ଜବାହରଲାଲ ନେହେରୁ
ଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲାହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି । ସେ ତାଙ୍କର ସ୍ନାତକ ତ୍ରିନିତୀ ମହାବିଦ୍ୟାଳୟ ,କେମ୍ବ୍ରିଜରେ ସାରିଥିଲେ । ଭାରତରେ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ୧୯୬୪ ମସିହା ମଇ ମାସ ୨୭ତାରିଖରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଜବାହରଲାଲ ନେହେରୁ | |
---|---|
![]() | |
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧୫ ଅଗଷ୍ଟ ୧୯୪୭ – ୨୭ ମଇ ୧୯୬୪ | |
Monarch | କିଙ୍ଗ ଜର୍ଜ ୬ (୨୬ ଜାନୁଆରୀ ୧୯୫୦) |
ରାଷ୍ଟ୍ରପତି | ରାଜେନ୍ଦ୍ର ପ୍ରସାଦ ଓ ସର୍ବପଲ୍ଲୀ ରାଧାକୃଷ୍ଣନ |
Governor-General | Louis Mountbatten ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ |
ପୂର୍ବ ଅଧିକାରୀ | ପଦଟିଏ ତିଆରି କରାଯାଇଥିଲା |
ପର ଅଧିକାରୀ | ଗୁଲାଜରିଲାଲ ନନ୍ଦା |
ବୈଦେଶିକ ବ୍ୟାପାର ମନ୍ତ୍ରୀ | |
କାର୍ଯ୍ୟକାଳ ୧୫ ଅଗଷ୍ଟ୧୯୪୭ – ୨୭ ମଇ ୧୯୬୪ | |
ପୂର୍ବ ଅଧିକାରୀ | ପଦଟିଏ ତିଆରି କରାଯାଇଥିଲା |
ପର ଅଧିକାରୀ | ଗୁଲାଜରିଲାଲ ନନ୍ଦା |
ଅର୍ଥମନ୍ତ୍ରି | |
କାର୍ଯ୍ୟକାଳ ୮ ଅକ୍ଟୋବର ୧୯୫୮ – ୧୭ ନଭେମ୍ବର ୧୯୫୯ | |
ପୂର୍ବ ଅଧିକାରୀ | ଟି. ଟି. କୃଷ୍ଣମଚାରି |
ପର ଅଧିକାରୀ | ମୋରାରଜି ଦେଶାଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ନଭେମ୍ବର ୧୮୮୯ ଆଲାହାବାଦ, United Provinces, ବ୍ରିଟିଶ ରାଜ |
ମୃତ୍ୟୁ | ୨୭ ମଇ ୧୯୬୪ (ବୟସ ୭୪') ଦିଲ୍ଲୀ, ଭାରତ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କମଳା ନେହରୁ |
ସନ୍ତାନ | ଇନ୍ଦିରା ଗାନ୍ଧୀ |
ଶିକ୍ଷାନୁଷ୍ଠାନ | ଟ୍ରିନିଟି କଲେଜ, କେମ୍ବ୍ରିଜ |
ପେଷା | ବାରିଷ୍ଟର |
ସନ୍ତକ | ![]() |
ପିଲାଦିନ
ସମ୍ପାଦନାଜବାହରଲାଲ ନେହେରୁ ଉତ୍ତର ପ୍ରଦେଶର ଆଲାହାବାଦ ସହରରେ ଏକ କଶ୍ମିରୀ ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ(୧୮୬୧-୧୯୩୧) । ସେ ଜଣେ ଧନଶାଳୀ ବାରିଷ୍ଟର ଥିଲେ, ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ମାତାଙ୍କ ନାମ ସ୍ୱରୂପରାଣୀ(୧୮୬୮-୧୯୩୮) ଥିଲା । ଜବାହରଲାଲ ନେହେରୁଙ୍କର ଦୁଇ ଭଉଣୀ ଥିଲେ । ବିଜୟ ଲକ୍ଷ୍ମୀ ତାଙ୍କର ବଡ଼ ଭଉଣୀ ଥିଲେ,ସେ ମିଳିତ ଜାତିସଂଘ ସାଧାରଣ ପରିଷଦର ପ୍ରଥମ ମହିଳା ସଭାପତି ଥିଲେ । କ୍ରୀଷ୍ଣା ହୂଥୀସିଙ୍ଗ ତାଙ୍କର ଆଉଜଣେ ଭଉଣୀ ଥିଲେ । ସେ ଜଣେ ପୁସ୍ତକ ଲେଖିକା ଥିଲେ ।
ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ ।୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି Inns of Court School of Law (Inner Temple)ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଓକିଲାତି କରିଥିଲେ ।
ଭାରତ ସ୍ୱାଧୀନତା ପାଇଁ ସଂଘର୍ଷ (୧୯୧୨-୧୯୪୭)
ସମ୍ପାଦନାଅସହଯୋଗ ଆନ୍ଦୋଳନ
ସମ୍ପାଦନାସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହୋଇଥିଲେ। ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟଣା ପରେ ଅସହଯୋଗ ଆନ୍ଦୋଳନର ସମାପ୍ତି ଘଟିଥିଲା ।
ପ୍ରଧାନମନ୍ତ୍ରୀ ଭାବେ
ସମ୍ପାଦନାସନ ୧୯୪୭ରେ ଭାରତ ସ୍ୱାଧୀନ ହେବାପରେ, ଯେତେବେଳେ ଭବିଷ୍ୟତ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କଂଗ୍ରେସରେ ଭୋଟ ହୋଇଥିଲା, ସେତେବେଳେ ସରଦାର ପଟେଲ ସବୁଠୁ ଅଧିକ ମତ ପାଇଥିଲେ । ଏହାପରେ, ଦ୍ଵିତୀୟ ସର୍ବାଧିକ ମତ ଆଚାର୍ଯ୍ୟ କୃପାଳିନୀଙ୍କୁ ମିଳିଥିଲା । କିନ୍ତୁ ଗାନ୍ଧୀଜୀଙ୍କ କହିବାନୁସାରେ, ସରଦାର ପଟେଲ ଏବଂ ଆଚାର୍ଯ୍ୟ କୃପାଳିନୀ ନିଜ ନାମ ପ୍ରତ୍ୟାହାର କରିଥିଲେ ଏବଂ ଜବାହରଲାଲ ନେହେରୁଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରାଯାଇଥିଲା ।
ନେହେରୁ 16 ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କଲେ, ପ୍ରଥମେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ୧୯୪୭ରୁ ଭାରତୀୟ ଡୋମିନିଅନର ପ୍ରଧାନମନ୍ତ୍ରୀ ଭାବେ ଏବଂ ଏହାପରେ ୧୯୫୦ରୁ ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଭାବେ।
୧୯୪୭ରେ ସେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ । ଅଂଗ୍ରେଜମାନେ ପ୍ରାୟ ୫୦୦ଟି ଦେଶୀୟ ରାଜ୍ୟକୁ ଏହାସହ ସ୍ଵାଧୀନ କରିଥିଲେ ଏବଂ ସେତିକିବେଳେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା, ସେମାନଙ୍କୁ ଗୋଟିଏ ଶାସନ ଅଧିନକୁ ଆଣିବା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ପୁନର୍ଗଠନ ପଥରେ ଉପସ୍ଥିତ ସମସ୍ତ ଚ୍ୟାଲେଞ୍ଜକୁ ବୁଦ୍ଧିମତାର ସହିତ ସମାଧାନ କରିଥିଲେ ।[୨]
ଆଧାର
ସମ୍ପାଦନା- ↑ "Shri Jawaharlal Nehru | Prime Minister of India". www.pmindia.gov.in (in ଇଂରାଜୀ). Retrieved 2024-12-24.
- ↑ "How Sardar Vallabhbhai Patel, V P Menon and Mountbatten unified India". The Indian Express (in ଇଂରାଜୀ). 2022-12-15. Retrieved 2025-03-13.
ଅଧିକ ତଥ୍ୟ
ସମ୍ପାଦନାJawaharlal Nehru ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Lord Mountbatten's daughter recalls Nehru Archived 2011-02-02 at the Wayback Machine.
- Jawahar Lal Nehru's Biography[permanent dead link]
- Jawaharlal Nehru University
- Nehru biography at Harappa.com
- India Today's profile of Nehru Archived 2015-11-03 at the Wayback Machine.
- Nehru's legacy to India Archived 2011-07-28 at Archive.is
- Nehru on Communalism
- 12 Indians who are famous in Russia
- Jawaharlal Nehru Quotations
- Booknotes interview with Stanley Wolpert on Nehru: A Tryst with Destiny, 29 December 1996.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |