୂପେ ଲେଖନ୍ତି ବା ଅନେକ ବ୍ରାଣ୍ଡ ତାଙ୍କ ବ୍ରାଣ୍ଡ ନାମକୁ ନିଜ ଇଚ୍ଛାନୁସାରେ ଲେଖିଥାନ୍ତି । ଓଡ଼ିଆ ଉଇକିପିଡ଼ିଆରେ ଆରମ୍ଭରେ ସକ୍ରିୟ ଥିବା ସଭ୍ୟମାନେ ମିଶି "ୱିକି" ବଦଳରେ "ଉଇକି" ଲେଖିବା ସିଦ୍ଧାନ୍ତ ନେଇଥିଲେ । ତେଣୁ ଉଇକିପିଡ଼ିଆ, ଉଇକିପାଠାଗାର, ଉଇକିଅଭିଧାନ ବା ଉଇକିମିଡ଼ିଆ ଆଦି ଗୋଟେ ଗୋଟେ ନାମ, ଅକ୍ଷରାନ୍ତଣ କି ଅନୁବାଦ ନୁହଁନ୍ତି । ତେବେ ଉଇକିମିଡ଼ିଆ ପ୍ରକଳ୍ପ ସବୁ ସାମୁହିକ ହେଲେ ହେଁ ଗଣତାନ୍ତ୍ରିକ ନୁହଁନ୍ତି । ଅର୍ଥାତ କେବଳ ଭୋଟ କରି ସିଦ୍ଧାନ୍ତ ନିଆଯାଏ ନାହିଁ ବରଂ ଆଲୋଚନା କରି ଏକ ବିଷୟର ବିଭିନ୍ନ ଭଲ ମନ୍ଦ ଦିଗ ବାବଦରେ ବିଚାରି ସିଦ୍ଧାନ୍ତ ନିଆଯାଏ । ଏହି ବନାନକୁ ନେଇ ଅନେକ ଆଲୋଚନା ଓ ସମୟ ସାରିବା ପରେ ଏକ ସମୟରେ ସକ୍ରିୟ ଥିବା ସଭ୍ୟମାନେ ମିଶି ସିଦ୍ଧାନ୍ତ ନେଲେ ଯେ "ଉଇକି" ରଖାଯିବ । ତେବେ ସେ ସିଦ୍ଧାନ୍ତ ସାମ୍ବିଧାନିକ ନୁହେଁ ଯେ ଚିରକାଳ ରହିବ । ହୁଏତ ଆଗକୁ ଯଦି ସଭିଏଁ ମିଶି ବିଚାରନ୍ତି ତାକୁ "ୱିକି" ଲେଖାଯାଉ ତାହେଲେ ସେମିତି ଲେଖାଯିବ । କିନ୍ତୁ ଅଧୁନା ଆମ ଓଡ଼ିଆ ଉଇକିମିଡ଼ିଆ ସଂଘରେ ଅନେକ ବାକି ଗୁରୁତ୍ତ୍ୱପୂର୍ଣ୍ଣ ଅସୁବିଧାର (ଇଂରାଜୀରେ ବର୍ଣିଂ ଇସୁ ବୋଲି କହିଲେ ବେଶୀ ଠିକ ହେବ) ସମାଧାନ ବାକିପଡ଼ିଛି । ତେଣୁ "ଉଇକି" ଶବ୍ଦର ବନାନ ଏକ ଗୌଣ ସମସ୍ୟା ବା ଆଦୌ ଏକ ସମସ୍ୟା ନୁହେଁ । ଆଉ ଉଇକିରେ ବିଭିନ୍ନ ଜିନିଷ ଟେକନିକାଲ ହୋଇଥିବାରୁ ଏହି ଭଳି ମୁଖ୍ୟ ଜିନିଷସବୁର ବନାନ ବାରମ୍ବାର ବଦଳାଗଲେ ବିଭିନ୍ନ ଟେକନିକାଲ କାମରେ ସମ୍ପୃକ୍ତ ଥିବା ଉଇକିଆଳିଙ୍କ ଉପରେ ଶହ ଶହ ସମ୍ବନ୍ଧିତ ପୃଷ୍ଠାକୁ ସଜାଡ଼ିବାରେ ଖୁବ ଅଧିକ ଚାପ ପଡ଼େ । ତେଣୁ ନିହାତି ଆବଶ୍ୟକ ନ ପଡ଼ିଲେ ଏଭଳି ବଦଳ କରାଯାଏ ନାହିଁ ।

ଶେଷ କଥାଟି ହେଲା
ଉଇକିରେ କୌଣସି ଧରାବନ୍ଧା ନିୟମ ନାହିଁ କାରଣ ଇଏ ଏକ ସମାଜ ଭଳି । ଖାଲି ନୀତି ନିୟମ ଗଢ଼ି କାହାର ଇଚ୍ଛାକୁ ଚାପିରଖିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ନୁହେଁ । ତେଣୁ ଆପଣଙ୍କର ଯେଉଁ ପ୍ରକଳ୍ପରେ ଇଚ୍ଛା ଭାଗନିଅନ୍ତୁ କିନ୍ତୁ ଦୟାକରି ଆଗୁଆ ଆଲୋଚନା କରି ଭାଗନିଅନ୍ତୁ । କାରଣ translatewiki ଭଳି ପ୍ରକଳ୍ପରେ କିଛି ଅସୁବିଧା ହେଲେ ତାକୁ ସଜାଡ଼ିବାକୁ ଲୋକ କମ । ଆଉ ଆପଣଙ୍କ ଭଳି ଆମେ ସଭିଏଁ ସ୍ୱେଚ୍ଛାସେବୀ ହୋଇଥିବାରୁ ସାଧାରଣତଃ ସବୁ ଟିକେ ବିଳମ୍ବରେ ହେବ । କିନ୍ତୁ ସେ ବିଳମ୍ବ ହୁଏତ କିଛି ଦିନ ଲାଗି ବାକିମାନଙ୍କ କାମ ଅଟକାଇଦେବ କିମ୍ବା ସାଇଟରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ପୃଷ୍ଠାରେ ଭୁଲ ଭଟକା ହୋଇ ଦିଶିବ । ତେବେ ଏ ଆଗୁଆ ଆଲୋଚନା କେବଳ ଟେକନିକାଲ ଜିନିଷ ପାଇଁ । ପ୍ରସଙ୍ଗଟିଏ ଲେଖିବା ପାଇଁ କିମ୍ବା ଉଇକିପାଠାଗାରରେ କୌଣସି ଟାଇପ କରିବା ଲାଗି ଆପଣଙ୍କୁ କୌଣସି ଜିନିଷ ଆଗୁଆ କାହାକୁ ଜଣାଇବାର ଆବଶ୍ୟକତା ନାହିଁ । ଆଶା ମୁଁ ଆପଣଙ୍କ ପ୍ରଶ୍ନ ସବୁର ଉତ୍ତର ଦେଇପାରିଲି । ତେବେ ଯଦି ମୋର କୌଣସି କଥା ଆପଣଙ୍କୁ କୌଣସି ପ୍ରକାର ଆଘାତ ଦେଇଥାଏ ଆଉଥରେ କ୍ଷମାମାଗିନେଉଛି । ଏ ପ୍ରକଳ୍ପର ଆଉ ଏକ ସାଥିକୁ ଭୁଲ ବୁଝିବେନି । :) --ସୁଭାସିସ ପାଣିଘରି (ଆଳାପ) ୧୧:୪୪, ୫ ଫେବୃଆରୀ ୨୦୧୭ (IST)Reply

Your feedback matters: Final reminder to take the global Wikimedia survey ସମ୍ପାଦନା

(Sorry for writing in English)

ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭ରେ ଭାଗ ନେବାକୁ ଅନୁରୋଧ ସମ୍ପାଦନା

  ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୭
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। --ଶୈଳେଶ (ପଚାରିବେ କିଛି?)  

ପ୍ରସଙ୍ଗ ଉଇକିକରଣ ବାବଦରେ ସମ୍ପାଦନା

ପ୍ରିୟ ସୁଶାନ୍ତ ସାର, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ନିରନ୍ତର ଅବଦାନ ନିମନ୍ତେ ସାଧୁବାଦ । ପ୍ରଥମରୁ ଲେଖିରଖେ 'ଆପଣଙ୍କୁ ନିରୁତ୍ସାହିତ କରିବା ମୋର ଉଦ୍ଦେଶ୍ୟ ମୋର ନାହିଁ, ଆପଣ କରୁଥିବା ଭୁଲ ବାବଦରେ ଆପଣଙ୍କୁ ଜଣାଇବା ନିମନ୍ତେ କହି/ଲେଖିଥିବାରୁ ମୁଁ ଏସବୁ ଲେଖୁଛି । 'ପୂର୍ବରୁ ଆମ ଆଲୋଚନା ବେଳେ ଲେଖିଥିବା କେତେକ କଥା ବାବଦରେ ଆଉଥରେ କେବଳ ମନେ ପକେଇଦେବାକୁ ଉଚିତ ମନେ କରୁଛି । ପୂର୍ବରୁ ଜଣାଇଥିଲି ଯେ କେବଳ ପ୍ରସଙ୍ଗ ସଂଖ୍ୟା ବୃଦ୍ଧି କରିବାକୁ ଚାହିଁଲେ, ସପ୍ତାହେ ମଧ୍ୟରେ ଲକ୍ଷାଧିକ ପ୍ରସଙ୍ଗ ତିଆରି କରିବା ଭଳି ବୈଷୟିକ ଦକ୍ଷତା ଥିବା ବିଶେଷଜ୍ଞ ଉଇକିଆଳି ଆମ ଗହଣରେ ଅଛନ୍ତି । 'ଓଡ଼ିଆ ଉଇକିର ସକ୍ରିୟ ଉଇକିଆଳିମାନେ ପ୍ରସଙ୍ଗ ସଂଖ୍ୟା ବଦଳରେ ପ୍ରସଙ୍ଗର ଗୁଣବତ୍ତା ନିମନ୍ତେ ଆଗ୍ରହୀ' ସେ ଅନୁସାରେ ଆପଣ ତିଆରି କରୁଥିବା ପ୍ରସଙ୍ଗ ବାବଦରେ କିଛି ଲେଖୁଛି:

  • ୫ ଜାନୁଆରୀ (୨୦୧୭) ରେ ମୁଁ ଆପଣଙ୍କୁ ପ୍ରସଙ୍ଗର ଉଇକିକରଣ ବାବଦରେ ଲେଖିଥିଲି । ୬ ଜାନୁଆରୀ (୨୦୧୭) ରେ ଆପଣ ଉତ୍ତର ଦେଇଥିଲେ '୧୦୦୦ଟି ଅନୁବାଦର ସଂଶୋଧନ ଓ ଉଇକିକରଣକୁ ବର୍ଷେ ଲାଗିବା ନାହିଁ, ୨ ମାସ ଭିତରେ ହେଇପାରିବ ।' ଅନିଚ୍ଛାସତ୍ତ୍ଵେ ଲେଖିବାକୁ ବାଧ୍ୟ ହେଉଛି ଯେ ଇତି ମଧ୍ୟରେ ଦୁଇମାସ ପାର ହେଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଆପଣ ପ୍ରସଙ୍ଗ ଗୁଡ଼ିକର ଉଇକିକରଣ ଆରମ୍ଭ କରିଥିବାର କୌଣସି ପ୍ରମାଣ ମିଳୁନାହିଁଁ
  • ୯ ଜାନୁଆରୀ (୨୦୧୭)ରେ ଅସମ୍ପୂର୍ଣ୍ଣ ଅନୁବାଦ ବାବଦରେ ଲେଖିଥିଲି । ଅଲଗା ଅଲଗା ଭାଷାର ଉଇକିରେ ସମ୍ପୃକ୍ତ ଭାଷାର ନିର୍ଦ୍ଦିଷ୍ଟ ଲିପି ବ୍ୟବହାର କରାଯାଇଥାଏ ଯେପରି ଓଡ଼ିଆ ଉଇକିରେ ଓଡ଼ିଆ ଲିପି ଓ ହିନ୍ଦୀ ଉଇକିରେ ଦେବନାଗରୀ ଲିପି । ମୁଁ ଯାହା ଦେଖିବାକୁ ପାଉଛି ଆପଣ ଓଡ଼ିଆ ଉଇକିରେ ରୋମାନ ଲିପି (ଓ ହିନ୍ଦୀ ଉଇକିରେ ଓଡ଼ିଆ ଲିପି) ବ୍ୟବହହାର କରୁଛନ୍ତି । ତେଣୁ ପ୍ରସଙ୍ଗ ଅନୁବାଦ କଲାବେଳେ ଏବାବଦରେ ଧ୍ୟାନ ଦେବାକୁ ଅନୁରୋଧ ।
  • ୯ ଜାନୁଆରୀ (୨୦୧୭)ରେ ଆପଣ କରୁଥିବା ଭୁଲ ବାବଦରେ ପ୍ରଶ୍ନ ପଚାରିଥିଲେ ଓ ସମ୍ପର୍କୀୟ ପ୍ରସଙ୍ଗ ବାବଦରେ ଲେଖିଥିଲି 'ସଂଯୋଗ ଥିବା ପ୍ରସଙ୍ଗ ସବୁର ଓଡ଼ିଆ ନାମ ରଖି, ସଂଯୋଗ ନଥିବା ପ୍ରସଙ୍ଗ ସବୁ ବାହାର କରାଯିବା ଉଚିତ ।' ୨ ଅପ୍ରେଲରେ ଆପଣ ଆରମ୍ଭ କରିଥିବା ନିତ୍ୟାନନ୍ଦ କାନୁନଗୋ ପ୍ରସଙ୍ଗରେ ସେହି ଭୁଲ ଅଛି: ତଳେ ଲେଖାଯାଇଥିବା ପ୍ରସଙ୍ଗ ନାମ ଇଂରାଜୀରେ ଅଛି ଓ ଉପଯୁକ୍ତ ସଂଯୋଗ ନାହିଁ । (ଲେଖିବା ଅନାବଶ୍ୟକ ହିନ୍ଦୀ ଉଇକିରେ ମଧ୍ୟ ସେହି ଭୁଲ କରିଛନ୍ତି ।)
  • ୧୧ ଜାନୁଆରୀ (୨୦୧୭)ରେ ମୁଁ ଆପଣଙ୍କ ଅଭିଯୋଗ ପରେ ଗୋଟିଏ ଅନୁରୋଧ କରିଥିଲି: 'ଆପଣ କେଉଁଠାରୁ କଣ ଅନୁଭବ କଲେ ମୁଁ ଜାଣିପାରିଲି ନାହିଁ ‌‌। କେଉଁଠାରେ କେତେ ଲୋକ ଅଛନ୍ତି ଓ ସେମାନଙ୍କୁ କିପରି ଭାବେ ଉତ୍ସାହିତ କଲେ ତାହା ଉପଯୁକ୍ତ ହେବ ଯାହାଫଳରେ ସେମାନେ ଲେଖିବାକୁ ଆଗଭର ହେବେ ତାହା ଜଣାଇବାକୁ ଅନୁରୋଧ ‌। ' ଆଜି ପର୍ଯ୍ୟନ୍ତ ଉତ୍ତର ପାଇଲିନି ।
  • ଗୋଟିଏ ପ୍ରସଙ୍ଗରେ ଏକାଧିକ ବନାନ ଯେପରି କୋଶିସ୍ ଫିଲ୍ମ ପ୍ରସଙ୍ଗରେ: ସଜନିବ କୁମାର ଓ ସଂଜୀବ କୁମାର, ଜାୟା ଭାଦୁରି ଓ ଜୟା ଭାଦୁରି ବ୍ୟବହାର ନକରିବାକୁ ଅନୁରୋଧ କରୁଛି ।

'ଆପଣ ଆରମ୍ଭ କରିଥିବା ପ୍ରସଙ୍ଗ ସଂଶୋଧନ ନିମନ୍ତେ ଆପଣ ଦାୟୀ' ସେପରି କିଛି ନୀତିନିୟମ ନାହିଁ, ତେବେ ଆପଣ ପ୍ରସଙ୍ଗ ସଂଖ୍ୟା ବଦଳରେ ପ୍ରସଙ୍ଗର ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ଆରମ୍ଭ କଲେ ସମସ୍ତେ ଆପଣଙ୍କ ସହ ତାଳଦେଇ ପ୍ରସଙ୍ଗ ଗୁଡ଼ିକୁ ସୁଧାରିବାରେ ହାତ ମିଶାଇବେ । ଆପଣ ଆରମ୍ଭ କରିଥିବା ପ୍ରସଙ୍ଗ ଗୁଡ଼ିକୁ ସୁଧାରିବାରେ ଭୁବନେଶ୍ଵର ଉଇକିଟୁଙ୍ଗିର ଅଭିଜ୍ଞ ଉଇକିଆଳି ମାନେ ଆପଣଙ୍କୁ ସାହାଯ୍ୟ କରିବେ, ତଥାପି ପ୍ରସଙ୍ଗ ଗୁଡ଼ିକର ସଂଶୋଧନ ନିମନ୍ତେ କିଛି ସାହାଯ୍ୟ ଦରକାର ହେଲେ ଇମେଲରେ, ଚାଟସଭାରେ, ଫେସବୁକ କୋଠରେ କିମ୍ବା ମୋ ଆଲୋଚନା ପୃଷ୍ଠାରେ ପଚାରନ୍ତୁ । ବର୍ତ୍ତମାନ ନୂଆ ପ୍ରସଙ୍ଗ ତିଆରି କରିବା ବଦଳରେ ପୁରୁଣା ପ୍ରସଙ୍ଗର ସଂଶୋଧନ ଓ ପରିବର୍ଦ୍ଧନରେ ସମୟ ଦେବାକୁ ଉଇକିଆଳିଙ୍କ ତରଫରୁ ଅନୁରୋଧ କରୁଛି । ପୁଣିଥରେ ଆପଣଙ୍କ ନିରନ୍ତର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୬, ୨ ଅପ୍ରେଲ ୨୦୧୭ (IST)Reply

ସଂସୃତି ରେ ୱିକିପିଡିଆ ସମ୍ପାଦନା

ଆପଣଙ୍କ ଲେଖାଟି ଏବେ ପାଇଁ ଏଇଠି ରହିଲା, User:Susant purohit/ସଂସୃତି ରେ ୱିକିପିଡିଆ। ପୁରା ଅନୁବାଦ ପରେ ପୁଣି ମୁଖ୍ୟ ଜାଗାକୁ ନେଇପାରିବା । -- ଅଂଶୁମାନ ତାର ଯୋଡ଼ିବେ? ୧୩:୪୯, ୧ ମାର୍ଚ୍ଚ ୨୦୧୮ (IST)Reply

କୁମାରଦାସ ସମ୍ପାଦନା

ଆଉ ଲିଛି ଆଧାର ଯୋଡ଼ି ଓ ଲେଖାଟିକୁ ଉନ୍ନତ କରିବା ପରେ ପୁଣି ମୁଖ୍ୟ ଜାଗାକୁ ଆଣି ପାରିବା । ଏବେ ପାଇଁ ଏଇଠି ରହିଲା, ବ୍ୟବହାରକାରୀ:Susant purohit/କୁମାରଦାସ । -- ଅଂଶୁମାନ ତାର ଯୋଡ଼ିବେ? ୧୫:୧୯, ୪ ମାର୍ଚ୍ଚ ୨୦୧୮ (IST)Reply

ଧର କାଳନ ଓ ଜିଲ୍ଲା ସ୍କୁଲ, ସମ୍ବଲପୁର ସମ୍ପାଦନା

ଭାଇ, ପୃଷ୍ଠା ଗୁଡିକୁ ନ ଲିଭାଇ ପରଖଘରେ ରଖିଲି, ବ୍ୟବହାରକାରୀ:Susant purohit/ଧର କାଳନ, ବ୍ୟବହାରକାରୀ:Susant purohit/ଜିଲ୍ଲା ସ୍କୁଲ, ସମ୍ବଲପୁର -- ଅଂଶୁମାନ ବାଡ଼େଇବେ! ୧୯:୫୮, ୧୧ ଅଗଷ୍ଟ ୨୦୧୯ (IST)Reply

ପ୍ରସଙ୍ଗ ଅନୁବାଦ କଲାବେଳେ ସମ୍ପାଦନା

ଆଦରର @ସୁଶାନ୍ତ ସାର, ଆପଣ ଉଇକିପିଡ଼ିଆକୁ ଫେରିଥିବାରୁ ଅନେକ ସ୍ୱାଗତ । ନିକଟରେ ଆପଣ ତିଆରି କରିଥିବା ଅଳକନନ୍ଦା ନଦୀICC Men's T20 World Cup ଦୁଇଟି ପ୍ରସଙ୍ଗ Content Translate ପରେ ସମ୍ପାଦନା ହେବା ଭଳି ଲାଗୁନାହିଁ । ଦୟାକରି ଧ୍ୟାନଦେବେ ଯେ ଆଗରୁ ଅନେକ ସମାନ ଧରଣର ପ୍ରସଙ୍ଗ ଏଯାବତ ସୁଧରାଯାଇନାହିଁ । ଗତ ବର୍ଷ ନିମ୍ନମାନର ପ୍ରସଙ୍ଗସବୁ ଓ ବିଶେଷ କରି Content Translate ବ୍ୟବହାର କରି ତିଆରି ହୋଇଥିବା ଓ କୌଣସି ସମ୍ପାଦନା କରାଯାଇନଥିବା ପ୍ରସଙ୍ଗସବୁ ଲିଭାଇଦେବା ପାଇଁ ଏକ ଆଲୋଚନାରେ ସ୍ଥିରୀକୃତ ହୋଇଥିଲା । ସେହି ଆଲୋଚନା ଅନୁସାରେ ଉଭୟ ଅଳକନନ୍ଦା ନଦୀICC Men's T20 World Cupରେ ଲିଭାନ୍ତୁ ଟ୍ୟାଗ ପଡ଼ିଛି । ପ୍ରସଙ୍ଗ ଦୁଇଟିର ମାନ ଦୁଇ ସପ୍ତାହ ଭିତରେ ସୁଧରା ନ ଗଲେ ଲିଭାଇଦିଆଯିବ । ମୋ ମତରେ ନୂଆ ପ୍ରସଙ୍ଗ ତିଆରି ନ କରି ଆଗରୁ ତିଆରି କରିଥିବା ପ୍ରସଙ୍ଗରେ ବନାନ ଓ ଅନ୍ୟାନ୍ୟ ଭୁଲ ସୁଧାରିବା ଉପରେ ଧ୍ୟାନ ଦେଲେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ନ ଲିଭାଇ ରଖାଯିବ । ସୁଭ (ଆଳାପ) ୧୦:୪୯, ୨୩ ନଭେମ୍ବର ୨୦୨୧ (IST)Reply

Translation request ସମ୍ପାଦନା

Hello.

Can you translate and upload the articles en:National Museum of History of Azerbaijan and en:National Art Museum of Azerbaijan in Odia Wikipedia?

Yours sincerely, Multituberculata (ମୋ ଆଲୋଚନା) ୧୯:୩୨, ୯ ମଇ ୨୦୨୨ (IST)Reply