ମୁଖ୍ୟ ସୂଚୀ ଦେଖିବେ

ମହାତ୍ମା ଗାନ୍ଧୀ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଭାରତୀୟ ସ୍ୱାଧିନତା ଆନ୍ଦୋଳନର ଜଣେ ନେତା । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜୀ ବୋଲି ଆଦରରେ କୁହାଯାଏ ।

ମହାତ୍ମା ଗାନ୍ଧୀ
Portrait Gandhi.jpg
ଜନ୍ମ ଓ ଜନ୍ମସ୍ଥାନ୨ ଅକ୍ଟୋବର ୧୮୬୯(1869-10-02)
ମୃତ୍ୟୁ୩୦ ଜାନୁଆରୀ ୧୯୪୮ (୭୮ ବର୍ଷ)
ମୃତ୍ୟୁର କାରଣ୩ଟି ଗୁଳିମାଡ଼ରେ ଦେହଛାଡ଼ିଥିଲେ
ସମାଧି  ସ୍ଥଳରାଜ ଘାଟ, ଦିଲ୍ଲୀ, ଭାରତ
ଜାତୀୟତା ଭାରତୀୟ
ଅଲଗା ନାଆଁମହାତ୍ମା ଗାନ୍ଧୀ, ବାପୁ
ଶିକ୍ଷାଓକିଲାତି
ଶିକ୍ଷାନୁଷ୍ଠାନଇଉନିଭରସିଟି କଲେଜ, ଲଣ୍ଡନ,
ଲଣ୍ଡନ ଇଉନିଭରସିଟି
ପ୍ରସିଦ୍ଧିଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା
ଜୀବନସାଥିକସ୍ତୁରବା ଗାନ୍ଧୀ
ସନ୍ତାନହରିଲାଲ ଗାନ୍ଧୀ
ମନୀଲାଲ ଗାନ୍ଧୀ
ରାମଦାସ ଗାନ୍ଧୀ
ଦେବଦାସ ଗାନ୍ଧୀ
ବାପା ବୋଉପୁତିବାଇ ଗାନ୍ଧୀ (ମା)
କରମଚାନ୍ଦ ଗାନ୍ଧୀ (ବାପା)
ଦସ୍ତଖତ
Gandhi signature.svg

ବିଷୟସୂଚୀ

ଓଡ଼ିଶାରେ ଗାନ୍ଧୀସମ୍ପାଦନ କରନ୍ତୁ

ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକସମ୍ପାଦନ କରନ୍ତୁ

ଉତ୍କଳମଣି ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ ।[୧] ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ୱରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ କାଠଯୋଡ଼ି ନଦୀର ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ ପୁରୀରେ ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ ପୁରୀ ଜିଲ୍ଲାର କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।

ଦ୍ୱିତୀୟ ଗସ୍ତ: ୧୯୨୫ ଅଗଷ୍ଟ ୧୯, କଟକସମ୍ପାଦନ କରନ୍ତୁ

ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ତୃତୀୟ ଗସ୍ତ: ୧୯୨୭ ଡିସେମ୍ବର ୨୧, କଟକସମ୍ପାଦନ କରନ୍ତୁ

ତୃତୀୟ ଥର ନିମନ୍ତେ ଓଡ଼ିଶା ପରିଦର୍ଶନରେ ଆସି କଟକଠାରେ ଭାଷାକୋଶବିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଆମନ୍ତ୍ରଣ କ୍ରମେ ତାଙ୍କ ଗୃହରେ କିଛି ସମୟ କଟାଇଥିଲେ । ପ୍ରହରାଜ ମହୋଦୟଙ୍କ ଅଧ୍ୟବସାୟ ତଥା ବ୍ୟକ୍ତିଗତ ପ୍ରଚେଷ୍ଟାରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଭଳି ଏକ ବିରାଟ ଗ୍ରନ୍ଥ-ପ୍ରକଳ୍ପ ସଂକଳନକୁ ଗାନ୍ଧୀଜୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୂର୍ବୋକ୍ତ କୁଷ୍ଠାଶ୍ରମଟି ଦେଖି ଆଶ୍ରମବାସୀଙ୍କୁ ଗୋଟିଏ ସେବତୀଫୁଲ ତୋଡ଼ା ଓ ଏକ ଟୋକେଇପୂର୍ଣ୍ଣ କମଳାଲେମ୍ବୁ ଉପହାର ପ୍ରଦାନ କରିଥିଲେ ।

ଚତୁର୍ଥ ଗସ୍ତ: ୧୯୨୮ସମ୍ପାଦନ କରନ୍ତୁ

୧୯୨୮ର ଦାରୁଣ ବନ୍ୟା ସମୟରେ ଗାନ୍ଧୀଜୀ ଚତୁର୍ଥ ଥର ନିମନ୍ତେ ଓଡ଼ିଶା ଆସିବା ବେଳକୁ ତାଙ୍କର ସହକର୍ମୀ ଗୋପବନ୍ଧୁଙ୍କର ଦେହାନ୍ତ ହୋଇସାରିଥିଲା । ଗୋପବନ୍ଧୁଙ୍କର ନିଃସ୍ୱାର୍ଥ ଜନସେବା, ଦରିଦ୍ର-ନାରାୟଣଙ୍କ ପ୍ରତି ଗଭୀର ସମବେଦନାକୁ ସ୍ମରଣ କରି ସେହି ମହାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ପୂର୍ବକ ଗାନ୍ଧୀଜୀ ତାଙ୍କର ୟଙ୍ଗ ଇଣ୍ଡିଆ ପତ୍ରିକାରେ ବର୍ଣ୍ଣନା କରିଥିଲେ । ବାଲେଶ୍ୱର ଗସ୍ତକାଳରେ ଗାନ୍ଧୀଜୀ ବହୁ ବନ୍ୟାଞ୍ଚଳ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ ।

ପଞ୍ଚମ ଗସ୍ତ: ୧୯୩୪ସମ୍ପାଦନ କରନ୍ତୁ

୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ ।[୨]

 
ମହମ୍ମଦ ଅଲୀ ଜିନ୍ନାଙ୍କ ସ‌ହ ମହାତ୍ମା ଗାନ୍ଧୀ ।

ଗାନ୍ଧୀ:ଜଣା-ଅଜଣା[୩]ସମ୍ପାଦନ କରନ୍ତୁ

  • ନୋବେଲ ଶାନ୍ତି ପୁରସ୍କାର ପାଇଁ ମହାତ୍ମା ଗାନ୍ଧୀଙ୍କୁ ପାଞ୍ଚ ଥର ଚୟନ କରାଯାଇଥିଲା ।
  • ଚାରି ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ ।
  • ଗାନ୍ଧୀଙ୍କ ମରଶରୀରର ଶୋଭାଯାତ୍ରା ଦୀର୍ଘ ୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା ।
  • ସ‌ହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା ।
  • ଜୀବନ‌କାଳରେ ଗାନ୍ଧୀଙ୍କ ହାରାହାରି ଦୈନିକ ପଦ‌ଯାତ୍ରା ଥିଲା ୧୮ କିଲୋମିଟର: ଦୁଇ ଥର ବିଶ୍ୱ ଭ୍ରମଣ ପାଇଁ ଏହା ଯଥେଷ୍ଟ ।
  • ଗାନ୍ଧୀଙ୍କ ନାଁଆରେ ଭାରତରେ ୫୩ଟି ଏବଂ ବିଦେଶରେ ୪୮ଟି ମୂଖ୍ୟ ରାସ୍ତା ଲୋକାର୍ପିତ ।
  • ଗାନ୍ଧୀଙ୍କ ଅସଂଖ୍ୟ ପତ୍ରବନ୍ଧୁଙ୍କ ମଧ୍ୟରେ ଥିଲେ ଟଲଷ୍ଟୟ, ଆଇନଷ୍ଟାଇନ !
  • ଡର୍ବାନ, ପ୍ରିଟୋରିଆ ଓ ଜୋହାନ୍ସବର୍ଗରେ ତିନୋଟି ଫୁଟ୍‌ବଲ୍ କ୍ଲବ ଗଠନରେ ଗାନ୍ଧୀ ଥିଲେ ମୂଖ୍ୟ ପୁରୋଧା ।

ଆଧାରସମ୍ପାଦନ କରନ୍ତୁ

  1. ପ୍ରଫେସର ଅନନ୍ତଚରଣ ସାହୁ, ଗାନ୍ଧିଜୀଙ୍କ ଓଡ଼ିଶା ପରିଦର୍ଶନ ପୃଷ୍ଠଭୂମିରେ ଉତ୍କଳମଣିଙ୍କ ପ୍ରେରଣା, ସମାଜ, ୨ ଅକ୍ଟୋବର ୨୦୧୧, ପୃଷ୍ଠା: ୦୬
  2. ଦ୍ୱିବେଦୀ, ଅଭୟ. "ଗାନ୍ଧୀ ହରିଜନ ପଦଯାତ୍ରା". ଧରିତ୍ରୀ. Retrieved 24 December 2016.
  3. ଗାନ୍ଧୀ:ଜଣା-ଅଜଣା,ସମ୍ବାଦ,ତା୦୨/୦୨/୨୦୧୬,ଭୁବନେଶ୍ୱର,ପୃଷ୍ଠା ୨,ସମ୍ପାଦକ-ସୌମ୍ୟ ରଞ୍ଜନ ପଟ୍ଟନାୟକ,Volume XXXII No.118

ଅଧିକ ତଥ୍ୟସମ୍ପାଦନ କରନ୍ତୁ