ଭଗତ ସିଂହ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଭଗତ ସିଂହ (IPA: [pə̀ɡət̪ sɪ́ŋɡ] (listen) 1907[a]ଙ୍କ ଜନ୍ମଦିନକୁ ନେଇ ବିବାଦ ଦେଖାଦିଏ. ସାଧାରଣତଃ ଧରାଯାଏ ତାଙ୍କର ଜନ୍ମ ପଞ୍ଜାବ ରାଜ୍ୟରେ (ବର୍ତ୍ତମାନ ପାକିସ୍ତାନରେ ଅବସ୍ଥିତ)୨୭[୧] ବା ୨୮[୨] ସେପ୍ଟେମ୍ବର ୧୯୦୭, କେତେଜଣ ବିଶ୍ୱାସ କରନ୍ତି ଯେ ଏହା ୧୯ ଅକ୍ଟୋବର ୧୯୦୭ ଏକ ଶିଖ ପରିବାରରେ ହୋଇଥିଲା । ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ ।

ଭଗତ ସିଂହ
Bhagat Singh 1929.jpg
୧୯୨୯ରେ ପୋଲିସ ପାଖରୁ ଖସିବା ପାଇଁ ଲାହୋରରେ ନିଜ ଚୁଟି କାଟିବା ପରେ ଭଗତ ସିଂହ
ଜନ୍ମ ଓ ଜନ୍ମସ୍ଥାନ୨୭ ବା ୨୮ ସେପ୍ଟେମ୍ବର ୧୯୦୭ [a]
ମୃତ୍ୟୁ୨୩ ମାର୍ଚ୍ଚ ୧୯୩୧(1931-03-23) (ବୟସ ୨୩)
ଲାହୋର, ପଞ୍ଜାବ, ବ୍ରିଟିଶ ଭାରତ (ବର୍ତ୍ତମାନର ଦିନ ପାକିସ୍ତାନ)
ସଙ୍ଗଠନନୌଜବାନ ଭାରତ ସଭା
ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ୍
କୀର୍ତ୍ତି କିଷାନ ପାର୍ଟି
ଆନ୍ଦୋଳନଭାରତର ସ୍ୱାଧୀନତା ଆନ୍ଦୋଳନ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଭଗତ ସିଂହ କିଷନ ସିଂହ ଏବଂ ବିଦ୍ୟାବତୀଙ୍କର ଔରସରୁ ଜନ୍ମ ନେଇଥିବା ଦ୍ୱିତୀୟ ସନ୍ତାନ ଥିଲେ । ତାଙ୍କର ଜନ୍ମ ବେଳେ ତାଙ୍କର ବାପା ରାଜନୈତକ କାରଣରୁ କାରାଗାରରେ ଥିଲେ ।[୩] ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମ ବିଷୟରେ ଭଲଭାବରେ ଜ୍ଞାତ ହୋଇସାରିଥିଲେ । ୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା ସେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ଦେଖିବାକୁ ଯାଇଥିଲେ ।

ତାଙ୍କର ପିତା କିଷନ, ମହାତ୍ମା ଗାନ୍ଧୀଙ୍କର ସମର୍ଥନବାଦୀ ଥିଲେ । ଯେବେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡିବା ନିମିତ୍ତ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ ଲାହୋର (ଯେଉଁଠାରେ ସେ ଇଉରୋପରେ ହୋଇଥିବା ସଂଗ୍ରାମ ବିଷୟରେ ପଢୁଥିଲେ) ପରିତ୍ୟାଗ କରିଦେଇଥିଲେ ।[୩] ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବବୋଲି ବିଶ୍ୱାସ ରଖିଥିଲେ ।

ଯୌବନ ସମୟସମ୍ପାଦନ କରନ୍ତୁ

୧୯୨୬ ମସିହା ମାର୍ଚ୍ଚ ମାସରେ ଭଗତ ସିଂହ ନବ ଯୌବନ ଭାରତ ସଭା ନାମକ ଏକ ସଂସ୍ଥା ସ୍ଥାପନ କରିଥିଲେ ।[୪] ପରେ ସେ ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନରେ ଅଂଶଗ୍ରହଣ କରିଥିଲେ । ଗୋଟିଏ ବର୍ଷପରେ ତାଙ୍କର ପିତାମାତା ତାଙ୍କର ବାହାଘର କରାଇବାକୁ ଚାଁହୁଥିଲେ, ହେଲେ ସେ ଘର ଛାଡି ପଳାଇଥିଲେ ଏବଂ ପଛରେ ଏକ ଚିଠି ଛାଡି ଦେଇଥିଲେ । ସେଥିରେ ଏହା ଲେଖା ହୋଇଥିଲା ।

"ମୋର ଜୀବନକୁ ମୁଁ ଏକ ମହାନତମ କାମରେ ଉତ୍ସର୍ଗ କରିସାରିଛି, ତାହା ହେଉଛି ଦେଶର ସ୍ୱାଧୀନତା । ସେଥିପାଇଁ କୌଣସି ଇଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନାହିଁ ।..."[୫]

ମଇ ମାସ ୧୯୨୭ ମସିହାରେ ତାଙ୍କୁ ପୋଲିସ ପ୍ରଥମଥର ବନ୍ଦୀକରି ନେଇଯାଇଥିଲା ।

ସଂଗ୍ରାମୀ ଜୀବନସମ୍ପାଦନ କରନ୍ତୁ

ଲାଲା ଲଜପତ ରାୟଙ୍କ ମୃତ୍ୟୁ ଏବଂ ସନ୍ଦର୍ଶଙ୍କ ହତ୍ୟାସମ୍ପାଦନ କରନ୍ତୁ

୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଦଳକୁ ଭାରତ ପଠାଇଥିଲେ । କେତେକ ରାଜନୈତିକ ଦଳଗୁଡିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ । ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା । ୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ପୋଲିସ ସୁପରିଟେଣ୍ଡେଣ୍ଟ ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ୧୭ ନଭେମ୍ବର ୧୯୨୮ରେ ଲାଲାଜୀ ହୃଦଘାତ ଯୋଗୁଁ ପରଲୋକ ଗମନ କରିଥିଲେ । ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା ।

ଭଗତ ସିଂହ ଲାଲାଜୀ ଥିବା ଏହି ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ଜଣେ ପ୍ରମୁଖ ସଦସ୍ୟ ଥିଲେ ଏବଂ ବିଶ୍ୱାସ କରାଯାଏକି ଏହାର ନାମ ପରିବର୍ତ୍ତନରେ (ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ନାମ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ହୋଇଥିଲା ) ତାଙ୍କର ହାତ ଅଛି । ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା । ଭଗତ ସିଂହ ଶିଭରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ବନ୍ଦୋବସ୍ଥ କଲେ । କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ । ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା । ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ ।

ଖସିଯିବାସମ୍ପାଦନ କରନ୍ତୁ

ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ । ଚରଣ ସିଂହ, ଯିଏ ସେମାନଙ୍କର ପିଛା କରୁଥିଲେ, ଚନ୍ଦ୍ରଶେଖର ଆଜାଦଙ୍କର ଗୁଳିରେ ଗୁରୁତର ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ବିରାଟ ଖୋଜିବା ଦଳ ଗଠନ କରିଥିଲା । ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର (ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସଦସ୍ୟ ) ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାଯ୍ୟ ଲୋଡ଼ିଲେ । ସେମାନେ ପରଦିନ ଭୋରୁ ଭୋରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ ।

ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳିଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ । ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ, ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ । ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ, ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ । ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ । କାନପୁରରେ ଓଲ୍ହାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ । କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି । ଲକ୍ଷ୍ନୋରେ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ, ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ । ସିଂହଙ୍କ ଛଡ଼ା ବାକି ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଗଲେ ।[୬]

ମୃତ୍ୟୁସମ୍ପାଦନ କରନ୍ତୁ

୭ ଅକ୍ଟୋବର ୧୯୩୦ ମସିହାରେ ବ୍ରିଟିଶ ସରକାର ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁଙ୍କୁ ସନ୍ଦର୍ଶଙ୍କ ହତ୍ୟା ଅଭିଯୋଗରେ ଫାଶୀ ଦଣ୍ଡ ଦେଇଥିଲେ । ୨୩ ମାର୍ଚ୍ଚ ୧୯୩୧ରେ ଦେଶ ପାଇଁ ଲଢ଼ି ମାତ୍ର ୨୩ ବର୍ଷ ବୟସରେ ହସି ହସି ଫାଶୀ ଖୁଣ୍ଟିରେ ଝୁଲିପଡିଲେ ।

ଆଦର୍ଶ ଏବଂ ବିଚାରଧାରାସମ୍ପାଦନ କରନ୍ତୁ

ଭଗତ ସିଂହଙ୍କର ଆଦର୍ଶ ଥିଲେ କର୍ତ୍ତାର ସିଂହ ସରାଭା, ଯିଏକି ଗର୍ଦାର ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ବିପ୍ଳବବାଦ ଏବଂ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ଥିଲେ । ସେ ବହୁମାତ୍ରାରେ ପୁସ୍ତକ ପଢୁଥିଲେ । ସେ ହିନ୍ଦୁ-ମୁସଲମାନ ଭେଦଭାବ ଦେଖି ଧର୍ମ ଉପରେ ଆଙ୍ଗୁଠି ଉଠାଇଥିଲେ । ପରେ ସେ ନାସ୍ତିବାଦ ଉପରେ ବିଶ୍ୱାସ କରୁଥିଲେ । ସେ ବିଶ୍ୱାସ ରଖୁଥିଲେ କି ଗୋଟିଏ ମନୁଷ୍ୟ ବା ଲକ୍ଷ୍ୟ ଲକ୍ଷ୍ୟ ମନୁଷ୍ୟଙ୍କୁ ମାରିଦେବା ସହଜ କିନ୍ତୁ ଏକ ଚିନ୍ତାଧାରା ବା ବିଚାରକୁ ମାରିବା ଅସମ୍ଭବ ।

ଆଧୁନିକ ଭାରତସମ୍ପାଦନ କରନ୍ତୁ

ଭାରତର ଯୁବ ପିଢ଼ି ଆଜି ମଧ୍ୟ ଭଗତ ସିଂହଙ୍କଠାରୁ ଅନେକ ପ୍ରେରଣା ଲାଭ କରନ୍ତି । ସେ ୨୦୦୮ରେ ଇଣ୍ଡିଆ ଟୁଡେ ମାଗାଜିନଦ୍ୱାରା ହୋଇଥିବା ମାତାମତରେ "ଶ୍ରେଷ୍ଠ ଭାରତୀୟ" ଉପାଧି ଦୌଡରେ ସୁଭାଷ ଚନ୍ଦ୍ର ବୋଷ ଏବଂ ମହାତ୍ମା ଗାନ୍ଧୀଙ୍କୁ ପଛରେ ପକାଇ ଦେଇଥିଲେ ।[୭] ଅନେକ ଗୁଡିଏ ଚଳଚ୍ଚିତ୍ର ସିଂହଙ୍କ ଉପରେ ହୋଇସାରିଛି ।

ଆଧାରସମ୍ପାଦନ କରନ୍ତୁ

  1. "Bhagat Singh". Encyclopedia Britannica. Archived from the original on 30 September 2015.
  2. "Bhagat Singh's sister passes away on his 107th birthday". The Times of India. Archived from the original on 30 September 2015.
  3. ୩.୦ ୩.୧ https://www.biography.com/people/bhagat-singh
  4. http://www.isca.in/IJSS/Archive/v3/i2/8.ISCA-IRJSS-2013-193.pdf
  5. https://web.archive.org/web/20150930145024/http://www.tribuneindia.com/2011/20110323/main6.htm
  6. https://books.google.co.in/books?id=PEwJQ6_eTEUC&redir_esc=y
  7. https://web.archive.org/web/20151001152706/http://indiatoday.intoday.in/story/60%2Bgreatest%2BIndians/1/6964.html
  1. ୧.୦ ୧.୧ ଭଗତ ସିଂହ