ଦି ଇଣ୍ଡିଆନ ଏକ୍ସପ୍ରେସ

ଇଂରାଜୀ ଖବର କାଗଜ
(The Indian Expressରୁ ଲେଉଟି ଆସିଛି)

ଦି ଇଣ୍ଡିଆନ ଏକ୍ସପ୍ରେସ ଇଂରାଜୀ ଭାଷାରେ ପ୍ରକାଶିତ ହେଉଥିବା ଏକ ଭାରତୀୟ ଦୈନିକ ଖବରକାଗଜ, ଯାହାକି ୧୯୩୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ଏବେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ‌ଦ୍ୱାରା ମୁମ୍ବାଇରୁ ପ୍ରକାଶିତ ହେଉଛି । ୧୯୯୧ ମସିହାରେ ଏହାର ସଂସ୍ଥାପକ ରାମନଥ ଗୋଏଙ୍କାଙ୍କ ମୃତ୍ୟୁ ପରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା ଏବଂ ୧୯୯୯ ମସିହାରୁ ଉତ୍ତର ଭାରତର ସଂସ୍କରଣ ଦି ଇଣ୍ଡିଆନ୍ ଏକ୍ସପ୍ରେସ ଭାବରେ ରହିଲା ଏବଂ ଦକ୍ଷିଣ ଭାରତରେ ପ୍ରକାଶିତ ହେଉଥିବା ସଂସ୍କରଣ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଭାରେ ନାମିତ କରାଯାଇଥିଲା ।[୨]

ଦି ଇଣ୍ଡିଆନ ଏକ୍ସପ୍ରେସ
Journalism of Courage
ପ୍ରକାରଦୈନିକ ଖବରକାଗଜ
Formatବ୍ରଡ୍‌ସିଟ୍
ମାଲିକଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍
ପ୍ରକାଶକଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍
ମୁଖ୍ୟ ସମ୍ପାଦକରାଜକୁମାର ଝା[୧]
ପ୍ରତିଷ୍ଠିତ1932; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (1932)
ଭାଷାଇଂରାଜୀ
ମୁଖ୍ୟାଳୟବି୧/ବି, ଏକ୍ସପ୍ରେସ୍ ବିଲ୍ଡିଂ, ସେକ୍ଟର ୧୦, ନୋଇଡ଼ା, ଉତ୍ତର ପ୍ରଦେଶ, ଭାରତ
Sister newspapers
ଓ. ସି. ଏଲ. ସି. ନମ୍ବର୭୦୨୭୪୫୪୧
ୱେବସାଇଟindianexpress.com

ଇତିହାସ ସମ୍ପାଦନା

୧୯୩୨ ମସିହାରେ ଚେନ୍ନାଇରେ ଆୟୁର୍ବେଦିକ ଡାକ୍ତର ପି. ଭରଦରଜୁଲୁ ନାଇଡ଼ୁଙ୍କଦ୍ୱାରା ଇଣ୍ଡିଆନ୍ ଏକ୍ସପ୍ରେସ ଆରମ୍ଭ ହୋଇଥିଲା, ଯାହା ତାଙ୍କ ତାମିଲ ନାଡୁ ପ୍ରେସଦ୍ୱାରା ପ୍ରକାଶିତ ହୋଇଥିଲା । ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ସେ ଖବରକାଗଜକୁ ଜାତୀୟ ଖବର ଏଜେନ୍ସି ଦି ଫ୍ରି ପ୍ରେସ ଜର୍ଣ୍ଣାଲର ପ୍ରତିଷ୍ଠାତା ଏସ୍. ସଦାନନ୍ଦଙ୍କୁ ବିକ୍ରି କରି ଦେଇଥିଲେ । ୧୯୩୩ ମସିହାରେ, ଇଣ୍ଡିଆନ୍ ଏକ୍ସପ୍ରେସ୍ ମଦୁରାଇରେ ଏହାର ଦ୍ୱିତୀୟ କାର୍ଯ୍ୟାଳୟ ଖୋଲିଥିଲା, ଯେଉଁଠାରୁ ଦିନମଣି ନାମକ ଅନ୍ୟ ଏକ ତାମିଲ ଖବରକାଗଜ ପ୍ରକାଶ ପାଇବା ଆରମ୍ଭ ହୋଇଥିଲା । ସଦାନନ୍ଦ ଉଭୟ ଇଂରାଜୀ ଏବଂ ତାମିଲ ସଂସ୍କରଣ ପାଇଁ ଅନେକ କିଛି ପରିବର୍ତ୍ତନ କରିଥିଲେ ଏବଂ ଖବରକାଗଜର ମୂଲ୍ୟ ହ୍ରାସ କରିଥିଲେ, କିନ୍ତୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇ ସେ ନିଜ ଅଂଶର ଏକ ଭାଗ ରାମନାଥ ଗୋଏଙ୍କାକୁ ବିକ୍ରି କରି ଋଣ ପରିଶୋଧ କରିଥିଲେ । ୧୯୩୫ ମସିହାରେ, ଯେତେବେଳେ ଫ୍ରି ପ୍ରେସ୍ ଜର୍ଣ୍ଣାଲ୍ ଶେଷରେ ଭୁଶୁଡ଼ି ପଡ଼ିଲା ଏବଂ ଗୋଏଙ୍କାଙ୍କ ସହ ଦୀର୍ଘ ଦିନର ଯୁଦ୍ଧ ପରେ ସଦାନନ୍ଦ ଇଣ୍ଡିଆନ୍ ଏକ୍ସପ୍ରେସର ମାଲିକାନା ହରାଇଲେ ।[୩] ଏହାପରେ ୧୯୩୯ ମସିହାରେ ଗୋଏଙ୍କା ତେଲୁଗୁ ଭାଷାରେ ପ୍ରକାଶିତ ହେଉଥିବା ଏକ ଦୈନିକ ଖବରକାଗଜ ଆନ୍ଧ୍ର ପ୍ରଭା କିଣିଥିଲେ ।

ଆଧାର ସମ୍ପାଦନା

  1. "Express Group Editorial". The Indian Express. Retrieved 21 September 2020.
  2. ARUN KATIYAR (March 31, 1995). "Rs 220 crore Indian Express group of late media baron Ramnath Goenka splits". India Today (in ଇଂରାଜୀ). Retrieved 2020-12-18.
  3. Kaminsky, Arnold (30 September 2011). India Today- an encyclopedia of life in the republic. p. 340. ISBN 9780313374623.

ବାହାର ଲିଙ୍କ୍ ସମ୍ପାଦନା