ହରିଲାଲ ଗାନ୍ଧୀ
ହରିଲାଲ ମୋହନଦାସ ଗାନ୍ଧୀ (ଅନ୍ୟନାମ ଅବଦୁଲ୍ଲା ଗାନ୍ଧୀ; ୨୩ ଅଗଷ୍ଟ ୧୮୮୮ – ୧୮ ଜୁନ ୧୯୪୮)[୧] ମହାତ୍ମା ଗାନ୍ଧୀ ଏବଂ କସ୍ତୁରବା ଗାନ୍ଧୀଙ୍କ ଜ୍ୟେଷ୍ଠ ପୁତ୍ର ।[୨] ତାଙ୍କର ତିନି ସାନ ଭାଇ ଥିଲେ: ମଣିଲାଲ ଗାନ୍ଧୀ, ରାମଦାସ ଗାନ୍ଧୀ ଏବଂ ଦେବଦାସ ଗାନ୍ଧୀ ।
ହରିଲାଲ ଗାନ୍ଧୀ | |
---|---|
ଜନ୍ମ | ହୀରାଲାଲ ମୋହନଦାସ ଗାନ୍ଧୀ (ପରେ, ଅବଦୁଲ୍ଲ ଏବଂ ପରେ ହରିଲାଲ ଗାନ୍ଧୀ) ୨୩ ଅଗଷ୍ଟ ୧୮୮୮ |
ମୃତ୍ୟୁ | ୧୮ ଜୁନ ୧୯୪୮ | (ବୟସ ୫୯)
ଅନ୍ୟ ନାମ | ହୀରାଲାଲ ଗାନ୍ଧୀ |
ବୈବାହିକ-ସାଥୀ | ଗୁଲାବ ଗାନ୍ଧୀ |
ସନ୍ତାନ | ୫
|
ପିତାମାତାs |
|
ପ୍ରାରମ୍ଭିକ ଜୀବନ
ସମ୍ପାଦନାହରିଲାଲ ୧୮୮୮ ମସିହାର ଅଗଷ୍ଟ ୨୩ ତାରିଖରେ, ମହାତ୍ମା ଗାନ୍ଧୀଙ୍କର ଉଚ୍ଚ ଶିକ୍ଷା ପାଇଁ ଇଂଲଣ୍ଡ ଯିବା ପୂର୍ବରୁ ଜନ୍ମଗ୍ରହଣ କରିଥିଲେ ।[୩] ହରିଲାଲ ତାଙ୍କ ମାଆଙ୍କ ସହିତ ଭାରତରେ ରହିଥିଲେ ।
ହରିଲାଲ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାବରେ ଜଡ଼ିତ ଥିଲେ ଏବଂ ୧୯୦୮ ମସିହାରୁ ୧୯୧୧ ମଧ୍ୟରେ ଛଅ ଥର ସତ୍ୟଗ୍ରାହୀ ଭାବରେ କାରାବାରଣ କରିଥିଲେ ।[୪] ସେ ମାହାତ୍ମା ଗାନ୍ଧୀଙ୍କ ସହିତ ଦକ୍ଷିଣ ଆଫ୍ରିକାରେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଥିଲେ ।
ତାଙ୍କ ପିତାଙ୍କ ପରି ଜଣେ ବାରିଷ୍ଟର ହେବାକୁ ସେ ମଧ୍ୟ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯିବାକୁ ଚାହୁଁଥିଲେ । ତାଙ୍କ ପିତା କିନ୍ତୁ ଏହାକୁ ଦୃଢ଼ ଭାବରେ ବିରୋଧ କରିଥିଲେ, କାରଣ ଇଂଲଣ୍ଡରୁ ପଢ଼ି ବ୍ରିଟିଶ ଶାସନାଧୀନ ଭାରତରେ ବ୍ରିଟିଶ ବିରୁଦ୍ଧରେ ଲଢ଼ିବା ସମ୍ଭବପର ନଥିଲା । ଫଳରେ ବାପ ପୁଅଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା ।[୫] ଶେଷରେ ତାଙ୍କ ପିତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ବିଦ୍ରୋହ କରି ୧୯୧୧ ମସିହାରେ ସେ ସମସ୍ତ ପାରିବାରିକ ସମ୍ପର୍କ ତ୍ୟାଗ କରିଥିଲେ ।
୧୯୦୬ ମସିହାରେ[୬] ସେ ଗୁଲାବ ଗାନ୍ଧୀଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ତାଙ୍କର ପାଞ୍ଚଜଣ ସନ୍ତାନ ଥିଲେ; ଦୁଇ ଝିଅ, ରାନୀ ଏବଂ ମନୁ ଏବଂ ତିନି ପୁଅ, କାନ୍ତିଲାଲ, ରସିକଲାଲ ଏବଂ ଶାନ୍ତିଲାଲ । ରସିକଲାଲ ଏବଂ ଶାନ୍ତିଲାଲ ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିଲେ । ୧୯୧୮ ମସିହାରେ ସ୍ପାନିଷ ଫ୍ଲୁ ଆକ୍ରମଣ ସମୟରେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ହରିଲାଲ ତାଙ୍କ ପିଲାମାନଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ତାଙ୍କ ପତ୍ନୀଙ୍କ ଭଉଣୀ କୁମି ଅଦାଲାଜାଙ୍କୁ ବିବାହ କରିବାକୁ ଚିନ୍ତା କରିଥିଲେ, ଯିଏକି ଏକ ବିଧବା ଥିଲେ, ତଥାପି ଏଥିରେ ସେ ସଫଳ ହୋଇପାରିନଥିଲେ । ଏହାଦ୍ୱାରା ସେ ଅବସାଦଗ୍ରସ୍ତ ହୋଇଥିଲେ ଏବଂ ମଦ୍ୟପାନ କରିବା ଆରମ୍ଭ କରିଥିଲେ ।
୧୯୨୫ ମସିହାରେ କଲିକତାର ଏକ ସଂସ୍ଥା ଅଲ ଇଣ୍ଡିଆ ଷ୍ଟୋରସର ଜଣେ ନିବେଶକ ମହାତ୍ମା ଗାନ୍ଧୀଙ୍କୁ ହରିଲାଲଙ୍କ ବିଷୟରେ ଏକ ଆଇନଗତ ନୋଟିସ୍ ପଠେଇଥିଲେ, ଯାହାର ଉତ୍ତରରେ ଗାନ୍ଧୀଜୀ କହିଥିଲେ କି 'ହରିଲାଲ ପ୍ରକୃତରେ ତାଙ୍କ ପୁଅ ଥିଲେ କିନ୍ତୁ ଉଭୟଙ୍କର ଆଦର୍ଶ ଭିନ୍ନ ଓ ସେ ୧୯୧୫ ମସିହାରୁ ଅଲଗା ରହୁଛନ୍ତି ।[୭]
ସେ ୧୯୪୭ ମସିହା ପର୍ଯ୍ୟନ୍ତ ଜଣାଶୁଣା ଲୋକଙ୍କ ଜରିଆରେ ତାଙ୍କ ପିତାଙ୍କ ସହ ଯୋଗାଯୋଗରେ ଥିଲେ ।[୮]
ହରିଲାଲ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ଖରାପ ସ୍ୱାସ୍ଥ୍ୟ ଅବସ୍ଥା ଯୋଗୁଁ ତାଙ୍କୁ ଲୋକମାନେ ଚିହ୍ନିପାରିନଥିଲେ । ଫଳରେ ବଡ଼ ପୁଅର ଉପସ୍ଥିତ ସତ୍ତ୍ୱେ ଅନ୍ତେଷ୍ଟି କ୍ରିୟା ତାଙ୍କ ସାନଭାଇ ରାମଦାସ ଗାନ୍ଧୀ ଓ ଦେବଦାସ ଗାନ୍ଧୀ ସମ୍ପନ୍ନ କରିଥିଲେ ।
ଧର୍ମ ପରିବର୍ତ୍ତନ
ସମ୍ପାଦନାମଇ ୧୯୩୬ରେ, ୪୮ ବର୍ଷ ବୟସରେ ହରିଲାଲ ଇସଲାମ ଧର୍ମ ଗ୍ରହଣ କରିଥିଲେ ଏବଂ ନିଜ ନାମ ପରିବର୍ତ୍ତନ କରି ଅବଦୁଲ୍ଲା ଗାନ୍ଧୀ ରଖିଥିଲେ ।[୯] ଅବଶ୍ୟ, ୧୯୩୬ ମସିହାରେ, ତାଙ୍କ ମାଆ କସ୍ତୁରବା ଗାନ୍ଧୀ ତାଙ୍କୁ ହିନ୍ଦୁ ଧର୍ମକୁ ଫେରିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ସେ ତାହା କରିନଥିଲେ । ଶେଷରେ ଉଭୟ ପିତା ଏବଂ ମାତାଙ୍କ ନିରନ୍ତର ଅନୁରୋଧ ପରେ ହରିଲାଲ ପୁଣି ଥରେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।
ଗାନ୍ଧୀଙ୍କ ଚିଠି
ସମ୍ପାଦନାଜୁନ ୧୯୩୫ରେ ମହାତ୍ମା ଗାନ୍ଧୀ ହରିଲାଲଙ୍କୁ ଏକ ଚିଠି ଲେଖିଥିଲେ,[୧୦] ଯେଉଁଥିରେ ସେ ତାଙ୍କ ମଦ୍ୟପାନ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଚିଠିରେ ମହାତ୍ମା ଗାନ୍ଧୀ ଲେଖିଥିଲେ କି, ଏକ ସ୍ୱାଧୀନ ଭାରତ ଗଠନ ପାଇଁ ସଂଗ୍ରାମ ଅପେକ୍ଷା ହରିଲାଲଙ୍କ ସମସ୍ୟା ତାଙ୍କ ପାଇଁ ଅଧିକ କଷ୍ଟସାଧ୍ୟ ଥିଲା ।[୧୧]
ମୃତ୍ୟୁ
ସମ୍ପାଦନାଗାନ୍ଧୀଜୀଙ୍କ ମୃତ୍ୟୁର ଚାରି ମାସ ପରେ ହରିଲାଲଙ୍କର ମୃତ୍ୟୁ ହୋଇଥିଲା । ୧୮ ଜୁନ ୧୯୪୮ରେ, ମୁମ୍ବାଇର ଏକ ମ୍ୟୁନିସିପାଲିଟି ହସ୍ପିଟାଲରେ (ବର୍ତ୍ତମାନ ସେୱ୍ରି ଟିବି ହସ୍ପିଟାଲ) ୫୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । କମାଠିପୁରାଠାରେ ସେ ଅଚାନକ ଚେତା ହରେଇବାରୁ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ବୋଲି ତାଙ୍କ ମୃତ୍ୟୁ ପ୍ରମାଣପତ୍ରରୁ ଜଣାପଡ଼ିଥିଲା ।[୧୨] ଡାକ୍ତରାଖାନାରେ ସେ ଗାନ୍ଧୀଜୀଙ୍କର ପୁଅ ବୋଲି ନିଜର ପରିଚୟ ଦେଇନଥିଲେ, ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ ।[୧୩]ଛାଞ୍ଚ:Gandhi
ଅଧିକ ପଢ଼ନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Gandhi, Rajmohan (2006) p 376
- ↑ Gandhi Family Tree
- ↑ "The Collected Works of Mahatma Gandhi". www.gandhiservefoundation.org. Gandhiserve foundation (Berlin). Archived from the original on 6 March 2019. Retrieved 4 March 2019.
- ↑ Gandhi, Rajmohan (August 2015). Gandhi : the man, his people and the empire. ISBN 9781910376263. OCLC 936199613.
- ↑ "The Mahatma and his son". The Hindu (in Indian English). 22 July 2007. ISSN 0971-751X. Retrieved 6 August 2016.
- ↑ Desai, Sukrat (2 May 2015). "Mahatma Gandhi opposed son marrying young". Times of India. Retrieved 3 April 2019.
- ↑ Guha, Ramchandra (2018). Gandhi: The Years That Changed the World. Penguin Allen Lane. p. 233. ISBN 978-0670083886.
- ↑ Gandhi, Tushar. "The truth behind news report suggesting Mahatma Gandhi accused his son Harilal of raping his own daughter: Tushar Gandhi's open letter to media". DNA. Retrieved 4 March 2019.
- ↑ Gandhi, Rajmohan (2006), pp374
- ↑ "The Tribune, Chandigarh, India - Main News". www.tribuneindia.com.
- ↑ "Gandhi three autograph letters signed to his son". Mullock's Auctions. Retrieved 19 September 2016.
- ↑ Mishra, Lata. "OLD HOSPITAL RECORDS REVEAL LONELY DEATH OF GANDHI'S SON". Mumbai Mirror. Retrieved 5 February 2017.
- ↑ Mishra, Lata (15 December 2012). "Old hospital records reveal lonely death of Gandhi's son". Mumbai Mirror. Retrieved 3 April 2019.
- ↑ "Vedams eBooks". www.vedamsbooks.com.
- ↑ "The Prodigal Who Didn't Return". Retrieved 6 August 2016.
ବାହାର ଆଧାର
ସମ୍ପାଦନାମହାତ୍ମା ଗାନ୍ଧୀଙ୍କ ପରିବାର | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
|